କ୍ରମିକ ସଂଖ୍ୟା

ଶୀର୍ଷକ

ସଂକ୍ଷିପ୍ତ ବର୍ଣ୍ଣନା

୧.

ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ଉପରେ ମିଳିତ ଘୋଷଣା (ଜେଡିଡିଏସ୍‌ସି)

ଏହା ପ୍ରଚଳିତ ସୁରକ୍ଷା ଉପରେ ମିଳିତ ଘୋଷଣା (୨୦୦୯)କୁ ନବୀକରଣ କରେ । ଏହା ସହଯୋଗର କ୍ଷେତ୍ର ଭାବରେ ବାହିନୀର ଆନ୍ତଃକାର୍ଯ୍ୟକ୍ଷମତା, କ୍ଷମତା ନିର୍ମାଣ, ସାମୁଦ୍ରିକ କ୍ଷେତ୍ର, ପ୍ରତିରକ୍ଷା ଶିଳ୍ପ ସହଯୋଗ, ସାଇବର ସୁରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା, ଆତଙ୍କବାଦ ବିରୋଧୀ, ଏଚଏଡିଆର ଏବଂ ୟୁଏନ୍‌ସିଏଲ୍‌ଓଏସ୍‌, ଏଏସ୍‌ଇଏଏନ, ପିଆଇଏଫ୍‌, ଆଇଓଆର୍‌ଏରେ ଏକୀକୃତ ଆଭିମୁଖ୍ୟକୁ ଚିହ୍ନଟ କରେ ।

୨.

ସାମୁଦ୍ରିକ ସୁରକ୍ଷା ସହଯୋଗ ରୋଡମ୍ୟାପ୍ (ଏମ୍‌ଏସ୍‌ସିଆର)

ସୂଚନା ଆଦାନାପ୍ରଦାନ, ଦକ୍ଷତା ବିକାଶ ଏବଂ ପରିଚାଳନ ସମନ୍ୱୟକୁ ପ୍ରୋତ୍ସାହିତ କରି ସାମୁଦ୍ରିକ ସୁରକ୍ଷା ସହଯୋଗକୁ ବୃଦ୍ଧି କରିଥାଏ।

୩.

ଶକ୍ତି ସୁରକ୍ଷା ଉପରେ ଭାରତ-ଅଷ୍ଟ୍ରେଲିଆ ମିଳିତ ବିବୃତ୍ତି

ଭୌଗଳିକ ରାଜନୈତିକ ଉତ୍ତେଜନା ସମୟରେ ଶକ୍ତି ସୁରକ୍ଷା ପ୍ରତି ଉଭୟ ଦେଶର ପ୍ରତିବଦ୍ଧତାକୁ ପୁନଃନିର୍ଦ୍ଦେଶ କରେ ।

୪.

ଭାରତ-ଅଷ୍ଟ୍ରେଲିଆ ବେସାମରିକ ପରମାଣୁ ଚୁକ୍ତିନାମାର ପ୍ରଶାସନିକ ବ୍ୟବସ୍ଥାକୁ ଚୂଡାନ୍ତ କରିବା

୨୦୧୪ ମସିହାରେ ସ୍ୱାକ୍ଷରିତ ଭାରତ-ଅଷ୍ଟ୍ରେଲିଆ ବେସାମରିକ ପରମାଣୁ ଚୁକ୍ତିନାମାକୁ କାର୍ଯ୍ୟକାରୀ କରେ ଏବଂ ଅଷ୍ଟ୍ରେଲିଆରୁ ଭାରତକୁ ୟୁରାନିୟମ ଯୋଗାଣକୁ ସକ୍ଷମ କରେ ।

୫.

ସାଇବର, ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା, ଯୋଗାଣ ଶୃଙ୍ଖଳା (ପିଏସିଟିଏସ୍‌) ପାଇଁ ଅଷ୍ଟ୍ରେଲିଆ-ଭାରତ ସହଭାଗୀତା

ଏହା ସାଇବର ଏବଂ ସାଇବର ସକ୍ଷମ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା ସହଯୋଗ ଉପରେ ୨୦୨୦ର ଫ୍ରେମୱାର୍କ ବୁଝାମଣା ଉପରେ ଆଧାରିତ । ଏହାର ଉଦ୍ଦେଶ୍ୟ ଜାତୀୟ ଏବଂ ଆଞ୍ଚଳିକ ସୁରକ୍ଷାକୁ ସମର୍ଥନ କରିବା, ଗୁରୁତ୍ୱପୂର୍ଣ୍ଣ ଯୋଗାଣ ଶୃଙ୍ଖଳାକୁ ଅଧିକ ସ୍ଥିର କରିବା ପାଇଁ ସହଯୋଗକୁ ପ୍ରୋତ୍ସାହିତ କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା, ସାଇବର ସୁରକ୍ଷା ତଥା ଡିଜିଟାଲ ସ୍ଥିରତାରେ ସହଯୋଗକୁ ସୁଦୃଢ଼ କରିବା।

୬.

ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ଏବଂ ଅଷ୍ଟ୍ରେଲିଆର ସାମୁଦ୍ରିକ ସୀମା କମାଣ୍ଡ (ଏମ୍‌ବିସି) ମଧ୍ୟରେ ବୁଝାମଣାପତ୍ର ।

ଆଇସିଜି ଏବଂ ଏମବିସି ମଧ୍ୟରେ ସାମୁଦ୍ରିକ ଆଇନ ପରିବର୍ତ୍ତନ, କ୍ଷେତ୍ର ସଚେତନତା ଏବଂ ସାମୁଦ୍ରିକ ସୀମା ସୁରକ୍ଷା କ୍ଷେତ୍ରରେ ସହଯୋଗ ସ୍ଥାପନ ।

୭.

୨୦୨୮-୨୯ ପାଇଁ ଅଷ୍ଟ୍ରେଲୀୟ ପ୍ରତିରକ୍ଷା ମହାବିଦ୍ୟାଳୟରେ ଜଣେ ଭାରତୀୟ ସାମରିକ ପ୍ରଶିକ୍ଷକଙ୍କ ନିୟୋଜନ ପାଇଁ ଅଷ୍ଟ୍ରେଲିଆର ଆମନ୍ତ୍ରଣ ।

୨୦୨୮-୨୯ରେ ଅଷ୍ଟ୍ରେଲିଆର ପ୍ରତିରକ୍ଷା ମହାବିଦ୍ୟାଳୟରେ ଜଣେ ଭାରତୀୟ ସାମରିକ ପ୍ରଶିକ୍ଷକଙ୍କ ନିୟୋଜନ ଘୋଷଣା ।

୮.

ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ (ଏମ୍‌ଏସ୍‌ଡିଇ) ଏବଂ ପଶ୍ଚିମ ଅଷ୍ଟ୍ରେଲିଆ ସରକାରଙ୍କ ବୈଷୟିକ ଓ ପରବର୍ତ୍ତୀ ଶିକ୍ଷା (ଟିଏଏଫ୍‌ଇ) ମନ୍ତ୍ରଣାଳୟ ମଧ୍ୟରେ ଖଣି ଏବଂ ଖଣିଜ ଉପକରଣ, ପ୍ରଯୁକ୍ତିବିଦ୍ୟା ଏବଂ ସେବା (ଏମ୍‌ଇଟିଏସ୍‌)ରେ ଉତ୍କର୍ଷତା କେନ୍ଦ୍ର ସ୍ଥାପନ କରିବା ପାଇଁ ବୁଝାମଣାପତ୍ର ।

 

ଭୁବନେଶ୍ୱର ସ୍ଥିତ ଜାତୀୟ ଦକ୍ଷତା ତାଲିମ ପ୍ରତିଷ୍ଠାନ (ଏନ୍‌ଏସ୍‌ଟିଆଇ)ରେ ଖଣି ଉପକରଣ, ପ୍ରଯୁକ୍ତି ଏବଂ ସେବାରେ ଉତ୍କର୍ଷତା କେନ୍ଦ୍ର ସ୍ଥାପନ କରାଯାଇଛି, ଯାହାର ଉଦ୍ଦେଶ୍ୟ ହେଉଛି ଖଣି କାର୍ଯ୍ୟ, ଖଣି ସୁରକ୍ଷା, ଖଣିଜ ପ୍ରକ୍ରିୟାକରଣ, ଖଣି ଯନ୍ତ୍ରପାତି ଇତ୍ୟାଦିର ଉପ-କ୍ଷେତ୍ରରେ ଶୈକ୍ଷିକ ଉତ୍କର୍ଷତା କେନ୍ଦ୍ର ବିକଶିତ କରିବା । ଏହା ଜାତୀୟ ଉତ୍କର୍ଷତା କେନ୍ଦ୍ର ଏବଂ ପଶ୍ଚିମ ଅଷ୍ଟ୍ରେଲିଆର ଟିଏଏଫ୍‌ଇ ମଧ୍ୟରେ ଛାତ୍ର/ପ୍ରଶିକ୍ଷାର୍ଥୀଙ୍କ ଆଦାନପ୍ରଦାନକୁ ସକ୍ଷମ କରିବ ।

୯.

ଫ୍ଲିଣ୍ଡର୍ସ ବିଶ୍ୱବିଦ୍ୟାଳୟକୁ ଭାରତରେ (ବେଙ୍ଗାଲୁରୁ) ନିଜର କ୍ୟାମ୍ପସ ସ୍ଥାପନ ପାଇଁ ଆଗ୍ରହ ପତ୍ର ପ୍ରଦାନ ।

ଏହା ଦ୍ୱାରା ବେଙ୍ଗାଲୁରୁରେ ଫ୍ଲିଣ୍ଡର୍ସ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ସ୍ଥାପନ ହୋଇପାରିବ ।

୧୦.

ନ୍ୟାଶନାଲ କାଉନ୍‌ସିଲ୍ ଫର୍ ଭୋକେସନାଲ ଏଜୁକେଶନ୍ ଆଣ୍ଡ ଟ୍ରେନିଂ (ଏନ୍‌ସିଭିଇଟି) ଏବଂ ଅଷ୍ଟ୍ରେଲିଆର ସ୍କିଲ୍ସ କ୍ୱାଲିଟି ଅଥୋରିଟି (ଏଏସ୍‌କ୍ୟୁଏ) ମଧ୍ୟରେ ଆଗ୍ରହ ପତ୍ର (ଏଲ୍‌ଓଏଲ୍‌) ସ୍ୱାକ୍ଷରିତ ।

ଏହା ଟେକ୍ନିକାଲ ଏବଂ ବୃତ୍ତିଗତ ଶିକ୍ଷା ଏବଂ ତାଲିମ (ଟିଭିଇଟି)ରେ ଗୁଣବତ୍ତା ଆଶ୍ୱାସନର ଗୁରୁତ୍ୱକୁ ସ୍ୱୀକାର କରେ । ଏହା ବୃତ୍ତିଗତ ତାଲିମ ବ୍ୟବସ୍ଥାରେ ନିୟାମକ ଢ଼ାଞ୍ଚାକୁ ମଜବୁତ କରିବ, ପ୍ରାଥମିକତା କ୍ଷେତ୍ରରେ ବୃତ୍ତିଗତ ମାନଦଣ୍ଡର ସହ-ବିକାଶ ଏବଂ ସମନ୍ୱୟକୁ ତ୍ୱରାନ୍ୱିତ କରିବ ଏବଂ ଅଧିକାରୀମାନଙ୍କର ଦକ୍ଷତା ନିର୍ମାଣ, କର୍ମଚାରୀ ବିନିମୟ, ମିଳିତ କର୍ମଶାଳା/ଗବେଷଣା କାର୍ଯ୍ୟକଳାପକୁ ସକ୍ଷମ କରିବ ।

୧୧.

ଭାରତୀୟ କାଳକୃତିର ପ୍ରତ୍ତ୍ୟାବର୍ତ୍ତନ

 

ଭାରତର ୩ଟି ପ୍ରାଚୀନ ଜିନିଷ ଫେରାଇ ଅଣାଗଲା:

କ. ଶିବଙ୍କ ବାହନ ପବିତ୍ର ବୃଷଭ ନନ୍ଦୀ, (ବର୍ଣ୍ଣନା: ତାମିଲନାଡୁ, ଭାରତ, ୧୧ଶରୁ ୧୨ଶ ଶତାବ୍ଦୀର ଗ୍ରାନାଇଟ୍‌)

ଖ. ଶୁଭ କାଳୀ (ଭଦ୍ରକାଳୀ) ସହିତ ତ୍ରିଶୂଳ (ବର୍ଣ୍ଣନା: ତାମିଲନାଡୁ, ଭାରତ, ୧୧ଶ ଶତାବ୍ଦୀର କାଂସ୍ୟ)

ଗ. ଛଅ ମୁଣ୍ଡିଆ ସ୍କନ୍ଦ (କାର୍ତ୍ତିକେୟ) (ବର୍ଣ୍ଣନା: ତାମିଲନାଡୁ, ଭାରତ, ୧୨ଶ ଶତାବ୍ଦୀର ବାସାଲ୍ଟ)

୧୨.

ରୁଫ୍ ଟପ୍ ସୌର ତାଲିମ ଏକାଡେମୀକୁ କାର୍ଯ୍ୟକ୍ଷମ କରିବା

ଏହି ପ୍ରକଳ୍ପ ଗାନ୍ଧୀନଗର ସ୍ଥିତ ପଣ୍ଡିତ ଦୀନଦୟାଲ ଶକ୍ତି ବିଶ୍ୱବିଦ୍ୟାଳୟ ଜଳବାୟୁ ପରିବର୍ତ୍ତନ, ପରିବେଶ ଏବଂ ଜଳ ବିଭାଗ (ଡିସିଇଇଡବ୍ଲ୍ୟୁ), ଭାରତର ହରିତ ରୋଜଗାର କ୍ଷେତ୍ର କୌଶଳ ପରିଷଦ (ଏସ୍‌ଏସ୍‌ଜିଜିଜେ) ଏବଂ ରିନ୍ୟୁ ସହଯୋଗରେ ପ୍ରତିଷ୍ଠିତ ଏବଂ କାର୍ଯ୍ୟକ୍ଷମ କରାଯାଇଛି । ୨୦୦୦ ମହିଳା ଏବଂ ଯୁବକଙ୍କୁ ସୌର କୌଶଳୀ / ସଂସ୍ଥାପକ / ସହାୟକ ଭାବରେ ତାଲିମ ଦେବା ଏହାର ଲକ୍ଷ୍ୟ। ଏହା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜାନୁଆରୀ ୨୦୨୪ରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ଏବଂ ଭାରତର ସବୁଜ ଶକ୍ତି ଯାତ୍ରାକୁ ସମର୍ଥନ କରେ ।

୧୩.

ଅଷ୍ଟ୍ରେଲିଆ-କାନାଡା-ଭାରତ ପ୍ରଯୁକ୍ତିବିଦ୍ୟା ଏବଂ ନବାଚାର (ଏସିଆଇଟିଆଇ) ସହଭାଗୀତା ଅଧୀନରେ ବୁଝାମଣାପତ୍ର ।

ଅଷ୍ଟ୍ରେଲିଆ-କାନାଡା-ଭାରତ ପ୍ରଯୁକ୍ତିବିଦ୍ୟା ଏବଂ ନବାଚାର (ଏସିଆଇଟିଆଇ) ସହଭାଗୀତା ଅଧୀନରେ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଏବଂ ନବାଚାରରେ ତ୍ରିପାକ୍ଷିକ ସହଯୋଗକୁ ଆଗକୁ ବଢ଼ାଇବା ଏହାର ଲକ୍ଷ୍ୟ।

୧୪.

ଜିଓସାଇନ୍ସ ଅଷ୍ଟ୍ରେଲିଆ (ଜିଏ) ଏବଂ ଭାରତୀୟ ଭୂତାତ୍ୱିକ ସର୍ବେକ୍ଷଣ (ଜିଏସ୍‌ଆଇ) ମଧ୍ୟରେ ବୁଝାମଣାପତ୍ର।

 

ଏହା ୨୦୧୫ରେ ସ୍ୱାକ୍ଷରିତ ବୈଜ୍ଞାନିକ ଏବଂ ବୈଷୟିକ ସହଯୋଗର ବୁଝାମଣାପତ୍ର ଉପରେ ଆଧାରିତ । ଏହାର ଉଦ୍ଦେଶ୍ୟ ଉନ୍ନତ ଅନୁସନ୍ଧାନ ପଦ୍ଧତିକୁ ଉପଯୋଗ କରିବା, କ୍ଷମତା ନିର୍ମାଣ ଏବଂ ଦକ୍ଷତା ବିକାଶ କରିବା ତଥା ଜିସିଆଇ ଭିତ୍ତିଭୂମିର ପ୍ରଯୁକ୍ତିବିଦ୍ୟା ଉନ୍ନତି ଏବଂ ଆଧୁନିକୀକରଣକୁ ସକ୍ଷମ କରିବା ।

୧୫.

