Mr. Yang Jiechi, State Councillor of the People’s Republic of China meets PM Modi
A strong India-China relationship is important not only for the mutual benefit of the people of India and China, but also for the region and the world: PM

ଚୀନର ଷ୍ଟେଟ କାଉନ୍ସିଲର ଏବଂ ସୀମା ପ୍ରସଙ୍ଗର ଆଲୋଚନା ପାଇଁ ନିଯୁକ୍ତ ସ୍ଵତନ୍ତ୍ର ପ୍ରତିନିଧି ମିଷ୍ଟର ୟାଂ ଜିଏଚୀ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ସାକ୍ଷାତ କାଳରେ ମିଷ୍ଟର ୟାଙ୍ଗ ଜିଏଚୀ, ଚୀନ ରାଷ୍ଟ୍ରପତି ସି ଜିନଫିଙ୍ଗ ଏବଂ ପ୍ରଧାନମନ୍ତ୍ରୀ ଲୀ କେକିୟାଂଙ୍କ ଶୁଭେଚ୍ଛା ବାର୍ତ୍ତା ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ।

ମିଷ୍ଟର ୟାଂ ଜିଏଚୀ ଏବଂ ଶ୍ରୀ ଅଜିତ ଡୋଭାଲ ସୀମା ପ୍ରସଙ୍ଗର ସମାଧାନ ପାଇଁ ଚାଲିଥିବା ବିଂଶତମ ପର୍ଯ୍ୟାୟ ଦ୍ଵିପାକ୍ଷିକ ଆଲୋଚନାର ଅଗ୍ରଗତି ନେଇ ସମ୍ୟକ ସୂଚନା ଦେଇଥିଲେ । ଆଜି ଭାରତ ଓ ଚୀନ ମଧ୍ୟରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଛି ।

ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର 2017ରେ ନବମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ସିଆମେନ ଗସ୍ତ ଏବଂ ସେଠାରେ ରାଷ୍ଟ୍ରପତି ସି ଜିନଫିଙ୍ଗଙ୍କ ସହ ହୋଇଥିବା ଆଲୋଚନାର ସୁନ୍ଦର ଅନୁଭୂତିକୁ ସ୍ମୃତି ଚାରଣ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ-ଚୀନ ସମ୍ବନ୍ଧ ନା’କେବଳ ଦୁଇ ଦେଶର ପାରସ୍ପରିକ ସ୍ଵାର୍ଥ ପାଇଁ ଉଦ୍ଦିଷ୍ଟ ବରଂ ଏହି ଅଞ୍ଚଳ ଓ ବିଶ୍ଵ କଲ୍ୟାଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।  

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s GDP To Grow 7% In FY26: Crisil Revises Growth Forecast Upward

Media Coverage

India’s GDP To Grow 7% In FY26: Crisil Revises Growth Forecast Upward
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 16, 2025
December 16, 2025

Global Respect and Self-Reliant Strides: The Modi Effect in Jordan and Beyond