ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ଦୁଗ୍ଧ ଚାଷୀ ଏବଂ ଗ୍ରାମୀଣ ଅର୍ଥବ୍ୟବସ୍ଥା ପ୍ରତି ସରକାରଙ୍କ ଅଟଳ ପ୍ରତିବଦ୍ଧତାକୁ ପୁନରୁଚ୍ଚାରଣ କରି, ପୁଷ୍ଟି ସୁରକ୍ଷା ସୁନିଶ୍ଚିତ କରିବା ଓ ସମାବେଶୀ ବିକାଶକୁ ଅଗ୍ରସର କରିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରିଛନ୍ତି।

ରାଷ୍ଟ୍ରୀୟ ଗୋକୁଳ ମିଶନ ପରି ପ୍ରମୁଖ ପଦକ୍ଷେପ, ସମବାୟ ପାଇଁ ବର୍ଦ୍ଧିତ ସମର୍ଥନ ଓ ନିରନ୍ତର କ୍ଷେତ୍ରୀୟ ସଂସ୍କାର ମାଧ୍ୟମରେ ସରକାର ଦୁଗ୍ଧ ଇକୋସିଷ୍ଟମର ଆଧୁନିକୀକରଣ ଓ ସଶକ୍ତିକରଣ ପାଇଁ ନିରନ୍ତର କାର୍ଯ୍ୟ କରିଛନ୍ତି। ସଦ୍ୟତମ ଜିଏସ୍‍ଟି ସଂସ୍କାର ଏହି ଅଭିଯାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଅମୁଲ ସମବାୟ ସମିତିର ଏକ ପୋଷ୍ଟ ଉପରେ ଏକ୍ସ ରେ ପ୍ରତିକ୍ରିୟା ଦେଇ ଶ୍ରୀ ମୋଦୀ କହିଛନ୍ତି :

ଭାରତର ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପୁଷ୍ଟି ସୁରକ୍ଷା ସୁନିଶ୍ଚିତ କରିବାରେ ଆମର ଅନ୍ନଦାତାମାନଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ରହିଛି।

ରାଷ୍ଟ୍ରୀୟ ଗୋକୁଳ ମିଶନ ଭଳି ପଦକ୍ଷେପ, ସମବାୟ ସମିତିକୁ ସମର୍ଥନ ଏବଂ ନିରନ୍ତର ସଂସ୍କାର ମାଧ୍ୟମରେ, ଆମ ସରକାର ଭାରତର ଦୁଗ୍ଧ କ୍ଷେତ୍ରକୁ ପରିବର୍ତ୍ତନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ।

ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀମାନଙ୍କୁ ସଶକ୍ତ କରିବା, ମୂଲ୍ୟ ସଂଯୋଜନକୁ ପ୍ରୋତ୍ସାହନ ଦେବା ଏବଂ ପ୍ରତ୍ୟେକ ପରିବାର ପାଇଁ ଦୁଗ୍ଧଜାତ ଦ୍ରବ୍ୟକୁ ଅଧିକ ସୁଲଭ କରିବା ଦିଗରେ ଏହି ଜିଏସ୍‍ଟି ସଂସ୍କାର ହେଉଛି ଆଉ ଏକ ପଦକ୍ଷେପ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IIT Madras incubates 112 startups, files 431 patents in FY26 milestone year

Media Coverage

IIT Madras incubates 112 startups, files 431 patents in FY26 milestone year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 28, 2026
April 28, 2026

From Orchids to Expressways: PM Modi’s Blueprint for a Self-Reliant, Connected & Proud India