ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଏଚ.ଡବ୍ଲ୍ୟୁ.ବୁଶଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି ।
“ପୂର୍ବତନ ରାଷ୍ଟ୍ରପତି ଜର୍ଜ ଏଚ.ଡବ୍ଲ୍ୟୁ.ବୁଶଙ୍କ ବିୟୋଗରେ ବୁଶ ପରିବାର ଏବଂ ଆମେରିକାର ଜନସାଧାରଣଙ୍କ ପ୍ରତି ସମବେଦନା । ବିଶ୍ୱ ଇତିହାସର ଏକ ଜଟିଳ ସମୟରେ ସେ ଜଣେ ଅଗ୍ରଣୀ ରାଷ୍ଟ୍ରନେତା ଥିଲେ ।
ଭାରତ ଏବଂ ଆମେରିକା ମଧ୍ୟରେ ଦୃଢ଼ ସମ୍ପର୍କ ପ୍ରତି ପୂର୍ବତନ ରାଷ୍ଟ୍ରପତି ଜର୍ଜ ଏଚ.ଡବ୍ଲ୍ୟୁ.ବୁଶ ବେଶ ଆଗ୍ରହୀ ଥିଲେ । ତାଙ୍କର ଅନୁପସ୍ଥିତି ସବୁବେଳେ ଅନୁଭୂତ ହେବ । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Condolences to the Bush family and the people of USA on the passing away of former President George H .W. Bush. He was a leading statesman at a critical period of world history.
— Narendra Modi (@narendramodi) December 1, 2018
Former President George H. W. Bush was passionate about strong relations between India and USA. His presence will be sorely missed. May he rest in peace.
— Narendra Modi (@narendramodi) December 1, 2018


