ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣରେ ଆମେରିକା ରାଷ୍ଟ୍ରପତି ମାନନୀୟ ଡୋନାଲ୍ଡ ଜେ. ଟ୍ରମ୍ପ ଫେବୃଆରୀ 24-25, 2020ରେ ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିଲେ ।

ବ୍ୟାପକ ବୈଶ୍ୱିକ ରଣନୈତିକ ଭାଗିଦାରୀ

ସକ୍ରିୟ ଗଣତନ୍ତ୍ରର ନେତା ଭାବେ ସ୍ୱାଧୀନତା, ସମସ୍ତ ନାଗରିକମାନଙ୍କ ସହ ସମାନ ବ୍ୟବହାର, ମାନବାଧିକାର ଏବଂ ଆଇନର ସୁଶାସନର ପ୍ରତିଶୃତିବଦ୍ଧତାକୁ ସ୍ୱୀକାର କରି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପ ଭାରତ-ଆମେରିକା ମଧ୍ୟରେ ବ୍ୟାପକ ବୈଶ୍ୱିକ ରଣନୈତିକ ଭାଗିଦାରିତାକୁ ଆହୁରି ଅଧିକ ସୁଦୃଢ କରିବାର ସଂକଳ୍ପ ନେଇଛନ୍ତି । ଏହା ପାରମ୍ପରିକ ବିଶ୍ୱାସ, ଦୁଇ ଦେଶର କଲ୍ୟାଣ, ସଦଭାବନା ଏବଂ ଦୁଇ ଦେଶର ନାଗରିକମାନଙ୍କର ମଜବୁତ ସହଭାଗିତା ଉପରେ ଆଧାରିତ ।

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପ ବିଶେଷତଃ ସାମୁଦ୍ରିକ ଏବଂ ମହାକାଶ କ୍ଷେତ୍ରରେ ଅଧିକ ସଚେତନତା ଏବଂ ସୂଚନାଗୁଡିକ ଉପରେ ଗୁରୁତ୍ୱ ପ୍ରଦାନ କରିବା, ସୈନ୍ୟ ସମନ୍ୱୟ କର୍ମୀଙ୍କର ଆଦାନ-ପ୍ରଦାନ, ସମସ୍ତ ସେବାଗୁଡିକ ଏବଂ ସ୍ୱତନ୍ତ୍ର ସେନା ମଧ୍ୟରେ ଉନ୍ନତ ପ୍ରଶିକ୍ଷଣ ଏବଂ ବିସ୍ତୃତ ଅଭ୍ୟାସ, ଉନ୍ନତ ପ୍ରତିରକ୍ଷା କଳକାରଖାନା, ଉପକରଣ ଏବଂ ପ୍ଲାଟଫର୍ମଗୁଡିକର ସହ ବିକାଶ ଏବଂ ସହ ଉତ୍ପାଦନରେ ଘନିଷ୍ଠ ସହଯୋଗ, ତଥା ଦୁଇ ଦେଶର ପ୍ରତିରକ୍ଷା ଉଦ୍ୟୋଗଗୁଡିକ ମଧ୍ୟରେ ରାଜିନାମା ଜରିଆରେ ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗକୁ ଆହୁରି ଅଧିକ ବ୍ୟାପକ କରିବା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ ।

