ଆପଣମାନେ ସୌଭାଗ୍ୟଶାଳୀ ଯେ ଆପଣମାନେ ଦେଶର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଏହି ସେବାରେ ଯୋଗ ଦେଉଛନ୍ତି, ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଆପଣମାନଙ୍କ ଓ ଭାରତ ଉଭୟଙ୍କ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ: ପ୍ରଧାନମନ୍ତ୍ରୀ
“ସେମାନେ ସ୍ୱରାଜ୍ୟ” ପାଇଁ ସଂଗ୍ରାମ କରିଥିଲେ; ଆପଣମାନେ “ସୁରାଜ୍ୟ” ନିମନ୍ତେ ଆଗକୁ ବଢ଼ିବାକୁ ପଡ଼ିବ: ପ୍ରଧାନମନ୍ତ୍ରୀ
ପ୍ରଯୁକ୍ତି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟୁଥିବା ଯୋଗୁ ପୁଲିସବଳକୁ ଏଥି ନିମନ୍ତେ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିବା ଏକ ଚାଲେଞ୍ଜ: ପ୍ରଧାନମନ୍ତ୍ରୀ
ଆପଣ ମାନେ “ଏକ ଭାରତ- ଶ୍ରେଷ୍ଠ ଭାରତ”ର ଧ୍ୱଜାବାହକ ହେବେ, “ପ୍ରଥମେ ରାଷ୍ଟ୍ର, ସଦୈବ ପ୍ରଥମେ” ମନ୍ତ୍ରକୁ ସଦାବେଳେ ସର୍ବୋପରି ରଖନ୍ତୁ: ପ୍ରଧାନମନ୍ତ୍ରୀ
ସଦୈବ ମିତ୍ରଭଳି ରହନ୍ତୁ ଏବଂ ଖାକିର ସମ୍ମାନକୁ ସର୍ବୋଚ୍ଚ ବୋଲି ମାନନ୍ତୁ: ପ୍ରଧାନମନ୍ତ୍ରୀ
ମୁଁ ମହିଳା ଅଧିକାରୀମାନଙ୍କର ଏକ ଉଜ୍ଜ୍ୱଳ ନୂତନ ପିଢ଼ି ଦେଖୁଛି, ଆମେ ପୁଲିସ ବଳରେ ମହିଳାମାନଙ୍କ ଭାଗୀଦାରୀ ବୃଦ୍ଧିକୁ ସଦାବେଳେ ଧ୍ୟାନ ଦେଇଆସିଛୁ: ପ୍ରଧାନନମନ୍ତ୍ରୀ
ମହାମାରୀ କାଳରେ ନିଜର ପ୍ରାଣବଳୀ ଦେଇଥିବା ପୁଲିସ ସେବାର ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଅନ୍ତୁ ।
ପ୍ରତିବେଶୀ ରାଷ୍ଟ୍ରର ପ୍ରଶିକ୍ଷଣ ଅଧିକାରୀ ଆମ ଦେଶ ସହିତ ନିକଟନା ଏବଂ ଗଭୀର ସମ୍ପର୍କକୁ ରେଖାଙ୍କିତ କରେ: ପ୍ରଧାନମନ୍ତ୍ରୀ

ଆପଣମାନଙ୍କ ସହିତ କଥା ହୋଇ ମୋତେ ବହୁତ ଭଲ ଲାଗିଲା । ପ୍ରତ୍ୟେକ ବର୍ଷ ମୋର ଏହି ପ୍ରୟାସ ରହିଥାଏ ଯେ ଆପଣମାନଙ୍କ ଭଳି ଯୁବ ସାଥୀମାନଙ୍କ ସହିତ କଥା ହୁଏ, ଆପଣମାନଙ୍କ ଚିନ୍ତାଧାରା ସଂପର୍କରେ କ୍ରମାଗତ ଭାବେ ଜାଣୁଥାଏ। ଆପଣମାନଙ୍କର କଥା, ଆପଣମାନଙ୍କର ପ୍ରଶ୍ନ, ଆପଣମାନଙ୍କର ଉତ୍ସୁକତା, ମୋତେ ମଧ୍ୟ ଭବିଷ୍ୟତର ଆହ୍ୱାନ ମୁକାବିଲା କରିବାରେ ସହାୟତା କରିଥାଏ।

ସାଥୀଗଣ,

ଚଳିତ ଥରର ଏହି ଚର୍ଚ୍ଚା ଏଭଳି ସମୟରେ ହେଉଛି ଯେତେବେଳେ ଭାରତ, ନିଜ ସ୍ୱାଧନତାର 75 ବର୍ଷର ଅମୃତ ମହୋତ୍ସବ ପାଳନ କରୁଛି। ଚଳିତ ବର୍ଷର ଅଗଷ୍ଟ 15 ତାରିଖ, ନିଜ ସହିତ ସ୍ୱାଧୀନତାର 75 ବର୍ଷ ପୂର୍ତି ନେଇକରି ଆସିଛି। ବିଗତ 75 ବର୍ଷରେ ଭାରତ ଏକ ଉନ୍ନତ ପୁଲିସ ସେବାର ନିର୍ମାଣ ପାଇଁ ପ୍ରୟାସ କରିଛି। ପୁଲିସ ଟ୍ରେନିଂ ସହିତ ଜଡ଼ିତ ଭିତିଭୂମିରେ ମଧ୍ୟ ଏହି କିଛି ବର୍ଷ ହେବ ବହୁତ ସଂସ୍କାର ହୋଇଛି। ଆଜି ଯେତେବେଳେ ମୁଁ ଆପଣମାନଙ୍କ ସହିତ କଥା ହେଉଛି, ସେତେବେଳେ ସେହି ଯୁବକମାନଙ୍କୁ ଦେଖୁଛି, ଯେଉଁମାନେ ଆଗାମୀ 25 ବର୍ଷ ପର୍ଯ୍ୟନ୍ତ ଭାରତରେ ଆଇନ ବ୍ୟବସ୍ଥାକୁ ସୁନିଶ୍ଚିତ କରବାରେ ସହଭାଗୀ ହେବେ। ଏହା ହେଉଛି ବହୁତ ବଡ଼ ଦାୟିତ୍ୱ। ଏଥିପାଇଁ ଏବେ ଏକ ନୂତନ ଶୁଭାରମ୍ଭ, ଏକ ନୂଆ ସଂକଳ୍ପର ଲକ୍ଷ୍ୟକୁ ନେଇ ଆଗକୁ ବଢ଼ିବାକୁ ହେବ।

