ନାଗାଲାଣ୍ଡ ବିଧାନସଭା ବାଚସ୍ପତି ଇଂ ବିଖୋ-ଓ-ୟହୋଶୁଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।
“ନାଗାଲାଣ୍ଡ ବିଧାନସଭା ବାଚସ୍ପତି ଇଂ ବିଖୋ-ଓ-ୟହୋଶୁଙ୍କ ବିୟୋଗରେ ମର୍ମାହତ । ସେ ଥିଲେ ଉଦ୍ୟମୀ ନେତା ଯିଏକି ନାଗାଲାଣ୍ଡର ପ୍ରଗତି ପାଇଁ ନିଜର ଜୀବନ ଉତ୍ସର୍ଗ କରିଦେଇଥିଲେ । ଏହି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା । ତାଙ୍କ ଆତ୍ମାର ସଦଗତି କାମନା କରୁଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Anguished by the demise of the Speaker of Nagaland’s Assembly, Er. Vikho-o Yhoshu. He was a diligent leader who devoted his life towards the progress of Nagaland. My thoughts are with his family and supporters in these moments of sadness. May his soul rest in peace.
— Narendra Modi (@narendramodi) December 31, 2019