ରାଷ୍ଟ୍ରପତି ଟ୍ରମ୍ପ ଏହା ମଧ୍ୟ କହିଥିଲେ ଯେ ଏକ ସୁଦୃଢ ଏବଂ ସକ୍ଷମ ଭାରତୀୟ ସେନା ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି, ସ୍ଥିରତା ଏବଂ ଆଇନ ଆଧାରିତ ବ୍ୟବସ୍ଥାକୁ ସୁଲଭ ଭାବେ କାର୍ଯ୍ୟକାରୀ କରିଥାଏ । ଏହାସହିତ ରାଷ୍ଟ୍ରପତି ଟ୍ରମ୍ପ ଆମେରିକାର ଉନ୍ନତ ସୈନ୍ୟ ଉଦ୍ୟୋଗକୁ ଭାରତକୁ ହସ୍ତାନ୍ତରିତ କରିବା ନେଇ ନିଜର ସମର୍ଥନ ବ୍ୟକ୍ତ କରି ନିଜ ସଂକଳ୍ପକୁ ଦୋହରାଇଥିଲେ । ରାଷ୍ଟ୍ରପତି ଟ୍ରମ୍ପ ଏମଏଚ-60ଆର ନୌସେନା ଏବଂ ଏଏଚ-64ଇ ଆପାଚେ ହେଲିକପ୍ଟର କ୍ରୟ କରିବା ସଂପର୍କୀତ ଭାରତ ନେଇଥିବା ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ । ଏହି କ୍ଷମତାଗୁଡିକରୁ ପ୍ରତିରକ୍ଷା କଲ୍ୟାଣ, ନିଯୁକ୍ତି ବୃଦ୍ଧି ଏବଂ ଦୁଇ ଦେଶ ମଧ୍ୟରେ ଔଦ୍ୟୋଗିକ ସହଯୋଗକୁ ପ୍ରୋତ୍ସାହନ ମିଳିବ । ଭାରତ ନୂତନ ପ୍ରତିରକ୍ଷା କ୍ଷମତା ହାସଲ କରିବା କ୍ଷେତ୍ରରେ ପ୍ରଚେଷ୍ଟାରତ, ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଟ୍ରମ୍ପ ଏକ ପ୍ରମୁଖ ପ୍ରତିରକ୍ଷା ଅଂଶୀଦାର ଭାବେ ଭାରତକୁ ସହଯୋଗ କରିବେ ଯାହାଦ୍ୱାରା କ୍ରୟ ଏବଂ ଔଦ୍ୟୋଗିକ ହସ୍ତାନ୍ତରଣ ପାଇଁ ଏହାକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରିବା ଉପରେ ବିଚାର କରାଯିବ । ଦୁଇ ନେତା ଅତିଶୀଘ୍ର ପ୍ରତିରକ୍ଷା ସହଯୋଗର ଆଶା ରଖିଛନ୍ତି ଯାହାଦ୍ୱାରା ଭିତ୍ତିଭୂମିର ଆଦାନ ପ୍ରଦାନ ଏବଂ ସହଯୋଗ ସହିତ ବିଭିନ୍ନ ରାଜିନାମାର ମାର୍ଗ ପ୍ରଶସ୍ତ ହେବ ।

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପ ସହଯୋଗ ଜରିଆରେ ନିଜ ନିଜ ଦେଶର ସୁରକ୍ଷା ବୃଦ୍ଧି ତଥା ବିଭିନ୍ନ ଆନ୍ତର୍ଜାତୀୟ ଅପରାଧଗୁଡିକ ଯଥା ମାନବ ଚାଲାଣ, ଆତଙ୍କବାଦ ଏବଂ ଚରମ ଉଗ୍ରବାଦ, ନିଶା ଚୋରା ଚାଲାଣ ଏବଂ ସାଇବର ସ୍ପେସ ସହ ସଂପର୍କୀତ ଅପରାଧଗୁଡିକୁ ମିଳିତ ଭାବେ ଦମନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଦୁଇ ନେତା ନିଜ ନିଜ ରାଷ୍ଟ୍ରର ସୁରକ୍ଷା ସହ ଜଡିତ ଆଲୋଚନାରେ ନୂତନ ଦିଗନ୍ତ ପାଇଁ ଆମେରିକା ହୋମଲ୍ୟାଣ୍ଡ ସୁରକ୍ଷା ବିଭାଗ ଏବଂ ଭାରତର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିର ସ୍ୱାଗତ କରିଛନ୍ତି । ନିଶା ଦ୍ରବ୍ୟଗୁଡିକ ଦ୍ୱାରା ଦୁଇ ଦେଶର ନାଗରିକଙ୍କ ପ୍ରତି ବିପଦକୁ ଦୂର କରିବା ପାଇଁ ଦୁଇ ଦେଶ ପ୍ରତିଶ୍ରୁତିବଦ୍ଧ ବୋଲି ଦର୍ଶାଇ ଦୁଇ ନେତା ନିଜ ନିଜ ରାଷ୍ଟ୍ରର ଆଇନ ପ୍ରବର୍ତ୍ତନ ଏଜେନ୍ସି ମଧ୍ୟରେ ଏକ ନୂତନ ନିଶା ନିରୋଧୀ କାର୍ଯ୍ୟଦଳ ଗଠନ କରିବା ନେଇ ଘୋଷଣା କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟିକ ସଂପର୍କ ଏବଂ ପୁଞ୍ଜି ନିବେଶ ସହ ଦୀର୍ଘସୂତ୍ରୀ ବାଣିଜ୍ୟିକ ସ୍ଥିରତାର ଆବଶ୍ୟକତା ବୃଦ୍ଧି ପାଉଥିବାର ମହତ୍ଵକୁ ସ୍ୱୀକାର କରିଥିଲେ ଯାହାଦ୍ୱାରା ଆମେରିକା ଏବଂ ଭାରତ ଦୁଇଦେଶର ଅର୍ଥବ୍ୟବସ୍ଥା ଲାଭାନ୍ୱିତ ହେବ । ଦୁଇ ରାଜନେତା ବର୍ତ୍ତମାନ ଜାରି ଆଲୋଚନାକୁ ଅତିଶୀଘ୍ର ପୂରା କରିବା ନେଇ ସହମତି ପ୍ରକାଶ କରିଥିଲେ । ଦୁଇ ନେତାଙ୍କର ଆଶା ଯେ ଏହି ଆଲୋଚନା ଏକ ବ୍ୟାପକ ଦ୍ୱିପାକ୍ଷିକ ବାଣିଜ୍ୟିକ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ହୋଇପାରେ ଯାହା ଦ୍ୱିପାକ୍ଷୀକ ବାଣିଜ୍ୟିକ ସଂପର୍କ ଏବଂ ଦୁଇ ଦେଶ ମଧ୍ୟରେ ସମୃଦ୍ଧି, ପୁଞ୍ଜି ନିବେଶ ଏବଂ ରୋଜଗାର କ୍ଷେତ୍ରରେ ବୃଦ୍ଧି କରିବାର ସଠିକ ମହତ୍ୱକାଂକ୍ଷା ତଥା ସଂପୂର୍ଣ୍ଣ କ୍ଷମତାକୁ ପ୍ରଦର୍ଶିତ କରୁଛି ।

