It is our Constitution that binds us all together: PM Modi
What is special about Indian Constitution is that it highlights both rights and duties of citizens: PM Modi
As proud citizens of India, let us think how our actions can make our nation even stronger: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମ ସମ୍ବିଧାନର ସନ୍ନିବିଷ୍ଟ ଶକ୍ତି ବିଷୟରେ ଉଲ୍ଲେଖ କରିବା ସହ ଏହା ଦେଶର ଅଖଣ୍ଡତାକୁ ବଜାୟ ରଖି ଆମମାନଙ୍କୁ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ସାମର୍ଥ୍ୟ ପ୍ରଦାନ କରିଛି ବୋଲି କହିଛନ୍ତି ।

ଆଜି ସଂସଦର କେନ୍ଦ୍ରୀୟ ସଭାଗାରରେ ଅନୁଷ୍ଠିତ 70ତମ ସମ୍ବିଧାନ ଦିବସ ସମାରୋହରେ ଉଭୟ ସଦନର ମିଳିତ ଅଧିବେଶନକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ।

ସମ୍ବିଧାନ ଦିବସ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଏମିତି କିଛି ଅବସର ଓ ଦିବସ ଥାଏ ଯାହା ଅତୀତ ସହ ଆମ ସମ୍ପର୍କକୁ ସୁଦୃଢ଼ କରିଥାଏ । ଏଗୁଡ଼ିକ ଆମକୁ ଉନ୍ନତ ଭବିଷ୍ୟତ ଦିଗରେ ଆଗେଇ ଆସିବା ଲାଗି ଅନୁପ୍ରାଣିତ କରିଥାନ୍ତି । ଆଜି 26 ନଭେମ୍ବର ହେଉଛି ଏକ ଐତିହାସିକ ଦିନ । 70 ବର୍ଷ ତଳେ ଆଜିର ଦିନରେ ଆମେ ବିଧିବଦ୍ଧ ଭାବେ ଆମର ମହାନ ସମ୍ବିଧାନକୁ ଗ୍ରହଣ କରିଥିଲୁ ।”

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମ୍ବିଧାନ ସଭାରେ ବ୍ୟାପକ ଚର୍ଚ୍ଚା ଓ ବିଚାରବିମର୍ଷ ପରେ ସମ୍ବିଧାନ ସୃଷ୍ଟି ହୋଇଥିଲା । ଦେଶକୁ ସମ୍ବିଧାନ ଦେବା ଲାଗି ଯେଉଁମାନେ ଉଦ୍ୟମ କରିଛନ୍ତି ସେମାନଙ୍କ ପ୍ରତି ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

“7 ଦଶନ୍ଧି ପୂର୍ବେ ଏହି କେନ୍ଦ୍ରୀୟ ସଭାଗାରରେ, ସମ୍ବିଧାନର ପ୍ରତ୍ୟେକ ଧାରା ବିଷୟରେ ଆଲୋଚନା କରାଯାଇଥିଲା, ଆମ ସ୍ୱପ୍ନ, ଆମ ଆହ୍ୱାନ ଏବଂ ସମ୍ଭାବନାକୁ ନେଇ ବିତର୍କ ହୋଇଥିଲା । ଡ. ରାଜେନ୍ଦ୍ର ପ୍ରସାଦ, ଡ. ଭୀମ ରାଓ ଆମ୍ବେଦକର, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ପଣ୍ଡିତ ନେହରୁ, ଆଚାର୍ଯ୍ୟ କୃପାଳିନୀ, ମୌଲାନା ଅବୁଲ କାଲାମ ଆଜାଦ ଏବଂ ଅନ୍ୟ ବରିଷ୍ଠ ନେତାମାନେ ବିସ୍ତୃତ ବିଚାର, ଆଲୋଚନା କରିବା ପରେ ଆମକୁ ଏହି ଐତିହ୍ୟ ପ୍ରଦାନ କରିଥିଲେ । ଆମକୁ ଏହି ସମ୍ବିଧାନ ଦେଇଥିବା ସେ ସମସ୍ତଙ୍କୁ ମୁଁ ମୋର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସେ ଆହୁରି କହିଥିଲେ ଯେ ସମ୍ବିଧାନ ସଭାର ସଦସ୍ୟମାନଙ୍କ ସ୍ୱପ୍ନ ଆମ ସମ୍ବିଧାନରେ ଶବ୍ଦ ଓ ମହତ୍ୱ ଆକାରରେ ବର୍ଣ୍ଣିତ ହୋଇଥିଲା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବାବା ସାହେବ ଭୀମରାଓ ଆମ୍ବେଦକର ଜୀ ସମ୍ବିଧାନ ଉପରେ 25 ନଭେମ୍ବର, 1949ରେ ନିଜର ଅନ୍ତିମ ଅଭିଭାଷଣରେ ଦେଶବାସୀଙ୍କୁ ମନେ ପକାଇ ଦେଇଥିଲେ ଯେ “ଅତୀତରେ ଆମ ନିଜର ଭୁଲ କାରଣରୁ ଆମେ ଆମର ସ୍ୱାଧୀନତା ଏବଂ ଦେଶର ସାଧାରଣତନ୍ତ୍ର ବ୍ୟବସ୍ଥାକୁ ହରାଇଲୁ ।”

ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ଆମ୍ବେଦକର ଦେଶବାସୀଙ୍କୁ ଚେତାବନୀ ଦେଇଥିଲେ ଏବଂ ଦେଶ ନିଜର ସ୍ୱାଧୀନତା ଏବଂ ଗଣତନ୍ତ୍ରକୁ ସୁରକ୍ଷା ଦେଇପାରିବ କି ନାହିଁ ବୋଲି ପ୍ରଶ୍ନ କରିଥିଲେ ।”

ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ଯଦି ବାବା ସାହେବ ଆମ୍ବେଦକର ବଂଚିଥାନ୍ତେ, ତା’ହେଲେ ସେ ସବୁଠୁ ଅଧିକ ଖୁସି ହୋଇଥାନ୍ତେ । ଭାରତ କେବଳ ନିଜର ମୌଳିକତ୍ୱ ବଜାୟ ରଖିନାହିଁ, ବରଂ ନିଜର ଗଣତନ୍ତ୍ର ଓ ସ୍ୱାଧୀନତାକୁ ସୁଦୃଢ଼ କରିପାରିଛି ।

ଏହି କାରଣରୁ ମୁଁ ସମ୍ବିଧାନର ଆଦର୍ଶ ଓ ମହତ୍ୱକୁ ସଂରକ୍ଷିତ କରି ରଖିଥିବା ଏହାର ତିନୋଟି ସ୍ତମ୍ଭ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକାକୁ ମଥା ନୁଆଁଇ ପ୍ରଣାମ କରୁଛି ।

ସମ୍ବିଧାନକୁ ସୁରକ୍ଷା ଦେଇଥିବା ସାରା ଦେଶବାସୀଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତୀୟ ଗଣତନ୍ତ୍ର ପ୍ରତି ଅତୁଟ ବିଶ୍ୱାସ ରଖିଥିବା ଏବଂ ସମ୍ବିଧାନକୁ ଏକ ପବିତ୍ର ଗ୍ରନ୍ଥ ତଥା ମାର୍ଗଦର୍ଶକ ଭାବେ ସମ୍ମାନ ଦେଇଥିବା 130 କୋଟି ଭାରତୀୟଙ୍କ ସମ୍ମୁଖରେ ମଥାନତ କରୁଛି ।

ଆମ ସମ୍ବିଧାନର 70 ବର୍ଷ ଆମ ପାଇଁ ସୁଖ, ପ୍ରଭୁତ୍ୱ ଏବଂ ପରିପୂର୍ଣ୍ଣ ଭାବନା ସୃଷ୍ଟି କରିଥାଏ । ସମ୍ବିଧାନର ଗୁଣ ସହିତ ଦୃଢ଼ତା ପୂର୍ବକ ଯୋଡ଼ି ହେବା କାରଣରୁ ଆମକୁ ଏହି ସୁଖ ପ୍ରାପ୍ତ ହୋଇଛି । ଦେଶବାସୀ ଏହାର ବିପରୀତ ଅନ୍ୟ କୌଣସି ପ୍ରୟାସକୁ ଗ୍ରହଣ କରିନାହାନ୍ତି ।

