1. ମାଳଦ୍ୱୀପ ଗଣତନ୍ତ୍ରର ରାଷ୍ଟ୍ରପତି ମହାମହିମ ଶ୍ରୀ ଇବ୍ରାହିମ ମହମ୍ମଦ ସୋଲି ଭାରତୀୟ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣକ୍ରମେ 16-18 ଡିସେମ୍ବର, 2018ରେ ଭାରତକୁ ସରକାରୀ ଗସ୍ତରେ ଆସିଛନ୍ତି ।

2. 17 ନଭେମ୍ବର 2018ରେ ମାଳଦ୍ୱୀପ ଗଣତନ୍ତ୍ରର ରାଷ୍ଟ୍ରପତିଙ୍କ ପଦଭାର ଗ୍ରହଣ କରିବା ପରେ ରାଷ୍ଟ୍ରପତି ସୋଲିଙ୍କ ଏହା ପ୍ରଥମ ବିଦେଶ ଯାତ୍ରା । ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ସହିତ ତାଙ୍କ ପତ୍ନୀ ତଥା ପ୍ରଥମ ମହିଳା ଫଜନା ଅହମ୍ମଦ ଏବଂ ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ସାହିଦ, ଅର୍ଥମନ୍ତ୍ରୀ ଇବ୍ରାହିମ ଅମିର,ଜାତୀୟ ନିୟୋଜନ ଏବଂ ଭିତ୍ତିଭୂମି ମନ୍ତ୍ରୀ ମହମ୍ମଦ ଅସଲମ, ପରିବହନ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଏଶଥ ନାହୁଲା, ଆର୍ଥିକ ବିକାଶ ମନ୍ତ୍ରୀ ଉଜ ଫୈୟାଜ ଇସମାଇଲ, ବରିଷ୍ଠ ସରକାରୀ ଅଧିକାରୀ ଏବଂ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ମଧ୍ୟ ଆସିଛି ।

3. ଗୁରୁତ୍ୱପୂର୍ଣ୍ଣ ସଂକେତରେ ରାଷ୍ଟ୍ରପତି ମହୋଦୟ ସ୍ୱତନ୍ତ୍ର ଅତିଥି ଭାବେ ରାଷ୍ଟ୍ରପତି ସୋଲି ରାଷ୍ଟ୍ରପତି ଭବନରେ ରହୁଛନ୍ତି । ଏହା ଭାରତ ଏବଂ ମାଳଦ୍ୱୀପର ମଧ୍ୟରେ ଘନିଷ୍ଠ ସମ୍ପର୍କ ଏବଂ ଉଭୟ ସରକାରଙ୍କ ମଧ୍ୟରେ ପରସ୍ପର ପ୍ରତି ସମ୍ମାନ ଭାବନାକୁ ପ୍ରଦର୍ଶନ କରୁଛି ।

4. ଭାରତର ରାଷ୍ଟ୍ରପତି 17 ଡିସେମ୍ବର, 2018ରେ ମାଳଦ୍ୱୀପର ରାଷ୍ଟ୍ରପତିଙ୍କୁ ଭେଟିଥିଲେ ଏବଂ ସନ୍ଧ୍ୟାରେ ରାଷ୍ଟ୍ରପତି ସୋଲିଙ୍କ ସମ୍ମାନରେ ରାତ୍ରିଭୋଜନର ଆୟୋଜନ କରିଥିଲେ । ଭାରତର ଉପରାଷ୍ଟ୍ରପତି ଶ୍ରୀ ଭେଙ୍କେୟା ନାୟଡ଼ୁ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀମତି ସୁଷମା ସ୍ୱରାଜ ମାଳଦ୍ୱୀପ ରାଷ୍ଟ୍ରପତିଙ୍କୁ ଭେଟିଥିଲେ ।

5. ଭାରତର ପ୍ରଧାନମନ୍ତ୍ରୀ ଏବଂ ମାଳଦ୍ୱୀପର ରାଷ୍ଟ୍ରପତି 17 ଡିସେମ୍ବର, 2018ରେ ସଦଭାବ ଏବଂ ବନ୍ଧୁତାପୂର୍ଣ୍ଣ ପରିବେଶରେ ଅଧିକାରୀକ ଆଲୋଚନା କରିଥିଲେ । ଉଭୟ ନେତାଙ୍କ ମଧ୍ୟରେ ଏହି ଆଲୋଚନା ଦୁଇ ଦେଶ ମଧ୍ୟରେ ସ୍ୱତନ୍ତ୍ର ସମ୍ପର୍କକୁ ଦର୍ଶାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଇବ୍ରାହିମ ସୋଲି ଏବଂ ତାଙ୍କ ସହ ଆସିଥିବା ପ୍ରତିନିଧି ମଣ୍ଡଳ ପାଇଁ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ ।

