ମହାମହୀମ,

ସର୍ବପ୍ରଥମେ, ମୋତେ ଏବଂ ମୋ ସହିତ ଆସିଥିବା ପ୍ରତିନିଧି ଦଳକୁ ସହୃଦୟତାର ସହିତ ସ୍ୱାଗତ କରିବା ଲାଗି ମୁଁ ଆପଣଙ୍କ ପ୍ରତି ହାର୍ଦ୍ଦିକ କୃତଜ୍ଞତା ବ୍ୟକ୍ତ କରୁଛି। କିଛି ମାସ ପୂର୍ବରୁ ଆପଣଙ୍କ ସହିତ ଟେଲିଫୋନରେ ବିସ୍ତୃତ ଭାବେ ଆଲୋଚନା କରିବା ସୁଯୋଗ ମୋତେ ମିଳିଥିଲା। ଅତ୍ୟନ୍ତ ଆତ୍ମୀୟତାପୂର୍ଣ୍ଣ ଏବଂ ଅତି ସ୍ୱାଭାବିକ ଭାବେ ଆପଣଙ୍କ ସହିତ କଥାବାର୍ତ୍ତା କରିବାର ଯେଉଁ ସୁଯୋଗ ମୋତେ ମିଳିଲା ତାହା ମୋର ସବୁଦିନ ମନେ ରହିବ ଏବଂ ମୁଁ ଏଥିପାଇଁ ଆପଣଙ୍କ ନିକଟରେ କୃତଜ୍ଞ। ଏପରି ଏକ ସମୟ ଥିଲା ଯେତେବେଳେ ଭାରତ କୋଭିଡର ଦ୍ୱିତୀୟ ଲହରୀରେ ପୀଡ଼ିତ ହୋଇ, ସଙ୍କଟରେ ଥିଲା। କିନ୍ତୁ ସେ ସମୟରେ ଯେପରି ଭାବେ ଆତ୍ମୀୟତା ପ୍ରକଟ କରି ଆପଣ ଭାରତ ବିଷୟରେ ଚିନ୍ତା କଲେ, ଯାହା କହିଲେ ଏବଂ ଯେଉଁ ସହାୟତାର ହାତ ବଢ଼ାଇଲେ, ସେଥିପାଇଁ ମୁଁ ପୁଣିଥରେ ଆପଣଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରୁଛି। ଜଣେ ସଚ୍ଚୋଟ ମିତ୍ର ଭାବେ ଆପଣ ଅତ୍ୟନ୍ତ ସମ୍ବେଦନଶୀଳ ବାର୍ତ୍ତା ଏବଂ ସହଯୋଗ ଯୋଗାଇ ଦେଇଥିଲେ। ସେ ସମୟରେ ଆମେରିକା ସରକାର, କମ୍ପାନୀ ଏବଂ ଭାରତୀୟ ସମୁଦାୟ ସମସ୍ତେ ମିଶି, ଭାରତର ସହାୟତା କରିବା ଲାଗି ଏକଜୁଟ ହୋଇଯାଇଥିଲେ।

ମହାମହୀମ,

ରାଷ୍ଟ୍ରପତି ବାଇଡେନ ଏବଂ ଆପଣ ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ପରିବେଶରେ ଆମେରିକାର ନେତୃତ୍ୱ ସମ୍ଭାଳିଥିଲେ ଏବଂ ଏବେ ଅତି କମ ସମୟ ମଧ୍ୟରେ ଅନେକଗୁଡ଼ିଏ ଉପଲବ୍ଧି ହାସଲ କରିପାରିଛନ୍ତି। କୋଭିଡ ହେଉ, ଜଳବାୟୁ ପରିବର୍ତ୍ତନ ହେଉ କିମ୍ବା କ୍ଵାଡ଼ ସବୁ କ୍ଷେତ୍ରରେ ଆମେରିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ବିଶ୍ୱର ସର୍ବବୃହତ ଏବଂ ସର୍ବପୁରାତନ ଗଣତନ୍ତ୍ର ଭାବେ ଭାରତ ଏବଂ ଆମେରିକା ପରସ୍ପରର ବାସ୍ତବ ସହଯୋଗୀ। ଆମର ମୂଲ୍ୟବୋଧ ଓ ଆମ ଭୂ-ରାଜନୈତିକ ହିତରେ ସାମଞ୍ଜସ୍ୟ ରହିଛି ଏବଂ ଆମର ତାଳମେଳ ଓ ସହଯୋଗ ମଧ୍ୟ ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି। ଯୋଗାଣ ଶୃଙ୍ଖଳ ସୁଦୃଢ଼ କରିବା, ନବୀନତମ ପ୍ରଯୁକ୍ତି ଏବଂ ମହାକାଶ ଭଳି କ୍ଷେତ୍ରରେ ଆପଣଙ୍କର ବିଶେଷ ଆଗ୍ରହ ରହିଛି। ମୁଁ ମଧ୍ୟ ଏହି କ୍ଷେତ୍ର ପ୍ରତି ଅଧିକ ପ୍ରାଥମିକତା ଦେଇଥାଏ। ଏହିସବୁ କ୍ଷେତ୍ରରେ ଆମ ଭିତରେ ସହଯୋଗ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ଆପଣ ଭାରତ ଏବଂ ଆମେରିକାର ମଜବୁତ ତଥା ଜୀବନ୍ତ ନାଗରିକ ସମ୍ପର୍କ ବିଷୟରେ ଭଲ ଭାବେ ପରିଚିତ। 4 ମିଲିୟନରୁ ଅଧିକ ଭାରତୀୟ ପ୍ରବାସୀ ଆମ ରାଷ୍ଟ୍ରଦ୍ୱୟଙ୍କ ମଧ୍ୟରେ ମିତ୍ରତାର ସେତୁ ଭାବେ କାର୍ଯ୍ୟ କରୁଛନ୍ତି। ଆମେରିକା ଏବଂ ଭାରତର ଅର୍ଥବ୍ୟବସ୍ଥା ତଥା ସମାଜରେ ଏମାନଙ୍କର ଯୋଗଦାନ ଅତ୍ୟନ୍ତ ପ୍ରଶଂସନୀୟ।

ମହାମହୀମ,

ଆପଣ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ଏକ ମହତ୍ୱପୂର୍ଣ୍ଣ, ଐତିହାସିକ ଘଟଣା। ଆପଣ ସାରା ବିଶ୍ୱର ଲୋକମାନଙ୍କ ପାଇଁ ପ୍ରେରଣାର ସ୍ରୋତ। ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ରାଷ୍ଟ୍ରପତି ବାଇଡେନ ଏବଂ ଆପଣଙ୍କ ନେତୃତ୍ୱରେ ଆମ ସମ୍ପର୍କ ଏକ ନୂତନ ଉଚ୍ଚତା ହାସଲ କରିବ।

ମହାମହୀମ,

ଆପଣଙ୍କର ଏହି ବିଜୟ ଯାତ୍ରା ଐତିହାସିକ। ଭାରତର ଲୋକମାନେ ମଧ୍ୟ ଚାହାଁନ୍ତି ଯେ ଆପଣଙ୍କର ଏହି ବିଜୟ ଯାତ୍ରାକୁ ସମ୍ମାନିତ କରିବେ, ଆପଣଙ୍କୁ ସ୍ୱାଗତ କରିବେ। ସେଥିପାଇଁ ମୁଁ ବିଶେଷ ଭାବେ ଆପଣଙ୍କୁ ଭାରତ ଆସିବା ଲାଗି ନିମନ୍ତ୍ରଣ ଜଣାଉଛି। ପୁଣି ଥରେ, ଏହି ହାର୍ଦ୍ଦିକ ସ୍ୱାଗତ ଲାଗି ମୁଁ ଆପଣଙ୍କୁ ହୃଦୟରୁ ଅନେକ ଅନେକ କୃତଜ୍ଞତା ଜଣାଉଛି।

 

ମହାମହୀମ,

ଆପଣଙ୍କର ଏହି ବିଜୟ ଯାତ୍ରା ଐତିହାସିକ। ଭାରତର ଲୋକମାନେ ମଧ୍ୟ ଚାହାଁନ୍ତି ଯେ ଆପଣଙ୍କର ଏହି ବିଜୟ ଯାତ୍ରାକୁ ସମ୍ମାନିତ କରିବେ, ଆପଣଙ୍କୁ ସ୍ୱାଗତ କରିବେ। ସେଥିପାଇଁ ମୁଁ ବିଶେଷ ଭାବେ ଆପଣଙ୍କୁ ଭାରତ ଆସିବା ଲାଗି ନିମନ୍ତ୍ରଣ ଜଣାଉଛି। ପୁଣି ଥରେ, ଏହି ହାର୍ଦ୍ଦିକ ସ୍ୱାଗତ ଲାଗି ମୁଁ ଆପଣଙ୍କୁ ହୃଦୟରୁ ଅନେକ ଅନେକ କୃତଜ୍ଞତା ଜଣାଉଛି।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s Budget Driving AI, Semiconductors and IT Growth

Media Coverage

India’s Budget Driving AI, Semiconductors and IT Growth
NM on the go

Nm on the go

Always be the first to hear from the PM. Get the App Now!
...
The Prime Minister speaks with the Prime Minister of Israel
March 02, 2026

Prime Minister Shri Narendra Modi held a telephone conversation with the Prime Minister of Israel, Benjamin Netanyahu, to discuss the current regional situation.

​During the call, the Prime Minister conveyed India's concerns regarding recent developments and emphasised the safety of civilians as a priority.

​The Prime Minister Modi further reiterated India's position on the need for an early cessation of hostilities.