ସେ କହିଥିଲେ ଯେ ସମ୍ବିଧାନର ଆଦର୍ଶ କାରଣରୁ ପ୍ରଭୁତ୍ୱ ଭାବନା ସୃଷ୍ଟି ହୋଇଥାଏ, ଯାହା ବଳରେ ଆମେ “ଏକ ଭାରତ ଶ୍ରେଷ୍ଠ ଭାରତ” ଦିଗରେ ଅଗ୍ରସର ହୋଇପାରିବା ।

ପ୍ରଧାନମନ୍ତ୍ରୀ ସମ୍ବିଧାନକୁ ପବିତ୍ର ଗ୍ରନ୍ଥ ଭାବେ ବର୍ଣ୍ଣନା କରି କହିଥିଲେ ଯେ, ସମ୍ବିଧାନ ହେଉଛି ଏକମାତ୍ର ସାଧନ, ଯାହା ମାଧ୍ୟମରେ ଏହି ବିଶାଳ ଓ ବିବିଧତାପୂର୍ଣ୍ଣ ଦେଶ ନିଜ ଆକାଂକ୍ଷା, ସ୍ୱପ୍ନ ଓ ପ୍ରଗତି ଦିଗରେ ଅଗ୍ରସର ହୋଇପାରିବ ।

ସେ କହିଥିଲେ ଯେ ଆମ ସମ୍ବିଧାନ ଆମ ପାଇଁ ସବୁଠୁ ପବିତ୍ର ଗ୍ରନ୍ଥ, ଯାହା ଆମ ଜୀବନ, ସମାଜ, ପରମ୍ପରା, ଆଦର୍ଶର ସମ୍ମିଶ୍ରଣ ସହିତ ଆମର ସମସ୍ତ ଆହ୍ୱାନର ସମାଧାନ ମଧ୍ୟ ପନ୍ଥା ।

ସେ କହିଥିଲେ ଯେ, ଆମ ସମ୍ବିଧାନ ଗରିମା ଓ ଏକତାର ଦ୍ୱୈତ ଦର୍ଶନ ଉପରେ ଆଧାରିତ । ସମ୍ବିଧାନର ଦୁଇଟି ମନ୍ତ୍ର “ଭାରତୀୟଙ୍କ ଗରିମା” ଓ “ଭାରତ ପାଇଁ ଏକତା” । ଏହା ଭାରତର ଏକତାକୁ ଅକ୍ଷୁର୍ଣ୍ଣ ରଖିବା ସହ ଆମ ନାଗରିକ ଗରିମାକୁ ସର୍ବୋଚ୍ଚ ସ୍ଥାନ ଦେଇଛି । 

ସମ୍ବିଧାନକୁ ସାରା ବିଶ୍ୱର ଗଣତନ୍ତ୍ରର ସର୍ବଶ୍ରେଷ୍ଠ ବ୍ୟାଖ୍ୟା ଭାବେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ଆମକୁ ଅଧିକାର ସହିତ କର୍ତ୍ତବ୍ୟ ବିଷୟରେ ମଧ୍ୟ ସଚେତନ କରିଥାଏ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର ସମ୍ବିଧାନରେ ନାଗରିକଙ୍କ ଅଧିକାର ସହିତ ସେମାନଙ୍କ କର୍ତ୍ତବ୍ୟ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି । ଏହା ଆମ ସମ୍ବିଧାନର ଏକ ସ୍ୱତନ୍ତ୍ର ଦିଗ । ଜାତିର ପିତା ମହାତ୍ମା ଗାନ୍ଧୀ ଅଧିକାର ଓ କର୍ତ୍ତବ୍ୟ ମଧ୍ୟରେ ସମ୍ପର୍କ ଓ ସନ୍ତୁଳନକୁ ଖୁବ ଭଲ ଭାବେ ବୁଝିଥିଲେ ।

