ପ୍ରଧାନମନ୍ତ୍ରୀ କର୍ଣ୍ଣାଟକ ତୁମକୁରର ଘରୋଇ ଉପକରଣ ଦୋକାନର ମାଲିକ ଏବଂ ବିବିଏସୱାଇ ହିତାଧିକାରୀମାନଙ୍କ ସହିତ ବାର୍ତ୍ତାଳାପ କଲେ
‘ସରକାର ଯୁବକ ମାନଙ୍କର ସହାୟତା କରିବା ପାଇଁ ପ୍ରତିବଦ୍ଧ : ପ୍ରଧାନମନ୍ତ୍ରୀ’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରା (ଭିବିଏସୱାଇ)ର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବିଭିନ୍ନ ସରକାରୀ ଯୋଜନା ଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ ସେଥିପାଇଁ ସରକାରଙ୍କ ପ୍ରମୁଖ ଯୋଜନା ଗୁଡିକର ସମନ୍ୱୟ ହାସଲ କରିବା ପାଇଁ ସମଗ୍ର ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜନ କରାଯାଉଛି ।

କର୍ଣ୍ଣାଟକର ତୁମକୁରର ଘରୋଇ ଉପକରଣର ଏକ ଦୋକାନର ମାଲିକ ଏବଂ ବିବିଏସୱାଇର ହିତାଧିକାରୀ ଶ୍ରୀ ମୁକେଶଙ୍କ ସହ କଥାବାର୍ତ୍ତା ସମୟରେ ପ୍ରଧାନମନ୍ତ୍ରୀଙ୍କୁ ନିଜର ବ୍ୟବସାୟ ଆରମ୍ଭ କରିବା ପାଇଁ ପିଏମ ମୁଦ୍ରା ଯୋଜନା ମାଧ୍ୟମରେ ମିଳିଥିବା 4.5 ଲକ୍ଷ ଟଙ୍କାର ଋଣର ଲାଭ ଉଠାଇବା ବିଷୟରେ ଜଣାଇଲେ । ଶ୍ରୀ ମୁକେଶ ବର୍ତମାନ ତିନି ଜଣ ଲୋକଙ୍କୁ ରୋଜଗାର ଦେଉଛନ୍ତି । ପ୍ରଧାନମନ୍ତ୍ରୀ ଏହି କଥାକୁ ନେଇ ପ୍ରସନ୍ନତା ବ୍ୟକ୍ତ କଲେ ଯେ ଶ୍ରୀ ମୁକେଶ ଚାକିରୀ ଖୋଜୁଥିବା ଲୋକ ବଦଳରେ ଏବେ ଚାକିରୀ ନିଯୁକ୍ତିଦାତା ହୋଇ ଯାଇଛନ୍ତି । ସେ ଋଣର ଉପଲବ୍ଧତାରେ କିପରି ସହଜ ହୋଇ ପାରିବ ସେ ସମ୍ପର୍କରେ ମଧ୍ୟ ପଚାରିଲେ ।

ଶ୍ରୀ ମୁକେଶ ପ୍ରଧାନମନ୍ତ୍ରୀଙ୍କର ଏକ ସାମାଜିକ ଗଣମାଧ୍ୟମର ପୋଷ୍ଟ ସମ୍ପର୍କରେ କହି ଥିଲେ ଯେ, ତାଙ୍କୁ ମୁଦ୍ରା ଋଣ ଏବଂ ବ୍ୟାଙ୍କ ଦ୍ୱାରା ତାଙ୍କର ଆବଶ୍ୟକତାର ଅନୁରୂପ ସୂଚାରୁ ରୂପେ ଋଣ ସମ୍ପର୍କିତ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ବିଷୟରେ ସୂଚନା ମିଳିଲା । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଶ୍ରୀ ମୁକେଶଙ୍କୁ ଆଜିର 50 ପ୍ରତିଶତ ଡିଜିଟାଲ କାରବାର ତୁଳନାରେ ସମ୍ପୂର୍ଣ୍ଣ ଭାବେ ୟୁପିଆଇ ଏବଂ ଡିଜିଟାଲ କାରବାରର ସୁବିଧାକୁ ଆପଣାଇବାର ପରାମର୍ଶ ଦେଲେ କାରଣ ଏହା ଦ୍ୱାରା ବ୍ୟାଙ୍କ ତରଫରୁ ଅଧିକ ନିବେଶ କରିବା ଲାଗି ଅର୍ଥ ପାଇବା ନିମନ୍ତେ ସହାୟତା ମିଳିବ ।

ପ୍ରଧାନମନ୍ତ୍ରୀ ଏହି ତଥ୍ୟ ସଂପର୍କରେ ସୂଚନା ଦେଇ କହିଲେ ଯେ ଶ୍ରୀ ମୁକେଶ ଭାରତର ଯୁବକମାନଙ୍କର ଦୃଢ଼ତା ଏବଂ ସଂକଳ୍ପଶକ୍ତିର ହେଉଛନ୍ତି ଏକ ଉଦାହରଣ, ସେ ନା କେବଳ ଚାକିରୀ ପାଇଁ ଇଚ୍ଛା କରିଛନ୍ତି ବରଂ ରୋଜଗାର ମଧ୍ୟ ସୃଷ୍ଟି କରଛନ୍ତି । ସେ ରାଷ୍ଟ୍ରର ଯୁବକମାନଙ୍କର ସହାୟତା କରିବା ପାଇଁ ସରକାରଙ୍କର ପ୍ରତିବଦ୍ଧତା ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
For India, AI is 'All Inclusive' , mustbe human-centric: PM Modi

Media Coverage

For India, AI is 'All Inclusive' , mustbe human-centric: PM Modi
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the importance of knowledge, wisdom and foresight
June 19, 2026

The Prime Minister, Shri Narendra Modi has said that virtues such as knowledge, wisdom and foresight are the foundation of success in life. He noted that a person enriched with these qualities is able to overcome even the most difficult challenges and emerge victorious.

The Prime Minister shared a Sanskrit Subhashitam-

“शास्त्रे प्रतिष्ठा सहजश्च बोधः प्रागल्भ्यमभ्यस्तगुणा च वाणी ।

कालानुरोधः प्रतिभानवत्त्वमेते गुणाः कामदुघाः क्रियासु ॥”

The Subhashitam conveys that authentic knowledge of the subject, natural prudence, fearless self-confidence, powerful speech refined through practice, foresight to recognize the demands of the time and ever-new wisdom, these six qualities prove to be like 'kamadhenu' in every endeavor of a human being, which helps in achieving every goal.

The Prime Minister wrote on X;

“ज्ञान, विवेक और दूरदर्शिता जैसे सद्गुण जीवन में सफलता का प्रमुख आधार हैं। इनसे समृद्ध व्यक्ति कठिन से कठिन चुनौतियों में भी विजयी होता है।

शास्त्रे प्रतिष्ठा सहजश्च बोधः प्रागल्भ्यमभ्यस्तगुणा च वाणी ।

कालानुरोधः प्रतिभानवत्त्वमेते गुणाः कामदुघाः क्रियासु ॥”