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପ ହାଇଡ୍ରୋକାର୍ବନ କ୍ଷେତ୍ରରେ ବାଣିଜ୍ୟିକ ଏବଂ ପୁଞ୍ଜି ନିବେଶ ପାଇଁ ଭାରତ ଏବଂ ଆମେରିକା ମଧ୍ୟରେ ବୃଦ୍ଧି ପାଉଥିବା ସହଭାଗିତାର ସ୍ୱାଗତ କରିଥିଲେ । ନିଜ ରଣନୈତିକ ଶକ୍ତି ସହଭାଗିତା ଜରିଆରେ ଭାରତ ଏବଂ ଆମେରିକା ଶକ୍ତି ସହଯୋଗ ବୃଦ୍ଧି କରିବା ପାଇଁ, ଶକ୍ତି କ୍ଷେତ୍ରଗୁଡିକରେ ଶକ୍ତି ଏବଂ ନୂତନତ୍ୱ ସଂପର୍କୀତ ସହଭାଗିତାକୁ ବିସ୍ତୃତ କରିବା ପାଇଁ, ରଣନୈତିକ ସାମଞ୍ଜସ୍ୟ ବୃଦ୍ଧି କରିବା ପାଇଁ ତଥା ଉଦ୍ୟୋଗ ଜଗତ ଏବଂ ଅନ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ସହଭାଗିତାକୁ ଆହୁରି ଅଧିକ ସୁବିଧାଜନକ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପ କୋକିଂଗ/ ଧାତବ କୋଇଲା ଏବଂ ପ୍ରାକୃତିକ ଗ୍ୟାସ ପାଇଁ ନିଜର ଅମଦାନୀ ଆଧାରରେ ବିବିଧତା ଆଣିବା ସଂପର୍କୀତ ଭାରତର ଲକ୍ଷ୍ୟ ପୂରଣ କରିବା କ୍ଷେତ୍ରରେ ଆମେରିକା ସକ୍ଷମ ବୋଲି କହିଥିଲେ । ଏହା ଜରିଆରେ ଦୁଇ ରାଜନେତା ସେହିସବୁ ବାଣିଜ୍ୟିକ ବ୍ୟବସ୍ଥାଗୁଡିକର ସ୍ୱାଗତ କରିଥିଲେ ଯାହାର ଉଦ୍ଦେଶ୍ୟ ଭାରତୀୟ ବଜାରରେ ଏଲଏନଜି କ୍ଷେତ୍ରରେ ଅଗ୍ରଗତି ଆଣିବା । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପ ଅତିଶୀଘ୍ର ଭାରତରେ 6 ପରମାଣୁ ରିଆକ୍ଟର ନିର୍ମାଣ ନିମନ୍ତେ ଜ୍ଞାନ କୌଶଳ-ବାଣିଜ୍ୟିକ ସୁଯୋଗକୁ ଅନ୍ତିମ ରୂପ ପ୍ରଦାନ କରିବା ପାଇଁ ନ୍ୟୁକ୍ଲିୟର ପାୱାର କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ ତଥା ୱେଷ୍ଟିଗହାଉସ ଇଲେକ୍ଟ୍ରିକ କଂପାନୀକୁ ପ୍ରୋତ୍ସାହିତ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଏବଂ ନବାଚାର କ୍ଷେତ୍ରରେ ଦୀର୍ଘସୂତ୍ରୀ ଏବଂ ବ୍ୟବହାରିକ ସହଯୋଗକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । ଦୁଇ ନେତା ବିଶ୍ୱର ପ୍ରଥମ ‘ଡୁଆଲ ଫ୍ରିକୁଏନ୍ସି ସିନ୍ଥେଟିକ ଆପରେଚର ରାଡାର ସାଟେଲାଇଟ’ର ମିଳିତ ମିଶନକୁ 2022ରେ ଆରମ୍ଭ କରିବା ପାଇଁ ଭାରତ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଏବଂ ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ ସ୍ପେଶ ଆଡମିନିଷ୍ଟ୍ରେସନ (ନାସା)ର ପ୍ରଚେଷ୍ଟାକୁ ସ୍ୱାଗତ କରିଥିଲେ । ପୃଥିବୀର ଅବଲୋକନ, ମଙ୍ଗଳ ଏବଂ ଅନ୍ୟ ଗ୍ରହଗୁଡିକର ସନ୍ଧାନ, ହେଲିୟୋଫିଜିକ୍ସ, ମାନବ ଅନ୍ତରୀକ୍ଷ ଯାତ୍ରାରେ ସହଯୋଗ ସହିତ ବାଣିଜ୍ୟିକ ଅନ୍ତରୀକ୍ଷ ସହଯୋଗକୁ ମଧ୍ୟ ପ୍ରୋତ୍ସାହନ ମିଳିବାକୁ ନେଇ ଦୁଇ ନେତା ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପ ଶିକ୍ଷା କ୍ଷେତ୍ରରେ ସହଯୋଗ ସହିତ ଶିକ୍ଷାର ଆଦାନ ପ୍ରଦାନ ସୁଯୋଗଗୁଡିକୁ ମଧ୍ୟ ବିସ୍ତୃତ କରିବାର ଆଗ୍ରହ ପ୍ରକାଶ କରିଥିଲେ । ‘ଯୁବ ଅନ୍ୱେଷକ’ ଇନଟର୍ନସିପ ଜରିଆରେ ଶିକ୍ଷାର ସହଯୋଗ ବୃଦ୍ଧି କରିବା ମଧ୍ୟ ଏଥିରେ ସାମିଲ କରାଯାଇଛି । ଆମେରିକାରେ ବର୍ତ୍ତମାନ ଭାରତୀୟ ବିଦ୍ୟାର୍ଥୀମାନଙ୍କ ସଂଖ୍ୟାରେ ହୋଇଥିବା ବୃଦ୍ଧିକୁ ଦୁଇ ନେତା ସ୍ୱାଗତ କରିଥିଲେ ।

ନୋଭେଲ କୋରୋନା ଭୂତାଣୁ ଭଳି ବିଭିନ୍ନ ରୋଗର ନିୟନ୍ତ୍ରଣ, ଚିହ୍ନଟ ଏବଂ ଏହିସବୁ ରୋଗ ନ ବ୍ୟାପିବା ପାଇଁ ବିଶ୍ୱ ସ୍ତରରେ କରାଯାଉଥିବା ପ୍ରଚେଷ୍ଟାଗୁଡିକର ସମର୍ଥନ କରି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପ ଏହି କ୍ଷେତ୍ରରେ ନିଜର ସଫଳ ଯୋଗଦାନ ପାଇଁ ପ୍ରତିଶ୍ରୁତିବଦ୍ଧ ।
ଭାରତ ଏବଂ ଆମେରିକାର ଗ୍ରାହକମାନଙ୍କ ପାଖରେ ଉଚ୍ଚ ଗୁଣାତ୍ମକମାନ, ସୁରକ୍ଷିତ, କାର୍ଯ୍ୟକାରୀ ଏବଂ କମ ମୂଲ୍ୟରେ ଔଷଧ ଏବଂ ଚିକିତ୍ସା ପାଇଁ କରାଯାଇଥିବା ଦ୍ୱିପାକ୍ଷିକ ଚୁକ୍ତିର ସେମାନେ ପ୍ରଶଂସା କରିଥିଲେ । ଦୁଇ ଦେଶର ଅଭିନବ କୌଶଳ ଜରିଆରେ ମାନସିକ ସ୍ୱାସ୍ଥ୍ୟ ସଂପର୍କୀତ ଆହ୍ୱାନଗୁଡିକର ସମାଧାନ କରିବାରେ ସହଯୋଗ ଚୁକ୍ତିକୁ ସ୍ୱାଗତ କରିଥିଲେ ।

ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ରଣନୈତିକ ସାମଞ୍ଜସ୍ୟ

ଭାରତ ଏବଂ ଆମେରିକା ମଧ୍ୟରେ ଘନିଷ୍ଠ ବନ୍ଧୁତ୍ୱ ଏକ ଖୋଲା, ମୁକ୍ତ, ସମନ୍ୱିତ, ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧ ହିନ୍ଦ-ପ୍ରଶାନ୍ତ କ୍ଷେତ୍ର ପାଇଁ ଅତ୍ୟନ୍ତ ଆବଶ୍ୟକ । ଏହି ସହଯୋଗକୁ ସ୍ୱୀକାର କରିବା ପାଇଁ, ଅନ୍ତର୍ଜାତୀୟ ଆଇନ ଏବଂ ସୁଶାସନର ପାଳନ ପାଇଁ, ନୌବହନର ସୁରକ୍ଷା ଏବଂ ସ୍ୱତନ୍ତ୍ରତା, ସମୁଦ୍ରର ଆଇନଗତ ଉପଯୋଗକୁ ସମର୍ଥନ, ବୈଧ ବାଣିଜ୍ୟ ଏବଂ ଆନ୍ତର୍ଜାତୀୟ ଆଇନ ଅନୁଯାୟୀ ସାମୁଦ୍ରିକ ବିବାଦକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ।

ଆମେରିକା ଭାରତ ମହାସାଗର କ୍ଷେତ୍ରରେ ସୁରକ୍ଷା ପ୍ରଦାନ କରିବା ସହିତ ବିକାଶ ଏବଂ ମାନବୀୟ ସହଯୋଗ ପ୍ରଦାନ କରିବା କ୍ଷେତ୍ରରେ ଭାରତର ଭୂମିକାକୁ ପ୍ରଶଂସା କରିଥିଲେ । ଭାରତ ଏବଂ ଆମେରିକା ଏହି କ୍ଷେତ୍ରରେ ପାରଦର୍ଶୀ ଏବଂ ଉଚ୍ଚ ଗୁଣାତ୍ମକ ଭିତ୍ତିଭୂମି ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପ ଭାରତରେ ପାରମ୍ପରିକ ଶକ୍ତି ପ୍ରକଳ୍ପଗୁଡିକ ପାଇଁ ଆମେରିକା ଆନ୍ତର୍ଜାତୀୟ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ ଆମେରିକାର ଆନ୍ତର୍ଜାତୀୟ ବିକାଶ ଅର୍ଥ ନିଗମ (ଡିଏଫସି) ଦ୍ୱାରା 600 ମିଲିୟନ ଡଲାରର ଅର୍ଥ ପୋଷଣ ସଂପର୍କୀତ ସୁବିଧା ପ୍ରଦାନ କରିବାର ଘୋଷଣା କରିବା ସହିତ ଚଳିତ ବର୍ଷ ଭାରତରେ ନିଜର ସ୍ଥାୟୀ କାର୍ଯ୍ୟାଳୟ ଖୋଲିବା ସଂପର୍କୀତ ଡିଏଫସି ନେଇଥିବା ନିଷ୍ପତ୍ତିର ମଧ୍ୟ ସ୍ୱାଗତ କରିଥିଲେ ।

ଭାରତ-ପ୍ରଶାନ୍ତ କ୍ଷେତ୍ର ସହିତ ବିଶ୍ୱ ସ୍ତରରେ ବିକାଶ ସଂପର୍କୀତ ପ୍ରଭାବୀ ସମାଧାନଗୁଡିକୁ ଆଗକୁ ନେବାକୁ ନିଜ ନିଜ ଦେଶର ସହଯୋଗ ପ୍ରତିବଦ୍ଧତାକୁ ଗୁରୁତ୍ୱ ପ୍ରଦାନ କରି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପ ତୃତୀୟ ଅଥବା ଅନ୍ୟ ଦେଶଗୁଡିକର ସହଯୋଗ ପାଇଁ ‘ୟୁସେଡ’ଏବଂ ଭାରତର ବିକାଶ ସହଯୋଗ ପ୍ରଶାସନ ମଧ୍ୟରେ ଏକ ନୂତନ ସହଯୋଗ ପାଇଁ ଆଗ୍ରହୀ ।

ଭାରତ ଏବଂ ଆମେରିକା, ଦକ୍ଷିଣ ଚୀନ ସାଗରରେ ଏକ ସାର୍ଥକ ଆଚାର ସଂହିତା ଦିଗରେ କରାଯାଉଥିବା ପ୍ରଚେଷ୍ଟାକୁ ଦୃଷ୍ଟିରେ ରଖିଛନ୍ତି ଏବଂ ଏଥିସହିତ ସେ ଗମ୍ଭୀରତାର ସହ ଅନୁରୋଧ କରି କହିଥିଲେ ଯେ ଏହି ଆନ୍ତର୍ଜାତୀୟ କାନୁନ ଅନୁସାରେ ସମସ୍ତ ରାଷ୍ଟ୍ରର ବୈଧ ଅଧିକାର ଏବଂ କଲ୍ୟାଣ ପାଇଁ ପକ୍ଷପାତିତା ହେବା ଅନୁଚିତ୍ ।

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପ ଭାରତ-ଆମେରିକା-ଜାପାନ ତ୍ରିପାକ୍ଷିକ ଶିଖର ସମ୍ମିଳନୀ, ଭାରତ ଏବଂ ଆମେରିକାର ବିଦେଶ ଏବଂ ପ୍ରତିରକ୍ଷା ମନ୍ତ୍ରୀମାନଙ୍କର 2+2 ମନ୍ତ୍ରୀସ୍ତରୀୟ ବୈଠକ ବ୍ୟବସ୍ଥା ଏବଂ ଭାରତ-ଆମେରିକା-ଅଷ୍ଟ୍ରେଲିଆ-ଜାପାନ ଚତୁଃକୋଣୀୟ ପରାମର୍ଶ ଆଦି ଜରିଆରେ ପରାମର୍ଶକୁ ମଜବୁତ କରିବାର ନିଷ୍ପତ୍ତି ନିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପ ଆମେରିକା, ଭାରତ ଏବଂ ଅନ୍ୟ ସହଯୋଗୀମାନଙ୍କ ମଧ୍ୟର ସାମୁଦ୍ରିକ କ୍ଷେତ୍ର ସଂପର୍କୀତ ବିଶିଷ୍ଟ ସୂଚନାଗୁଡିକୁ ଆହୁରି ଅଧିକ ସହଯୋଗ ପ୍ରଦାନ ପାଇଁ ଆଗ୍ରହ ପ୍ରକାଶ କରିଥିଲେ ।

ବୈଶ୍ୱିକ ନେତୃତ୍ୱ ପାଇଁ ସହଯୋଗ

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପ ସଂଯୁକ୍ତ ରାଷ୍ଟ୍ର ଏବଂ ଅନ୍ୟ ଅନ୍ତର୍ଜାତୀୟ ସଂଗଠନଗୁଡିକୁ ମଜବୁତ କରିବା ଏବଂ ଏମାନଙ୍କ ସଂସ୍କାର ଲାଗୁ କରିବା ଏବଂ ଏମାନଙ୍କ ଅଖଣ୍ଡତାକୁ ସୁନିଶ୍ଚିତ କରିବା ପାଇଁ ପରସ୍ପର ମିଶି କାମ କରିବାର ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ । ରାଷ୍ଟ୍ରପତି ଟ୍ରମ୍ପ ମିଳିତ ଜାତିସଂଘ ପୁନର୍ଗଠିତ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ଆମେରିକା ତରଫରୁ ସମର୍ଥନ ଦେବା ପାଇଁ ପୁନର୍ବାର ଦୋହରାଇଥିଲେ । କେବଳ ଏତିକି ନୁହେଁ, ଆଉ ଅଧିକ ବିଳମ୍ବ ନ କରି ପରମାଣୁ ଯୋଗାଣ ସମୂହରେ ଭାରତର ପ୍ରବେଶକୁ ଆମେରିକା ତରଫରୁ ସମର୍ଥନକୁ ପୁନର୍ବାର ଦୋହରାଇଥିଲେ ।

ଭାରତ ଏବଂ ଆମେରିକାର ଏହା ବିଚାର ଯେ ବିକାଶଶୀଳ ଏବଂ କମ ଆୟ କରୁଥିବା ଦେଶରେ ଋଣ ବୃଦ୍ଧି ରୋକିବା ପାଇଁ ଋଣ କରୁଥିବା ଏବଂ ଋଣପ୍ରଦାନକାରୀଙ୍କ ପାଇଁ ଉତ୍ତରଦାୟୀ, ପାରଦର୍ଶୀ ଏବଂ ଦୀର୍ଘସୂତ୍ରୀ ଆର୍ଥିକ ପୋଷଣର ନିୟମାବଳୀକୁ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପ ଆର୍ଥିକ, ପ୍ରଶିକ୍ଷଣ ଏବଂ ମାର୍ଗଦର୍ଶନ ସଂପର୍କୀତ ପଦକ୍ଷେପଗୁଡିକ ଜରିଆରେ ମହିଳାମାନଙ୍କୁ ଏବଂ ବାଳିକାମାନଙ୍କର ଶିକ୍ଷା, ଆର୍ଥିକ ସଶକ୍ତିକରଣ ଏବଂ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବାର ଗୁରୁତ୍ୱ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ଜରିଆରେ ଆମେରିକା ମହିଳାମାନଙ୍କର ବୈଶ୍ୱିକ ବିକାଶ ଏବଂ ସମୃଦ୍ଧି (ଡବ୍ଲୁ-ଜିଡିପି) ପଦକ୍ଷେପ ଏବଂ ଭାରତ ସରକାରଙ୍କ ‘ବେଟି ବଚାଓ ଓ ବେଟି ପଢାଓ’ କାର୍ଯ୍ୟକ୍ରମ ଅନ୍ତର୍ଗତ ଅର୍ଥବ୍ୟବସ୍ଥାରେ ମହିଳା ଏବଂ ବାଳିକାଙ୍କ ସଂପୂର୍ଣ୍ଣ ଏବଂ ମୁକ୍ତ ସହଭାଗିତାକୁ ବୃଦ୍ଧି କରିବାର ଉପାୟ କାର୍ଯ୍ୟକାରୀ କରିବା ଉପରେ ମଧ୍ୟ ଅଧିକ ଗୁରୁତ୍ୱ ପ୍ରଦାନ କରିଥିଲେ ।

ଭାରତ ଏବଂ ଆମେରିକା ଦୁଇଦେଶ ଅଖଣ୍ଡ, ସାର୍ବଭୌମ, ଗଣତାନ୍ତ୍ରିକ, ସମାବେଶୀ, ସ୍ଥିର ଏବଂ ସମୃଦ୍ଧ ଆଫଗାନିସ୍ତାନ ସପକ୍ଷରେ ଅଛନ୍ତି । ଦୁଇ ଦେଶ କହିଥିଲେ ଯେ ଆଫଗାନିସ୍ତାନର ପ୍ରତିନିଧିତ୍ୱରେ ଏବଂ ଆଫଗାନିସ୍ତାନର ସାର୍ବଭୌମତ୍ଵରେ ଶାନ୍ତି ଏବଂ ସମାଧାନର ଏଭଳି ପ୍ରକ୍ରିୟାକୁ ପ୍ରୋତ୍ସାହନ ପ୍ରଦାନ କରାଯିବ ଯାହାଦ୍ୱାରା ଶାନ୍ତି ନିରନ୍ତର ଜାରୀ ରହିବ, ହିଂସାର ପରିବେଶ ରହିବ ନାହିଁ, ଆତଙ୍କବାଦୀଙ୍କ ସୁରକ୍ଷିତ ସ୍ଥାନ ନଷ୍ଟ ହେବ ଏବଂ ବିଗତ 18 ବର୍ଷ ଧରି ହାସଲ କରିଥିବା ଅନୁଭୂତି ଅକ୍ଷୁର୍ଣ୍ଣ ରହିବ । ରାଷ୍ଟ୍ରପତି ଟ୍ରମ୍ପ ଆଫଗାନିସ୍ତାନରେ ସ୍ଥିରତା ସୁନିଶ୍ଚିତ କରିବା ଏବଂ ସଂଯୋଗୀକରଣ ପ୍ରଦାନ କରିବା କ୍ଷେତ୍ରରେ ସହଯୋଗ କରିବା ପାଇଁ ବିକାଶ ଏବଂ ସୁରକ୍ଷା ସହଯୋଗକୁ ନିରନ୍ତର ଜାରୀ ରଖିବା କ୍ଷେତ୍ରରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ।

