PM Narendra Modi appreciates the role of media on #NationalPressDay
#NationalPressDay: The role of the media in giving voice to the voiceless is commendable, says PM Modi
Media has added great strength to ‘Swachh Bharat Mission’ and effectively furthered the message of cleanliness: PM Narendra Modi #NationalPressDay
A free press is the cornerstone of a vibrant democracy: PM Narendra Modi #NationalPressDay

ଜାତୀୟ ପ୍ରେସ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାମ୍ବାଦିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

“ଜାତୀୟ ପ୍ରେସ ଦିବସ ଅବସରରେ ଗଣମାଧ୍ୟମର ସମସ୍ତ ବନ୍ଧୁମାନଙ୍କୁ ମୋର ଶୁଭେଚ୍ଛା । ଆମ ଗଣମାଧ୍ୟମ ବିଶେଷ କରି ଖବରଦାତା ଏବଂ କ୍ୟାମେରାମେନଙ୍କ କଠିନ ପରିଶ୍ରମକୁ ମୁଁ ପ୍ରଶଂସା କରୁଛି, ଯେଉଁମାନେ କି କ୍ଷେତ୍ରସ୍ଥଳରେ ଅବିଶ୍ରାନ୍ତ ଭାବେ କାର୍ଯ୍ୟ କରି ଖବର ସଂଗ୍ରହ କରିଥା’ନ୍ତି ଯାହାକି ଜାତୀୟ ଏବଂ ବୈଶ୍ୱିକ ତର୍କକୁ ଆକାର ପ୍ରଦାନ କରିଥାଏ ।

ନିର୍ବାକ ଜନସାଧାରଣଙ୍କୁ ସ୍ୱର ଉତ୍ତୋଳନର ସୁଯୋଗ ପ୍ରଦାନ କରୁଥିବା ଗଣମାଧ୍ୟମର ଭୂମିକା ପ୍ରଶଂସନୀୟ । ବିଗତ ତିନି ବର୍ଷ ଧରି ଗଣମାଧ୍ୟମ ‘ସ୍ୱଚ୍ଛ ଭାରତ ମିଶନ’କୁ ବଳ ଯୋଗାଇ ଆସିଛନ୍ତି ଏବଂ ଫଳପ୍ରଦ ଭାବେ ସ୍ୱଚ୍ଛତାର ବାର୍ତ୍ତାକୁ ପୁନଃ ପ୍ରସାରିତ କରିଛନ୍ତି ।

ଆଜିର ଦିନରେ ଏବଂ ସମୟରେ ସାମାଜିକ ଗଣମାଧ୍ୟମର ଅଭ୍ୟୁଦୟ ଏବଂ ମୋବାଇଲ ମାଧ୍ୟମରେ ଖବର ଗ୍ରହଣ କରାଯାଉଥିବାର ଆମେ ଦେଖୁଛେ । ମୁଁ ନିଶ୍ଚିତ ଯେ ଏହିପରି ପ୍ରଗତି ଗଣମାଧ୍ୟମର ପହଂଚକୁ ଆହୁରି ବିସ୍ତୃତ କରିବ ଏବଂ ଗଣମାଧ୍ୟମର ସ୍ଥାନକୁ ଆହୁରି ଗଣତାନ୍ତ୍ରିକ ଏବଂ ସହଭାଗିତା ସମ୍ପନ୍ନ କରିବ ।
ଏକ ମୁକ୍ତ ପ୍ରେସ ହେଇଛି ଏକ ଜୀବନ୍ତ ଗଣତନ୍ତ୍ରର ଆଧାରଶିଳା । ଗଣମାଧ୍ୟମର ସ୍ୱାଧୀନତା ଏବଂ ସମସ୍ତ ରୂପରେ ମତପ୍ରକାଶ କରିବାର ସ୍ୱାଧୀନତା ରକ୍ଷା କରିବାରେ ଆମେ ପୂର୍ଣ୍ଣ ସଂକଳ୍ପବଦ୍ଧ । 125 କୋଟି ଭାରତୀୟଙ୍କ ଦକ୍ଷତା, ସାମର୍ଥ୍ୟ ଏବଂ ସୃଜନାତ୍ମକ କାର୍ଯ୍ୟ ପ୍ରଦର୍ଶିତ କରିବାରେ ଆମ ଗଣମାଧ୍ୟମମାନଙ୍କର ସ୍ଥାନ ବହୁଳ ଭାବେ ବ୍ୟବହୃତ ହେଉ, ଏହା ମୁଁ ଆଶା କରୁଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's manufacturing outlook remains resilient despite global headwinds; machine tools, metals and auto lead optimism

Media Coverage

India's manufacturing outlook remains resilient despite global headwinds; machine tools, metals and auto lead optimism
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 1, 2026
July 01, 2026

PM Modi's Vision: Driving Digital Empowerment, Inclusive Development and India's Global Rise