PM Modi takes to twitter, wishes Indian Women’s Cricket Team for the finals
As our women's cricket team plays the World Cup finals today, I join 125 crore Indians in wishing them the very best: PM Modi
PM Modi wishes every player of Indian Women’s cricket team individually on Twitter

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱ କପ ଫାଇନାଲ ପାଇଁ ଭାରତୀୟ ମହିଳା କ୍ରିକେଟ ଟିମ କୁ ଶୁଭକାମନା ଜଣାଇଛନ୍ତି । “ଆମର ମହିଳା କ୍ରିକେଟ ଟିମ ଆଜି ବିଶ୍ୱ କପ ଫାଇନାଲ ଖେଳୁଥିବାରୁ, ମୁଁ 125 କୋଟି ଭାରତୀୟଙ୍କ ସହିତ ମିଶି ସେମାନଙ୍କୁ ଅନେକ ଶୁଭକାମନା ଜଣାଉଛି ।

ଅଧିନାୟିକା ମିତାଲୀ ରାଜ୍ ସମ୍ମୁଖରେ ରହି ଦଳର ନେତୃତ୍ୱ ନେଉଛନ୍ତି । ଖେଳ ପ୍ରତି ତାଙ୍କର ଶାନ୍ତ ସ୍ୱଭାବ ସମ୍ପୂର୍ଣ୍ଣ ଦଳକୁ ସହାୟକ ହେବ ।

ସ୍ମୃତି ମନ୍ଧାନାଙ୍କୁ ଶୁଭକାମନା । ତୁମେ ଭଲ ଖେଳ ଏବଂ ଶାନ୍ତ ଏବଂ ନିୟନ୍ତ୍ରିତ ହୋଇ ଖେଳ ।

ସାରା ଭାରତ ପୁନମ୍ ରାଉତଙ୍କୁ ମହିଳା ବିଶ୍ୱ କପ ଫାଇନାଲ ପାଇଁ ଶୁଭେଚ୍ଛା ଜଣାଉଛି । ତାଙ୍କର ଖେଳ ଆମ ସମସ୍ତଙ୍କୁ ଗର୍ବିତ କରିଛି । ହରମନପ୍ରିତ୍ କୌରଙ୍କର ପ୍ରଶଂସକ କିଏ ହୋଇନପାରେ? ସେମିଫାଇନାଲରେ ତାଙ୍କର ଚମତ୍କାରୀ ଇନିଂସ ସବୁଦିନ ପାଇଁ ମନେ ରହିବ । ଆଜି ତୁମର ଶ୍ରେଷ୍ଠ ପ୍ରଦର୍ଶନ ଦେଖାଅ ।

ଫାଇନାଲ ପାଇଁ ଦୀପ୍ତି ଶର୍ମାଙ୍କୁ ଶୁଭେଚ୍ଛା । ସେ ଦଳକୁ ଆହୁରି ଶକ୍ତିଶାଳୀ କରିଛନ୍ତି ଏବଂ ତାଙ୍କ ଖେଳ ମ୍ୟାଚ ପରେ ମ୍ୟାଚ ଆହୁରି ଉନ୍ନତ ହୋଇଛି ।

ଅଭିଜ୍ଞ ଖେଳାଳୀ ବେଦା କ୍ରିଷ୍ଣମୂର୍ତ୍ତିଙ୍କ ଯୋଗୁ ମଧ୍ୟମ-କ୍ରମ ଆହୁରି ସ୍ଥିର ପ୍ରଦର୍ଶନ କରୁଛି । ଆଜି ପାଇଁ ତାଙ୍କୁ ଶୁଭକାମନା ।

ୱିକେଟ-ରକ୍ଷକ ଭାବେ ସୁଶମା ବର୍ମା ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି । ମନେରଖ, କ୍ୟାଚ୍ ମ୍ୟାଚ୍ ଜିତାଇଥାଏ ।

ଝୁଲଣ ଗୋସ୍ୱାମୀ ଭାରତର ଗର୍ବ, ତାଙ୍କର ଚମତ୍କାରୀ ବୋଲିଂ ଗୁରୁତ୍ୱପୂର୍ଣ୍ଣ ସମୟରେ ଦଳକୁ ସହାୟକ ହୋଇଥାଏ । ଝୁଲଣ ତୁମକୁ ଶୁଭେଚ୍ଛା ।

ଶିଖା ପାଣ୍ଡେଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ଶୁଭକାମନା ।

ପୁନମ୍ ଯାଦବଙ୍କ ଚମତ୍କାର ବୋଲିଂ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ପାଇଁ ମଧ୍ୟ ଘାତକ ହୋଇପାରେ । ଶୁଭେଚ୍ଛା ।

ରାଜେଶ୍ୱରୀ ଗାଏକ୍ୱାଡ ତାଙ୍କର ମୀତବ୍ୟୟୀ ବୋଲିଂ ପାଇଁ ପରିଚିତ । ଶୁଭକାମନା” ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi