“ଦେଶର ଦଶକୋଟି ଗ୍ରାମାଞ୍ଚଳ ପରିବାର ସ୍ୱଚ୍ଛ ପାଇପ ଜଳ ସଂଯୋଗ ସୁବିଧା ପାଇଛନ୍ତି”
“ଗୋଆ ଦେଶର ପ୍ରଥମ ହର ଘର ଜଲ ପ୍ରମାଣିତ ରାଜ୍ୟ ହୋଇଛି”
“ଏହି ସୁବିଧା ହାସଲ କରିବାରେ ଦାଦ୍ରାନଗର ହାବେଳୀ ଓ ଡାମନ ଏବଂ ଡ୍ୟୁ ଦେଶର ପ୍ରଥମ କେନ୍ଦ୍ର ଶାସିତ ଅଞ୍ଚଳ”
“ଦେଶର ବିଭିନ୍ନ ରାଜ୍ୟର ଏକ ଲକ୍ଷ ଗ୍ରାମ ବାହ୍ୟ ମଳ ମୂତ୍ର ତ୍ୟାଗ ଅଞ୍ଚଳ ହୋଇପାରିଛି”
“ଅମୃତ କାଳ ପାଇଁ ଏହାଠାରୁ ଭଲ ଆରମ୍ଭ ଆଉ କିଛି ନାହିଁ”
“ଗତ ସାତ ଦଶନ୍ଧି ମଧ୍ୟରେ ଦେଶର ତିନି କୋଟି ପରିବାର ପାଇପ ଜଳ ପାଇଥିବା ବେଳେ ମାତ୍ର ଗତ ତିନିବର୍ଷ ମଧ୍ୟରେ ସାତକୋଟି ଗ୍ରାମାଞ୍ଚଳ ପରିବାର ପାଇପ ଜଳ ସଂଯୋଗ ପାଇପାରିଛନ୍ତି”
“ଏହା ହିଁ ମାନବ କୈନ୍ଦ୍ରିକ ବିକାଶର ଏକ ଉଦାହରଣ, ଯାହା ମୁଁ ଏଥର ଲାଲକିଲ୍ଲାରୁ କହିଥିଲି”
“ଜଳ ଜୀବନ ଅଭିଯାନ କେବଳ ଏକ ସରକାରୀ ଯୋଜନା ନୁହଁ, ଏହା ଗୋଷ୍ଠୀ ପାଇଁ ଯୋଜନା ଓ ଗୋଷ୍ଠୀ ଦ୍ୱାରା ପରିଚାଳିତ ଯୋଜନା”
“ଜନତା ଶକ୍ତି, ମହିଳା ଶକ୍ତି ଓ ପ୍ରଯୁକ୍ତି ଶକ୍ତି ଜଳ ଜୀବନ ମିଶନକୁ ଶକ୍ତିଶାଳୀ କରିଛି”
ହି ସମାରୋହ ଗୋଆରେ ଅନୁଷ୍ଠିତ ହୋଇଛି । ଗୋଆ ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରମୋଦ ସାୱନ୍ତ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏହି ଅବସରରେ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ ବାର୍ତ୍ତା ଜରିଆରେ ଜଳ ଜୀବନ ମିଶନ ଅଧୀନ ହର ଘର ଜଲ ଉତ୍ସବକୁ ସମ୍ବୋଧିତ କରିଛନ୍ତି । ଏହି ସମାରୋହ ଗୋଆରେ ଅନୁଷ୍ଠିତ ହୋଇଛି । ଗୋଆ ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରମୋଦ ସାୱନ୍ତ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏହି ଅବସରରେ ଉପସ୍ଥିତ ଥିଲେ । ଜନ୍ମାଷ୍ଟମୀର ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀକୃଷ୍ଣ ଭକ୍ତମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ପ୍ରଥମେ ପ୍ରଧାନମନ୍ତ୍ରୀ ଅମୃତ କାଳରେ ଦେଶ ସଫଳତା ହାସଲ କରିଥିବା ତିନିଟି ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ନିମନ୍ତେ ସମସ୍ତ ଭାରତବାସୀଙ୍କ ସହ ସାମିଲ ହୋଇଥିଲେ । “ପ୍ରଥମତଃ ଆଜି ଦେଶର ଦଶକୋଟି ଗ୍ରାମାଞ୍ଚଳ ପରିବାର ପାଇପ ଯୋଗେ ସ୍ୱଚ୍ଛ ଜଳ ସୁବିଧା ପାଇପାରିଛନ୍ତି । ପ୍ରତ୍ୟେକ ପରିବାରକୁ ଜଳ ଯୋଗାଇ ଦେବା ନେଇ ସରକାରଙ୍କ ଯେଉଁ ଅଭିଯାନ ରହିଛି ଏହା ସେ ଦିଗରେ ଏକ ବିରାଟ ସଫଳତା । ଏହା “ସବକା ପ୍ରୟାସ”ର ଏକ ବିରାଟ ଉଦାହରଣ” । ଦ୍ୱିତୀୟତଃ ଗୋଆ ପ୍ରତ୍ୟେକ ପରିବାରକୁ ପାଇପ ଯୋଗେ ଜଳ ଯୋଗାଣ କରି ହର ଘର ଜଳ ଅଭିଯାନକୁ ପ୍ରମାଣିତ କରିପାରିଛି । ଏହି ଲକ୍ଷ୍ୟ ହାସଲ ଦିଗରେ ସଫଳତା ହାସଲ କରିଥିବା ଦାଦ୍ରାନଗର ହାବେଳୀ, ଡାମନ ଓ ଡ୍ୟୁ ପ୍ରଥମ କେନ୍ଦ୍ରଶାସିତ ଅଞ୍ଚଳ ବୋଲି ମଧ୍ୟ ସେ କହିଥିଲେ । ପ୍ରଧାନମନ୍ତ୍ରୀ ଜନସାଧାରଣ, ସରକାର ଓ ସ୍ନାୟତ୍ତ ଶାସନ ସଂସ୍ଥାକୁ ଏଥିପାଇଁ ପ୍ରଶଂସା କରିଥିଲେ । ଖୁବ ଶୀଘ୍ର ଏହି ତାଲିକାରେ ଆହୁରି ଅନେକ ରାଜ୍ୟ ସାମିଲ ହେବାକୁ ଯାଉଛନ୍ତି ବୋଲି ସେ କହିଥିଲେ ।

ତୃତୀୟ ସଫଳତା ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ବିଭିନ୍ନ ରାଜ୍ୟର ଏକ ଲକ୍ଷ ଗ୍ରାମ ବାହ୍ୟ ମଳ ମୂତ୍ର ତ୍ୟାଗମୁକ୍ତ ହୋଇପାରିଛି । ଦେଶ ବାହ୍ୟ ମଳ ମୂତ୍ର ତ୍ୟାଗମୁକ୍ତ କରିବା କିଛି ବର୍ଷ ପୂର୍ବରୁ ଘୋଷଣା କରାଯିବା ପରେ ପରବର୍ତ୍ତୀ ସଂକଳ୍ପ ହେଉଛି ଏହି ଓଡିଏଫ ପ୍ଲସ ସ୍ଥିତି ଗ୍ରାମରେ ହାସଲ କରିବା ନିମନ୍ତେ ଗ୍ରାମବାସୀଙ୍କ ନିକଟରେ ଗୋଷ୍ଠୀ ଶୌଚାଳୟ, ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା, ଗୋବର୍ଦ୍ଧନ ପ୍ରକଳ୍ପ ଓ ପରିସ୍କାର ଜଳ ପରିଚାଳନା ଇତ୍ୟାଦି ହେବା ଆବଶ୍ୟକ ।

ବିଶ୍ୱ ସାମ୍ନା କରୁଥିବା ଜଳ ସୁରକ୍ଷା ସମସ୍ୟା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକଶିତ ଭାରତ ନିମନ୍ତେ ଜଳ ସଂକଟ ଏକ ବିରାଟ ପ୍ରତିବନ୍ଧକ ହୋଇ ଛିଡା ହେବ । “ଜଳ ସୁରକ୍ଷା ନିମନ୍ତେ ଆମ ସରକାର ଗତ ଆଠ ବର୍ଷ ଧରି ନିରବିଚ୍ଛିନ୍ନ ପ୍ରୟାସ କରି ଆସୁଛି” ବୋଲି ସେ କହିଥିଲେ ।

ସ୍ୱାର୍ଥନ୍ୱେଷୀ ସ୍ୱଳ୍ପ ମିଆଦୀ କାର୍ଯ୍ୟକ୍ରମ ପରିବର୍ତ୍ତେ ଦୀର୍ଘ ମିଆଦୀ ବ୍ୟବସ୍ଥା ଉପରେ ଗୁରତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଏକଥା ସତ୍ୟ ଯେ ଗୋଟେ ସରକାର ଗଠନ ନିମନ୍ତେ ଯେତେ ପରିଶ୍ରମ ଆବଶ୍ୟକ ନାହିଁ ଏକ ଦେଶ ଗଠନ ନିମନ୍ତେ ତାଠାରୁ ଯଥେଷ୍ଟ ପରିଶ୍ରମ ଦରକାର । ଆମେ ସମସ୍ତେ ଦେଶ ଗଠନ ନିମନ୍ତେ ବଛା ହୋଇଛି । ସେଥିପାଇଁ ଆମେ ବର୍ତ୍ତମାନ ଓ ଭବିଷ୍ୟତରେ ଆହ୍ୱାନଗୁଡିକୁ ଆଖି ଆଗରେ ରଖି କାର୍ଯ୍ୟ କରୁଛୁ । ଯେଉଁମାନଙ୍କ ଦେଶପ୍ରତି ଖାତିର ନାହିଁ, ସେମାନେ ଦେଶର ବର୍ତ୍ତମାନ ଓ ଭବିଷ୍ୟତକୁ ମଧ୍ୟ ଭ୍ରୁକ୍ଷେପ କରନ୍ତି ନାହିଁ । ସେମାନେ ବଡ ବଡ କଥା କହିପାରନ୍ତି ମାତ୍ର ପାଣି ପାଇଁ ଭବିଷ୍ୟତରେ କିଛି ବି କରିପାରିବେ ନାହିଁ ।”

ଜଳ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସରକାର ନେଇଥିବା ବହୁବିଧ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ‘କ୍ୟାଚ ଦି ରେନ’ ଅଟଳ ଭୂଜଳ ଯୋଜନା, ପ୍ରତ୍ୟେକ ଜିଲ୍ଲାରେ ୭୫ଟି ଅମୃତ ସରୋବର, ନଦୀ ସଂଯୋଗୀକରଣ ଓ ଜଳ ଜୀବନ ମିଶନ ପ୍ରଭୃତିର ତାଲିକା ଦେଇଥିଲେ । ଭାରତରେ ରାମସାର ଆର୍ଦ୍ରଭୂମୀ ସ୍ଥଳୀ ୭୫କୁ ବୃଦ୍ଧି ପାଇଥିବା ବେଳେ, ସେଥିରୁ ୫୦ଟି କେବଳ ଗତ ଆଠ ବର୍ଷ ମଧ୍ୟରେ ସାମିଲ ହୋଇଥିବା ସେ ପ୍ରକାଶ କରିଥିଲେ ।

“ଅମୃତ କାଳରେ ଏହାଠାରୁ ଆଉ ଭଲ ଆରମ୍ଭ ହୋଇ ନପାରେ ବୋଲି କହି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମାତ୍ର ତିନି ବର୍ଷରେ ଦେଶର ସାତ କୋଟି ଗ୍ରାମୀଣ ପରିବାର ପାଇପ ଯୋଗେ ପାଣି ପାଇଥିବା ବେଳେ ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ତିନି କୋଟି ପରିବାର ଏହି ସୁବିଧା ପାଇଥିଲେ ।” ସେ କହିଥିଲେ ଯେ “ଦେଶରେ ପ୍ରାୟ ୧୬ କୋଟି ପରିବାର ଏପରି ଅଛନ୍ତି, ଯେଉଁମାନେ ବାହାର ଜଳ ଉତ୍ସ ଉପରେ ନିର୍ଭରଶୀଳ । ଏହି ମୌଳିକ ଆବଶ୍ୟକତା ପୂରଣ ପାଇଁ ଆମେ ଗ୍ରାମାଞ୍ଚଳର ଏହି ବିଶାଳ ଜନସଂଖ୍ୟାକୁ ବଞ୍ଚିତ କରିପାରିବା ନାହିଁ । ସେଥିପାଇଁ ମୁଁ ତିନି ବର୍ଷ ପୂର୍ବରୁ ପ୍ରତ୍ୟେକ ପରିବାର ପାଇପ ପାଣି ପାଇବେ ବୋଲି ମୁଁ ଲାଲକିଲ୍ଲାରୁ ଘୋଷଣା କରିଥିଲି ।” ଏହି ଅଭିଯାନ ପାଇଁ ୩ ଲକ୍ଷ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି । ଶହେ ବର୍ଷ ମଧ୍ୟରେ ସବୁଠାରୁ ବଡ ବୈଶ୍ୱିକ ମହାମାରୀ ସତ୍ତ୍ୱେ ଅଭିଯାନର ଗତି ଧିମେଇ ଯାଇନାହିଁ । ଏହି ନିରବିଚ୍ଛିନ୍ନ ଉଦ୍ୟମର ଫଳ ଏହା ହୋଇଛି ଯେ ଗତ ସାତ ଦଶନ୍ଧି ମଧ୍ୟରେ ଦେଶରେ ଯାହା ହୋଇପାରିନଥିଲା, ମାତ୍ର ତିନି ବର୍ଷରେ ତାହା ଦୁଇ ଗୁଣ ଅଧିକ କାର୍ଯ୍ୟ ହୋଇଛି । ଏହା ମଧ୍ୟ ସେହି ମାନବ କୈନ୍ଦ୍ରିକ ବିକାଶର ଅଂଶ ବିଶେଷ ଯାହାକି ମୁଁ ଏଥର ମଧ୍ୟ ଲାଲକିଲ୍ଲାରୁ କହିଛି ।

ପ୍ରଧାନମନ୍ତ୍ରୀ ଭାବି ପିଢ଼ି ଓ ମହିଳାମାନଙ୍କ ନିମନ୍ତେ ହର ଘର ଜଲର ସୁବିଧା ଉପରେ ଆଲୋକପାତ କରିଥିଲେ । ଜଳ ସଂକ୍ରାନ୍ତରେ ସବୁଠାରୁ ହଇରାଣ ମହିଳାମାନେ ହେଉଥିବାରୁ ସେମାନେ ସରକାରଙ୍କ ଏହି ଯୋଜନାର କେନ୍ଦ୍ରବିନ୍ଦୁ ଅଟନ୍ତି । ଏହା ମହିଳାମାନଙ୍କ ଜୀବନରେ ସୁବିଧା ଆଣି ଦେଇଥିବା ବେଳେ ସେମାନଙ୍କୁ ଜଳ ପରିଚାଳନାରେ ମୁଖ୍ୟ ଭୂମିକା ପ୍ରଦାନ କରିଛି । ଜଳ ଜୀବନ ଅଭିଯାନ କେବଳ ମାତ୍ର ସରକାରୀ ଯୋଜନା ନୁହେଁ, ଏହା ଏକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଓ ଗୋଷ୍ଠୀ ପାଇଁ ଯୋଜନା ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଜଳଜୀବନ ମିଶନ ସଫଳତା ନିମନ୍ତେ ଚାରିଟି ସ୍ତମ୍ଭ ବିଷୟରେ ସୂଚନା ଦେଇଥିଲେ । ସେଗୁଡିକ ହେଲା ଜନସାଧାରଣଙ୍କ ଅଂଶ ଗ୍ରହଣ, ଅଂଶୀଦାରମାନଙ୍କ ଭାଗୀଦାରୀ, ରାଜନୀତିକ ଇଛା ଓ ସମ୍ବଳର ସୁବିନିଯୋଗ । ସ୍ଥାନୀୟ ଜନସାଧାରଣ ଓ ଗ୍ରାମସଭା ଓ ସ୍ଥାନୀୟ ପ୍ରଶାସନିକ ଅନ୍ୟାନ୍ୟ ଅନୁଷ୍ଠାନ ଗୁଡିକର ଅଭିଯାନ ସଫଳତା ପାଇଁ ପର୍ଯ୍ୟାପ୍ତ ଭୂମିକା ରହିଛି । ସ୍ଥାନୀୟ ମହିଳାମାନଙ୍କୁ ଜଳର ପରୀକ୍ଷା ପାଇଁ ତାଲିମ ପ୍ରଦାନ କରାଯିବା ସହ ପାଣି ସମିତିର ସଦସ୍ୟ କରାଯାଇଛି । ଅଂଶୀଦାରମାନଙ୍କ ଭାଗୀଦାରୀତା ପଞ୍ଚାୟତ, ସ୍ୱେଚ୍ଛାସେବୀ ସଂଗଠନ, ଶିକ୍ଷାନୁଷ୍ଠାନ ଓ ସମସ୍ତ ମନ୍ତ୍ରଣାଳୟର ସହଯୋଗରୁ ସୁସ୍ପଷ୍ଟ । ସେ ଦୃଷ୍ଟିରୁ ସାତ ଦଶନ୍ଧିରେ ହାସଲ କରାଯାଇପାରିନଥିବା ବିଷୟ ମାତ୍ର ସାତ ବର୍ଷ ମଧ୍ୟରେ ହାସଲ ହେବା ରାଜନୀତିକ ଇଚ୍ଛାଶକ୍ତି ଯୋଗୁଁ ସମ୍ଭବ ହୋଇଛି । ସମ୍ବଳର ସୁବିନିଯୋଗ ମନରେଗା ଭଳି ଯୋଜନା ସହ ତାଳଦେବା ଏହି କାର୍ଯ୍ୟର ପ୍ରତିଫଳନ । ପାଇପ ଜଳର ସମ୍ପୂର୍ଣ୍ଣ ଉପଲବ୍ଧତା ମଧ୍ୟ ସମସ୍ତ ବାଛବିଚାର ସମ୍ଭାବନାକୁ ଅଚିରେ ଦୂର କରିବ ବୋଲି ସେ କହିଥିଲେ ।

ପ୍ରଯୁକ୍ତି ବିଦ୍ୟାର ଉପଯୋଗ ନେଇ ଜଳ ସମ୍ପଦର ଜିଓ ଟ୍ୟାଙ୍ଗିଂ ଜଳ ଯୋଗାଣ ଓ ଗୁଣାତ୍ମକ ନିୟନ୍ତ୍ରଣରେ ଇଣ୍ଟରନେଟର ପ୍ରୟୋଗ ବିଷୟ ଅବତାରଣା କରି ପ୍ରଧାନମନ୍ତ୍ରୀ ଲୋକଶକ୍ତି, ନାରୀଶକ୍ତି, ପ୍ରଯୁକ୍ତି ବିଦ୍ୟା ଶକ୍ତି ଜନ ଜୀବନ ମିଶନକୁ ଶକ୍ତି ଯୋଗାଇଛି ବୋଲି କହିଥିଲେ ।a

 

 

 

 

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
₹10,000-crore scheme puts container manufacturing at the centre of India’s maritime push

Media Coverage

₹10,000-crore scheme puts container manufacturing at the centre of India’s maritime push
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlighting determination, perseverance, and continuous effort in overcoming life's challenges
August 13, 2026

Prime Minister Shri Narendra Modi shared a Sanskrit Subhashitam today, highlighting the power of determination, perseverance, and courage in overcoming life's challenges and turning adverse circumstances into favorable ones.

The Prime Minister wrote on X;

"दैवं पुरुषकारेण यः समर्थः प्रबाधितुम्।

न दैवेन विपन्नार्थः पुरुषः सोऽवसीदति॥"

A person who possesses the determination, perseverance and courage to turn adverse circumstances into favorable ones is never defeated by the challenges of life. Instead, through continuous effort and unwavering resolve, he moves forward and ultimately achieves success.