ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୁବପୀଢିଙ୍କୁ 'YUVA: ଯୁବ ଲେଖକଙ୍କୁ ପରାମର୍ଶ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଯୋଜନା' ସମ୍ପର୍କରେ ଅବଗତ ହେବାକୁ ଆହ୍ୱାନ ଦେଇଛନ୍ତି । ଭବିଷ୍ୟତର ନେତୃତ୍ୱ ପାଇଁ ଯୁବ ଶିକ୍ଷାର୍ଥୀଙ୍କୁ ପ୍ରସ୍ତୁତ କରିବା ଏହି ଜାତୀୟ ଯୋଜନାର ଉଦ୍ଦେଶ୍ୟ ।

ଏକ ଟ୍ୱିଟରେ ଶ୍ରୀ ମୋଦୀ କହିଛନ୍ତି, ଯୁବପୀଢିଙ୍କୁ ଲେଖକୀୟ ଦକ୍ଷତା ଉପଯୋଗ କରି ଭାରତର ବୌଦ୍ଧିକ ପ୍ରବାହରେ ଯୋଗଦାନ କରିବା ପାଇଁ ଏହା ଆକର୍ଷଣୀୟ ସୁଯୋଗ । ଅଧିକ ଜାଣିବା ପାଇଁ https://innovateindia.mygov.in/yuva/

ଜାତୀୟ ଶିକ୍ଷାନୀତି ୨୦୨୦ରେ ଯୁବପୀଢିର ଚିନ୍ତନକୁ ମଜବୁତ କରିବା ଓ ଶିଖିବାର ପରିସଂସ୍ଥାନ ପ୍ରସ୍ତୁତ କରିବା ପାଇଁ ଗୁରୁତ୍ୱ ପ୍ରଦାନ କରାଯାଇଛି । ଯାହା ଭବିଷ୍ୟତର ନେତୃତ୍ୱ ନେବା ପାଇଁ ଯୁବ ଶିକ୍ଷାର୍ଥୀଙ୍କୁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଏହି ଜାତୀୟ ଯୋଜନା ପ୍ରଣୟନ ହୋଇଛି । ଏହି ଲକ୍ଷ୍ୟ ପୂରଣ ଓ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂରଣ ଅବସରରେ ଜାତୀୟ ଯୋଜନା YUVA: ଯୁବ ଲେଖକଙ୍କୁ ପରାମର୍ଶ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଯୋଜନା ଆଗାମୀ କାଲିର ନେତାମାନଙ୍କ ଭିତ୍ତି ମଜବୁତ କରିବାରେ ପ୍ରମୁଖ ଭୂମିକା ତୁଲାଇବ ।

ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ଏହି ଯୋଜନା ଭାରତୀୟ ସାହିତ୍ୟର ଅଗ୍ରଦୂତମାନଙ୍କ ବିକାଶ ପାଇଁ ପରିକଳ୍ପନା କରାଯାଇଛି । ପୁସ୍ତକ ପ୍ରକାଶନ କ୍ଷେତ୍ରରେ ଭାରତ ତୃତୀୟ ସ୍ଥାନରେ ରହିଛି ଓ ଭାରତର ଏହି ଦେଶୀୟ ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିବା ପାଇଁ ଏହାକୁ ବିଶ୍ୱସ୍ତରରେ ଉପସ୍ଥାପିତ କରିବା ଜରୁରୀ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India develops first indigenous expendable turbo jet engine in 350 kg thrust class

Media Coverage

India develops first indigenous expendable turbo jet engine in 350 kg thrust class
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 27, 2026
July 27, 2026

Viksit Bharat in Motion: Indigenous Warships, Deepwater Energy, Transparent Exams & Cultural Revival