6. ଉଭୟ ପକ୍ଷ ନିମ୍ନଲିଖିତ ବୁଝାମଣାପତ୍ର/ଚୁକ୍ତି ଏବଂ ଉଦ୍ଦେଶ୍ୟର ମିଳିତ ଘୋଷଣାରେ ସ୍ୱାକ୍ଷର କରିଥିଲେ:

  • ଭିସା ବ୍ୟବସ୍ଥାରେ ସହାୟତା ଚୁକ୍ତି
  • ସାଂସ୍କୃତିକ ସହଯୋଗ ଉପରେ ବୁଝାମଣାପତ୍ର
  • କୃଷି ବ୍ୟବସାୟ ବ୍ୟବସ୍ଥାରେ ସୁଧାର ଲାଗି ଆପୋସ ସହଯୋଗ ଲାଗି ବୁଝାମଣାପତ୍ର
  • ସୂଚନା ଏବଂ ସଂଚାର ପ୍ରଯୁକ୍ତି ଏବଂ ଇଲେକଟ୍ରୋନିକ୍ସ କ୍ଷେତ୍ରରେ ସହଯୋଗ ଉପରେ ଉଦ୍ଦେଶ୍ୟର ମିଳିତ ଘୋଷଣା
  • ଉଭୟ ଦେଶ ସଂସ୍ଥାଗତ ସମ୍ପର୍କ ପ୍ରତିଷ୍ଠା ଏବଂ ନିମ୍ନଲିଖିତ କ୍ଷେତ୍ରରେ ସହଯୋଗର ରୂପରେଖ ପ୍ରତିଷ୍ଠା କରିବା ପ୍ରତି ସହମତି ବ୍ୟକ୍ତ କରିଥିଲେ ।
  • ସ୍ୱାସ୍ଥ୍ୟ ବିଶେଷ କରି କ୍ୟାନସର ଚିକିତ୍ସାରେ ସହଯୋଗ
  • ଅପରାଧୀକ ମାମଲାରେ ପାରସ୍ପରିକ ଆଇନଗତ ସହାୟତା
  • ମାନବ ସମ୍ବଳ ବିକାଶ
  • ପର୍ଯ୍ୟଟନ

7. ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ସୋଲିଙ୍କ ଶପଥ ଗ୍ରହଣ ସମାରୋହରେ ସ୍ୱତନ୍ତ୍ର ଅତିଥି ଭାବେ ମାଳଦ୍ୱୀପକୁ ତାଙ୍କର ସଦ୍ୟ ଗସ୍ତ ବିଷୟରେ ସ୍ମରଣ କରିଥବଲେ । ସେ ଦୋହରାଇଥିଲେ ଯେ ଭାରତ ମାଳଦ୍ୱୀପ ସହିତ ନିଜର ସମ୍ପର୍କକୁ ସର୍ବାଧିକ ଗୁରୁତ୍ୱ ଦେଉଛି ।

8. ଉଭୟ ନେତା ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ପାରମ୍ପରିକ ଭାବେ ଦୃଢ଼ ଏବଂ ମୈତ୍ରୀପୂର୍ଣ୍ଣ ସମ୍ପର୍କକୁ ଆହୁରି ମଜଭୁତ ଏବଂ ଜୀବନ୍ତ କରିବା ଲାଗି ସଂକଳ୍ପକୁ ଦୋହରାଇଥିଲେ । ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ସମ୍ପର୍କ ଭୌଗଳିକ ନିକଟତା, ଦେଶୀୟ, ଐତିହାସିକ, ସାମାଜିକ, ଆର୍ଥିକ ଏବଂ ଉଭୟ ଦେଶର ଜନତାଙ୍କ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ଦ୍ୱାରା ସୁଦୃଢ଼ ହୋଇଛି । ଉଭୟ ନେତାମାନେ ଗଣତନ୍ତ୍ର, ବିକାଶ ଏବଂ ଶାନ୍ତିପୂର୍ଣ୍ଣ ସହାବସ୍ଥାନରେ ନିଜର ବିଶ୍ୱାସକୁ ଦୋହରାଇଥିଲେ ।

