ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ପାଳନ ଆରମ୍ଭ ହୋଇଛି
୬୬୪୦ କୋଟି ରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
ଆଦିବାସୀ ସମ୍ପ୍ରଦାୟର ସମୃଦ୍ଧ ଇତିହାସ ଏବଂ ଐତିହ୍ୟର ସଂରକ୍ଷଣ ପାଇଁ ପ୍ରଧାନମନ୍ତ୍ରୀ ଦୁଇଟି ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ଏବଂ ଦୁଇଟି ଆଦିବାସୀ ଗବେଷଣା ପ୍ରତିଷ୍ଠାନର ଉଦଘାଟନ କରିବେ
ଆଦିବାସୀ ସମ୍ପ୍ରଦାୟର ସହଜ ଜୀବନଯାପନ ବୃଦ୍ଧି ଉପରେ ଗୁରୁତ୍ୱ ଦେଇ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରାଯିବ
ପିଏମ-ଜନମନ ଅଧୀନରେ ନିର୍ମିତ ୧୧,୦୦୦ ଘରର ଗୃହ ପ୍ରବେଶରେ ଯୋଗଦେବେ ପ୍ରଧାନମନ୍ତ୍ରୀ

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୫ ରେ ଜନଜାତିୟ ଗୌରବ ଦିବସ ପାଳନ କରିବା ପାଇଁ ବିହାରର ଜାମୁଇ ଗସ୍ତ କରିବେ । ଧର୍ତି ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ପାଳନ ଆରମ୍ଭ ହୋଇଛି। ପୂର୍ବାହ୍ନ ପ୍ରାୟ ୧୧ଟାରେ ପ୍ରଧାନମନ୍ତ୍ରୀ ଭଗବାନ ବିର୍ସା ମୁଣ୍ଡାଙ୍କ ସମ୍ମାନରେ ଏକ ସ୍ମାରକୀ ମୁଦ୍ରା ଏବଂ ଡାକ ଟିକଟ ଉନ୍ମୋଚନ କରିବେ । ଏହି ଅଞ୍ଚଳର ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଆଦିବାସୀ ସଂପ୍ରଦାୟର ଉନ୍ନତି ଏବଂ ଭିତ୍ତିଭୂମିରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ୬,୬୪୦ କୋଟି ରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ।

ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (ପିଏମ-ଜନମନ) ଅଧୀନରେ ନିର୍ମିତ ୧୧,୦୦୦ ଆବାସର ଗୃହ ପ୍ରବେଶରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିବେ । ସେ ପ୍ରଧାନମନ୍ତ୍ରୀ-ଜନମନ ଅଧୀନରେ ଆରମ୍ଭ ହୋଇଥିବା ୨୩ ଟି ଭ୍ରାମ୍ୟମାଣ ମେଡିକାଲ ୟୁନିଟ୍ (ଏମଏମୟୁ) ଏବଂ ଆଦିବାସୀ ଅଂଚଳରେ ସ୍ୱାସ୍ଥ୍ୟସେବାର ସୁବିଧା ବୃଦ୍ଧି ପାଇଁ ଧର୍ତି ଆବା ଜନଜାତିୟ ଗ୍ରାମ ଉତ୍କର୍ଷ ଅଭିଯାନ (ଡିଏଜିଜିୟୁଏ) ଅଧୀନରେ ଅତିରିକ୍ତ ୩୦ ଏମଏମୟୁକୁ ଉଦଘାଟନ କରିବେ ।

ଆଦିବାସୀ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ଏବଂ ଜୀବିକା ସୃଷ୍ଟିରେ ସହାୟକ ହେବା ପାଇଁ ପ୍ରଧାନମନ୍ତ୍ରୀ ୩୦୦ ଟି ବନ ଧନ ବିକାଶ କେନ୍ଦ୍ର (ଭିଡିଭିକେ) ଏବଂ ଆଦିବାସୀ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସମର୍ପିତ ପ୍ରାୟ ୪୫୦ କୋଟି ଟଙ୍କା ମୂଲ୍ୟର ୧୦ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଉଦଘାଟନ କରିବେ । ସେ ମଧ୍ୟପ୍ରଦେଶର ଛିନ୍ଦୱାଡା ଏବଂ ଜବଲପୁରରେ ଦୁଇଟି ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ଏବଂ ଜମ୍ମୁ ଓ କଶ୍ମୀର ତଥା ସିକ୍କିମର ଗାଙ୍ଗଟକରେ ଦୁଇଟି ଆଦିବାସୀ ଗବେଷଣା ପ୍ରତିଷ୍ଠାନକୁ ଉଦଘାଟନ କରିବେ।