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପ ଆତଙ୍କବାଦକୁ ଢାଲ କରିବା କାର୍ଯ୍ୟକୁ ନିନ୍ଦା କରିଥିଲେ ତଥା ସେ ସୀମାପାର ଆତଙ୍କବାଦର ସମସ୍ତ ସ୍ୱରୂପକୁ ମଧ୍ୟ କଡା ଶବ୍ଦରେ ନିନ୍ଦା କରିଥିଲେ । ଦୁଇ ରାଜନେତା ପାକିସ୍ତାନକୁ ଏହା ସୁନିଶ୍ଚିତ କରିବା ପାଇଁ କହିଥିଲେ ଯେ ପାକିସ୍ତାନର ନିୟନ୍ତ୍ରଣାଧୀନ କୌଣସି କ୍ଷେତ୍ରର ଉପଯୋଗ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ନ ହୁଏ ଏବଂ 26/11ରେ ମୁମ୍ବାଇ ଏବଂ ପଠାନକୋଟ ସହିତ ଏହିଭଳି ଆତଙ୍କବାଦୀ ଆକ୍ରମଣ ଭିଆଇଥିବା ଆତଙ୍କବାଦୀଙ୍କ ଉପରେ ତୁରନ୍ତ ଲଗାମ ଲଗାଯାଉ । ଦୁଇ ରାଜନେତା ଅଲକାଏଦା, ଆଇଏସଆଇଏସ, ଜୈଶ-ଇ-ମହମ୍ମଦ, ଲସ୍କର-ଇ-ତୟବା, ହିଜବୁଲ ମୁଜାହିଦ୍ଦିନ, ହକ୍କାନୀ ନେଟୱର୍କ, ଟିଟିପି, ଡି-କଂପାନୀ ଏବଂ ଏଥିସହିତ ଜଡିତ ସମସ୍ତ ସଂଗଠନ ସହିତ ସମସ୍ତ ଆତଙ୍କବାଦୀ ସଂଗଠନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ ।

ଭାରତ ଏବଂ ଆମେରିକା ମୁକ୍ତ, ବିଶ୍ୱସନୀୟ ଏବଂ ସୁରକ୍ଷିତ ଇଣ୍ଟରନେଟ ପାଇଁ ପ୍ରତିଶ୍ରୁତିବଦ୍ଧ । ଏହା ଜରିଆର ବାଣିଜ୍ୟ, ବ୍ୟାପାର, ସଂଚାର କ୍ଷେତ୍ର ସୁବିଧାଜନକ ହୋଇପାରିବ । ଭାରତ ଏବଂ ଆମେରିକା ଏକ ଅଭିନବ ଡିଜିଟାଲ ପରିବେଶକୁ ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି ଯାହା ସୁରକ୍ଷିତ ଏବଂ ବିଶ୍ୱସନୀୟ ଏବଂ ଯାହାଦ୍ୱାରା ସୂଚନା ଓ ଡାଟା ପ୍ରବାହ ସୁଗମ ହୋଇପାରିବ । ଦୁଇ ନେତା ରଣନୈତିକ ସାମଗ୍ରୀ ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିର ମୁକ୍ତ, ସୁରକ୍ଷିତ ଏବଂ ସୁଦୃଢ ଏବଂ ବିକଶିତ ଔଦ୍ୟୋଗିକ ଉପଯୋଗ ସହ ଜଡିତ ସମସ୍ୟାଗୁଡିକୁ ସ୍ଵାଧୀନ ଆକଳନ କରିବା ପାଇଁ ଦୁଇ ଦେଶର ଉଦ୍ୟୋଗ ଜଗତ ଏବଂ ଶିକ୍ଷାବିତଙ୍କ ମଧ୍ୟରେ ସହଯୋଗ ପାଇଁ ଆଗ୍ରହ ପ୍ରକାଶ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Portraits of PVC recipients replace British officers at Rashtrapati Bhavan

Media Coverage

Portraits of PVC recipients replace British officers at Rashtrapati Bhavan
NM on the go

Nm on the go

Always be the first to hear from the PM. Get the App Now!
...
Prime Minister conferred with the Order of Oman
December 18, 2025

His Majesty Sultan of Oman Haitham bin Tarik conferred upon Prime Minister Shri Narendra Modi the ‘Order of Oman’ award for his exceptional contribution to India-Oman ties and his visionary leadership.

Prime Minister dedicated the honour to the age-old friendship between the two countries and called it a tribute to the warmth and affection between the 1.4 billion people of India and the people of Oman.

The conferment of the honour during the Prime Minister’s visit to Oman, coinciding with the completion of 70 years of diplomatic relations between the two countries, imparted special significance to the occasion and to the Strategic Partnership.

Instituted in 1970 by His Majesty Sultan Qaboos bin Said, the Order of Oman has been bestowed upon select global leaders in recognition of their contribution to public life and bilateral relations.