9. ଭାରତର ପ୍ରଧାନମନ୍ତ୍ରୀ ସଫଳତାପୂର୍ବକ ଆହୁରି ଶାନ୍ତିପୂର୍ଣ୍ଣ ଢଙ୍ଗରେ ଗଣତନ୍ତ୍ର ପ୍ରତିଷ୍ଠା କରିବା ଲାଗି ମାଳଦ୍ୱୀପର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ ସମାବେଶୀ, ବିକେନ୍ଦ୍ରୀତ, ଜନକୈନ୍ଦ୍ରିକ ଶାସନ ଏବଂ ନିରନ୍ତର ବିକାଶ ଲାଗି ମାଳଦ୍ୱୀପର ରାଷ୍ଟ୍ରପତିଙ୍କ ସଂକଳ୍ପକୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ନିଜ ସରକାରର ‘ପଡ଼ୋଶୀ ପ୍ରଥମ’ ନୀତିକୁ ସ୍ମରଣ କରାଇ ଦେଇ ମାଳଦ୍ୱୀପର ସାମାଜିକ-ଆର୍ଥିକ ବିକାଶ ଏବଂ ଗଣତନ୍ତ୍ରର ଦୃଢ଼ତା ଏବଂ ସ୍ୱାଧୀନ ପ୍ରତିଷ୍ଠାନଗୁଡ଼ିକର ଆକାଂକ୍ଷା ପୂରଣ କରିବାରେ ଭାରତର ଯଥାସମ୍ଭବ ସହଯୋଗ ପାଇଁ ପୁଣିଥରେ ଆଶ୍ୱାସନା ଦେଇଥିଲେ ।

10. ପ୍ରଧାନମନ୍ତ୍ରୀ ଏ ସମ୍ପର୍କରେ ବଜେଟ ସହାୟତା, ମୁଦ୍ରା ବିନିମୟ ଆକାରରେ 1.4 ବିଲିୟନ ଆମେରିକୀୟ ଡଲାରର ଆର୍ଥିକ ସହାୟତା ଏବଂ ମାଳଦ୍ୱୀପର ସାମାଜିକ ଆର୍ଥିକ ବିକାଶ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ କରିବା ଲାଗି ରିହାତି ଋଣ ବ୍ୟବସ୍ଥା ବିଷୟରେ ଘୋଷଣା କରିଥିଲେ ।

11. ରାଷ୍ଟ୍ରପତି ସୋଲି ନିଜ ସରକାରଙ୍କ ‘ଭାରତ ପ୍ରଥମ’ ନୀତିର ଉଲ୍ଲେଖ କରିଥିଲେ ଏବଂ ଭାରତ ସହିତ ମିଶି କାମ କରିବା ଲାଗି ସଂକଳ୍ପ ବ୍ୟକ୍ତ କରିଥିଲେ । ସେ ଭାରତ ସରକାରଙ୍କ ଦ୍ୱାରା ମାଳଦ୍ୱୀପକୁ ଦିଆଯାଇଥିବା ଉଦାର ସହାୟତାର ପ୍ରଶଂସା କରିଥିଲେ ଏବଂ ଆବାସ ତଥା ଭିତ୍ତିଭୂମି,ଜଳ, ବର୍ଜ୍ୟ ଜଳ ନିଷ୍କାସନ ପ୍ରଣାଳୀ, ସ୍ୱାସ୍ଥ୍ୟ ଯତ୍ନ, ଶିକ୍ଷା ଏବଂ ପର୍ଯ୍ୟଟନରେ ଘରୋଇ ଭାଗୀଦାରୀ ସହିତ ସହଯୋଗ ବିକାଶ ଲାଗି ବିଭିନ୍ନ କ୍ଷେତ୍ରର ଚିହ୍ନଟ କରିଥିଲେ ।

12. ଉଭୟ ନେତା ବସ୍ତୁ ଏବଂ ସେବା, ସୂଚନା, ବିଚାର, ସଂସ୍କୃତି ଏବଂ ଜନସାଧାରଣଙ୍କ ବିନିମୟକୁ ପ୍ରୋତ୍ସାହିତ କରୁଥିବା ଭିତ୍ତିଭୂମି ପ୍ରତିଷ୍ଠା ମାଧ୍ୟମରେ ଉଭୟ ଦେଶ ମଧ୍ୟରେ ସମ୍ପର୍କରେ ସୁଧାରର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ ।

13. ପ୍ରଧାନମନ୍ତ୍ରୀ ନ୍ୟାୟିକ ପୁଲିସ ଏବଂ ଆଇନ ପ୍ରତ୍ୟାବର୍ତ୍ତନ, ଅଡିଟ ଏବଂ ଆର୍ଥିକ ପରିଚାଳନା,ସ୍ଥାନୀୟ ସୁଶାସନ, ଗୋଷ୍ଠୀଗତ ବିକାଶ, ସୂଚନା ପ୍ରଯୁକ୍ତି, ଇ-ଗଭର୍ଣ୍ଣାନ୍ସ, କ୍ରୀଡ଼ା, ମିଡିଆ ଏବଂ ଯୁବ ସଶକ୍ତିକରଣ, ନେତୃତ୍ୱ, ନବପ୍ରବର୍ତ୍ତନ ଏବଂ ଉଦ୍ୟମୀତା, କଳା ଏବଂ ସଂସ୍କୃତି ସହିତ ବିଭିନ୍ନ କ୍ଷେତ୍ରରେ ପ୍ରଶିକ୍ଷଣ ଏବଂ କ୍ଷମତା ନିର୍ମାଣ ଲାଗି ପରବର୍ତ୍ତୀ 5 ବର୍ଷରେ ଏକ ହଜାର ଅତିରିକ୍ତ ସ୍ଲଟ ଉପଲବ୍ଧ କରାଇବା ଲାଗି ଭାରତ ସରକାରଙ୍କ ନିଷ୍ପତି ବିଷୟରେ ସୂଚନା ଦେଇଥିଲେ ।

14. ଦୁଇ ନେତା ଜନ-ଜନ ବିନିମୟ ଏବଂ ଯାତ୍ରୀ ସହାୟତାର ଗୁରୁତ୍ୱକୁ ବିବେଚନା କରି ଆଜି ଭିସା ସହାୟତା ଉପରେ ହୋଇଥିବା ନୂଆ ଚୁକ୍ତିକୁ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୂଆ ଚୁକ୍ତି ସମାନ ଚିନ୍ତାର ସମାଧାନ କରିବ ଏବଂ ଦୁଇ ଦେଶର ନାଗରିକମାନଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇବ । ମାଳଦ୍ୱୀପ ସେହି ବଛା ବଛା ଦେଶ ମଧ୍ୟରୁ ଗୋଟିଏ ଯାହା ସହିତ ଭାରତର ଭିସା ମୁକ୍ତ ବ୍ୟବସ୍ଥା ରହିଛି ।

15. ରାଷ୍ଟ୍ରପତି ସୋଲି ଏହି ଚୁକ୍ତିରେ ସ୍ୱାକ୍ଷର କରି ପ୍ରସନ୍ନତା ବ୍ୟକ୍ତ କରିଥିଲେ କାରଣ ଏହି ଚୁକ୍ତି ମାଳଦ୍ୱୀପର ଅନେକ ଲୋକମାନଙ୍କୁ ସହାୟତା ପ୍ରଦାନ କରିବ ଯେଉଁମାନେ ନିଜ ପିଲାମାନଙ୍କୁ ଶିକ୍ଷା ଗ୍ରହଣ ଲାଗି ଭାରତର ସ୍କୁଲଗୁଡ଼ିକୁ ପଠାଉଛନ୍ତି । ଏହି ବୁଝାମଣା ଦ୍ୱାରା ଭାରତରେ ଚିକିତ୍ସା ଲାଗି ଆସୁଥିବା ମାଳଦ୍ୱୀପର ନାଗରିକମାନଙ୍କୁ ଏବଂ ସେମାନଙ୍କ ପରିଜନମାନଙ୍କୁ ସହଜରେ ଭିସା ହାସଲରେ ସହାୟତା ମିଳିପାରିବ । ଉଭୟ ନେତା ଦୁଇ ଦେଶ ମଧ୍ୟରେ ଜନସାଧାରଣଙ୍କ ନିରନ୍ତର ଯାତାୟତ ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।

16. ଉଭୟ ନେତା ଭାରତ ମହାସାଗର କ୍ଷେତ୍ରରେ ଶାନ୍ତି ଏବଂ ସୁରକ୍ଷା ବଜାୟ ରଖିବାର ଗୁରୁତ୍ୱ ଉପରେ ସହମତି ବ୍ୟକ୍ତ କରିଥିଲେ । ଉଭୟ ଦେଶ ମଧ୍ୟରେ ଆପୋସ ଭାବେ ଜଡ଼ିତ ସୁରକ୍ଷା ସ୍ୱାର୍ଥକୁ ଆଗକୁ ବଢ଼ାଇବା ଲାଗି ଉଭୟ ନେତାମାନେ ପରସ୍ପରର ଚିନ୍ତା ଏବଂ ଭାରତ ମହାସାଗର କ୍ଷେତ୍ରର ସ୍ଥାୟିତ୍ୱ ଲାଗି ଆକାଂକ୍ଷାଗୁଡ଼ିକୁ ଦୃଷ୍ଟିରେ ରଖିବାର ଆଶ୍ୱାସନାକୁ ଦୋହରାଇଥିଲେ ଏବଂ ପରସ୍ପରର ଭୂ-ଭାଗକୁ କୌଣସି କ୍ଷତିକାରକ ଗତିବିଧି ଲାଗି ଉପଯୋଗ କରିବା ଲାଗି ଅନୁମତି ନଦେବା ପାଇଁ ସଂକଳ୍ପକୁ ଦୋହରାଇଥିଲେ । ଉଭୟ ନେତା ସମନ୍ୱିତ ପେଟ୍ରୋଲିଂ ଏବଂ ଆକାଶମାର୍ଗରୁ ଅନୁଧ୍ୟାନ,ସୂଚନା ବିନିମୟ ଏବଂ କ୍ଷମତା ନିର୍ମାଣ ମାଧ୍ୟମରେ ଭାରତ ମହାସାଗର କ୍ଷେତ୍ରରେ ସାମୁଦ୍ରିକ ସୁରକ୍ଷା ଉପରେ ସହଯୋଗକୁ ସୁଦୃଢ଼ କରିବା ଲାଗି ସହମତି ବ୍ୟକ୍ତ କରିଥିଲେ ।

17. ଉଭୟ ନେତା ଭାରତ ମହାସାଗର କ୍ଷେତ୍ର ଭିତରେ ଏବଂ ବାହାରେ ସମସ୍ତ ପ୍ରକାରର ଆତଙ୍କବାଦର ମୁକାବିଲା କରିବାରେ ସହଯୋଗ ବୃଦ୍ଧି କରିବା ଲାଗି ନିଜ ସଂକଳ୍ପକୁ ଉଲ୍ଲେଖ କରିଥିଲେ । ଉଭୟ ପକ୍ଷ ଜଳଦସ୍ୟୁ ସମସ୍ୟା, ଆତଙ୍କବାଦ, ସଂଗଠିତ ଅପରାଧ, ମାଦକ ଦ୍ରବ୍ୟ ଏବଂ ମାନବ ଚାଲାଣ ସହିତ ସମାନ ଚିନ୍ତାର ବିଷୟ ଉପରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରିବା ଉପରେ ସହମତି ବ୍ୟକ୍ତ କରିଥିଲେ । ମାଳଦ୍ୱୀପର ପୁଲିସ ସେବା ଏବଂ ମାଳଦ୍ୱୀପର ଜାତୀୟ ସୁରକ୍ଷା ବାହିନୀର ପ୍ରଶିକ୍ଷଣ ଏବଂ କ୍ଷମତା ନିର୍ମାଣ କ୍ଷେତ୍ରରେ ସହଯୋଗ ବୃଦ୍ଧି ମଧ୍ୟ ସହମତି ବ୍ୟକ୍ତ କରାଯାଇଥିଲା ।

