ଏସବୁ ଆଇନ ଜନସେବା ଓ କଲ୍ୟାଣ ପାଇଁ ଅଭିପ୍ରେତ ଥିବାରୁ ଏକ ନୂଆ ଯୁଗ ଆରମ୍ଭ ହୋଇଛି: ପ୍ରଧାନମନ୍ତ୍ରୀ

ସଂସଦରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩, ଭାରତୀୟ ନ୍ୟାୟ ସଂହିତା ୨୦୨୩ ଓ ଭାରତୀୟ ସାକ୍ଷ୍ୟ ସଂହିତା ୨୦୨୩  ବିଲ୍ ପାରିତ ହେବା ଘଟଣାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି ।  ସେ କହିଛନ୍ତି ଯେ ଏହି ତିନିଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ସଂସଦରେ ଅନୁମୋଦନ ଲାଭ କରିବା ଆମ ଦେଶର ଇତିହାସରେ ଏକ ଯୁଗାନ୍ତକାରୀ ଘଟଣା ।  ଏହି ବିଲ୍ ଆଇନରେ ପରିଣତ ହେବା ଦ୍ୱାରା ସମାଜର ଗରିବ, ଅବହେଳିତ, ବଞ୍ôଚତ ଓ ଦୁର୍ବଳ ବର୍ଗର ଲୋକଙ୍କୁ ସୁରକ୍ଷା ମିଳିବ ।  ଏହା ଛଡା ଏସବୁ ଆଇନ ସଂଗଠିତ ଅପରାଧ, ଆତଙ୍କବାଦ ଓ ସେଭଳି ଅନ୍ୟାନ୍ୟ ଅପରାଧର ଦୃଢ ମୁକାବିଲା କରିବାରେ ସହାୟକ ହେବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଆଇନଗତ ସଂସ୍କାର ସବୁ ଭାରତର  ବୈଧାନିକ ଢାଞ୍ଚାକୁ ନୂଆ ରୂପ ଦେଇଛି । ଦେଶର ଅମୃତକାଳରେ ଏହା ଜନସେବା ଓ ଲୋକ କଲ୍ୟାଣ ପାଇଁ ବିଶେଷ ପ୍ରାସଙ୍ଗିକ ହେବା ସହିତ ସାଧାରଣ ଜନତାଙ୍କ ସ୍ୱାର୍ଥ ପ୍ରତି ଅଧିକ ସମ୍ବେଦନଶୀଳ ହେବ । ଏସବୁ ଆଇନ ଜନସେବା ଓ କଲ୍ୟାଣ ପାଇଁ ଅଭିପ୍ରେତ ଥିବାରୁ ଦେଶରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି । ରାଜ୍ୟସଭାରେ ଏହି ତିିନି ବିଲ୍ ଉପରେ ଆଲୋଚନା କରୁଥିବା ସ୍ୱରାଷ୍ଟ ମନ୍ତ୍ରୀଙ୍କର ଏକ ଭିଡିଓକୁ ପ୍ରଧାନମନ୍ତ୍ରୀ  ଥ୍ରେଡ ପୋଷ୍ଟ ଏକ୍ସରେ ସେୟାର କରିଛନ୍ତି । ସେଥିରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ତିନି ବିଲ୍ ସଂସଦର ଅନୁମୋଦନ ଲାଭ କରିବା ଆମ ଦେଶର ଇତିହାସର ଏକ ଯୁଗାନ୍ତକାରୀ ଘଟଣା । ଏସବୁ ଆଇନ ଜନସେବା ଓ ଲୋକକଲ୍ୟାଣ ପାଇଁ ଉଦ୍ଦିଷ୍ଟ ଥିବାରୁ ଦେଶରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି । ଏହି ବିଲ୍ ଉପନିବେଶବାଦୀ ଶାସନ କାଳର ଆଇନର ଅବସାନ ଘଟାଇଛି । ଜନସେବା କଲ୍ୟାଣ କ୍ଷେତ୍ରରେ ଏହା ଯୁଗାନ୍ତାକାରୀ ସାବ୍ୟସ୍ତ ହେବ ।

ଏହି ପରିବର୍ତ୍ତନ ଶୀଳ ବିଲ୍ ପୁରୁଣା ଆଇନ ସବୁର ସଂସ୍କାର ପାଇଁ ଭାରତର ଅଙ୍ଗୀକାର ବଦ୍ଧତାର ପରିଚୟ ବହନ କରେ । ଏହା ଦ୍ୱାରା ଆମ ଦେଶର ବୈଧାନିକ, ପୁଲିସ ଓ ତଦନ୍ତ ବ୍ୟବସ୍ଥାରେ ଆଧୁନିକ ଯୁଗର ପ୍ରବର୍ତ୍ତନ ହୋଇଛି । ଏଥିରେ ଟେକ୍‌ନୋଲୋଜି ଓ ଫରେନ୍‌ସିକ (ଅପରାଧ) ବିଜ୍ଞାନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି । ଏହି ସବୁ ବିଲ୍‌ରେ ସମାଜର ଗରିବ, ବଂଚିତ ଓ ଦୁର୍ବଳ ବର୍ଗଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ଦେଶର ଅମୃତକାଳରେ ଏହି ବୈଧାନିକ ସଂସ୍କାର ଆମ ଆଇନ ବ୍ୟବସ୍ଥାକୁ ଏକ ନୂଆ  ରୂପ ଦେବ । ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ଭାଷଣ ଏହି ତିନି ବିଲ୍‌ର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ  ଅଧିକ ସ୍ପଷ୍ଟ କରୁଛି ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s Agricultural Transformation: How India’s Agri sector transformed over the last decade

Media Coverage

India’s Agricultural Transformation: How India’s Agri sector transformed over the last decade
NM on the go

Nm on the go

Always be the first to hear from the PM. Get the App Now!
...
Prime Minister attends the Defence Investiture Ceremony 2026 (Phase-1)
June 08, 2026

Prime Minister Shri Narendra Modi today attended the Defence Investiture Ceremony 2026 (Phase-1) where Gallantry Awards were conferred upon our brave personnel.

The Prime Minister expressed pride in their extraordinary courage, commitment and selfless service to the nation.

The Prime Minister posted on X:

"Attended the Defence Investiture Ceremony 2026 (Phase-1) where Gallantry Awards were conferred upon our brave personnel. We are proud of their extraordinary courage, commitment and selfless service to the nation."