ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପିଏସଏଲଭିର ସଫଳ ଉତକ୍ଷେପଣ ପାଇଁ ଇସ୍ରୋକୁ ଅଭିନନ୍ଦନ ଜଣାଇଛନ୍ତି ।
“ପିଏସଏଲଭିର ଆଉ ଏକ ସଫଳ ଉତକ୍ଷେପଣ ପାଇଁ ଆମ ମହାକାଶ ବୈଜ୍ଞାନିକମାନଙ୍କୁ ହୃଦୟଭରା ଅଭିନନ୍ଦନ ।
ଭାରତର ପ୍ରତିଭାବାନ ଛାତ୍ରମାନଙ୍କ ଦ୍ୱାରା ନିର୍ମିତ ଏକ ସୂକ୍ଷ୍ମ ଉପଗ୍ରହ – “କଲାମସାଟ୍”କୁ ଏହି ମହାକାଶ ଯାନ ମାଧ୍ୟମରେ ପ୍ରକ୍ଷେପଣ କରାଯାଇ କକ୍ଷ ପଥରେ ଅବସ୍ଥାପିତ କରାଯାଇଛି ।
ଏହି ଉତକ୍ଷେପଣ ସହ, ମହାକାଶଯାନର ଚତୁର୍ଥ ପର୍ଯ୍ୟାୟ ରକେଟକୁ କକ୍ଷ ପଥାରୂଢ ମଞ୍ଚ/ମାଧ୍ୟମ ଭାବେ ଉପଯୋଗ କରି ସୂକ୍ଷ୍ମ-ମାଧ୍ୟାକର୍ଷଣ ପରୀକ୍ଷଣ କରିବାରେ ଭାରତ ପ୍ରଥମ ରାଷ୍ଟ୍ର ରୂପେ ପରିଗଣିତ ହୋଇଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Heartiest congratulations to our space scientists for yet another successful launch of PSLV.
— Narendra Modi (@narendramodi) January 25, 2019
This launch has put in orbit Kalamsat, built by India's talented students.
With this launch, India also becomes the first country to use the fourth stage of a space rocket as an orbital platform for micro-gravity experiments. @isro
— Narendra Modi (@narendramodi) January 25, 2019