ପ୍ରଧାନମନ୍ତ୍ରୀ ଜନମନ ଅଧୀନରେ କମ୍ୟୁନିଟି ହବ୍ ଭାବରେ କାର୍ଯ୍ୟ କରିବା ପାଇଁ ଆଦିବାସୀ ଅଂଚଳରେ ଯୋଗାଯୋଗରେ ଉନ୍ନତି ଆଣିବା ପାଇଁ ୫୦୦ କିଲୋମିଟର ନୂତନ ରାସ୍ତା ଏବଂ ୧୦୦ ଟି ବହୁମୁଖୀ କେନ୍ଦ୍ର (ଏମପିସି)ର ଶିଳାନ୍ୟାସ କରିବେ । ଆଦିବାସୀ ପିଲାଙ୍କ ପାଇଁ ଗୁଣାତ୍ମକ ଶିକ୍ଷାର ପ୍ରତିଶ୍ରୁତିକୁ ଆଗକୁ ବଢ଼ାଇବା ପାଇଁ ସେ ୧୧୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୨୫ ଟି ଅତିରିକ୍ତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶିଳାନ୍ୟାସ କରିବେ।

ପ୍ରଧାନମନ୍ତ୍ରୀ ପାଖାପାଖି ୫୦୦ କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ଜନମନ ଅଧୀନରେ ୨୫,୦୦୦ ନୂତନ ଆବାସ ଏବଂ ୧୯୬୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଧର୍ତ୍ତି ଆବା ଜନଜାତିୟ ଗ୍ରାମ ଉତ୍କର୍ଷ ଅଭିଯାନ (ଡିଏଜିଜିୟୁଏ) ଅଧୀନରେ ୧.୧୬ ଲକ୍ଷ ଆବାସ ସମେତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପକୁ ମଧ୍ୟ ମଞ୍ଜୁର କରିବେ। ପିଏମ ଜନମନ ଅଧୀନରେ ୬୬ ଟି ହଷ୍ଟେଲ ଏବଂ ଡିଏଜିଜିୟୁଏ ଅଧୀନରେ ୩୦୪ ଟି ହଷ୍ଟେଲରେ ୧୧୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି। ପ୍ରଧାନମନ୍ତ୍ରୀ ଜନମନ ଅଧୀନରେ ୫୦ଟି ନୂତନ ବହୁମୁଖୀ କେନ୍ଦ୍ର, ୫୫ଟି ଭ୍ରାମ୍ୟମାଣ ଚିକିତ୍ସା ୟୁନିଟ୍ ଏବଂ ୬୫ ଟି ଅଙ୍ଗନବାଡ଼ି କେନ୍ଦ୍ର; ଡିଏଜିଜିୟୁଏ ଅଧୀନରେ ଆଶ୍ରମ ସ୍କୁଲ, ହଷ୍ଟେଲ, ସରକାରୀ ଆବାସିକ ବିଦ୍ୟାଳୟ ଆଦିର ଉନ୍ନତିକରଣ ପାଇଁ ୩୩୦ ଟି ପ୍ରକଳ୍ପ ସହିତ ସିକଲ୍ ସେଲ୍ ରକ୍ତହୀନତା ଦୂରୀକରଣ ପାଇଁ ୬ ଟି ଦକ୍ଷତା କେନ୍ଦ୍ର, ଯାହାର ମୂଲ୍ୟ ପ୍ରାୟ ୫୦୦ କୋଟି ଟଙ୍କା ରହିଛି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM SVANidhi Yojana: How UP became India's top state for street vendor loans

Media Coverage

PM SVANidhi Yojana: How UP became India's top state for street vendor loans
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses sadness over the passing of Shri Jaspal Rana Ji
June 12, 2026

Prime Minister Shri Narendra Modi today expressed deep sadness over the passing of Shri Jaspal Rana Ji. The Prime Minister noted that his passing is a profound loss to the world of Indian sports.

Shri Modi stated that he brought immense glory to the nation through his extraordinary achievements in shooting. The Prime Minister pointed out that his contribution as a mentor, shaping and guiding young athletes with great dedication, was equally remarkable. He observed that his unwavering commitment to excellence, discipline, and service to the sporting world earned him immense admiration.

The Prime Minister affirmed that his thoughts are with his family, friends, and the entire sporting fraternity in this hour of grief.

The Prime Minister posted on X:

"Deeply saddened by the passing of Shri Jaspal Rana Ji. His passing is a profound loss to the world of Indian sports.

He brought immense glory to the nation through his extraordinary achievements in shooting. Equally remarkable was his contribution as a mentor, shaping and guiding young athletes with great dedication. His unwavering commitment to excellence, discipline and service to the sporting world earned him immense admiration.

My thoughts are with his family, friends and the entire sporting fraternity in this hour of grief. Om Shanti."