ପ୍ରତିରକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ହୋଇଥିବା ଏକ ଟ୍ୱିଟରେ ସୂଚନା ଦିଆଯାଇଛି, ଭାରତୀୟ ନୌସେନା ପାଇଁ ଆଗାମୀ ପୀଢିର ୧୧ ତଟବର୍ତ୍ତୀ ପାଟ୍ରୋଲ ପୋତ ଓ ଛଅଟି ଆଗାମୀ ପୀଢିର କ୍ଷେପଣାସ୍ତ୍ର ପୋତ ଅଧିଗ୍ରହଣ ପାଇଁ ଭାରତୀୟ ଶିପୟାର୍ଡ ସହ ପ୍ରତିରକ୍ଷା ମନ୍ତ୍ରଣାଳୟର ୧୯,୬୦୦ କୋଟି ଟଙ୍କାର ଚୁକ୍ତି ମାର୍ଚ୍ଚ ୩୦,୨୦୨୩ରେ ସ୍ୱାକ୍ଷର ହୋଇଛି ।
ପ୍ରତିରକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ହୋଇଥିବା ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଏହାଦ୍ୱାରା ଭାରତୀୟ ନୌସେନା ସଶକ୍ତ ହେବା ସହ ଆତ୍ମନିର୍ଭରତା ପାଇଁ ଆମ ଲକ୍ଷ୍ୟ ତ୍ୱରାନ୍ୱିତ ହେବ ।”
This will strengthen the Indian Navy and add momentum to our aim of Aatmanirbharta. https://t.co/MRETNEWhjI
— Narendra Modi (@narendramodi) March 31, 2023