ସାଥୀଗଣ,

ମୋତେ ସମ୍ପୂର୍ଣ୍ଣ ସୂଚନା ମିଳିନାହିଁ ଯେ ଆପଣମାନଙ୍କ ମଧ୍ୟରୁ କେତେ ଲୋକ ଦାଣ୍ଡି ଯାଇଛନ୍ତି ଅବା ପୁଣି କେତେ ଜଣ ସାବରମତୀ ଆଶ୍ରମ ଦେଖିଛନ୍ତି। କିନ୍ତୁ ମୁଁ ଆପଣମାନଙ୍କୁ 1930ର ଦାଣ୍ଡି ଯାତ୍ରା ସମ୍ପର୍କରେ ସ୍ମରଣ କରାଇ ଦେବାକୁ ଚାହୁଁଛି। ଗାନ୍ଧିଜୀ ଯେଉଁ ଲବଣ ସତ୍ୟାଗ୍ରହ ବଳରେ ଇଂରେଜ ଶାସନର ମୂଳଦୁଆକୁ ଦୋହଲାଇ ଦେବାର କଥା କହିଥିଲେ। ସେ ମଧ୍ୟ ଏହା କହିଥିଲେ ଯେ ‘ଯେତେବେଳେ ସାଧନ ନ୍ୟାୟପୂର୍ଣ୍ଣ ଏବଂ ଠିକ୍ ହୋଇଥାଏ, ସେତେବେଳେ ଭଗବାନ ମଧ୍ୟ ସାଙ୍ଗରେ ଠିଆ ହେବା ପାଇଁ ଉପସ୍ଥିତ ହୋଇ ଯାଇଥାଆନ୍ତି।’

 

 

ସାଥୀଗଣ,

ଗୋଟିଏ ଛୋଟିଆ ଲାଠିକୁ ସାଙ୍ଗରେ ଧରି ମହାତ୍ମା ଗାନ୍ଧି ସାବରମତୀ ଆଶ୍ରମରୁ ବାହାରି ପଡ଼ିଥିଲେ। ଦିନ ପରେ ଦିନ ବିତି ଚାଲିଲା ଆଉ ଲୋକମାନେ ଯିଏ ଯେଉଁଠାରେ ଥିଲେ, ସେମାନେ ଲବଣ ସତ୍ୟାଗ୍ରହ ସହିତ ଯୋଡ଼ି ହୋଇ ଚାଲିଲେ । 24 ଦିନ ପରେ ଯେତେବେଳେ ଗାନ୍ଧିଜୀ ଦାଣ୍ଡିରେ ନିଜର ଯାତ୍ରା ସମ୍ପୂର୍ଣ୍ଣ କଲେ, ସେତେବେଳେ ସମଗ୍ର ଦେଶ, ଏକ ପ୍ରକାରରେ ସାରା ଦେଶ ଜାଗ୍ରତ ହୋଇ ଠିଆ ହୋଇ ପଡ଼ିଥିଲା । କଶ୍ମୀରରୁ କନ୍ୟାକୁମାରୀ, ଅଟକରୁ କଟକ। ସମଗ୍ର ହିନ୍ଦୁସ୍ତାନ ଚେତନାଯୁକ୍ତ ହୋଇ ଯାଇଥିଲା। ସେହି ମନୋଭାବକୁ ସ୍ମରଣ କରିବା, ସେହି ଇଚ୍ଛାଶକ୍ତିକୁ ସ୍ମରଣ କରନ୍ତୁ। ସେହି ଲକ୍ଷ୍ୟ ନେଇ, ସେହି ଐକ୍ୟବଦ୍ଧ ମନୋଭାବ ଭାରତର ସ୍ୱାଧୀନତା ସଂଗ୍ରାମକୁ ସାମୁହିକତାର ଶକ୍ତିରେ ଭରି ଦେଇଥିଲା। ପରିବର୍ତନର ସେହି ଭାବ, ସଂକଳ୍ପର ସେହି ଇଚ୍ଛାଶକ୍ତି ଆଜି ଦେଶ ଆପଣମାନଙ୍କ ଭଳି ଯୁବକମାନଙ୍କ ଠାରୁ ଆଶା କରୁଛି। 1930 ରୁ 1947 ମଧ୍ୟରେ ଦେଶରେ ଯେଉଁ ଜୁଆର ଉଠିଥିଲା, ଯେଉଁଭଳି ଭାବେ ଦେଶର ଯୁବକମାନେ ଆଗକୁ ଆସିଲେ, ଏକ ଲକ୍ଷ୍ୟ ପାଇଁ ଏକଜୁଟ ହୋଇ ସମଗ୍ର ଯୁବପିଢ଼ୀ ଏକାଠି ଯୋଡ଼ି ହୋଇଗଲେ, ଆଜି ସେହି ମନୋଭାବ ଆପଣମାନଙ୍କ ଠାରୁ ଆଶା କରାଯାଉଛି। ଆମ ସମସ୍ତଙ୍କୁ ଏହି ଭାବ ସହିତ ବଂଚିବାକୁ ହେବ। ଏହି ସଂକଳ୍ପ ସହିତ ଯୋଡି ହେବା। ସେହି ସମୟରେ ଦେଶର ଲୋକ ବିଶେଷ କରି ଦେଶର ଯୁବକମାନେ ସ୍ୱରାଜ୍ୟ ପାଇଁ ଲଢ଼େଇ କରିଥିଲେ। ଆଜି ଆପଣମାନଙ୍କୁ ସୁରାଜ୍ୟ ପାଇଁ ମନ-ପ୍ରାଣ ଦେଇ ଏକାଠି ହେବାକୁ ପଡ଼ିବ। ସେହି ସମୟରେ ଲୋକମାନେ ଦେଶର ସ୍ୱାଧୀନତା ପାଇଁ ପ୍ରାଣବଳୀ ଦେବାକୁ ପ୍ରସ୍ତୁତ ଥିଲେ। ଆଜି ଆପଣମାନଙ୍କୁ ଦେଶ ପାଇଁ ଜୀଇଁବାର ଭାବନା ନେଇ ଆଗକୁ ଚାଲିବାର ଅଛି। 25 ବର୍ଷ ପରେ ଯେତେବେଳେ ଦେଶର ସ୍ୱାଧୀନତାର 100 ବର୍ଷ ପୂରଣ ହେବ, ସେତେବେଳେ ଆମ ଦେଶର ପୁଲିସ ସେବା କିପରି ହେବ, କେତେ ସଶକ୍ତ ହେବ, ତାହା ଆପଣମାନଙ୍କର ଆଜିର କାର୍ଯ୍ୟ ଉପରେ ମଧ୍ୟ ନିର୍ଭର କରିବ। ଆପଣମାନଙ୍କୁ ସେହି ମୂଳଦୁଆ ପ୍ରସ୍ତୁତ କରିବାର ଅଛି, ଯାହା ଉପରେ 2047ର ଭବ୍ୟ, ଅନୁଶାସିତ ଭାରତର ଭବନ ନିର୍ମାଣ ହେବ। ସମୟ ଏହି ସଂକଳ୍ପକୁ ସିଦ୍ଧି କରିବା ପାଇଁ ଆପଣଙ୍କ ଭଳି ଯୁବକମାନଙ୍କୁ ମନୋନୀତ କରିଛି। ଆଉ ମୁଁ ଏହାକୁ ଆପଣମାନଙ୍କ ପାଇଁ ବହୁତ ବଡ଼ ସୌଭାଗ୍ୟ ବୋଲି ଭାବୁଛି। ଆପଣ ଏକ ଏଭଳି ସମୟରେ କ୍ୟାରିୟର ଆରମ୍ଭ କରୁଛନ୍ତି, ଯେତେବେଳେ ଭାରତର ପ୍ରତ୍ୟେକ କ୍ଷେତ୍ର, ପ୍ରତ୍ୟେକ ସ୍ତରରେ ରୂପାନ୍ତରଣର ସମୟ ଦେଇ ଗତି କରୁଛି। ଆପଣଙ୍କ କ୍ୟାରିୟରରେ ଆଗାମୀ 25 ବର୍ଷ ଭାରତର ବିକାଶ କ୍ଷେତ୍ରରେ ମଧ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ 25ବର୍ଷ ହେବାକୁ ଯାଉଛି। ଏଥିପାଇଁ ଆପଣଙ୍କ ପ୍ରସ୍ତୁତି, ଆପଣମାନଙ୍କର ମନର ସ୍ଥିତି, ଏହି ବଡ଼ ଲକ୍ଷ୍ୟର ଅନୁକୂଳ ହେବା ଉଚିତ। ଆଗାମୀ 25 ବର୍ଷରେ ଆପଣ ଦେଶର ଭିନ୍ନ-ଭିନ୍ନ ଭାଗରେ, ଭିନ୍ନ-ଭିନ୍ନ ପଦରେ କାର୍ଯ୍ୟ କରିବେ, ଭିନ୍ନ-ଭିନ୍ନ ଭୂମିକା ତୁଲାଇବେ। ଆପଣ ସମସ୍ତଙ୍କ ଉପରେ ଏକ ଆଧୁନିକ, ପ୍ରଭାବଶାଳୀ ଏବଂ ସମ୍ବେଦନଶୀଳ ପୁଲିସ ସେବାକ ନିର୍ମାଣର ବହୁତ ବଡ଼ ଦାୟିତ୍ୱ ରହିଛି। ଆଉ ଏଥିପାଇଁ, ଆପଣମାନଙ୍କୁ ସଦା ସର୍ବଦା ଏହା ସ୍ମରଣ ରଖିବାକୁ ହେବ ଯେ ଆପଣ 25 ବର୍ଷ ପାଇଁ ଏକ ସ୍ୱତନ୍ତ୍ର ମିଶନରେ ଅଛନ୍ତି, ଆଉ ଭାରତ ଏଥିପାଇଁ ବିଶେଷ ଭାବେ ଆପଣମାନଙ୍କୁ ମନୋନନୀତ କରିଛି।

ସାଥୀଗଣ,

ସାରା ବିଶ୍ୱର ଅନୁଭବ କହୁଛି ଯେ ଯେତେବେଳେ କୌଣସି ରାଷ୍ଟ୍ର ବିକାଶ ପଥରେ ଆଗକୁ ବଢ଼ିଥାଏ, ତେବେ ଦେଶ ବାହାରୁ ଏବଂ ଦେଶ ଭିତରୁ, ଆହ୍ୱାନ ମଧ୍ୟ ସେତିକି ବୃଦ୍ଧି ପାଇଥାଏ। ଏଭଳି ପରିସ୍ଥିତିରେ ଆପଣମାନଙ୍କର ଆହ୍ୱାନ, ବୈଷୟିକ ବିଘଟନର ଏହି ସମୟରେ ପୁଲିସିଂକୁ ନିରନ୍ତର ପ୍ରସ୍ତୁତ କରିବାର ଅଛି। ଆପଣମାନଙ୍କର ଆହ୍ୱାନ, ଅପରାଧର ନୂଆ-ନୂଆ କୌଶଳକୁ ଆପଣମାନେ ମଧ୍ୟ ଅଧିକ ଅଭିନବତାର ସହିତ ରୋକିବାକୁ ଅଛି। ବିଶେଷ ଭାବେ ସାଇବର ସୁରକ୍ଷାକୁ ନେଇ ନୂଆ ପ୍ରୟୋଗ, ନୂତନ ଗବେଷଣା ଏବଂ ନୂଆ କଳା କୌଶଳକୁ ଆପଣମାନଙ୍କୁ ମଧ୍ୟ ବିକଶିତ କରିବାକୁ ହେବ ଏବଂ ତାହାକୁ ମଧ୍ୟ ଉପଯୋଗ କରିବାର ଅଛି।

 

ସାଥୀଗଣ,

ଦେଶର ସମ୍ବିଧାନ, ଦେଶର ଗଣତନ୍ତ୍ର, ଦେଶବାସୀଙ୍କୁ ଯାହା ମଧ୍ୟ ଅଧିକାର ଦେଇଛି, ଯେଉଁ କର୍ତବ୍ୟଗୁଡ଼ିକୁ ପାଳନ କରିବାର ଆଶା ରଖିଛି, ତାହାକୁ ସୁନିଶ୍ଚିତ କରିବାରେ ଆପଣମାନଙ୍କର ଭୂମିକା ହେଉଛି ଗୁରୁତ୍ୱପୂର୍ଣ୍ଣ। ଆଉ ଏଥିପାଇଁ, ଆପଣମାନଙ୍କ ଠାରୁ ବହୁତ କିଛି ଆଶା ରହିଛି। ଆପଣଙ୍କ ଆଚରଣ ଉପରେ ସର୍ବଦା ଦୃଷ୍ଟି ରହିଛି। ଆପଣମାନଙ୍କ ଉପରେ ମଧ୍ୟ ବହୁତ ଚାପ ଆସିଥାଏ। ଆପଣମାନଙ୍କୁ କେବଳ ପୁଲିସ ଥାନାରୁ ନେଇ ପୁଲିସ ମୁଖ୍ୟାଳୟର ସୀମା ଭିତରେ ରହିବା ଚିନ୍ତା କରିବା ଉଚିତ ନୁହେଁ। ଆପଣମାନଙ୍କୁ ସମାଜରେ ପ୍ରତ୍ୟେକ କ୍ଷେତ୍ରରେ, ପ୍ରତ୍ୟେକ ଭୂମିକା ସହିତ ମଧ୍ୟ ପରିଚିତ ରହିବାର ଅଛି, ବନ୍ଧୁତ୍ୱପୂର୍ଣ୍ଣ ଭାବ ସହିତ ରହିବାର ଅଛି ଏବଂ ପୋଷାକର ମର୍ଯ୍ୟାଦାକୁ ସର୍ବୋଚ୍ଚ ସ୍ଥାନରେ ରଖିବାର ଅଛି। ଆଉ ଏକ କଥା ଆପଣମାନଙ୍କୁ ସଦା ସର୍ବଦା ଧ୍ୟାନରେ ରଖିବାକୁ ହେବ। ଆପଣମାନଙ୍କର ସେବା, ଦେଶର ଭିନ୍ନ-ଭିନ୍ନ ଜିଲ୍ଲାରେ ରହିବ, ସହରରେ ମଧ୍ୟ ରହିବ, ଏଥିପାଇଁ ଆପଣମାନଙ୍କୁ ଏକ ମନ୍ତ୍ର ସଦା ସର୍ବଦା ମନେ ରଖିବାର ଅଛି। କ୍ଷେତ୍ରରେ ରହିବା ସମୟରେ ଆପଣମାନେ ଯାହା ମଧ୍ୟ ନିଷ୍ପତି ନେବେ, ତାହା ଦ୍ୱାରା ଦେଶର ହିତ ହେବା ଆବଶ୍ୟକ। ରାଷ୍ଟ୍ରୀୟ ପରିପ୍ରେକ୍ଷ୍ୟ ହେବା ଉଚିତ। ଆପଣମାନଙ୍କ କାର୍ଯ୍ୟକଳାପର ପରିସର ଏବଂ ସମସ୍ୟାମାନ ଯଦିଓ ସ୍ଥାନୀୟ ହେବ, ଏଭଳି କ୍ଷେତ୍ରରେ ତାହାର ମୁକାବିଲା କରିବା ସମୟରେ ଏହି ମନ୍ତ୍ର ବହୁତ କାର୍ଯ୍ୟରେ ଆସିବ। ଆପଣମାନଙ୍କୁ ସଦା ସର୍ବଦା ଏହା ସ୍ମରଣ ରଖିବାକୁ ହେବ ଯେ ଆପଣ ଏକ ଭାରତ, ଶ୍ରେଷ୍ଠ ଭାରତ ଭାବନାର ହେଉଛନ୍ତି ଧ୍ୱଜାବାହକ। ଏଥିପାଇଁ ଆପଣମାନଙ୍କର ପ୍ରତ୍ୟେକ କାର୍ଯ୍ୟ, ଆପଣମାନଙ୍କର ପ୍ରତ୍ୟେକ ଗତିବିଧିରେ ଦେଶ ପ୍ରଥମେ, ସଦୈବ ପ୍ରଥମେ- ରାଷ୍ଟ୍ର ପ୍ରଥମ, ସଦୈବ ପ୍ରଥମ ଏହି ଭାବନାକୁ ପ୍ରତିଫଳିତ କରିବା ଭଳି ହେବା ଉଚିତ।

ସାଥୀଗଣ,

ମୁଁ ଆପଣଙ୍କ ସମ୍ମୁଖରେ ତେଜସ୍ୱୀ ମହିଳା ଅଫିସରମାନଙ୍କର ନୂଆ ପିଢ଼ୀକୁ ଦେଖୁଛି। ବିଗତ ବର୍ଷମାନଙ୍କରେ ପୁଲିସ ବଳରେ ଝିଅମାନଙ୍କର ଯୋଗଦାନକୁ ବୃଦ୍ଧି କରିବା ପାଇଁ ନିରନ୍ତର ପ୍ରୟାସ କରାଯାଇଛି। ଆମର ଝିଅମାନେ ପୁଲିସ ସେବାରେ ଦକ୍ଷତା ଏବଂ ଉତରଦାୟିତ୍ୱ ସହିତ, ବିନମ୍ରତା, ସହଜତା ଏବଂ ସମ୍ବେଦନଶୀଳତାର ମୂଲ୍ୟବୋଧକୁ ମଧ୍ୟ ସଶକ୍ତ କରିଛନ୍ତି। ଏହିଭଳି ଭାବେ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରେ କମିଶନର ପଦ୍ଧତି ଲାଗୁ କରିବାକୁ ନେଇ ମଧ୍ୟ ରାଜ୍ୟଗୁଡ଼ିକ କାର୍ଯ୍ୟ କରୁଛନ୍ତି। ଏ ପର୍ଯ୍ୟନ୍ତ 16ଟି ରାଜ୍ୟର ଅନେକ ସହରରେ କମିଶନର ବ୍ୟବସ୍ଥା ଲାଗୁ କରାଯାଇ ସାରିଛି। ମୋର ବିଶ୍ୱାସ ଯେ ଅନ୍ୟ ସ୍ଥାନରେ ମଧ୍ୟ ଏହାକୁ ନେଇ ସକରାତ୍ମକ ପଦକ୍ଷେପ ଉଠାଯିବ।

ସାଥୀଗଣ,

ପୁଲିସିଂକୁ ଭବିଷ୍ୟତବାଦୀ ଏବଂ ପ୍ରଭାବଶାଳୀ କରିବା ପାଇଁ ସାମୁହିକତା ଏବଂ ସମ୍ବେଦନଶୀଳତାର ସହିତ କାର୍ଯ୍ୟ କରିବା ହେଉଛି ବହୁତ ଜରୁରୀ। ଏହି କରୋନା ସମୟରେ ମଧ୍ୟ ଆମେ ଦେଖିଛୁ ପୁଲିସ ସାଥୀମାନେ କିଭଳି ସ୍ଥିତିକୁ ନିୟନ୍ତ୍ରଣ କରିବାରେ ବହୁତ ବଡ଼ ଭୂମିକା ତୁଲାଇଛନ୍ତି। କରୋନା ବିରୋଧୀ ଲଢେଇରେ ଆମର ପୁଲିସ କର୍ମୀମାନେ, ଦେଶବାସୀଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ କାର୍ଯ୍ୟ କରିଛନ୍ତି। ଏହି ପ୍ରୟାସରେ ଅନେକ ପୁଲିସ କର୍ମୀଙ୍କୁ ନିଜ ଜୀବନକୁ ଆହୁତି ଦେବାକୁ ପଡିଛି। ମୁଁ ସେହି ସମସ୍ତ ଯବାନଙ୍କୁ, ପୁଲିସ ସାଥୀମାନଙ୍କୁ ଆଦର ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଉଛି ଏବଂ ଦେଶ ତରଫରୁ ସେମାନଙ୍କ ପରିବାର ପ୍ରତି ସମ୍ବେଦନା ପ୍ରକଟ କରୁଛି।

 

