୧. ବିକାଶ ସହାୟତା

କ୍ରମିକ ସଂଖ୍ୟା

ଶୀର୍ଷକ

୧.

ସେଶେଲ୍ସ ସରକାରଙ୍କୁ ଗୋଟିଏ ଦ୍ରୁତଗାମୀ ପାଟ୍ରୋଲ ଜାହାଜ ଉପହାର

୨.

ସେଶେଲ୍ସ ପ୍ରତିରକ୍ଷା ବାହିନୀକୁ ୧୦ଟି ଉପଯୋଗୀ ଯାନ ଏବଂ ୫ଟି ଲେଜର ରେଡିଆଲ ଶ୍ରେଣୀର ଡଙ୍ଗା ହସ୍ତାନ୍ତର

୩.

ସେଶେଲ୍ସ ସରକାରଙ୍କୁ ୬ଟି ଆମ୍ବୁଲାନ୍ସ ହସ୍ତାନ୍ତର

୪.

ସେଶେଲ୍ସ ସରକାରଙ୍କୁ ୫୦୦ ମେଟ୍ରିକ ଟନ୍ ଚାଉଳ ହସ୍ତାନ୍ତର

୫.

ସେଶେଲ୍ସ ସରକାରଙ୍କୁ ୮୫୦୦ ମେଟ୍ରିକ ଟନ୍ ସିମେଣ୍ଟ ହସ୍ତାନ୍ତର

 

୨. ଘୋଷଣା

କ୍ରମିକ ସଂଖ୍ୟା

ଶୀର୍ଷକ

୧.

ଭାରତ ଏବଂ ସେଶେଲ୍ସ ମଧ୍ୟରେ କୂଟନୈତିକ ସମ୍ପର୍କର ୫୦ ବର୍ଷ ପୂର୍ତ୍ତୀ ଉପଲକ୍ଷେ ସ୍ମାରକୀ ଲୋଗୋ ଉନ୍ମୋଚନ

୨.

ବୃତ୍ତିଗତ ଏବଂ ବୈଷୟିକ ଶିକ୍ଷା କେନ୍ଦ୍ର ପାଇଁ ଭର୍ଚୁଆଲ ଭୂମିପୂଜନ ସମାରୋହ

୩.

ସେଶେଲ୍ସ ତଟରକ୍ଷୀ ବାହିନୀ ପାଇଁ ପିଏସ୍ ଜୋରୋଷ୍ଟରର ମରାମତି କାର୍ଯ୍ୟ ଶେଷ

୪.

ଗ୍ଲାସ କକ୍‌ପିଟ୍ ସହିତ ଏକ ଡୋର୍ନିୟର୍ ବିମାନର ଉନ୍ନତିକରଣ

୫.

ସେଶେଲ୍ସ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମେଣ୍ଟ (ସିଡିଆର୍‌ଆଇ)ରେ ଯୋଗଦାନ କଲା

 

୩. ବୁଝାମଣାପତ୍ର ସ୍ୱାକ୍ଷର/ନବୀକରଣ

କ୍ରମିକ ସଂଖ୍ୟା

ଶୀର୍ଷକ

ସଂକ୍ଷିପ୍ତ ବର୍ଣ୍ଣନା

୧.

ସୁଷମା ସ୍ୱରାଜ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫରେନ୍ ସର୍ଭିସ୍ (ଏସ୍‌ଏସ୍‌ଆଇଏଫ୍‌ଏସ୍‌) ଏବଂ ସେଶେଲ୍ସର ବୈଦେଶିକ ତଥା ପ୍ରବାସୀ ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ଓଏଫଏଡି) ମଧ୍ୟରେ ବୁଝାମଣାପତ୍ର

ଏହି ବୁଝାମଣା ତାଲିମ କାର୍ଯ୍ୟକ୍ରମ, ଆଦାନ-ପ୍ରଦାନ ଏବଂ କ୍ଷମତା ନିର୍ମାଣ ମାଧ୍ୟମରେ ସେଶେଲ୍ସର ଏମ୍‌ଓଏଫ୍‌ଏଡ ଏବଂ ଏସ୍‌ଏସ୍‌ଆଇଏଫ୍‌ଏସ୍ ମଧ୍ୟରେ ସଂସ୍ଥାଗତ ସହଯୋଗକୁ ତ୍ୱରାନ୍ୱିତ କରିବ ।

୨.

ନ୍ୟାଶନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନ୍‌ପିସିଆଇ) ଇଣ୍ଟରନ୍ୟାଶନାଲ ପେମେଣ୍ଟସ୍ ଲିମିଟେଡ୍ ଏବଂ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ସେଶେଲ୍ସ ମଧ୍ୟରେ ବୁଝାମଣାପତ୍ର

ଏହି ବୁଝାମଣା ଜରିଆରେ ସେଶେଲ୍ସରେ ୟୁପିଆଇ ଡିଜିଟାଲ ପେମେଣ୍ଟ ଭିତ୍ତିଭୂମି ନିୟୋଜନକୁ ସହଜ କରିବ ଏବଂ ପେମେଣ୍ଟ ଇକୋସିଷ୍ଟମ୍‌ରେ ବ୍ୟାପକ ସହଯୋଗ ପାଇଁ ସୁଯୋଗ ସୃଷ୍ଟି କରିବ ।

୩.

ଜନଔଷଧି ଯୋଜନା ଅଧୀନରେ ମେସର୍ସ ଏଚ୍‌ଏଲ୍‌ଏଲ୍ ଲାଇଫ୍‌କେୟାର ଲିମିଟେଡ୍ ଏବଂ ସେଶେଲ୍ସର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟରେ ଚୁକ୍ତିନାମା

ଜନଔଷଧି ଯୋଜନା ଅଧୀନରେ ଭାରତରୁ ସେଶେଲ୍ସକୁ ସୁଲଭ ଜେନେରିକ୍ ଔଷଧ ଏବଂ ଚିକିତ୍ସା ସାମଗ୍ରୀ ରପ୍ତାନିକୁ ଏହି ଚୁକ୍ତିନାମା ସୁଗମ କରିବ ।

 

୪.

କୃଷି ଗବେଷଣା ଏବଂ ଶିକ୍ଷା ଏବଂ ୨୦୨୬-୨୦୩୧ ପାଇଁ କାର୍ଯ୍ୟ ଯୋଜନାରେ ସହଯୋଗ ନିମନ୍ତେ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ଏବଂ ସେଶେଲ୍ସର ମତ୍ସ୍ୟ, କୃଷି ଏବଂ ନୀଳ ଅର୍ଥନୀତି ମନ୍ତ୍ରଣାଳୟର କୃଷି ବିଭାଗ ମଧ୍ୟରେ ବୁଝାମଣାପତ୍ର ।

ଏହି ବୁଝାମଣାପ୍ରତ ଏବଂ କାର୍ଯ୍ୟ ଯୋଜନାର ଉଦ୍ଦେଶ୍ୟ ମିଳିତ ଗବେଷଣା, ତାଲିମ ଏବଂ ବୈଷୟିକ ଅଧ୍ୟୟନ କ୍ଷେତ୍ରରେ ଆଇସିଏଆର ଏବଂ ସେଶେଲ୍ସ କୃଷି ବିଭାଗ ମଧ୍ୟରେ ଘନିଷ୍ଠ ସହଯୋଗକୁ ବିକଶିତ କରିବା, ପ୍ରୋତ୍ସାହିତ ଏବଂ ତ୍ୱରାନ୍ୱିତ କରିବା ।

୫.

ଭାରତ ଏବଂ ସେଶେଲ୍ସ ମଧ୍ୟରେ ପ୍ରତ୍ୟର୍ପଣ ଚୁକ୍ତି

 

ଏହି ଚୁକ୍ତିନାମାର ଲକ୍ଷ୍ୟ ଅନ୍ତର୍ଜାତୀୟ ଅପରାଧର ମୁକାବିଲା ଏବଂ ଦୁଇ ଦେଶ ମଧ୍ୟରେ ପଳାତକଙ୍କ ପ୍ରତ୍ୟର୍ପଣ ପାଇଁ ଆଇନଗତ ଢ଼ାଞ୍ଚାକୁ ମଜବୁତ କରିବାରେ ଦ୍ୱିପାକ୍ଷିକ ସହଯୋଗ ସୁଦୃଢ଼ କରିବ ।

୬.

ସେଶେଲ୍ସର ପରିବହନ, ବନ୍ଦର ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତଥା ଭାରତର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ମଧ୍ୟରେ ସେଶେଲ୍ସ ପତାକା ଥିବା ଜାହାଜରେ ସେବା ପାଇଁ ନାବିକଙ୍କର ତାଲିମ ଏବଂ ପ୍ରମାଣପତ୍ରକୁ ସ୍ୱୀକୃତି ପ୍ରଦାନ ସମ୍ବନ୍ଧୀୟ ବୁଝାମଣାପତ୍ର ।

ଏହି ବୁଝାମଣାପତ୍ର ଯୋଗୁଁ ସେଶେଲ୍ସ-ପତାକା ଜାହାଜରେ ସେବା ପାଇଁ ଭାରତୀୟ ନାବିକଙ୍କ ତାଲିମ ଏବଂ ପ୍ରଣାପତ୍ରକୁ ସ୍ୱୀକୃତି ପ୍ରାପ୍ତ କରିବାରେ ସୁବିଧା ହେବ ।

 

୭.

ସେଶେଲ୍ସ ସରକାର ଏବଂ ଭାରତୀୟ ରପ୍ତାନି-ଆମଦାନୀ ବ୍ୟାଙ୍କ ମଧ୍ୟରେ ଅମ୍ବ୍ରେଲା ଲାଇନ୍ ଅଫ୍ କ୍ରେଡିଟ୍ ଚୁକ୍ତିନାମା

ଏହି ଚୁକ୍ତିନାମାର ଉଦ୍ଦେଶ୍ୟ ୨୦୨୬ ଫେବୃଆରୀରେ ରାଷ୍ଟ୍ରପତି ହର୍ମିନିଙ୍କ ଭାରତ ଗସ୍ତ ସମୟରେ ଘୋଷଣା କରାଯାଇଥିବା ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ (ଏସ୍‌ଇପି) ଅନ୍ତର୍ଗତ ସେଶେଲ୍ସର ପ୍ରାଥମିକତା ଭିତ୍ତିଭୂମି ଏବଂ ବିକାଶ ପଦକ୍ଷେପର କାର୍ଯ୍ୟାନ୍ୱୟନକୁ ସମର୍ଥନ ଦେବା ।

୮.

ଭାରତ ସରକାର ଏବଂ ସେଶେଲ୍ସ ସରକାରଙ୍କ ମଧ୍ୟରେ ବାହ୍ୟ ମହାକାଶର ଶାନ୍ତିପୂର୍ଣ୍ଣ ଉପଯୋଗ ଏବଂ ଅନୁସନ୍ଧାନରେ ସହଯୋଗ ପାଇଁ ବୁଝାମଣାପତ୍ର।

ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ ଉପଗ୍ରହ ପ୍ରୟୋଗ, ମହାକାଶ ପ୍ରଯୁକ୍ତିବିଦ୍ୟା ଏବଂ କ୍ଷମତା ନିର୍ମାଣରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ଉଦ୍ଦିଷ୍ଟ ।

୯.

ନୂତନ ସେଶେଲ୍ସ ଜାତୀୟ ହସ୍ପିଟାଲର ପ୍ରାରମ୍ଭିକ ପ୍ରସ୍ତୁତି ପାଇଁ ଭାରତ ସରକାର ଏବଂ ସେଶେଲ୍ସ ସରକାରଙ୍କ ମଧ୍ୟରେ ବୁଝାଣା

ଏହି ବୁଝାମଣା ନୂତନ ସେଶେଲ୍ସ ଜାତୀୟ ହସ୍ପିଟାଲର ବିକାଶ ପାଇଁ ଦ୍ୱିପାକ୍ଷିକ ସହଯୋଗର ଏକ ଢ଼ାଞ୍ଚା ସ୍ଥାପନ କରେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways to roll out the first rake of 20 LHB coaches for Bangladesh Railway on August 12

Media Coverage

Indian Railways to roll out the first rake of 20 LHB coaches for Bangladesh Railway on August 12
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 12, 2026
August 12, 2026

India Rising on Every Front: Economic Strength, Global Recognition & Self-Reliance Under PM Modi’s Vision