ପ୍ରଧାନମନ୍ତ୍ରୀ ମୋଦୀ ଛତିଶଗଡ଼ର ଜାଞ୍ଜଗୀରରେ ବିଭିନ୍ନ ବିକାଶ ପ୍ରକଳ୍ପ ଲାଗି ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି
ପ୍ରଧାନମନ୍ତ୍ରୀ ମୋଦୀ ଜାତୀୟ ରାଜପଥ ପ୍ରକଳ୍ପ ଏବଂ ପେଣ୍ଡ୍ରା-ଅନୁପ୍ପୁର ତୃତୀୟ ରେଳଲାଇନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି
ଆମେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଏବଂ ଫସଲ ବୀମା ଯୋଜନା ଭଳି ପଦକ୍ଷେପ ମାଧ୍ୟମରେ କୃଷକ କଲ୍ୟାଣ ସୁନିଶ୍ଚିତ କରୁଛୁ :ପ୍ରଧାନମନ୍ତ୍ରୀ ମୋଦୀ
ଆମେ 2022 ସୁଦ୍ଧା ପ୍ରତ୍ୟେକ ବ୍ୟକ୍ତିର ମୁଣ୍ଡ ଉପରେ ଛାତ ସୁନିଶ୍ଚିତ କରିବାକୁ ଚାହୁଁଛନ୍ତି :ପ୍ରଧାନମନ୍ତ୍ରୀ
ଆମେ ବିକାଶ ପ୍ରତି ସମର୍ପିତ ଏବଂ ଲୋକମାନଙ୍କ ଆଶା ପୂରଣ କରିବାକୁ ଚାହୁଁଛନ୍ତି :ଛତିଶଗଡ଼ରେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡ଼ ଗସ୍ତ କରିଛନ୍ତି । ଜାଞ୍ଜଗୀର-ଚମ୍ପାଠାରେ ସେ ଏକ ପାରମ୍ପରିକ ହସ୍ତତନ୍ତ ଏବଂ କୃଷି ପ୍ରଦର୍ଶନୀ ପରିଦର୍ଶନ କରିଥିଲେ । ସେ ଜାତୀୟ ରାଜପଥ ପ୍ରକଳ୍ପ ଏବଂ ପେଣ୍ଡ୍ରା-ଅନୁପ୍ପୁର ତୃତୀୟ ରେଳଲାଇନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନାର ହିତାଧିକାରୀମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ  ପ୍ରମାଣପତ୍ର ବଣ୍ଟନ କରିଥିଲେ ।

ପ୍ରଧାନମନ୍ତ୍ରୀ ବିଶାଳ କିସାନ ସମ୍ମେଳନରେ ଉଦବୋଧନ ଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିଚାରଣ କରିଥିଲେ, ଯିଏକି ତିନୋଟି ରାଜ୍ୟ-ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ସୃଷ୍ଟି କରିଥିଲେ । ତାଙ୍କର ଦୂରଦୃଷ୍ଟି କାରଣରୁ ଏହି ରାଜ୍ୟଗୁଡ଼ିକ ଏବେ ଦ୍ରୁତଗତିରେ ବିକାଶ ଲାଭ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ଯେ କେନ୍ଦ୍ର ସରକାର ବିକାଶ ପ୍ରତି ସମର୍ପିତ ଏବଂ ଲୋକମାନଙ୍କ ଆଶା ପୂରଣ କରିବାକୁ ଚାହାନ୍ତି । ଆମେ ଲୋକମାନଙ୍କ ସହଜ ଜୀବନଧାରଣକୁ ସମ୍ପ୍ରସାରିତ କରିବାକୁ ଚାହୁଁଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଭୋଟ ବ୍ୟାଙ୍କ ପାଇଁ କିମ୍ବା ନିର୍ବାଚନ ଜିତିବା ଲାଗି ଯୋଜନା ପ୍ରଣୟନ କରିବାରେ ସରକାର ବିଶ୍ୱାସ କରନ୍ତି ନାହିଁ । ସେ କହିଥିଲେ ଯେ ଏକ ନୂଆ ଏବଂ ଆଧୁନିକ ଛତିଶଗଡ଼ ନିର୍ମାଣ ପାଇଁ ଲକ୍ଷ୍ୟ ରହିଛି ।

