ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଏତନାମ ପ୍ରଧାନମନ୍ତ୍ରୀ ମହାମହିମ ଫାମ୍ ମିନ୍ ଚିନଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି ।

ମହାମହିମ ଫାମ୍ ମିନ୍ ଚିନ୍ ଭିଏତନାମର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ତାଙ୍କ ଦୃଢ଼ ମାର୍ଗଦର୍ଶନରେ ଭାରତ-ଭିଏତନାମ ବ୍ୟାପକ ରଣନୀତିକ ସହଯୋଗିତା ମଜଭୁତ ହୋଇଚାଲିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ଉଭୟ ରାଷ୍ଟ୍ର ଏକ ଉନ୍ମୁକ୍ତ, ସାମୂହିକ, ଶାନ୍ତିପୂର୍ଣ୍ଣ ତଥା ନିୟମ ଆଧାରିତ ଭାରତ ମହାସାଗର ଅଞ୍ଚଳର ଏକ ସମାନ ଦୃଷ୍ଟିକୋଣ ରଖିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଏବଂ ସେଥିପାଇଁ ଭାରତ-ଭିଏତନାମ ବ୍ୟାପକ ରଣନୀତିକ ସହଯୋଗିତା ଦ୍ୱାରା ଆଞ୍ଚଳିକ ସ୍ଥିରତା, ସମୃଦ୍ଧି ଓ ବିକାଶକୁ ପ୍ରୋତ୍ସାହନ ମିଳିପାରିବ । ଏହି ସନ୍ଦର୍ଭରେ, ଜାତିସଂଘ ସୁରକ୍ଷା ପରିଷଦରେ ଉଭୟ ଭାରତ ଓ ଭିଏତନାମ ବର୍ତ୍ତମାନ ସାଥୀ ସଦସ୍ୟ ରହିଥିବା ମଧ୍ୟ ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ।

ଭାରତରେ କୋଭିଡ-୧୯ ମହାମାରୀର ଦ୍ୱିତୀୟ ଲହର ବେଳେ ଭିଏତନାମ ସରକାର ଏବଂ ଏହାର ନାଗରିକଙ୍କ ଦ୍ୱାରା ଦିଆଯାଇଥିବା ମୂଲ୍ୟବାନ ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ଚିନଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏଥିସହ ମହାମାରୀର ମୁକାବିଲା ପାଇଁ ଉଭୟ ପରସ୍ପରକୁ ସମର୍ଥନ ଦେବା ଲାଗି ଆପୋସ ପରାମର୍ଶ ଓ ସମନ୍ୱୟ ଜାରି ରଖିବା ନିମନ୍ତେ ଉଭୟ ନେତା ସହମତି ପ୍ରକାଶ କରିଛନ୍ତି ।

ଉଭୟ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ସମ୍ପର୍କର ସ୍ଥିତି ନେଇ ସମୀକ୍ଷା କରିବା ସହ ସହଯୋଗର ବିଭିନ୍ନ ଦିଗ ଉପରେ ନିଜ ନିଜ ମତାମତ ବିନିମୟ କରିଛନ୍ତି । ବର୍ଷ ୨୦୨୨ ଦୁଇ ରାଷ୍ଟ୍ର ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୫୦ତମ ବାର୍ଷିକୀ ହେଉଥିବା ପରିପ୍ରେକ୍ଷୀରେ, ସେମାନେ ବିଭିନ୍ନ ସ୍ମାରକ କାର୍ଯ୍ୟକ୍ରମ ଜରିଆରେ ତଥା ଲାଭଦାୟକ ହିସାବରେ ଏହି ଶୁଭ ମାଇଲଖୁଣ୍ଟକୁ ପାଳନ କରିବା ପାଇଁ ସହମତ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଏକ ଆଗୁଆ ତଥା ଉପଯୁକ୍ତ ତାରିଖରେ ଭାରତକୁ ସରକାରୀ ଗସ୍ତ ନିମନ୍ତେ ପ୍ରଧାନମନ୍ତ୍ରୀ ଚିନଙ୍କୁ ଆମନ୍ତ୍ରଣ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian economy's long-term story intact, challenges manageable: HDFC

Media Coverage

Indian economy's long-term story intact, challenges manageable: HDFC
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 18, 2026
May 18, 2026

Norway to Netherlands: PM Modi's Leadership Turns Heritage, Honors & High-Tech Deals into India's Global Momen