ଗ୍ରୀଷ୍ମ ପ୍ରବାହ କିମ୍ବା ଅଗ୍ନିକାଣ୍ଡ କାରଣରୁ ଜୀବନହାନି ରୋକିବା ପାଇଁ ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ
ନିଆଁ ଦାଉରୁ ଦେଶର ବିଭିନ୍ନ ଜଙ୍ଗଲକୁ ସୁରକ୍ଷିତ ରଖିବା ଲାଗି ସାମୂହିକ ପ୍ରୟାସର ଆବଶ୍ୟକତା ରହିଛି : ପ୍ରଧାନମନ୍ତ୍ରୀ
‘ବନ୍ୟା ମୁକାବିଲା ପ୍ରସ୍ତୁତି ଯୋଜନା’ ବିକଶିତ କରିବା ଲାଗି ରାଜ୍ୟମାନଙ୍କୁ ପରାମର୍ଶ
ବନ୍ୟା ପ୍ରବଣ ରାଜ୍ୟରେ ଉଦ୍ଧାରକାରୀ ଦଳ ନିୟୋଜନ ଯୋଜନା ବିକଶିତ କରିବ ଏନଡିଆରଏଫ
ଉପକୂଳ ଅଞ୍ଚଳରେ ଯଥା ସମୟରେ ପାଣିପାଗ ସତର୍କ ସୂଚନା ଯୋଗାଇ ଦେବା ସହ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ
ଜନସାଧାରଣଙ୍କୁ ସଚେତନ କରିବା ଲାଗି ସାମାଜିକ ଗଣମାଧ୍ୟମର ସକ୍ରିୟ ଉପଯୋଗ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶରେ ଗ୍ରୀଷ୍ମ ପ୍ରବାହ ମୁକାବିଲା ଏବଂ ମୌସୁମୀ ପ୍ରସ୍ତୁତିର ସ୍ଥିତି ସମୀକ୍ଷା କରିଛନ୍ତି ।

ଏହି ବୈଠକରେ ଆଇଏମଡି ଏବଂ ଏନଡିଏମଏର ବରିଷ୍ଠ ପଦାଧିକାରୀମାନେ ଦେଶରେ ମାର୍ଚ୍ଚ-ମେ ୨୦୨୨ ମାସ ମଧ୍ୟରେ ଅନୁଭୂତ ହୋଇଥିବା କ୍ରମାଗତ ଉଚ୍ଚ ତାପମାତ୍ରା ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ । ରାଜ୍ୟ, ଜିଲ୍ଲା ଏବଂ ସହରାଞ୍ଚଳ ସ୍ତରରେ ଏକ ‘ମାନକ ମୁକାବିଲା ପ୍ରସ୍ତୁତି ଯୋଜନା’ ଭାବେ ଗ୍ରୀଷ୍ମପ୍ରବାହ ମୁକାବିଲା କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଅନ୍ୟପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜନିତ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ନିମନ୍ତେ ରାଜ୍ୟମାନଙ୍କୁ ଏକ ‘ବନ୍ୟା ମୁକାବିଲା ପ୍ରସ୍ତୁତି ଯୋଜନା’ ବିକଶିତ କରିବା ଲାଗି କୁହାଯାଇଥିଲା । ଅନୁରୂପ ଭାବେ ବନ୍ୟା ପ୍ରବଣ ରାଜ୍ୟମାନଙ୍କ ପାଇଁ ଉଦ୍ଧାରକାରୀ ଦଳ ନିୟୋଜନ ଯୋଜନା ବିକଶିତ କରିବା ଲାଗି ଏନଡିଆରଏଫକୁ ପରାମର୍ଶ ଦିଆଯାଇଥିଲା । ଜନସାଧାରଣଙ୍କୁ ସଚେତନ କରିବା ଲାଗି ସାମାଜିକ ଗଣମାଧ୍ୟମର ସକ୍ରିୟ ଉପଯୋଗ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇ କହିଥିଲେ ଯେ, ଗ୍ରୀଷ୍ମପ୍ରବାହ କିମ୍ବା ଅଗ୍ନିକାଣ୍ଡ ଭଳି ଘଟଣା ଜନିତ ଜୀବନହାନି ରୋକିବା ଲାଗି ଆମ ସମସ୍ତଙ୍କୁ ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି । ଖୁବ୍‌ କମ୍‌ ସମୟ ମଧ୍ୟରେ ଏପରି ଘଟଣାର ମୁକାବିଲା କରାଯିବା ଉଚିତ୍‌ ।