ସମ୍ବିଧାନରେ ନିହିତ କର୍ତ୍ତବ୍ୟର ପାଳନ କରିବା ଲାଗି ଭାବନା ବିକଶିତ କରିବା ପାଇଁ ସେ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ ।

“ଆସନ୍ତୁ ଆମେ ଏ ସମ୍ପର୍କରେ ଚିନ୍ତା କରିବା ଯେ ଆମେ ଆମ ସମ୍ବିଧାନର ନିହିତ କର୍ତ୍ତବ୍ୟକୁ କିଭଳି ପାଳନ କରିବା । ଆମକୁ ସେବା ଓ କର୍ତ୍ତବ୍ୟ ମଧ୍ୟରେ ଥିବା ତଫାତ ବୁଝିବାକୁ ହେବ । ସେବା ସ୍ୱେଚ୍ଛାକୃତ ହୋଇଥାଏ, ଅର୍ଥାତ ଆପଣ ରାସ୍ତାରେ କୌଣସି ଅସହାୟକୁ ସହାୟତା କରିପାରିବେ, କିନ୍ତୁ ଯଦି ଆପଣ ଗାଡ଼ି ଚଳାଇବା ସମୟରେ ଯାତାୟାତ ନିୟମ ପାଳନ କରୁଛନ୍ତି ତ’ ଆପଣ ନିଜ କର୍ତ୍ତବ୍ୟ ପୂରଣ କରୁଛନ୍ତି ।

ଏହା ଆମର ପ୍ରୟାସ ହେବା ଉଚିତ ଯେ ଆମେ ଲୋକମାନଙ୍କ ସହିତ ଆଲୋଚନା ବେଳେ କର୍ତ୍ତବ୍ୟ ଉପରେ ଜୋର ଦେବା । ଭାରତର ଗୌରବଶାଳୀ ନାଗରିକ ଭାବେ, ଆସନ୍ତୁ ଆମେ ସମସ୍ତେ ଏ ସମ୍ପର୍କରେ ଚିନ୍ତା କରିବା ଯେ କିପରି ଆମ କାର୍ଯ୍ୟ ଦ୍ୱାରା ଆମ ଦେଶ ଆହୁରି ମଜବୁତ ହୋଇପାରିବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସେ କହିଥିଲେ, ଆମ ସମ୍ବିଧାନ ଆମ ଭାରତବାସୀଙ୍କ ଠାରୁ ଆରମ୍ଭ ହୋଇଥାଏ । ଆସନ୍ତୁ ଆମେ ଅନୁଭବ କରିବା ଯେ ଆମେମାନେ ଏହାର ଶକ୍ତି, ପ୍ରେରଣା ଏବଂ ଉଦ୍ଦେଶ୍ୟ ।

ଆଜିର ତାରିଖରେ 2008ରେ ହୋଇଥିବା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ । ସେ ଏହି ଆକ୍ରମଣରେ ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ଏମିତି ଏକ ଦିନ, ଯାହା ଯନ୍ତ୍ରଣା ମଧ୍ୟ ଦେଇଥାଏ । 26 ନଭେମ୍ବରରେ ମୁମ୍ବାଇରେ ଆତଙ୍କବାଦୀମାନେ ବସୁଧୈବ କୁଟୁମ୍ବକମ (ସମଗ୍ର ବିଶ୍ୱ ଗୋଟିଏ ପରିବାର)ର ଦର୍ଶନକୁ ନଷ୍ଟ କରିବା ଲାଗି ଚେଷ୍ଟା କରିଥିଲେ । ମୁଁ ଦିବଙ୍ଗତ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nagaland gets its first natural gas supply via National Gas Grid

Media Coverage

Nagaland gets its first natural gas supply via National Gas Grid
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 19, 2026
August 19, 2026

Defence to Diamonds: How PM Modi’s Vision Turned India into a Global Capability Hub