ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ପାଳନ ଆରମ୍ଭ ହୋଇଛି
୬୬୪୦ କୋଟି ରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
ଆଦିବାସୀ ସମ୍ପ୍ରଦାୟର ସମୃଦ୍ଧ ଇତିହାସ ଏବଂ ଐତିହ୍ୟର ସଂରକ୍ଷଣ ପାଇଁ ପ୍ରଧାନମନ୍ତ୍ରୀ ଦୁଇଟି ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ଏବଂ ଦୁଇଟି ଆଦିବାସୀ ଗବେଷଣା ପ୍ରତିଷ୍ଠାନର ଉଦଘାଟନ କରିବେ
ଆଦିବାସୀ ସମ୍ପ୍ରଦାୟର ସହଜ ଜୀବନଯାପନ ବୃଦ୍ଧି ଉପରେ ଗୁରୁତ୍ୱ ଦେଇ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରାଯିବ
ପିଏମ-ଜନମନ ଅଧୀନରେ ନିର୍ମିତ ୧୧,୦୦୦ ଘରର ଗୃହ ପ୍ରବେଶରେ ଯୋଗଦେବେ ପ୍ରଧାନମନ୍ତ୍ରୀ

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୫ ରେ ଜନଜାତିୟ ଗୌରବ ଦିବସ ପାଳନ କରିବା ପାଇଁ ବିହାରର ଜାମୁଇ ଗସ୍ତ କରିବେ । ଧର୍ତି ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ପାଳନ ଆରମ୍ଭ ହୋଇଛି। ପୂର୍ବାହ୍ନ ପ୍ରାୟ ୧୧ଟାରେ ପ୍ରଧାନମନ୍ତ୍ରୀ ଭଗବାନ ବିର୍ସା ମୁଣ୍ଡାଙ୍କ ସମ୍ମାନରେ ଏକ ସ୍ମାରକୀ ମୁଦ୍ରା ଏବଂ ଡାକ ଟିକଟ ଉନ୍ମୋଚନ କରିବେ । ଏହି ଅଞ୍ଚଳର ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଆଦିବାସୀ ସଂପ୍ରଦାୟର ଉନ୍ନତି ଏବଂ ଭିତ୍ତିଭୂମିରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ୬,୬୪୦ କୋଟି ରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ।

ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (ପିଏମ-ଜନମନ) ଅଧୀନରେ ନିର୍ମିତ ୧୧,୦୦୦ ଆବାସର ଗୃହ ପ୍ରବେଶରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିବେ । ସେ ପ୍ରଧାନମନ୍ତ୍ରୀ-ଜନମନ ଅଧୀନରେ ଆରମ୍ଭ ହୋଇଥିବା ୨୩ ଟି ଭ୍ରାମ୍ୟମାଣ ମେଡିକାଲ ୟୁନିଟ୍ (ଏମଏମୟୁ) ଏବଂ ଆଦିବାସୀ ଅଂଚଳରେ ସ୍ୱାସ୍ଥ୍ୟସେବାର ସୁବିଧା ବୃଦ୍ଧି ପାଇଁ ଧର୍ତି ଆବା ଜନଜାତିୟ ଗ୍ରାମ ଉତ୍କର୍ଷ ଅଭିଯାନ (ଡିଏଜିଜିୟୁଏ) ଅଧୀନରେ ଅତିରିକ୍ତ ୩୦ ଏମଏମୟୁକୁ ଉଦଘାଟନ କରିବେ ।

ଆଦିବାସୀ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ଏବଂ ଜୀବିକା ସୃଷ୍ଟିରେ ସହାୟକ ହେବା ପାଇଁ ପ୍ରଧାନମନ୍ତ୍ରୀ ୩୦୦ ଟି ବନ ଧନ ବିକାଶ କେନ୍ଦ୍ର (ଭିଡିଭିକେ) ଏବଂ ଆଦିବାସୀ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସମର୍ପିତ ପ୍ରାୟ ୪୫୦ କୋଟି ଟଙ୍କା ମୂଲ୍ୟର ୧୦ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଉଦଘାଟନ କରିବେ । ସେ ମଧ୍ୟପ୍ରଦେଶର ଛିନ୍ଦୱାଡା ଏବଂ ଜବଲପୁରରେ ଦୁଇଟି ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ଏବଂ ଜମ୍ମୁ ଓ କଶ୍ମୀର ତଥା ସିକ୍କିମର ଗାଙ୍ଗଟକରେ ଦୁଇଟି ଆଦିବାସୀ ଗବେଷଣା ପ୍ରତିଷ୍ଠାନକୁ ଉଦଘାଟନ କରିବେ।

