ଚାଲିଥିବା ପ୍ୟାରିସ ପାରାଲିମ୍ପିକ୍ସରେ ମିକ୍ସଡ୍ ଟିମ୍ କମ୍ପାଉଣ୍ଡ୍ ଓପନ୍ ତୀରନ୍ଦାଞ୍ଜରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଆଥଲେଟ୍ ଶୀତଲ୍ ଦେବୀ ଏବଂ ରାକେଶ କୁମାରଙ୍କୁ ତାଙ୍କର ଦଳଗତ ଉତ୍ସାହଜନକ ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।

ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଦଳଗତ କାର୍ଯ୍ୟର ବିଜୟ !

ମିକ୍ସଡ୍ ଟିମ୍ କମ୍ପାଉଣ୍ଡ୍ ଓପନ ତୀରନ୍ଦାଜରେ ବ୍ରୋଞ୍ଜ ଜିତିବା ପାଇଁ ଶୀତଲ୍ ଦେବୀ ଏବଂ ରାକେଶ କୁମାରଙ୍କୁ ଅଭିନନ୍ଦନ । ସେମାନେ ଉଲ୍ଲେଖନୀୟ ନିପୁଣତା ଏବଂ ନିଷ୍ଠ ପ୍ରଦର୍ଶନ କରିଛନ୍ତି । ଏହି ସଫଳତା ଦ୍ୱାରା ଭାରତ ଆନନ୍ଦିତ । #Cheer4Bharat”