ଆପଣମାନେ ସୌଭାଗ୍ୟଶାଳୀ ଯେ ଆପଣମାନେ ଦେଶର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଏହି ସେବାରେ ଯୋଗ ଦେଉଛନ୍ତି, ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଆପଣମାନଙ୍କ ଓ ଭାରତ ଉଭୟଙ୍କ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ: ପ୍ରଧାନମନ୍ତ୍ରୀ
“ସେମାନେ ସ୍ୱରାଜ୍ୟ” ପାଇଁ ସଂଗ୍ରାମ କରିଥିଲେ; ଆପଣମାନେ “ସୁରାଜ୍ୟ” ନିମନ୍ତେ ଆଗକୁ ବଢ଼ିବାକୁ ପଡ଼ିବ: ପ୍ରଧାନମନ୍ତ୍ରୀ
ପ୍ରଯୁକ୍ତି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟୁଥିବା ଯୋଗୁ ପୁଲିସବଳକୁ ଏଥି ନିମନ୍ତେ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିବା ଏକ ଚାଲେଞ୍ଜ: ପ୍ରଧାନମନ୍ତ୍ରୀ
ଆପଣ ମାନେ “ଏକ ଭାରତ- ଶ୍ରେଷ୍ଠ ଭାରତ”ର ଧ୍ୱଜାବାହକ ହେବେ, “ପ୍ରଥମେ ରାଷ୍ଟ୍ର, ସଦୈବ ପ୍ରଥମେ” ମନ୍ତ୍ରକୁ ସଦାବେଳେ ସର୍ବୋପରି ରଖନ୍ତୁ: ପ୍ରଧାନମନ୍ତ୍ରୀ
ସଦୈବ ମିତ୍ରଭଳି ରହନ୍ତୁ ଏବଂ ଖାକିର ସମ୍ମାନକୁ ସର୍ବୋଚ୍ଚ ବୋଲି ମାନନ୍ତୁ: ପ୍ରଧାନମନ୍ତ୍ରୀ
ମୁଁ ମହିଳା ଅଧିକାରୀମାନଙ୍କର ଏକ ଉଜ୍ଜ୍ୱଳ ନୂତନ ପିଢ଼ି ଦେଖୁଛି, ଆମେ ପୁଲିସ ବଳରେ ମହିଳାମାନଙ୍କ ଭାଗୀଦାରୀ ବୃଦ୍ଧିକୁ ସଦାବେଳେ ଧ୍ୟାନ ଦେଇଆସିଛୁ: ପ୍ରଧାନନମନ୍ତ୍ରୀ
ମହାମାରୀ କାଳରେ ନିଜର ପ୍ରାଣବଳୀ ଦେଇଥିବା ପୁଲିସ ସେବାର ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଅନ୍ତୁ ।
ପ୍ରତିବେଶୀ ରାଷ୍ଟ୍ରର ପ୍ରଶିକ୍ଷଣ ଅଧିକାରୀ ଆମ ଦେଶ ସହିତ ନିକଟନା ଏବଂ ଗଭୀର ସମ୍ପର୍କକୁ ରେଖାଙ୍କିତ କରେ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନଫରେନ୍ସିଂ ଯୋଗେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ରାଷ୍ଟ୍ରୀୟ ପୁଲିସ ଏକାଡେମୀର ଆପିଏସ ପ୍ରଶିକ୍ଷାର୍ଥୀ ଅଧିକାରୀମାନଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଇପିଏସ ପ୍ରଶିକ୍ଷାର୍ଥୀ ଅଧିକାରୀମାନଙ୍କ ସହିତ ଭାବ ବିନିମୟ ମଧ୍ୟ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହା ଏବଂ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ ଉପସ୍ଥିତ ଥିଲେ ।

ପ୍ରଶିକ୍ଷାର୍ଥୀ ଅଧିକାରୀମାନଙ୍କ ସହିତ ବାର୍ତ୍ତାଳାପ

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭାରତୀୟ ପୁଲିସ ସେବାର ପ୍ରଶିକ୍ଷାର୍ଥୀମାନଙ୍କ ସହିତ ଅତ୍ୟନ୍ତ ଉତ୍ସାହପୂର୍ଣ୍ଣ ପରିବେଶରେ ଭାବ ବିନିମୟ କରିଥିଲେ । ପ୍ରଶିକ୍ଷାର୍ଥୀ ଅଧିକାରୀମାନଙ୍କ ସହିତ ବାର୍ତ୍ତାଳାପ ଅତ୍ୟନ୍ତ ସ୍ୱାଭାବିକ ବାତାବରଣରେ ହୋଇଥିଲା ଏବଂ ପ୍ରଧାନମନ୍ତ୍ରୀ ନୂତନ ପିଢ଼ିର ପୁଲିସ ଅଧିକାରୀ ଆକାଂକ୍ଷା ଏବଂ ସ୍ୱପ୍ନ୍‍ ଉପରେ ଚର୍ଚ୍ଚା କରିବା ନିମନ୍ତେ ଏହି ପ୍ରତିଷ୍ଠିତ ସେବାର ଅଧିକାରୀକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।

ଆଇଆଇଟି ରୁରକୀରୁ ନିଜର ଅଧ୍ୟୟନ ଶେଷ କରିଥିବା ହରିଆଣାର ଅନୁଜ ପାଲିୱାଲ ଯାହାଙ୍କୁ କେରଳ କ୍ୟାଡର ଆବଣ୍ଟନ କରାଯାଇଛି ତାଙ୍କ ସହ କଥାବାର୍ତ୍ତା କଲାବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ସେ ଅନ୍ୟ ଅଧିକାରୀମାନଙ୍କ ଠାରୁ ସଂପୂର୍ଣ୍ଣ ଭିନ୍ନ ପ୍ରତୀୟମାନ ହେଉଛନ୍ତି କିନ୍ତୁ ତାଙ୍କ ସହ ପ୍ରଧାନମନ୍ତ୍ରୀ ସଂପୂର୍ଣ୍ଣ ରୂପେ ଉପଯୋଗୀ ପ୍ରାଥମିକତାର ସହିତ କଥାବାର୍ତ୍ତା କରିଥିଲେ । ଏହି ଅଧିକାରୀ ପ୍ରଧାନମନ୍ତ୍ରୀଙ୍କୁ ଅପରାଧର ଯାଞ୍ଚ କଲାବେଳେ ନିଜର ଜୈବ ପ୍ରାଦ୍ଦ୍ୟୋଗିକୀ ପୃଷ୍ଠଭୂମିର ଉପଯୋଗିତା ସହିତ ନିଜେ ଏହି କ୍ୟାରିଅରକୁ କାହିଁକି ବାଛିଛନ୍ତି ତାହାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସକାଶେ ସେ ବିକଳ୍ପ ବିଷୟ ଭାବେ “ସମାଜଶାସ୍ତ୍ର”ର ଉପଯୋଗୀତା ସମ୍ପର୍କରେ ମଧ୍ୟ ଅବଗତ କରାଇଥିଲେ । ପ୍ରଧାନମନତ୍ରୀ କହିଲେ ଯେ ଶ୍ରୀ ପାଲିୱାଲଙ୍କର ସଙ୍ଗୀତ ଖୁବ୍‍ ପସନ୍ଦ ଯାହା ପୁଲିସ ସେବା ଭଳି ଉଦାସ ଦୁନିଆ ପାଇଁ ହୁଏତ ଅଜବ ଲାଗିପାରେ, କିନ୍ତୁ ଏଭଳି ସଉକ ଜଣେ ଅଧିକାରୀଙ୍କ ନିମନ୍ତେ ବେଶ୍‍ ସହାୟକ ମଧ୍ୟ ସାବ୍ୟସ୍ତ ହେବ ଏବଂ ତାହା ତାଙ୍କୁ ଜଣେ ଉତ୍ତମ ଅଧିକାରୀ କରିବାରେ ମଧ୍ୟ ସହଯୋଗ କରିବ । ଏଥି ସହ ନିଜର ସେବାକୁ ଉତ୍ତମ କରିବା ନିମନ୍ତେ ମଧ୍ୟ ଏହା ଉପଯୋଗୀ ସାବ୍ୟସ୍ତ ହୋଇପାରିବ ।

ରୋହନ ଜଗଦୀଶ ଯିଏ ଆଇନ ଶାସ୍ତ୍ରରେ ସ୍ନାତ୍ତକ ଡିଗ୍ରୀ ହାସଲ କରିଛନ୍ତି, ସେ ସିଭିଲ ସେବା ପରୀକ୍ଷାରେ ରାଜନୀତି ବିଜ୍ଞାନ ଏବଂ ଅନ୍ତରାଷ୍ଟ୍ରୀୟ ସମ୍ପର୍କ ବିଷୟ ଚୟନ କରିଥିଲେ । ଏହା ବ୍ୟତୀତ ସେ ଜଣେ ଧୂରୀଣ ସନ୍ତରଣକାରୀ । ତାଙ୍କ ସହ କଥାବାର୍ତ୍ତା କଲାବେଳେ  ପ୍ରଧାନମନ୍ତ୍ରୀ ପୁଲିସ ସେବାରେ ଫିଟନେସର ମହତ୍ତ୍ୱ ଉପରେ ମଧ୍ୟ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ସମୟର ସ୍ରୋତ ସହ ତାଳ ମିଳାଇ ଏହି ପ୍ରଶିକ୍ଷଣରେ ଆସିଥିବା ପରିବର୍ତ୍ତନକୁ ନେଇ ଚର୍ଚ୍ଚ କରିଥିଲେ । ଏଭଳି ଏକ ସମୟ ଥିଲା ଯେତେବେଳେ ଶ୍ରୀ ଜଗଦୀଶଙ୍କ ପିତା କର୍ଣ୍ଣାଟକରେ ରାଜ୍ୟ ସେବାର ଜଣେ ଅଧିକାରୀ ଥିଲେ ଏବଂ ପୁଣି ଏଭଳି ଏକ ସମୟ ଆସିଲା ଯେତେବେଳେ ସେ ସ୍ୱୟଂ ଜଣେ ସଫଳ ଆଇପିଏସ ଅଧିକାରୀ ହୋଇ କର୍ଣ୍ଣାଟକ ଯାଉଛନ୍ତି । ଏହି ପରିବର୍ତ୍ତନକୁ ନେଇ ପ୍ରଧାନମନ୍ତ୍ରୀ ତାଙ୍କ ସହ କଥାବାର୍ତ୍ତା ହୋଇଥିଲେ ।

ଗୌରବ ରାମପ୍ରବେଶ ରାୟ ଯିଏ କି ମହାରାଷ୍ଟ୍ରରେ ସିଭିଲ ଇଂଜିନିୟର୍‍ ଥିଲେ ଏବଂ ଯିଏ ଛତିଶଗଡ଼ କ୍ୟାଡ଼ର ପ୍ରାପ୍ତ ହୋଇଛନ୍ତି ତାଙ୍କ ସହ କଥାବାର୍ତ୍ତା କଲାବେଳେ ପ୍ରଧାନମନ୍ତ୍ରୀ କହିଲେ ଯେ ଶ୍ରୀ ରାୟଙ୍କର ପ୍ରିୟ ଖେଳ ହେଲା ଚେସ୍‍ । ତେଣୁ ତାଙ୍କ ସହ ସେ ସେହି ଚେସ୍‍ ଖେଳ ବିଷୟରେ ହିଁ ଭାବ ବିନିମୟ କରିଥବଲେ । କେମିତି ଚେସ୍‍ ଖେଳ ଶ୍ରୀ ରାୟଙ୍କ ପାଇଁ ରଣନୀତି ପ୍ରସ୍ତୁତ କରିବାରେ ସହାୟକ ସିଦ୍ଧ ହୋଇପାରିବ, ଏହା ଉପରେ ପ୍ରଧାନମନ୍ତ୍ରୀ ତାଙ୍କ ସହ ମତ ବିନିମୟ କରିଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ କ୍ଷେତ୍ର ପାଇଁ ଅନେକ ଗମ୍ଭୀର ଚାଲେଞ୍ଜ୍‍ ରହିଛି ଏବଂ ଏହାର ସମାଧାନ ନିମନ୍ତେ  ଜନଜାତି ଅଧ୍ୟୁସିତ କ୍ଷେତ୍ରରେ ଆଇନ ଏବଂ ବ୍ୟବସ୍ଥା କାଏମ ରଖିବା ସହିତ ବିକାଶ ଓ ସାମାଜିକ ସହଭାଗୀତା ଉପରେ ଗୁରୁତ୍ୱ ଆରୋପ କରାଯିବା ଆବଶ୍ୟକ । ପ୍ରଧାନମନ୍ତ୍ରୀ ଆଶା ପୋଷଣ କରି କହିଥିଲେ ଯେ ସେମାନଙ୍କ ଭଳି ଯୁବ ଅଧିକାରୀମାନେ ଯୁବଗୋଷ୍ଠୀଙ୍କୁ ହିଂସା ମାର୍ଗ ପରିହାର କରି ସମାଜର ମୁଖ୍ୟ ସ୍ରୋତରେ ବିଶେଷ ଭାବେ ସାମିଲ ହୋଇପାରିବେ । ସେ କହିଲେ ଯେ ଆମେ ମାଓବାଦୀ ହିଂସାକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇପାରିଛୁ ଏବଂ ଆଦିବାସୀ ଅଧ୍ୟୁସତତ କ୍ଷେତ୍ରମାନଙ୍କରେ ବିକାଶ ଏବଂ ବିଶ୍ୱାସର ନୂତନ ସେତୁ ସ୍ଥାପନ କରାଯାଉଛି ।

ହରିଆଣା ନିବାସୀ ରଞ୍ଜିତା ଶର୍ମା ଯାହାଙ୍କୁ ରାଜସ୍ଥାନ କ୍ୟାଡ଼ର ମିଳିଛି, ସେ ପ୍ରଧାନମନ୍ତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କ ସହ କଥାବାର୍ତ୍ତା କଲାବେଳେ କହିଥିଲେ ଯେ ପ୍ରଶିକ୍ଷଣ ସମୟରେ ରଞ୍ଜିତା ସର୍ବଶ୍ରେଷ୍ଠ ପ୍ରଶିକ୍ଷାର୍ଥୀ ହୋଇଥିବାର ତାଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । ସେ କହିଲେ ଯେ ସେବା କ୍ଷେତ୍ରରେ ଜନସଂଚାର ବିଷୟରେ ତାଙ୍କର ଅଧ୍ୟୟନ ଯଥେଷ୍ଟ ଉପକାର ସିଦ୍ଧ ହେବ । ଶ୍ରୀ ମୋଦୀ କହିଲେ ଯେ ଏହା ସୂଚୀତ କରେଯେ ହରିଆଣା ଏବଂ ରାଜସ୍ଥାନ ଭଳି ରାଜ୍ୟରେ କନ୍ୟା ସନ୍ତାନମାନଙ୍କ ସ୍ଥିତିକୁ ଉତ୍ତମ କରିବା ନିମନ୍ତେ ବିଭିନ୍ନ ସକାରାତ୍ମକ ପ୍ରୟାସ ଜାରି ରହିଛି । ସେ ମହିଳା ଅଧିକାରୀମାନଙ୍କ ପରାମର୍ଶ ଦେଇ କହିଥିଲେ ଯେ ସେମାନେ ପ୍ରତ୍ୟେକ ସପ୍ତାହରେ ଏକ ଘଣ୍ଟା ପାଇଁ ନିଜର କାର୍ଯ୍ୟକ୍ଷେତ୍ରର ବାଳିକାମାନଙ୍କ ସହିତ ଆଳାପ କରନ୍ତୁ ଏବଂ ଏହା ଦ୍ୱାରା ସେମାନଙ୍କ ପ୍ରେରଣା ଯୋଗାନ୍ତୁ ଯେ ସେମାନେ ନିଜର ପୂର୍ଣ୍ଣ କ୍ଷମତା ଅନୁରୂପ ଉପଲବ୍ଧ ହାସଲ କରିବା ଦିଗରେ ପ୍ରୟାସ କରନ୍ତୁ ।

କେରଳର ନିତିନରାଜ ପି ଯାହାଙ୍କୁ ନିଜ ରାଜ୍ୟ କ୍ୟାଡ଼ର ଆବଣ୍ଟନ କରାଯାଇଛି, ସେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଶ୍ରୀ ନୀତିନରାଜଙ୍କର ଫଟୋଗ୍ରାଫି ଏବଂ ଶିକ୍ଷଣ ପ୍ରତି ବିଶେଷ ଋଚି ରହିଛି ଏବଂ ତାଙ୍କୁ ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଋଚି ଲୋକମାନଙ୍କ ସହିତ ସିଧାସଳଖ ଏବଂ ଉତ୍ତମ ରୂପେ ଯୋଡ଼ି ହେବାର ଏକ ଉତ୍ତମ ମାଧ୍ୟମ ।

ପ୍ରଧାନମନ୍ତ୍ରୀ ପଞ୍ଜାବର ଏକ ଦନ୍ତ ଚିକିତ୍ସକ ଡାକ୍ତର ନବଜୋତ ସିମି,ଯାହାଙ୍କୁ ବିହାର କ୍ୟାଡର ଆବଣ୍ଟନ କରାଯାଇଛି, ତାଙ୍କ ସହ କଥାବାର୍ତ୍ତା ବେଳେ କହିଲେ ଯେ ସେନା ବାହିନୀରେ ମହିଳା ଅଧିକାରୀମାନଙ୍କ ଉପସ୍ଥିତି ସେବାରେ ସକାରାତ୍ମକ ପରିବର୍ତ୍ତନ ଆଣିବ । ସେମାନଙ୍କୁ ଗୁରୁମାନଙ୍କ ଠାରୁ ମିଳିଥିବା ଶିକ୍ଷାର ଅବତାରଣା କରି ସେ  କହିଲେ ଯେ ଅଧିକାରୀମାନଙ୍କୁ କରୁଣା ଏବଂ ସଂବେଦନଶୀଳତାର ସହିତ ମନରେ କୌଣସି ଭୟ ରଖିବା ବିନା କର୍ତ୍ତବ୍ୟ ସମ୍ପାଦନ କରିବାର ସଂଦେଶ ପ୍ରାପ୍ତ ହୋଇଛି । ସେ ଆହୁରି କହିଲେ ଯେ ମହିଳାମାନେ ଅଧିକରୁ ଅଧିକ ସଂଖ୍ୟାରେ ପୁଲିସ ସେବାରେ ସାମିଲ ହେବା ପୁଲିସ ବ୍ୟବସ୍ଥାକୁ ଆହୁରି ମଜଭୁତ କରିବ ।

କୋମ୍ମି ପ୍ରତାକ ଶିବକିଶୋର ଯିଏ ଆଇଆଇଟି ଖଡ଼ଗପୁରରୁ ଏମ ଟେକ୍‍ ଡିଗ୍ରୀ ହାସଲ କରିଛନ୍ତି ଏବଂ ତାଙ୍କ ନିଜ ରାଜ୍ୟ, ଆନ୍ଧ୍ର ପ୍ରଦେଶ ପାହ୍ୟା ମିଳିଛି, ସେ ପ୍ରଧାନମନ୍ତ୍ରୀଙ୍କ ସହିତ ଭାବ ବିନିମୟ କରିଥିଲେ । ପ୍ରଧାନମନ୍ତ୍ରୀ ଆର୍ଥିକ ଦୁରାବସ୍ଥାରୁ ମୁକୁଳିବା ନିମନ୍ତେ ତାଙ୍କ ଠାରୁ ପ୍ରଧାନମନ୍ତ୍ରୀ ମତାମତ ଲୋଡ଼ିଥିଲେ । ପ୍ରଧାନମନ୍ତ୍ରୀ ସୂଚନା ଓ ପ୍ରଯୁକ୍ତିର ସମାବେଶୀ କ୍ଷମତା ଉପରେ ପ୍ରାଧାନ୍ୟ ଆରୋପ କରିଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ ବିଶ୍ୱରେ ଏବେ ସାଇବର ଅପରାଧ ବୃଦ୍ଧି ପାଉଛି ଏବଂ ସେଥିରୁ ସୁରକ୍ଷିତ ରହିବା ନିମନ୍ତେ ସେମାନେ ଏହି ଦିଗରେ ଉପଯୁକ୍ତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ସେ ଯୁବ ଅଧିକାରୀମାନଙ୍କୁ ଡିଜିଟାଲ ସଚେତନତାରେ ସୁଧାର ଆଣିବା ନିମନ୍ତେ ନିଜର ପଠାଇବା ଲାଗି ପରାମର୍ଶ ଦେଇଥିଲେ ।

ଶ୍ରୀ ମୋଦୀ ମାଳଦ୍ୱୀପର ଏକ ପ୍ରଶିକ୍ଷାର୍ଥୀ ଅଧିକାରୀ ମହମ୍ମଦ ନାଜିମଙ୍କ ସହିତ କଥାବାର୍ତ୍ତା କରିଥିଲେ । ପ୍ରଧାନମନ୍ତ୍ରୀ ମାଳଦ୍ୱୀପର ପ୍ରକୃତି ପ୍ରେମୀ ଲୋକମାନଙ୍କର ପ୍ରଶଂସା କରିଥିଲେ । ସେ କହିଲେ ଯେ ମାଳଦ୍ୱୀପ କେବଳ ଭାରତର ଏକ ପଡୋଶୀ ରାଷ୍ଟ୍ର ନୁହେଁ ବରଂ ଏକ ଉତ୍ତମ ବନ୍ଧୁ ରାଷ୍ଟ୍ର । ଭାରତ ସେଠାରେ ଏକ ପୁଲିସ ଏକାଡେମୀ ସ୍ଥାପନ କରିବାରେ ସହାୟତା କରୁଛି । ଉଭୟ ରାଷ୍ଟ୍ର ମଧ୍ୟରେ ସାମାଜିକ ଏବଂ ବ୍ୟବସାୟିକ ସମ୍ପର୍କ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ଏହି ଅବସରରେ ନିଜର ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଲେ ଯେ ଆସନ୍ତା ଅଗଷ୍ଟ ୧୫ ତାରିଖ ଦିନ ସ୍ୱତନ୍ତ୍ରତା ଦିବସର ୭୫ତମ ବର୍ଷ ପୂର୍ତ୍ତିର ଶୁଭାରମ୍ଭ ହେବ । ବିଗତ ୭୫ ବର୍ଷ ମଧ୍ୟରେ ଦେଶରେ ଏକ ଉତ୍ତମ ପୁଲିସ ସେବା ଗଠନ ନିମନ୍ତେ ପ୍ରୟାସ କରାଯାଇଆସିଛି । ବିଗତ କିଛି ବର୍ଷ ମଧ୍ୟରେ ପୁଲିସ ପ୍ରଶିକ୍ଷଣ ସମ୍ବନ୍ଧିତ ଭିତ୍ତିଭୂମି ଢାଞ୍ଚାରେ ମହତ୍ତ୍ୱପୂର୍ଣ୍ଣ ସୁଧାର ଅଣାଯାଇଛି । ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରଶିକ୍ଷାର୍ଥୀ ଅଧିକାରୀମାନଙ୍କୁ ସ୍ୱତନ୍ତ୍ରତା ସଂଗ୍ରାମର ଭାବନାକୁ ସଦାସର୍ବଦା ମନରେ ସ୍ମରଣ ରଖିବାକୁ ଆହ୍ୱାନ ଜଣାଇଥିଲେ। ସେ କହିଲେଯେ ୧୯୩୦ ଠାରୁ ୧୯୪୭ ମସିହା ମଧ୍ୟର ଅବଧିରେ ଆମ ଦେଶର ଯୁବ ପିଢ଼ି ଏକ ମହାନ ଲକ୍ଷ୍ୟ ପ୍ରାପ୍ତ କରିବା ଉଦ୍ଦେଶ୍ୟରେ ଏକଜୁଟ ହୋଇ ଆଗକୁ ଅଗ୍ରସର ହୋଇଥିଲେ । ସେ କହିଲେ ଯେ ଆଜି ଯୁବପିଢ଼ିଙ୍କ ଠାରୁ ମଧ୍ୟ ସେହିଭଳି ଭାବନାର ପ୍ରତ୍ୟାଶା ରଖାଯାଇଛି । ପ୍ରଧାନମନ୍ତ୍ରୀ ଏହା ଉପରେ ଗୁରୁତ୍ୱ ଆରୋପ କରି କହିଲେ ଯେ “ସେମାନେ ସ୍ୱରାଜ୍ୟ ପାଇଁ ଲଢ଼ୁଥିଲେ ଏବଂ ଆପଣମାନଙ୍କୁ ସୁରାଜ୍ୟ ନିମନ୍ତେ ଆଗକୁ ଅଗ୍ରସର ହେବାକୁ ପଡ଼ିବ ।”

ପ୍ରଧାନମନ୍ତ୍ରୀ ଅଧିକାରୀ ପ୍ରଶିକ୍ଷାର୍ଥୀମାନଙ୍କୁ କହିଲେ ଯେ ସେମାନେ ଏହି ଅବସରର ମହତ୍ତ୍ୱକୁ ସ୍ମରଣ ରଖିବା ଉଚିତ ଯେ ଯେତେବେଳେ ନିଜର କ୍ୟାରିଅରରେ ସେମାନେ ପ୍ରବେଶ କରୁଛନ୍ତି ସେତେବେଳେ ଭାରତ ନିଜର ପ୍ରତ୍ୟେକ ସ୍ତରରେ ପରିବର୍ତ୍ତନର ସ୍ଥିତି ଦେଇ ଆଗକୁ ଅଗ୍ରସର ହେଉଛି । ସେମାନଙ୍କ ସେବାର ଅୟମାରମ୍ଭ ୨୫ ବର୍ଷ ପରେ ଏହି ଦେଶର ଜୀବନର ମହତ୍ତ୍ୱପୂର୍ଣ୍ଣ ୨୫ ବର୍ଷ ହେବାକୁ ଯାଉଛି । କାରଣ ଭାରତୀୟ ଗଣତନ୍ତ୍ର ନିଜର ସ୍ୱତନ୍ତ୍ରତାର ୭୫ତମ ବର୍ଷରେ ପ୍ରବେଶ କରିବାକୁ ଯାଉଛି ଏବଂ ସ୍ୱତନ୍ତ୍ରତାର ଶତାବ୍ଦୀ ପାଳନ ଦିଗରେ ଆଗକୁ ଅଗ୍ରସର ହେଉଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ପ୍ରଯୁକ୍ତର ହସ୍ତକ୍ଷେପ ସହିତ ଏହି ସମୟରେ ପୁଲିସକୁ ସଂପୂର୍ଣ୍ଣ ରୂପେ ପ୍ରସ୍ତୁ ରହିବାର ଆବଶ୍ୟକତା ରହିଛି । ସେ କହିଲେ ଯେ ଏବେ ଅପରାଧରେ ନୂତନ ପ୍ରକାରର ଚାଲେଞ୍ଜ୍‍ର ସାମ୍ନା କରିବାକୁ ପଡ଼ୁଛି ଏବଂ ସେମାନେ ନୂଆ ନୂଆ ପଦ୍ଧତି ଆପଣାଇ ତାହାକୁ ନିୟନ୍ତ୍ରଣ କରିବା ଆବଶ୍ୟକ । ସେ ସାଇବର ସୁରକ୍ଷା ନିମନ୍ତେ ନୂତନ ପ୍ରୟୋଗ, ଅନୁସନ୍ଧାନ ଏବଂ ଉପାୟମାନ ଆପଣାଇବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଶ୍ରୀ ମୋଦୀ ପ୍ରଶିକ୍ଷାର୍ଥୀ ଅଧିକାରୀମାନଙ୍କୁ କହିଲେ ଯେ ସେମାନଙ୍କ ଠାରୁ ଲୋକମାନେ ଏକ ବିଶେଷ ଧରଣର ଆଚରଣ ଆଶା କରନ୍ତି । ସେ କହିଲେ ଯେ ସେମାନେ କେବଳ କାର୍ଯ୍ୟାଳୟ ଅବା ମୁଖ୍ୟାଳୟରେ ନୁହେଁ ବରଂ ଏହା ବାହାରେ ମଧ୍ୟ ସେବାର ଗରିମା ପ୍ରତି ସଦାବେଳେ ସଚେତନ ରହିବା ଆବଶ୍ୟକ । ପ୍ରଧାନମନ୍ତ୍ରୀ କହିଲେ ଯେ “ଆପଣମାନଙ୍କ ଉଦ୍ଦେଶ୍ୟ ଏଇଆ ହେବା ସୁଚିତ ଯେ ଆପଣମାନଙ୍କୁ ସମାଜରେ ନିଜର ସମସ୍ତ ଭୂମିକା ସଂପର୍କରେ ଖବର ଥିବ । ଆପଣମାନେ ମିତ୍ରଭଳି ଲୋକମାନଙ୍କ ସହିତ ରହିବେ ଏବଂ ଖାକିର ଗରିମାକୁ ସଦାବେଳେ ସର୍ବୋଚ୍ଚ ରଖିବା ଆବଶ୍ୟକ ।’

ପ୍ରଧାନମନ୍ତ୍ରୀ ପ୍ରଶିକ୍ଷାର୍ଥୀ ଅଧିକାରୀମାନଙ୍କୁ ସ୍ମରଣ କରାଇଦେଇ କହିଲେ ଯେ “ ଏକ ଭାରତ – ଶ୍ରେଷ୍ଠ ଭାରତ”ର ସେମାନେ ହେଉଛନ୍ତି ଧ୍ୱଜାଧାରୀ । ସେଥିପାଇଁ ସେମାନେ ସଦାବେଳେ “ପ୍ରଥମେ ରାଷ୍ଟ୍ର, ସଦୈବ ପ୍ରଥମେ” ମନ୍ତ୍ରକୁ ନିଜ ମନରେ ସ୍ମରଣ ରଖିବା ଉଚିତ । ଏହି ଚିନ୍ତାଧାରା ସଦାବେଳେ ସେମାନଙ୍କର ଗତିବିଧିରେ ମଧ୍ୟ ପ୍ରତିଫଳିତ ହେବା ଆବଶ୍ୟକ । ପ୍ରଧାନମନ୍ତ୍ରୀ କହିଲେ ଯେ ନିଜ ନିଜ କ୍ଷେତ୍ରରେ ରହି ଆପଣମାନଙ୍କ ସିଦ୍ଧାନ୍ତ ଦେଶର ହିତ ଏବଂ ରାଷ୍ଟ୍ରୀୟ ପରିପ୍ରେକ୍ଷକୁ ସଦାବେଳେ ଧ୍ୟାନ ଦେବା ବାଂଛନୀୟ ।

ଶ୍ରୀ ମୋଦୀ ନୂତନ ପିଢ଼ିର ଉତ୍ତମ ଯୁବ ମହିଳା ଅଧିକାରୀମାନଙ୍କୁ ଧନ୍ୟବାଦ ପ୍ରକଟ କରି କହିଥିଲେ ଯେ ପୁଲିସ ବଳରେ ମହିଳାମାନଙ୍କ ଭାଗୀଦାରୀ ବୃଦ୍ଧି ନିମନ୍ତେ ସେ ସଦାବେଳେ ପ୍ରୟାସ ଜାରି ରଖିଛନ୍ତି । ସେ ଏଥିପାଇଁ ଆଶା ବ୍ୟକ୍ତ କରିଥବଲେ ଯେ ଦେଶର କନ୍ୟା ପୁଲିସ ସେବାରେ ଦକ୍ଷତା, ଉତ୍ତରଦାୟୀ ମନୋଭାବର ଉଚ୍ଚତମ ମାନ ପ୍ରସାରିତ କରିବେ ଏବଂ ଏଥି ସହ ବିନମ୍ରତା, ସହଜତା ଏବଂ ସମ୍ବେଦନଶୀଳତାର ତତ୍ତ୍ୱରେ ସମସ୍ତଙ୍କୁ ଯୋଡ଼ିବେ । ସେ ଏହି ଅବସରରେ ଉଲ୍ଲେଖ କରିଥିଲେ ଯେ ରାଜ୍ୟର ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହରମାନଙ୍କରେ ଆୟୁକ୍ତ ପ୍ରଣାଳୀ ଆରମ୍ଭ କରିବା ଦିଗରେ କାମ କରୁଛନ୍ତି । ୧୬ଟି ରାଜ୍ୟର ଅନେକ ସହରରେ ଏହି ବ୍ୟବସ୍ଥା ପୂର୍ବରୁ ହିଁ ଆରମ୍ଭ କରାଯାଇ ସାରିଛି । ସେ କହିଲେ ଯେ ପୁଲିସକୁ ପ୍ରଭାବୀ ଏବଂ ଭବିଷ୍ୟବାଦୀ କରିବା ନିମନ୍ତେ ସାମୂହିକ ଏବଂ ସମ୍ବେଦନଶୀଳ ଢ଼ଙ୍ଗରେ କାମ କରିବା ଆବଶ୍ୟକ ।

ପ୍ରଧାନମନ୍ତ୍ରୀ ମହାମାରୀ କରୋନା ଅବସରରେ ସେବା ପ୍ରଦାନ କରିବା ଅବସରରେ ନିଜର ଜୀବନ ହରାଇଥିବା ପୁଲିସ ବଳର ସଦସ୍ୟମାନଙ୍କୁ ମଧ୍ୟ ଏହି ଅବସରରେ ଶ୍ରଦ୍ଧାଜ୍ଞଳି ଜ୍ଞାପନ କରିଥିଲେ । ମହାମାରୀ ବିରୁଦ୍ଧରେ ସଂଗ୍ରାମରେ ପୁଲିସ ବଳର ଯୋଗଦାନକୁ ମଧ୍ୟ ସେ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଏକାଡ଼େମୀରେ ପ୍ରଶିକ୍ଷଣ ନେଉଥିବା ପଡୋଶୀ ଦେଶର ପୁଲିସ ଅଧିକାରୀ ଦେଶମାନଙ୍କୁ ନିକଟତା ଏବଂ ସମ୍ପର୍କ ଗଭୀରକୁ ସୂଚୀତ କରେ । ସେ କହିଲେ ଯେ ଭୂଟାନ ହେଉ, କିମ୍ବା ନେପାଳ, ମାଳଦ୍ୱୀପ ହେଉ କିମ୍ବା ମରିସସ୍‍, ଆମେ କେବଳ ପଡୋଶୀ ରାଷ୍ଟ୍ର ନୋହୁ, ବରଂ ଆମର ଚିନ୍ତାଧାର ଓ ସାମାଜିକ ଚଳଣିରେ ସୁଦ୍ଧା ଯଥେଷ୍ଟ ସମାନତା ରହିଛି । ଆମେ ସଭିଏଁ ସୁଖ ଦୁଃଖରେ ସାଥୀ ଏବଂ ଯେତେବେଳେ କୌଣସି ଆପଦ ବିପଦ ଆସେ ତେବେ ଆମେ ସର୍ବ ପ୍ରଥମେ ଜଣେ ଅନ୍ୟ ଜଣକର ସହାୟତା କରିବାକୁ ଆଗେଇ ଆସିଥାଉ । କରୋନା କାଳରେ ମଧ୍ୟ ଏହା ସ୍ପଷ୍ଟ ହୋଇଛି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Click here to read Text to PM’s interaction with IPS probationers from the Sardar Vallabhbhai Patel National Police Academy

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's pace of economic growth shows that its Viksit Bharat dream is not out of reach

Media Coverage

India's pace of economic growth shows that its Viksit Bharat dream is not out of reach
NM on the go

Nm on the go

Always be the first to hear from the PM. Get the App Now!
...
PM chairs valedictory session of National Departmental Summit on Water
September 02, 2026
This marks the first in a series of Summits envisioned by PM to strengthen spirit of Team India and deepen cooperative federalism
PM stresses adoption of a continuous process of review and follow up to act on actionable and time-bound outcomes
Emphasising Jan Bhagidari, PM calls for promoting Jal Utsav to deepen public awareness on water conservation
PM calls for greater adoption of water-saving technologies and learning from global best practices
PM calls for robust water data governance through effective use of AI
PM suggests structured inter-State Study-visits involving public representatives, officials and farmers on water related issues

Prime Minister Shri Narendra Modi today chaired the valedictory session of the two-day National Departmental Summit on Water, organised by the Ministry of Jal Shakti. The Summit is the first in a series of Departmental Summits envisioned by Prime Minister to strengthen the spirit of Team India, deepen cooperative federalism and foster collective ownership of national priorities through closer collaboration between the Centre and the States. It brought together Ministers and senior officials from States and Union Territories for focused deliberations on various dimensions of India’s water security.

Prime Minister appreciated the intensive two-day deliberations and emphasised that the actionable and time-bound action points emerging from the Summit should be pursued through a continuous process of review and learning. He suggested that the Summit should not remain a one-time exercise and called for a continuous process of review and follow-up.

Prime Minister called for sensitising Urban Local Bodies to the challenges arising from urbanisation, including population growth and future water requirements, and suggested organising similar Chintan Shivirs for Urban Local Bodies. He called for greater adoption of water-saving technologies. He also suggested dedicated exhibitions and workshops, including exposure to global best practices, to enable Indian manufacturers and stakeholders to develop and scale efficient solutions.

Emphasising Jan Bhagidari, Prime Minister suggested promoting “Jal Utsav” to create greater awareness among people. Prime Minister called for making de-silting a regular programme and developing clear criteria and SOPs for de-silting. On dam safety, he stressed rigorous preparedness before every monsoon, adherence to prescribed precautions and creating awareness among school students, including through suitable incorporation in educational curricula.

Prime Minister further called for strengthening knowledge and capacity on water management and governance in universities and higher educational institutions. He suggested structured inter-State study-visits involving public representatives, officials and farmers to facilitate practical learning and replication of successful interventions.

Prime Minister called for robust water data governance, with water-sector data brought together, systematically managed, analysed and effectively utilised. He recommended the use of AI for data collection and analysis through a uniform format. He also stressed anticipatory and integrated planning to address water scarcity through suitable utilisation of treated water for agriculture and industrial purposes.

Drawing upon his experience as Chief Minister of Gujarat, Prime Minister noted that instances of water scarcity could be transformed into opportunities through systematic planning, commitment and deployment of adequate resources and capable officers.

Union Minister for Jal Shakti Shri C. R. Patil highlighted four key outcomes of the summit: accelerated completion of water infrastructure projects; strengthening water conservation as a sustained people’s movement; ensuring long-term sustainability of drinking-water sources; and institutionalising effective operation and maintenance of rural drinking-water schemes.