ସାଥୀଗଣ,

ଆଜି ଆପଣମାନଙ୍କ ସହିତ କଥା ହୋଇ, ମୁଁ ଆଉ ଗୋଟିଏ ପକ୍ଷ ଆପଣମାନଙ୍କ ସମ୍ମୁଖରେ ରଖିବାକୁ ଚାହୁଁଛି। ଆଜିକାଲି ଆମେ ଦେଖୁଛେ ଯେ ଯେଉଁଠି– ଯେଉଁଠି ପ୍ରାକୃତିକ ବିପର୍ଯ୍ୟୟ ଆସିଥାଏ, କେଉଁଠାରେ ବନ୍ୟା, କେଉଁଠାରେ ସାମୁଦ୍ରିକ ଝଡ଼, କେଉଁଠାରେ ଭୂସ୍ଖଳନ, ତେବେ ଆମର ଏନଡିଆରଏଫର ସାଥୀମାନେ ସମ୍ପୂର୍ଣ୍ଣ ସାମର୍ଥ୍ୟର ସହିତ ସେଠାରେ ଦୃଷ୍ଟିଗୋଚର ହୋଇଥାଆନ୍ତି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏନଡିଆରଏଫର ନାମ ଶୁଣି ଲୋକମାନଙ୍କ ମନରେ ଏକପ୍ରକାରର ବିଶ୍ୱାସ ଜନ୍ମିଥାଏ। ଏନଡିଆରଏଫର ଏହି ଶାଖା ନିଜର ଉନ୍ନତ କାର୍ଯ୍ୟ ଯୋଗୁଁ ଏହି ସୁନାମ ଅର୍ଜନ କରି ପାରିଛି। ଆଜି ଲୋକଙ୍କୁ ଏହି ଭରସା ରହିଛି ଯେ ବିପର୍ଯ୍ୟୟ ସମୟରେ ଏନଡିଆରଏଫର ଯବାନମାନେ ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ଆମକୁ ବଂଚାଇବେ। ଏନଡିଆରଏଫ ମଧ୍ୟ ଅଧିକାଂଶ ପୁଲିସ ବଳର ଯବାନ ଥାଆନ୍ତି। ଆପଣମାନଙ୍କର ସାଥୀମାନେ ଥାଆନ୍ତି। କିନ୍ତୁ କ’ଣ ଏହି ଭାବନା, ଏହି ସମ୍ମାନ, ପୁଲିସ ପ୍ରତି ରହିଛି? ଏନଡିଆରଏଫରେ ପୁଲିସର ଲୋକମାନେ ମଧ୍ୟ ଅଛନ୍ତି । ଏନଡିଆରଏଫକୁ ସମ୍ମାନ ମଧ୍ୟ ମିଳୁଛି । ଏନଡିଆରଏଫରେ କାର୍ଯ୍ୟ କରୁଥିବା ପୁଲିସ ଯବାନଙ୍କୁ ମଧ୍ୟ ସମ୍ମାନ ମିଳୁଛି। କିନ୍ତୁ ସାମାଜିକ ବ୍ୟବସ୍ଥା ସେପରି ରହିଛି କି? କିନ୍ତୁ କ’ଣ ପାଇଁ ? ଏହାର ଉତର,   ଆପଣମାନଙ୍କୁ ମଧ୍ୟ ଜଣାଅଛି । ଜନମାନସରେ ପୁଲିସ ପ୍ରତି ଏ ଯେଉଁ ନକରାତ୍ମକ ଦୃଷ୍ଟିଭଙ୍ଗୀ ରହିଛି, ତାହା ନିଜକୁ ନିଜ ମଧ୍ୟରେ ହେଉଛି ବହୁତ ବଡ଼ ଆହ୍ୱାନ । କରୋନା ସମୟରେ ପ୍ରାରମ୍ଭିକ ଅବସ୍ଥାରେ ଅନୁଭବ କରାଯାଇଥିଲା ଯେ ଏହି ଦୃଷ୍ଟିଭଙ୍ଗୀ ଟିକେ ବଦଳି ଯାଇଛି । କାରଣ ଲୋକମାନେ ଯେତେବେଳେ ଭିଡିଓଗୁଡ଼ିକୁ ସାମାଜିକ ଗଣମାଧ୍ୟମରେ ଦେଖୁଥିଲେ । ପୁଲିସ କର୍ମୀମାନେ ଗରିବମାନଙ୍କର ସେବା କରୁଥିଲେ। ଭୋକିଲା ଲୋକମାନଙ୍କୁ ଖାଦ୍ୟ ଖାଇବାକୁ ଦେଉଥିଲେ । କେଉଁଠାରେ ଖାଦ୍ୟ ପ୍ରସ୍ତୁତ କରି ଗରିବଙ୍କ ନିକଟରେ ପହଂଚାଉଥିଲେ, ସେତେବେଳେ ସମାଜରେ ଲୋକମାନେ ପୁଲିସକୁ ଏକ ଭିନ୍ନ ଦୃଷ୍ଟିରେ ଦେଖୁଥିଲେ, ଚିନ୍ତା କରିବାର ବାତାବରଣ ବଦଳୁଥିଲା। କିନ୍ତୁ ଏବେ ପୁଣି ସେହି ପୁରୁଣା ସ୍ଥିତି ହୋଇ ଯାଇଛି। ତେବେ କାହିଁକି ଜନତାଙ୍କ ବିଶ୍ୱାସ ବୃଦ୍ଧି ପାଉନାହିଁ, ଭରସା କାହିଁକି ବୃଦ୍ଧି ପାଉନାହିଁ?

ସାଥୀଗଣ,

ଦେଶର ସୁରକ୍ଷା ପାଇଁ, ଆଇନ ବ୍ୟବସ୍ଥା ବଜାୟ ରଖିବା ପାଇଁ, ଆତଙ୍କର ସମାପ୍ତି ପାଇଁ ଆମର ପୁଲିସ ସାଥୀ, ନିଜ ପ୍ରାଣ ଉତ୍ସର୍ଗ କରି ଦେଇଥାଆନ୍ତି। ଅନେକ- ଅନେକ ଦିନ ପର୍ଯ୍ୟନ୍ତ ଆପଣମାନେ ଘରକୁ ଯାଇ ପାରନ୍ତି ନାହିଁ, ପର୍ବପର୍ବାଣୀ ଉତ୍ସବ ସମୟରେ ମଧ୍ୟ ପ୍ରାୟତଃ ଆପଣମାନଙ୍କୁ ପରିବାର ଠାରୁ ଦୂରରେ ରହିବାକୁ ପଡ଼ିଥାଏ। କିନ୍ତୁ ଯେତେବେଳେ ପୁଲିସର ଭାବମୂର୍ତିର କଥା ଆସିଥାଏ, ସେତେବେଳେ ଲୋକଙ୍କ ମନୋଭାବ ବଦଳି ଯାଇଥାଏ। ପୁଲିସ ବିଭାଗକୁ ଆସୁଥିବା ନୂତନ ପିଢ଼ୀର ଏହା ହେଉଛି ଦାୟିତ୍ୱ ଯେ ଏହି ଭାବମୂର୍ତି ବଦଳୁ, ପୁଲିସ ପ୍ରତି ଥିବା ଏହି ନକରାତ୍ମକ ଦୃଷ୍ଟିଭଙ୍ଗୀର ଅନ୍ତ ହେଉ। ଏହା ଆପଣମାନଙ୍କୁ କରିବାର ଅଛି। ଆପଣମାନଙ୍କର ତାଲିମ, ଆପଣମାନଙ୍କର ଚିନ୍ତାଧାରା ମଧ୍ୟରେ ବର୍ଷ-ବର୍ଷ ଧରି ଚଳି ଆସୁଥିବା ପୁଲିସ ବିଭାଗର ଯେଉଁ ସ୍ଥାପିତ ପରମ୍ପରା ରହିଛି, ତାହା ସହିତ ଆପଣମାନଙ୍କୁ ପ୍ରତିଦିନ ସାମ୍ନା-ସାମ୍ନି ହେବାକୁ ପଡ଼ିଥାଏ। ବ୍ୟବସ୍ଥା ଆପଣମାନଙ୍କୁ ବଦଳାଇ ଦେଇଥାଏ ଅବା ଆପଣ ବ୍ୟବସ୍ଥାକୁ ବଦଳାଇ ଦେଉଛନ୍ତି, ଆପଣଙ୍କର ଏହି ଟ୍ରେନିଂ, ଆପଣଙ୍କର ଇଚ୍ଛାଶକ୍ତି ଏବଂ ଆପଣଙ୍କର ମନୋବଳ ଉପରେ ନିର୍ଭର କରିଥାଏ। ଆପଣଙ୍କର କ’ଣ ଲକ୍ଷ୍ୟ ରହିଛି। କେଉଁ ଆଦର୍ଶ ସହିତ ଆପଣ ଯୋଡ଼ି ହୋଇଛନ୍ତି? ସେହି ଆଦର୍ଶର ପରିପୂରଣ ପାଇଁ କେଉଁ ସଂକଳ୍ପ ନେଇ ଆପଣ ଚାଲୁଛନ୍ତି। ତାହା ହିଁ ନିର୍ଭର କରୁଛି ଆପଣ କିଭଳି ବ୍ୟବହାର କରିବେ। ଏହା ଏକ ପ୍ରକାରରେ ଆପଣଙ୍କର ଆଉ ଏକ ପରୀକ୍ଷା ହେବ। ଆଉ ମୋର ଭରସା ରହିଛି, ଆପଣମାନେ ମଧ୍ୟ ସଫଳ ହେବେ, ନିଶ୍ଚୟ ସଫଳ ହେବେ ।