ପ୍ରଧାନମନ୍ତ୍ରୀ ଜନମନ ଅଧୀନରେ କମ୍ୟୁନିଟି ହବ୍ ଭାବରେ କାର୍ଯ୍ୟ କରିବା ପାଇଁ ଆଦିବାସୀ ଅଂଚଳରେ ଯୋଗାଯୋଗରେ ଉନ୍ନତି ଆଣିବା ପାଇଁ ୫୦୦ କିଲୋମିଟର ନୂତନ ରାସ୍ତା ଏବଂ ୧୦୦ ଟି ବହୁମୁଖୀ କେନ୍ଦ୍ର (ଏମପିସି)ର ଶିଳାନ୍ୟାସ କରିବେ । ଆଦିବାସୀ ପିଲାଙ୍କ ପାଇଁ ଗୁଣାତ୍ମକ ଶିକ୍ଷାର ପ୍ରତିଶ୍ରୁତିକୁ ଆଗକୁ ବଢ଼ାଇବା ପାଇଁ ସେ ୧୧୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୨୫ ଟି ଅତିରିକ୍ତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶିଳାନ୍ୟାସ କରିବେ।

ପ୍ରଧାନମନ୍ତ୍ରୀ ପାଖାପାଖି ୫୦୦ କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ଜନମନ ଅଧୀନରେ ୨୫,୦୦୦ ନୂତନ ଆବାସ ଏବଂ ୧୯୬୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଧର୍ତ୍ତି ଆବା ଜନଜାତିୟ ଗ୍ରାମ ଉତ୍କର୍ଷ ଅଭିଯାନ (ଡିଏଜିଜିୟୁଏ) ଅଧୀନରେ ୧.୧୬ ଲକ୍ଷ ଆବାସ ସମେତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପକୁ ମଧ୍ୟ ମଞ୍ଜୁର କରିବେ। ପିଏମ ଜନମନ ଅଧୀନରେ ୬୬ ଟି ହଷ୍ଟେଲ ଏବଂ ଡିଏଜିଜିୟୁଏ ଅଧୀନରେ ୩୦୪ ଟି ହଷ୍ଟେଲରେ ୧୧୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି। ପ୍ରଧାନମନ୍ତ୍ରୀ ଜନମନ ଅଧୀନରେ ୫୦ଟି ନୂତନ ବହୁମୁଖୀ କେନ୍ଦ୍ର, ୫୫ଟି ଭ୍ରାମ୍ୟମାଣ ଚିକିତ୍ସା ୟୁନିଟ୍ ଏବଂ ୬୫ ଟି ଅଙ୍ଗନବାଡ଼ି କେନ୍ଦ୍ର; ଡିଏଜିଜିୟୁଏ ଅଧୀନରେ ଆଶ୍ରମ ସ୍କୁଲ, ହଷ୍ଟେଲ, ସରକାରୀ ଆବାସିକ ବିଦ୍ୟାଳୟ ଆଦିର ଉନ୍ନତିକରଣ ପାଇଁ ୩୩୦ ଟି ପ୍ରକଳ୍ପ ସହିତ ସିକଲ୍ ସେଲ୍ ରକ୍ତହୀନତା ଦୂରୀକରଣ ପାଇଁ ୬ ଟି ଦକ୍ଷତା କେନ୍ଦ୍ର, ଯାହାର ମୂଲ୍ୟ ପ୍ରାୟ ୫୦୦ କୋଟି ଟଙ୍କା ରହିଛି।

 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Indian banks outperform global peers in digital transition, daily services

Media Coverage

Indian banks outperform global peers in digital transition, daily services
NM on the go

Nm on the go

Always be the first to hear from the PM. Get the App Now!
...
Terrorism won't break India's spirit: PM Modi
April 24, 2025

India grieves the tragic loss of innocent lives in the Pahalgam terror attack. At the National Panchayati Raj Day event in Madhubani, Bihar, PM Modi led the nation in mourning, expressing profound sorrow and outrage. A two-minute silence was observed to honour the victims, with the entire nation standing in solidarity with the affected families.

In a powerful address in Madhubani, Bihar, PM Modi gave a clarion call for justice, unity, resilience and India’s undying spirit in the face of terrorism. He condemned the recent terrorist attack in Pahalgam, Jammu & Kashmir, and outlined a resolute response to those threatening India’s sovereignty and spirit.

Reflecting on the tragic attack on April 22 in Pahalgam, PM Modi expressed profound grief, stating, “The brutal killing of innocent citizens has left the entire nation in pain and sorrow. From Kargil to Kanyakumari, our grief and outrage are one.” He extended solidarity to the affected families, assuring them that the government is making every effort to support those injured and under treatment. The PM underscored the unified resolve of 140 crore Indians against terrorism. “This was not just an attack on unarmed tourists but an audacious assault on India’s soul,” he declared.

With unwavering determination, PM Modi vowed to bring the perpetrators to justice, asserting, “Those who carried out this attack and those who conspired it will face a punishment far greater than they can imagine. The time has come to wipe out the remnants of terrorism. India’s willpower will crush the backbone of the masters of terrorism.” He further reinforced India’s global stance, stating from Bihar’s soil, “India will identify, track, and punish every terrorist, their handlers, and their backers, pursuing them to the ends of the earth. Terrorism will not go unpunished, and the entire nation stands firm in this resolve.”

PM Modi also expressed gratitude to the various countries, their leaders and the people who have stood by India in this hour of grief, emphasizing that “everyone who believes in humanity is with us.”