ରାଷ୍ଟ୍ରପତି ଭବନରେ ଆୟାଜିତ ରାଜ୍ୟପାଳ ସମ୍ମିଳନୀରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ହୋଇଥିବା ବିଭିନ୍ନ ଆଲୋଚନା ଏବଂ ଉପଯୋଗୀ ପରାମର୍ଶର ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ “ଏକ ଭାରତ, ଶ୍ରେଷ୍ଠ ଭାରତ” ଅଭିଯାନକୁ ସୁଦୃଢ଼ କରିବା ଲାଗି ରାଜ୍ୟପାଳମାନଙ୍କୁ ଆହ୍ୱାନ କରିଥିଲେ, ଯାହା ଭାଗିଦାରୀ, ସାଂସ୍କୃତିକ ବିନିମୟ ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ଜନ-ଜନ ସମ୍ପର୍କକୁ ପ୍ରୋତ୍ସାହିତ କରିଥାଏ । ଭାରତର ବିଭିନ୍ନତା ମଧ୍ୟରେ ଏକତା ଏବଂ ଅଖଣ୍ଡତାକୁ ପ୍ରେତ୍ସାହନ ଲାଗି ନୂତନ ଉପାୟ ଖୋଜିବା ଲାଗି ସେ ଗୁରୁତ୍ୱାରୋପ କରିଥିଲେ ।

ଶିକ୍ଷା କ୍ଷେତ୍ରର ବିଭିନ୍ନ ଦିଗରେ ଉତ୍କର୍ଷକୁ ପ୍ରୋତ୍ସାହନ ଦେବା ଲାଗି ବିଶ୍ୱବିଦ୍ୟାଳୟଗୁଡ଼ିକୁ ଆହ୍ୱାନ କରିବା ନିମନ୍ତେ କୁଳାଧିପତି ଭାବେ ଦାୟିତ୍ୱ ତୁଲାଇବାକୁ ପ୍ରଧାନମନ୍ତ୍ରୀ ରାଜ୍ୟପାଳମାନଙ୍କୁ ପରାମର୍ଶ ଦେଇଥିଲେ । ସେ କହିଥିଲେ, ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ସାମିଲ ହେବା ଲାଗି ପ୍ରୟାସ କରିବା ଆବଶ୍ୟକ, ଏଗୁଡ଼ିକର ରୂପାନ୍ତରଣ ପାଇଁ ରାଜ୍ୟପାଳମାନେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ । ଏହି ପରିପ୍ରେକ୍ଷୀରେ, ଆଇଆଇଏମ ଏବଂ 10 ଟି ଶୀର୍ଷ ସରକାରୀ ଓ 10 ଟି ଶୀର୍ଷ ଘରୋଇ ବିଶ୍ୱବିଦ୍ୟାଳୟକୁ ସ୍ୱାୟତ୍ତତା ପ୍ରଦାନ କରିବା ଲାଗି ପ୍ରୋତ୍ସାହିତ କରିବା ବିଷୟରେ ସେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାର ସାଧାରଣ ଜନତାଙ୍କ “ସହଜ ଜୀବନଧାରଣ” ଦିଗରେ କାର୍ଯ୍ୟ କରୁଛନ୍ତି । ଏହି ଉଦ୍ଦେଶ୍ୟ ଲାଗି ସମର୍ପିତ ହୋଇ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ସରକାରୀ ବିଭାଗ ଏବଂ ପ୍ରଶାସନିକ ସଂସ୍ଥାଗୁଡ଼ିକୁ ସେମାନଙ୍କ ବିପୁଳ ଅଭିଜ୍ଞତା ବଳରେ ରାଜ୍ୟପାଳମାନେ ଅନୁପ୍ରେରିତ କରିପାରିବେ ।

ପ୍ରଧାନମନ୍ତ୍ରୀ ମଧ୍ୟ କେନ୍ଦ୍ର ସରକାରଙ୍କ ମହତ୍ଵାକାଂକ୍ଷୀ ଆୟୁଷ୍ମାନ ଭାରତ ଯୋଜନା ବିଷୟରେ କହିଥିଲେ ।

ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ 2022ରେ ସ୍ୱାଧୀନତାର 150 ବର୍ଷ ପୂର୍ତ୍ତି ଏବଂ 2019ରେ ମହାତ୍ମା ଗାନ୍ଧୀଙ୍କ 150 ତମ ଜନ୍ମ ବାର୍ଷିକୀ ପଡୁଥିବାରୁ ଏହି ଅବସର ବିକାଶ ଲକ୍ଷ୍ୟ ହାସଲ ପାଇଁ ପ୍ରେରଣାଦାୟୀ ମାଇଲ ଖୁଣ୍ଟ ହୋଇପାରିବ । ସେ କହିଥିଲେ, ପରବର୍ତ୍ତୀ କୁମ୍ଭମେଳା ଜାତୀୟ ସ୍ୱାର୍ଥ ଜଡ଼ିତ ଉଦ୍ଦେଶ୍ୟ ସାଧନ ପାଇଁ ଗୁରୁତ୍ୱପୂର୍ଣ୍ଣ ଅବସର ହୋଇପାରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Green energy boost as renewables account for 20% generation in July

Media Coverage

Green energy boost as renewables account for 20% generation in July
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour