|
କ୍ରମିକ ସଂଖ୍ୟା |
ଚୁକ୍ତିନାମା/ବୁଝାମଣାପତ୍ରର ନାମ
|
|
୧. |
ଭାରତ ଏବଂ ଫିଲିପାଇନ୍ସ ମଧ୍ୟରେ ରଣନୈତିକ ସହଭାଗିତା ସ୍ଥାପନ ସମ୍ପର୍କରେ ଘୋଷଣାନାମା |
|
୨. |
ଭାରତ-ଫିଲିପାଇନ୍ସ ରଣନୈତିକ ସହଭାଗିତା: କାର୍ଯ୍ୟ ଯୋଜନା (୨୦୨୫-୨୯) |
|
୩. |
ଭାରତୀୟ ବାୟୁସେନା ଏବଂ ଫିଲିପାଇନ୍ସର ବାୟୁସେନା ମଧ୍ୟରେ ବାୟୁ ସୈନ୍ୟ କର୍ମଚାରୀ ଆଲୋଚନା ସମ୍ପର୍କରେ ସୂଚନାର ସର୍ତ୍ତାବଳୀ |
|
୪. |
ଭାରତୀୟ ସେନା ଏବଂ ଫିଲିପାଇନ୍ସ ସେନା ମଧ୍ୟରେ ସେନା-ସେନା କର୍ମଚାରୀ ଆଲୋଚନା ସମ୍ପର୍କରେ ସୂଚନାର ସର୍ତ୍ତାବଳୀ |
|
୫. |
ଭାରତୀୟ ନୌସେନା ଏବଂ ଫିଲିପାଇନ୍ସ ନୌସେନା ମଧ୍ୟରେ ନୌସେନା-ନୌସେନା ଆଲୋଚନା ସମ୍ପର୍କରେ ସୂଚନାର ସର୍ତ୍ତାବଳୀ |
|
୬. |
ଭାରତ ସରକାର ଏବଂ ଫିଲିପାଇନ୍ସ ସରକାରଙ୍କ ମଧ୍ୟରେ ଅପରାଧିକ ମାମଲାର ପାରସ୍ପରିକ ଆଇନଗତ ସହାୟତା ଉପରେ ଚୁକ୍ତିପତ୍ର |
|
୭. |
ଭାରତ ସରକାର ଏବଂ ଫିଲିପାଇନ୍ସ ସରକାରଙ୍କ ମଧ୍ୟରେ ଦଣ୍ଡିତ ବ୍ୟକ୍ତିମାନଙ୍କୁ ସ୍ଥାନାନ୍ତର ସମ୍ପର୍କରେ ଚୁକ୍ତିପତ୍ର |
|
୮. |
ଭାରତର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଫିଲିପାଇନ୍ସର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭଗ ମଧ୍ୟରେ ୨୦୨୫-୨୦୨୮ ଅବଧି ପାଇଁ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ କାର୍ଯ୍ୟକ୍ରମ |
|
୯. |
ପର୍ଯ୍ୟଟନ ସହଯୋଗ ଉପରେ ଫିଲିପାଇନ୍ସ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ମଧ୍ୟରେ କାର୍ଯ୍ୟାନ୍ୱନୟନ କାର୍ଯ୍ୟକ୍ରମ (୨୦୨୫-୨୦୨୮) |
|
୧୦. |
ଡିଜିଟାଲ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ଉପରେ ଭାରତ ସରକାର ଏବଂ ଫିଲିପାଇନ୍ସ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର |
|
୧୧. |
ବାହ୍ୟ ମହାକାଶର ଶାନ୍ତିପୂର୍ଣ୍ଣ ବ୍ୟବହାର ଉପରେ ସହଯୋଗ ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ, ଭାରତ ସରକାର ଏବଂ ଫିଲିପାଇନ୍ସ ମହାକାଶ ସଂସ୍ଥା ମଧ୍ୟରେ ଏଲ୍ଓଆଇ |
|
୧୨. |
ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଫିଲିପାଇନ୍ସ ତଟରକ୍ଷୀ ବାହିନୀ ମଧ୍ୟରେ ବର୍ଦ୍ଧିତ ସାମୁଦ୍ରିକ ସହଯୋଗ ପାଇଁ ସନ୍ଦର୍ଭର ସର୍ତ୍ତାବଳୀ |
|
୧୩. |
ଭାରତ ସରକାର ଏବଂ ଫିଲିପାଇନ୍ସ ସରକାରଙ୍କ ମଧ୍ୟରେ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ |
ଘୋଷଣା:
୧. ଫିଲିପାଇନ୍ସର ସୋଭେରିନ ଡାଟା କ୍ଲାଉଡ ଭିତ୍ତିଭୂମି ସ୍ଥାପନ ପାଇଁ ଏକ ପାଇଲଟ ପ୍ରକଳ୍ପରେ ଭାରତ ସମର୍ଥନ ପ୍ରଦାନ କରିବ
୨. ଭାରତ ମହାସାଗର କ୍ଷେତ୍ର – ଇନ୍ଫରମେସନ ଫ୍ୟୁଜନ ସେଣ୍ଟର (ଆଇଏଫ୍ସି-ଆଇଓଆର)ରେ ଅଂଶଗ୍ରହଣ ପାଇଁ ଫିଲିପାଇିନ୍ସକୁ ନିମନ୍ତ୍ରଣ;
୩. ଫିଲିପାଇନ୍ସ ନାଗରିକମାନଙ୍କୁ ଏକ ବର୍ଷ ପାଇଁ (ଅଗଷ୍ଟ ୨୦୨୫ରୁ) ମାଗଣା ଇ-ଟୁରିଷ୍ଟ ଭିସା ସୁବିଧା ବୃଦ୍ଧି;
୪. ଭାରତ-ଫିଲିପାଇନ୍ସ କୂଟନୈତିକ ସମ୍ପର୍କ ପ୍ରତିଷ୍ଠାର ୭୫ତମ ବାର୍ଷିକୀ ପାଳନ ପାଇଁ ସ୍ମାରକୀ ଡାକଟିକଟ ଜାରି;
୫. ଭାରତ ଏବଂ ଫିଲିପାଇନ୍ସ ମଧ୍ୟରେ ଏକ ଅଗ୍ରାଧିକାର ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋଚନା ପାଇଁ ସନ୍ଦର୍ଭର ସର୍ତ୍ତାବଳୀ ।