ସାଥୀଗଣ,

ଏଠାରେ ଆମର ଯେଉଁ ପଡୋଶୀ ଦେଶର ଯୁବ ଅଫିସର ଅଛନ୍ତି, ସେମାନଙ୍କୁ ମଧ୍ୟ ମୁଁ ବହୁତ-ବହୁତ ଶୁଭକାମନା ଦେବାକୁ ଚାହୁଁଛି। ଭୁଟାନ ହେଉ, ନେପାଳ ହେଉ, ମାଳଦ୍ୱୀପ ହେଉ, ମରିସସ ହେଉ, ଆମେ ସମସ୍ତେ କେବଳ ପଡୋଶୀ ହିଁ ନୁହେଁ, ବରଂ ଆମର ଚିନ୍ତାଧାରା ଏବଂ ସାମାଜିକ ଚାଲିଚଳଣୀରେ ମଧ୍ୟ ବହୁତ ସମାନତା ରହିଛି। ଆମେ ସମସ୍ତେ ହେଉଛେ ସୁଖ-ଦୁଃଖର ସାଥୀ। ଯେତେବେଳେ ମଧ୍ୟ କୌଣସି ବିପର୍ଯ୍ୟୟ ଆସିଥାଏ, ବିପତି ଆସିଥାଏ, ସେତେବେଳେ ସର୍ବପ୍ରଥମେ ପରସ୍ପରକୁ ସହାୟତା କରିଥାଉ। କରୋନା ସମୟରେ ମଧ୍ୟ ଆମେ ଏହା ଅନୁଭବ କରିଛେ। ଏଥିପାଇଁ, ଆଗାମୀ ବର୍ଷରେ ହେବାକୁ ଥିବା ବିକାଶରେ ମଧ୍ୟ ଆମର ଭାଗିଦାରୀ ବଢ଼ିବା ଥୟ। ବିଶେଷ ଭାବେ ଆଜି ଯେତେବେଳେ ଅପରାଧ ଏବଂ ଅପରାଧୀ, ସୀମାରେଖା ମଧ୍ୟରେ ସୀମିତ ନାହାଁନ୍ତି, ସେଭଳି ସମୟରେ ପାରସ୍ପରିକ ସମନ୍ୱୟ ଅଧିକ ଜରୁରୀ ହୋଇ ପଡ଼ିଛି। ମୋର ବିଶ୍ୱାସ ଯେ ସର୍ଦ୍ଦାର ପଟେଲ ଏକାଡେମୀରେ ବିତାଇଥିବା ଆପଣଙ୍କର ଏହି ଦିନ, ଆପଣଙ୍କ କ୍ୟାରିୟର, ଆପଣଙ୍କର ଜାତୀୟ ଏବଂ ସାମାଜିକ ଦାୟିତ୍ୱବୋଧ ଆଉ ଭାରତ ସହିତ ବନ୍ଧୁତାକୁ ମଧ୍ୟ ଦୃଢ଼ କରିବାରେ ସାହାଯ୍ୟ କରିବ। ପୁଣିଥରେ ଆପଣ ସମସ୍ତଙ୍କୁ ବହୁତ-ବହୁତ ଶୁଭକାମନା!

ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From China's shadow to Made-in-India toys: Imports fall 71% as Centre targets 25% global share

Media Coverage

From China's shadow to Made-in-India toys: Imports fall 71% as Centre targets 25% global share
NM on the go

Nm on the go

Always be the first to hear from the PM. Get the App Now!
...
Text of Prime Minister's Address at the India-New Zealand Business Event
July 11, 2026

Your Excellency, Prime Minister क्रिस्टोफर लक्सन,

भारत और न्यूज़ीलैंड के business leaders,

नमस्कार

किया ओरा

ऑकलैंड में आप सबके बीच आकर मुझे बहुत प्रसन्नता हो रही है। मैं प्रधानमंत्री लक्सन का, उनके सकारात्मक विचारों और भारत के प्रति उनकी गहरी प्रतिबद्धता के लिए विशेष आभार व्यक्त करता हूँ।

आप सभी की उपस्थिति न्यूज़ीलैंड की innovation, enterprise और future-oriented सोच का प्रतीक है। भारत की ओर से, मैं 140 करोड़ लोगों की aspirations और ambitions का संदेश लेकर आया हूँ।

Friends,

यह बैठक ऐसे समय में हो रही है जब भारत और न्यूज़ीलैंड के संबंध एक turning point पर हैं। आज हम अपने संबंधों को Strategic Partnership के सूत्र में बांध रहे हैं। यह केवल एक diplomatic milestone नहीं है। यह हमारे साझा भविष्य का एक नया संकल्प है।

इस वर्ष दोनों देशों के बीच नौ महीनों के रिकॉर्ड समय में Free Trade Agreement किया गया। यह आप सभी के लिए market access, investment, services, technology और talent mobility के नए अवसर लेकर आएगा। मुझे विश्वास है कि नए जोश और उत्साह के साथ काम करते हुए हम 2030 तक द्विपक्षीय व्यापार को दोगुना बढ़ाएंगे।

न्यूज़ीलैंड द्वारा अगले पंद्रह वर्षों में भारत में बीस बिलियन डॉलर का investment commitment किया गया है। यह केवल निवेश का ही नहीं, बल्कि भारत की विकास यात्रा में सहभागी बनने का भी commitment है।

Friends,

आज भारत दुनिया की fastest-growing major economy है। हमारी बढ़ती मिडल क्लास, large scale digital adoption और इंफ्रास्ट्रक्चर push, भारत को एक unique growth story बनाते हैं।

भारत में हमने reform, perform और transform को governance का आधार बनाया है। आज भारत में policy stability है, political stability है, और growth की continuity है।

इसलिए आज विश्व को हमारा संदेश है: India is not only a market; India is a launchpad for global growth.

भारत में बन रहे इन अवसरों का लाभ उठाने के लिए मैं कुछ उदाहरण आपके सामने रखना चाहूँगा। भारत में manufacturing को बढ़ावा देने के लिए हमने Production Linked Incentive scheme शुरू की है। इसके अंतर्गत food processing से लेकर textiles जैसे 14 sectors में लगभग बीस बिलियन डॉलर का सपोर्ट दिया जा रहा है। मैं आप सभी को इस manufacturing momentum का हिस्सा बनने के लिए आमंत्रित करता हूँ।

भारत में airports, regional connectivity, air cargo और टुरिज़म तेज़ी से बढ़ रहे हैं। भारत आज दुनिया का तीसरा सबसे बड़ा domestic aviation market है। हम मिलकर cargo corridors, flight connectivity और joint tourism packages बना सकते हैं।

Kiwi, apples, honey और seafood के लिए perishable cargo solutions विकसित किए जा सकते हैं। न्यूज़ीलैंड के पास horticulture, dairy science, और forestry में विशाल एक्स्पर्टीज़ है। भारत के पास consumer market, food parks और agri-tech talent की ताकत है। हम मिलकर farm-to-market value chains और global export platforms बना सकते हैं।

Fin Tech में आज भारत global leader है। आज दुनिया की पचास प्रतिशत real time digital payments भारत में होती हैं। हम digital payments के साथ साथ green bonds और blended finance में आगे बढ़ सकते हैं।

हमने space sector को private participation के लिए खोल दिया है। आज भारत में 400 से अधिक space start-ups है और अब तो एक यूनिकॉर्न भी बन गई है। दोनों देशों की कम्पनियां भारत के space ecosystem के साथ मिलकर small satellites, remote sensing और ocean monitoring में काम कर सकती हैं।

भारत में Smart Cities Mission के अंतर्गत 100 cities में 8,000 से अधिक projects पर काम हो रहा है। हम मिलकर urban mobility, water management, waste management जैसे क्षेत्रों में काम कर सकते हैं।

Friends,

मैं माओरी business leaders का विशेष अभिनंदन करता हूँ। भारत की सभ्यता और माओरी tradition, दोनों में प्रकृति, समुदाय और सस्टेनेबिलिटी के प्रति गहरा सम्मान है। हमारे FTA में भी माओरी बिजनेसस के लिए अवसरों को विशेष स्थान दिया गया है। हमारी इन साझा मूल्यों को जोड़कर हम inclusive and sustainable trade का नया model बना सकते हैं।

Friends,

मेरा सुझाव है कि हम मिलकर एक बहुत ही ambitious Business Roadmap बनाएं। अपनी strengths को जोड़ते हुए हम कम से कम पाँच flagship प्रोजेक्ट्स की पहचान करें, और उन्हें समयबद्ध तरीके से पूरा करने के लिए review मेकनिज़म बनाएं। तभी हम अपने संबंधों के पूरे potential को realise कर सकेंगे, और दोनों देशों के लोगों की आकांक्षाओं और अपेक्षाओं पर खरे उतर सकेंगे।

मैं आप सभी को इस यात्रा में कंधे से कंधा मिलाकर चलने के लिए आमंत्रित करता हूँ।

Let us make our partnership a platform for prosperity, a bridge for innovation, and a force for global good.

और मैं चाहता हूँ की भारत और नई ज़ीलैण्ड मिल कर के एक नयी शक्ति के रूप में उभरें।

और मेरा एक और आग्रह है। जैसे अभी आपने बताया कि खेल के हमारे संबंधों के सौ साल हो रहे हैं। यह बड़ा महत्वपूर्ण इवेंट है।

इसको तो हम मनाएंगे ही मनाएंगे। लेकिन क्या हम यह सोच सकते हैं, की 35 से कम उम्र के Businessmen, ऐसा एक बड़ा डेलीगेशन भारत आएं, और भारत से भी 35 से नीचे की उम्र का एक बिज़नेस डेलीगेशन New Zealand आये?

ताकि हम एक नयी पीढ़ी को हम तैयार करें ? इसी एक शुभकामना के साथ आप सब का बहुत-बहुत धन्यवाद।