•   ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ୟାଂକକଠାରେ 4 ନଭେମ୍ବର 2019ରେ ଭାରତ-ଆସିଆନ ଓ ପୂର୍ବ ଏସିଆ ଶିଖର ସମ୍ମିଳନୀ ଅବସରରେ ଭିଏତନାମ ପ୍ରଧାନମନ୍ତ୍ରୀ ମହାମହିମ ନୁୟେନ ସୁଆନ ଫୁକଙ୍କୁ ସାକ୍ଷାତ କରିଛନ୍ତି ।

•   ଏହି ଅବସରରେ ଦୁଇ ନେତା ଉଭୟ ଦେଶ ମଧ୍ୟରେ ରହିଥିବା ଐତିହାସିକ ଓ ପାରମ୍ପରିକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଦୋହରାଇଥିଲେ ଏବଂ ଭାରତ-ଭିଏତନାମ ସମ୍ପର୍କ ଦୃଢ଼ ସାଂସ୍କୃତିକ ଓ ସଭ୍ୟତାଗତ ମୂଳଦୁଆ ଉପରେ ନିର୍ମିତ ହୋଇଥିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହା ଆପୋସ ବିଶ୍ୱାସ ଏବଂ ବୁଝାମଣା ତଥା କ୍ଷେତ୍ରୀୟ ଓ ଅନ୍ତର୍ଜାତୀୟ ମଂଚରେ ଦୃଢ଼ ସହଯୋଗ ଦ୍ୱାରା ଆହୁରି ସୁଦୃଢ଼ ହୋଇଥିବା ସେମାନେ ମତବ୍ୟକ୍ତ କରିଥିଲେ ।

•   ସାକ୍ଷାତ ସମୟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଥିଲା ଯେ ଦୁଇ ଦେଶ ମଧ୍ୟରେ ନିକଟରେ ସମ୍ପନ୍ନ ହୋଇଥିବା ଉଚ୍ଚସ୍ତରୀୟ ବିନିମୟର ଫଳସ୍ୱରୂପ ବିଭିନ୍ନ କ୍ଷେତ୍ର ଯଥା ପ୍ରତିରକ୍ଷା ଓ ସୁରକ୍ଷା ସମ୍ପର୍କ ବୃଦ୍ଧି, ନିବିଡ଼ ଆର୍ଥିକ ଓ ବାଣିଜ୍ୟିକ ସମ୍ପର୍କ ଏବଂ ଜନସମ୍ପର୍କକୁ ଗଭୀର କରିବା ଦିଗରେ ସହଯୋଗ ତ୍ୱରାନ୍ୱିତ ହୋଇଛି ।

•   ପ୍ରତିରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ପରିବର୍ଦ୍ଧିତ ସମ୍ପର୍କକୁ ଉଲ୍ଲେଖ କରି ଉଭୟ ପକ୍ଷ ସାମୁଦ୍ରିକ କ୍ଷେତ୍ରରେ ସହଯୋଗ ବୃଦ୍ଧି ଲାଗି ସହମତ ହୋଇଥିଲେ । ଆତଙ୍କବାଦ ଓ ଉଗ୍ରବାଦର ବିପଦ ବିଷୟରେ ଦୁଇ ନେତା ଆଲୋଚନା କରିଥିଲେ ଏବଂ ଏହାର ମୁକାବିଲା ଲାଗି ମିଳିତ ଭାବେ କାର୍ଯ୍ୟ କରିବା ଲାଗି ରାଜି ହୋଇଥିଲେ ।

•   ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି, ସୁରକ୍ଷା ଓ ସମୃଦ୍ଧିକୁ ପ୍ରୋତ୍ସାହନ ଦେବା ଲାଗି ଉଭୟ ପକ୍ଷ ସେମାନଙ୍କ ଆଗ୍ରହ ବ୍ୟକ୍ତ କରିଥିଲେ । ମିଳିତ ଜାତିସଂଘ ସାମୁଦ୍ରିକ ଆଇନ ସମ୍ମିଳନୀ (ୟୁଏନସିଏଲଓଏସ) ସମେତ ଅନ୍ତର୍ଜାତୀୟ ଆଇନ ପ୍ରତି ସମ୍ମାନ ଦେଇ ନିୟମ ଆଧାରିତ ବ୍ୟବସ୍ଥା ବଜାୟ ରଖିବା ପ୍ରତି ଉଭୟ ନେତା ସେମାନଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଏହା ଦକ୍ଷିଣ ଚୀନ ସାଗରରେ ସ୍ୱାଧୀନ ନୌପରିବହନ, ବିମାନ ଉଡ଼ାଣ ଏବଂ ନିୟମ ଆଧାରିତ ବାଣିଜ୍ୟକୁ ପ୍ରୋତ୍ସାହନ ଦେବ ।

•   ଭିଏତନାମ 2020ରେ ଆସିଆନର ଅଧ୍ୟକ୍ଷତା ଏବଂ 2020-2021ରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଅସ୍ଥାୟୀ ସଦସ୍ୟତା ଦାୟିତ୍ୱ ନିର୍ବାହ କରିବା ସମୟରେ ଏହା ସହିତ ଭାରତ ନିବିଡ଼ ଭାବେ କାର୍ଯ୍ୟ କରିବା ଲାଗି ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରକାଶ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Beyond Make in India: Building a globally competitive manufacturing ecosystem

Media Coverage

Beyond Make in India: Building a globally competitive manufacturing ecosystem
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 6, 2026
June 06, 2026

Viksit Bharat Rising: PM Modi's Vision Powers Energy, Defense & Digital Dominance