ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭୂ-ସ୍ଥାନିକ ତଥ୍ୟାବଳୀ ବା ଜିଓସ୍ପେଶାଲ ଡାଟାର ଅଧିଗ୍ରହଣ ଓ ଉତ୍ପାଦନ ନୀତିକୁ କୋହଳ କରାଯିବା ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣ ଦିଗରେ ଏକ ବିରାଟ ପଦକ୍ଷେପ । ଏହି ସଂସ୍କାର ଫଳରେ ଦେଶର ଚାଷୀ, ଷ୍ଟାର୍ଟଅପ୍‍, ଘରୋଇ ଉଦ୍ୟୋଗ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ଗବେଷଣା ପ୍ରତିଷ୍ଠାନଗୁଡିକ ଉପକୃତ ହେବେ । ଏହା ସେମାନଙ୍କୁ ନବସୃଜନ ଏବଂ ନୂଆ ନୂଆ ଅତ୍ୟାଧୁନିକ ଉପାୟ ବାହାର କରିବାରେ ସହାୟକ ହେବ । ଏକାଧିକ ଟ୍ୱିଟ୍‍ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଆମ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛି, ଯାହା ଡିଜିଟାଲ ଭାରତ ନିର୍ମାଣ ପ୍ରକ୍ରିୟାକୁ ବିଶେଷ ଲାଭ ପହଞ୍ଚାଇବ । ଜିଓସ୍ପେଶାଲ ଡାଟା ଉତ୍ପାଦନ ଓ ଅଧିଗ୍ରହଣ ପାଇଁ ଯେଉଁ ନୀତି ଥିଲା ସରକାର ସେଥିରେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣି ଏହାକୁ ଉଦାର ଓ ନିୟନ୍ତ୍ରଣମୁକ୍ତ କରିଛନ୍ତି । ଏବେ ଏହା ଫଳରେ ଭାରତରେ ଜିଓସ୍ପେଶାଲ ଡାଟାର ଉତ୍ପାଦନ ଏବଂ ଅଧିଗ୍ରହଣ ପ୍ରକ୍ରିୟା ସହଜ ଓ ସୁଗମ ହୋଇପାରିବ ଏବଂ ଏହାଦ୍ୱାରା ଆତ୍ମନିର୍ଭର ଭାରତ ଲକ୍ଷ୍ୟ ସହଜ ହେବ । ଏ କ୍ଷେତ୍ରରେ ଏହା ଏକ ବିରାଟ ପଦକ୍ଷେପ ।’ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜିଓସ୍ପେଶାଲ ଓ ଦୂରସମ୍ବେଦୀ (ରିମୋଟ ସେନ୍‍ସିଂ) ତଥ୍ୟାବଳୀର ଯେଉଁ ଉପଯୋଗ କରାଯିବ ତାହାର ଲାଭ ଭାରତୀୟ କୃଷକମାନେ ମଧ୍ୟ ପାଇବେ । ତଥ୍ୟ ବା ଡାଟାର ଗଣତାନ୍ତ୍ରିକୀକରଣ ଫଳରେ ନୂଆ ଟେକ୍‍ନୋଲଜି ଓ ପ୍ଲାଟଫର୍ମ ବିକଶିତ ହେବ । ଏହା କୃଷି ଏବଂ ତତ୍‍ସଂଲଗ୍ନ କ୍ଷେତ୍ରରେ ଦକ୍ଷତା ବଢାଇବ । ଏହି ସଂସ୍କାର ଆମ ଦେଶରେ ବ୍ୟବସାୟ ବାଣିଜ୍ୟକୁ ସୁଗମ କରିବାର ସରକାରୀ ଅଙ୍ଗୀକାରକୁ ପ୍ରଦର୍ଶିତ କରୁଛି ଏବଂ ଏହା ଫଳରେ ଭାରତରେ ଏ କ୍ଷେତ୍ରରେ ଥିବା ନିୟନ୍ତ୍ରଣ ବ୍ୟବସ୍ଥାର ଅବସାନ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
e-Jagriti: Reimagining consumer justice for a Digital India

Media Coverage

e-Jagriti: Reimagining consumer justice for a Digital India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 4, 2026
July 04, 2026

PM Modi’s Viksit Bharat Vision in Action: Modern Infrastructure, Strategic Strength & Economic Progress