 

ଆମେ ସବକା ସାଥ, ସବକା ବିକାଶ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି କହିଥିଲେ ଯେ କେନ୍ଦ୍ର ସରକାର ମୂଲ୍ୟ ସମ୍ବର୍ଦ୍ଧନ ଜରିଆରେ କୃଷକମାନଙ୍କ ପାଇଁ ଲାଭ ସୁନିଶ୍ଚିତ କରିବା ଦିଗରେ କଠିନ ପରିଶ୍ରମ କରୁଛନ୍ତି । ପ୍ରଧାନମନ୍ତ୍ରୀ କିସାନ ସମ୍ପଦା ଯୋଜନା କୃଷକମାନଙ୍କୁ ଏହି ଅଭିଯାନ ଦିଗରେ ସହାୟକ ହେଉଛି ବୋଲି ସେ କହିଥିଲେ । ପ୍ରଯୁକ୍ତିଭିତ୍ତିକ ହସ୍ତକ୍ଷେପ ଜରିଆରେ କୃଷକମାନଙ୍କ କଲ୍ୟାଣ ସୁନିଶ୍ଚିତ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି କହିଥିଲେ ଯେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଏବଂ ଫସଲ ବୀମା ଯୋଜନା ଭଳି ପଦକ୍ଷେପ ବ୍ୟାପକ ଭାବେ କୃଷକଙ୍କୁ ଲାଭାନ୍ୱିତ କରୁଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପରି ଏକ ସମୟ ଥିଲା ଯେତେବେଳେ ଖୁବ କମ ଲୋକ କଲ୍ୟାଣମୂଳକ ଯୋଜନାର ଲାଭ ପାଉଥିଲେ ଏବଂ ଦୁର୍ନୀତି ତଥା ଭ୍ରଷ୍ଟାଚାର ପ୍ରଶାସନିକ ବ୍ୟବସ୍ଥାକୁ ଧ୍ୱସ୍ତ କରିଦେଇଥିଲା । ଆମେ ସମସ୍ତଙ୍କ ବିକାଶ ପ୍ରତି ସମର୍ପିତ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । 2022 ସୁଦ୍ଧା କେନ୍ଦ୍ର ସରକାର ପ୍ରତ୍ୟେକ ବ୍ୟକ୍ତିର ମୁଣ୍ଡ ଉପରେ ଛାତ ସୁନିଶ୍ଚିତ କରିବାକୁ ଚାହୁଁଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶୌଚାଳୟ ନିର୍ମାଣ କାର୍ଯ୍ୟକୁ ଅଭିଯାନ ଆଧାରରେ ହାତକୁ ନିଆଯାଇଛି । ଉଜ୍ଜ୍ୱଳା ଯୋଜନାରେ ଗରିବମାନଙ୍କୁ ରନ୍ଧନ ଗ୍ୟାସ ସଂଯୋଗ ଦିଆଯାଉଛି ଏବଂ ବର୍ତ୍ତମାନ ସୌଭାଗ୍ୟ ଯୋଜନା ଅଧୀନରେ ପ୍ରତିଟି ଘରକୁ ବିଦ୍ୟୁତ ସଂଯୋଗ ସୁନିଶ୍ଚିତ କରାଯାଉଛି ବୋଲି ସେ ଉଲ୍ଲେଖ କରିଥିଲେ ।

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's Q4 GDP growth seen at 7.3%; CNBC-TV18 poll pegs FY26 at 7.5%

Media Coverage

India's Q4 GDP growth seen at 7.3%; CNBC-TV18 poll pegs FY26 at 7.5%
NM on the go

Nm on the go

Always be the first to hear from the PM. Get the App Now!
...
Share your ideas and suggestions for 'Mann Ki Baat' now!
June 05, 2026

Prime Minister Narendra Modi will share 'Mann Ki Baat' on Sunday, June 28th. If you have innovative ideas and suggestions, here is an opportunity to directly share it with the PM. Some of the suggestions would be referred by the Prime Minister during his address.

Share your inputs in the comments section below.