୧. ଘୋଷଣା
. ଦ୍ୱିପାକ୍ଷିକ ସମ୍ପର୍କର ବ୍ୟାପକ ସହଭାଗିତାରେ ଉନ୍ନତି
୨. ବୁଝାମଣାପତ୍ରର ତାଲିକା
. ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ (ସିଇପି) ଉପରେ ବୁଝାମଣାପତ୍ର: କଳା, ସଙ୍ଗୀତ, ନୃତ୍ୟ, ସାହିତ୍ୟ ଏବଂ ଐତିହ୍ୟରେ ଅଧିକ ସାଂସ୍କୃତିକ ବୁଝାମଣା ଏବଂ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବା।
. ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍) ଏବଂ ଘାନା ମାନକ ପ୍ରାଧିକରଣ (ଜିଏସ୍ଏ) ମଧ୍ୟରେ ବୁଝାମଣାପତ୍ର: ମାନକୀକରଣ, ପ୍ରମାଣୀକରଣ ଏବଂ ଅନୁରୂପତା ମୂଲ୍ୟାଙ୍କନରେ ସହଯୋଗ ବୃଦ୍ଧି କରିବା ଲକ୍ଷ୍ୟରେ ।
. ଘାନାର ପାରମ୍ପରିକ ଏବଂ ବିକଳ୍ପ ଔଷଧ ପ୍ରତିଷ୍ଠାନ (ଆଇଟିଏଏମ୍), ଏବଂ ଭାରତର ଆୟୁର୍ବେଦ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ (ଆଇଟିଆର୍ଏ), ମଧ୍ୟରେ ବୁଝାମଣାପତ୍ର: ପାରମ୍ପରିକ ଔଷଧ ଶିକ୍ଷା, ତାଲିମ ଏବଂ ଗବେଷଣାରେ ସହଯୋଗ କରିବା ।
. ମିଳିତ କମିଶନ ବୈଠକ ଉପରେ ବୁଝାମଣାପତ୍ର: ଉଚ୍ଚସ୍ତରୀୟ ଆଲୋଚନାକୁ ସଂସ୍ଥାଗତ କରିବା ଏବଂ ନିୟମିତ ଭାବରେ ଦ୍ୱିପାକ୍ଷିକ ସହଯୋଗ ତନ୍ତ୍ରର ସମୀକ୍ଷା କରିବା ।