ବୈଜ୍ଞାନିକ ଏବଂ ଶିଳ୍ପ ଗବେଷଣା ପରିଷଦ (ସିଏସ୍‌ଆଇଆର୍‌) ଏବଂ ଆଇପି ଅଷ୍ଟ୍ରେଲିଆ ମଧ୍ୟରେ ପାରମ୍ପରିକ ଜ୍ଞାନ ଡିଜିଟାଲ ଲାଇବ୍ରେରୀ ପ୍ରବେଶ ଚୁକ୍ତିନାମା ।

ଆଇପି ଅଷ୍ଟ୍ରେଲିଆକୁ ପାରମ୍ପରିକ ଜ୍ଞାନ ଡିଜିଟାଲ ଲାଇବ୍ରେରୀ (ଟିକେଡିଏଲ୍‌) ଡାଟାବେସ ପ୍ରବେଶ ପ୍ରଦାନ କରିବା ।

୧୬.

ବୈଜ୍ଞାନିକ ଏବଂ ଶିଳ୍ପ ଗବେଷଣା ପରିଷଦ (ସିଏସ୍‌ଆଇଆର୍‌) ଏବଂ ମେଲବର୍ଣ୍ଣ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣାପତ୍ର ।

 

ଔଷଧ ଲକ୍ଷ୍ୟ ଚିହ୍ନଟ, ପ୍ରଶିକ୍ଷାର୍ଥୀ କାର୍ଯ୍ୟକ୍ରମ ଏବଂ ଅଧ୍ୟାପକ ବିନିମୟ କାର୍ଯ୍ୟକ୍ରମ ପାଇଁ ସହଯୋଗୀ ଗବେଷଣା କାର୍ଯ୍ୟକ୍ରମ ସମେତ ଭବିଷ୍ୟତର ସହଯୋଗ ନିମନ୍ତେ ଉଭୟ ପ୍ରତିଷ୍ଠାନ ମଧ୍ୟରେ ସମ୍ପର୍କ ସ୍ଥାପନ ।

୧୭.

କୋଲକାତାର ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ୍ (ଏସ୍‌ଆର୍‌ଏଫ୍‌ଟିଆଇ) ଏବଂ ଅଷ୍ଟ୍ରେଲିଆ ଦକ୍ଷିଣ ବ୍ରିସ୍‌ୱେନ୍ ଗ୍ରିଫିଥ୍ ଫିଲ୍ମ ସ୍କୁଲ ମଧ୍ୟରେ ବୁଝାମଣାଚୁକ୍ତି ।

ଏଥିରେ ସହଯୋଗ ପାଇଁ ଏକ ଅନୁକୁଳ ଏବଂ ଖୋଲା ଢ଼ାଞ୍ଚା ସ୍ଥାପନ କରିବା, ଯେଉଁଥିରେ ମିଳିତ ଶିକ୍ଷାଗତ କାର୍ଯ୍ୟକଳାପ ଏବଂ କର୍ମଶାଳା, ସିନେମା ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ମିଳିତ ପ୍ରକଳ୍ପର ବିକାଶ ଏବଂ କ୍ଷଣସ୍ଥାୟୀ କର୍ମଶାଳା କିମ୍ବା ଗ୍ରୀଷ୍ମକାଳୀନ ବିଦ୍ୟାଳୟରେ ସହଯୋଗ ଇତ୍ୟାଦି ସାମିଲ ।

୧୮.

ଭିକ୍ଟୋରିଆ ବିଶ୍ୱବିଦ୍ୟାଳୟକୁ ଅନୁମୋଦନ ପତ୍ର ହସ୍ତାନ୍ତର

 

ଭିକ୍ଟୋରିଆ ବିଶ୍ୱବିଦ୍ୟାଳୟକୁ ଗୁରୁଗ୍ରାମରେ ଏହାର କ୍ୟାମ୍ପସ ସ୍ଥାପନ ଏବଂ ପରିଚାଳନାକୁ ଅନୁମତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From 'chalta hai' to 'badal sakta hai': Decoding PM Modi's Punctuality narrative

Media Coverage

From 'chalta hai' to 'badal sakta hai': Decoding PM Modi's Punctuality narrative
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 23, 2026
August 23, 2026

From Free Coaching to 400+ Space Startups — India’s Atmanirbhar Leap Under PM Modi