ସେ ଜୋର ଦେଇ କହିଥିଲେ ଯେ ତାପମାତ୍ରା ବୃଦ୍ଧି ପାଇବାକୁ ଦୃଷ୍ଟିରେ ରଖି, ଡାକ୍ତରଖାନା ମାନଙ୍କରେ ଅଗ୍ନି ସୁରକ୍ଷା ଅଡିଟ୍‌ କରାଯିବା ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶର ବିବିଧ ଜଙ୍ଗଲର ପ୍ରାକୃତିକ ପରିବେଶ ନିଆଁ ଦାଉରୁ ରକ୍ଷା କରିବା ପାଇଁ ମିଳିତ ପ୍ରୟାସ କରାଯିବା ଜରୁରି । ସମ୍ଭାବ୍ୟ ଅଗ୍ନିକାଣ୍ଡକୁ ଠିକ୍‌ ସମୟରେ ଠାବ କରିବା, ଅଗ୍ନି ନିର୍ବାପନ କରିବା ଏବଂ ଅଗ୍ନିକାଣ୍ଡ ପରେ ସ୍ଥିତି ସ୍ବାଭାବିକ କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ବନ କର୍ମଚାରୀ ଓ ସଂସ୍ଥାର କ୍ଷମତା ବୃଦ୍ଧି କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଆଗାମୀ ସୌସୁମୀ ପ୍ରସ୍ତୁତି ସମୀକ୍ଷା କରି ପ୍ରଧାନମନ୍ତ୍ରୀ କେତେକ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ ।  ଜଳବାହିତ ରୋଗ ସଂକ୍ରମଣ ଏବଂ ପ୍ରସାରକୁ ନିରାକରଣ କରିବା ଲାଗି ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ବିଶେଷ ବ୍ୟବସ୍ଥା କରିବା ଲାଗି ପ୍ରଧାନମନ୍ତ୍ରୀ କହିଥିଲେ ।

ଗ୍ରୀଷ୍ମ ପ୍ରବାହ ଓ ପରବର୍ତ୍ତୀ ମୌସୁମୀକୁ ଦୃଷ୍ଟିରେ ରଖି ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ସବୁ ବ୍ୟବସ୍ଥାକୁ ପ୍ରସ୍ତୁତ ରଖିବା ନିମନ୍ତେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସଂସ୍ଥା ମଧ୍ୟରେ ପ୍ରଭାବୀ ସମନ୍ବୟ ସ୍ଥାପନ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା ।

ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତାଗଣ, କ୍ୟାବିନେଟ ସଚିବ, ସ୍ବରାଷ୍ଟ୍ର, ସ୍ବାସ୍ଥ୍ୟ, ଜଳ ଶକ୍ତି ମନ୍ତ୍ରଣାଳୟର ସଚିବଗଣ, ଏନଡିଏମଏ ସଦସ୍ୟ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (ଏନଡିଏମଏ), ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏବଂ ଏନଡିଆରଏଫର ମହାନିର୍ଦ୍ଦେଶକମାନେ ଅଂଶଗ୍ରହଣ କରିଥିଲେ ।  

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How ODOP is helping Pratapgarh turn its amla into a bigger business

Media Coverage

How ODOP is helping Pratapgarh turn its amla into a bigger business
NM on the go

Nm on the go

Always be the first to hear from the PM. Get the App Now!
...
PM to participate in Valedictory Session of Departmental Summit on Water Security on 2nd September
September 01, 2026
This marks the first in a series of Summits envisioned by Prime Minister to strengthen spirit of Team India and deepen cooperative federalism
Summit brings together Centre and States to deliberate on priorities and evolve time-bound action plans
The summit will focus on timely implementation of water infrastructure projects, Jal Sanchay Jan Bhagidari, drinking water source sustainability and JJM 2.0.

Prime Minister Shri Narendra Modi will participate in the valedictory session of Departmental Summit of Ministry of Jal Shakti on 2nd September 2026 at around 4:30 PM at Sushma Swaraj Bhawan, New Delhi. He will also address the gathering on the occasion.

The two-day Departmental Summit, being held on 1-2 September 2026, is the first in a series of Departmental Summits envisioned by Prime Minister to strengthen the spirit of Team India, deepen cooperative federalism and foster collective ownership of national priorities through closer collaboration between the Centre and the States. The initiative provides a structured platform to jointly deliberate on critical sectoral priorities and accelerate implementation and outcomes.

The Summit will bring together political leadership and senior officials from the Union and State Governments to deliberate on key priorities, share best practices, address implementation challenges and evolve time-bound action plans. The initiative seeks to promote shared responsibility for national goals and ensure that deliberations translate into measurable improvements in governance and service delivery.

The Summit will focus on four key areas:

  1. Timely implementation of water infrastructure projects
  2. Jal Sanchay Jan Bhagidari - Catch the Rain
  3. Source sustainability of drinking water systems
  4. Operation and maintenance of rural drinking water supply schemes under Jal Jeevan Mission 2.0

The consultations are expected to result in concrete and time-bound actions for accelerating water infrastructure projects, enhancing public participation in water conservation, ensuring sustainable drinking water sources and improving the reliability and accountability of rural drinking water services.