18. ଉଭୟ ନେତା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶକୁ ବଢ଼ାଇବା ଲାଗି ପ୍ରୟାସଗୁଡ଼ିକର ସମୀକ୍ଷା କରିଥିଲେ । ଭାରତର ପ୍ରଧାନମନ୍ତ୍ରୀ ଦୁଇ ଦେଶର ପାରସ୍ପରିକ ଲାଭର ବିଭିନ୍ନ କ୍ଷେତ୍ରରେ ମାଳଦ୍ୱୀପରେ ଭାରତୀୟ କମ୍ପାନୀଗୁଡ଼ିକର ନିବେଶ ଲାଗି ବୃଦ୍ଧି ପାଉଥିବା ସୁଯୋଗକୁ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ମାଳଦ୍ୱୀପର ସରକାରଙ୍କ ପାରଦର୍ଶୀ ଉତ୍ତରଦାୟୀ ଏବଂ ନିୟମ ଆଧାରିତ ପ୍ରଶାସନର ଦୂରଦୃଷ୍ଟି ଭାରତୀୟ ବ୍ୟବସାୟୀମାନଙ୍କ ବିଶ୍ୱାସ ପୁଣିଥରେ ଫେରିଆସିବାର ବାର୍ତ୍ତା ଦେଉଛି । ଉଭୟ ନେତା ମତ୍ସ୍ୟ ଚାଷର ବିକାଶ, ପର୍ଯ୍ୟଟନ,ପରିବହନ, କନେକଟିଭିଟି, ସ୍ୱାସ୍ଥ୍ୟ, ଶିକ୍ଷା, ସୂଚନା ପ୍ରଯୁକ୍ତି, ନବୀନ ଏବଂ ନବୀକରଣଯୋଗ୍ୟ ଶକ୍ତି ଏବଂ ସଂଚାର ଭଳି କ୍ଷେତ୍ରରେ ଘନିଷ୍ଠ ଆର୍ଥିକ ସହଯୋଗକୁ ପ୍ରୋତ୍ସାହିତ କରିବା ଉପରେ ସହମତି ବ୍ୟକ୍ତ କରିଥିଲେ ।

19. ଦୁଇ ନେତା ବୈଶ୍ୱିକ ଆହ୍ୱାନର ମୁକାବିଲା ଲାଗି ସକ୍ଷମ ବହୁପକ୍ଷୀୟ ବ୍ୟବସ୍ଥାର ଗୁରୁତ୍ୱକୁ ଦୋହରାଇଥିଲେ । ଏ ସନ୍ଦର୍ଭରେ ଦୁଇ ନେତା ମିଳିତ ଜାତିସଂଘ ଅର୍ଥାତ ମିଳିତ ଜାତିସଂଘ ସାଧାରଣ ପରିଷଦରେ ସଂସ୍କାର ଏବଂ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସମ୍ପ୍ରସାରଣର ଗୁରୁତ୍ୱକୁ ମାନ୍ୟତା ଦେଇଥିଲେ ।

20. ମାଳଦ୍ୱୀପର ରାଷ୍ଟ୍ରପତି ବିସ୍ତାରିତ ଏବଂ ସଂସ୍କାରିତ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ଲାଗି ଭାରତର ପ୍ରତିନିଧିତ୍ୱ ପାଇଁ ନିଜ ଦେଶର ସମର୍ଥନକୁ ଦୋହରାଇଥିଲେ । ମାଳଦ୍ୱୀପ ମଧ୍ୟ 2020-2021 ଲାଗି ଅସ୍ଥାୟୀ ସିଟ ପାଇଁ ଭାରତର ପ୍ରତିନିଧିତ୍ୱ ପ୍ରତି ନିଜର ସମର୍ଥନ ଦୋହରାଇଥିଲେ ।

21. ଭାରତର ପ୍ରଧାନମନ୍ତ୍ରୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁଣିଥରେ ସାମିଲ ହେବାରେ ମାଳଦ୍ୱୀପର ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ଭାରତ ମହାସାଗର ରିମ ଆସୋସିଏସନର ନୂତନ ସଦସ୍ୟ ଭାବେ ମାଳଦ୍ୱୀପକୁ ସ୍ୱାଗତ କରିଥିଲେ ।

22. ଉଭୟ ନେତା ଜଳବାୟୁ ପରିବର୍ତ୍ତନର ଦୁଷ୍ପପ୍ରଭାବ ବିଶେଷ କରି ବିକାଶଶୀଳ ଦେଶ ଏବଂ ଛୋଟ ଦ୍ୱୀପ ଦେଶର ଦ୍ରୁତ ବିକାଶ ଲାଗି କ୍ଷତିକାରକ ଜଳବାୟୁ ପରିବର୍ତ୍ତନର ସମସ୍ୟାର ମୁକାବିଲା କରିବାର ଗୁରୁତ୍ୱ ଏବଂ ୟୁଏନଏଫସିସିସି ଏବଂ ପ୍ୟାରିସ ବୁଝାମଣା ମାଧ୍ୟମରେ ଜଳବାୟୁ ସମସ୍ୟାର ମୁକାବିଲା ଲାଗି ବୈଶ୍ୱିକ ପ୍ରୟାସକୁ ସୁଦୃଢ଼ କରିବା ଦିଗରେ କାମ କରିବାର ଆବଶ୍ୟକତା ଉପରେ ସହମତି ବ୍ୟକ୍ତ କରିଥିଲେ ।

23. ଉଭୟ ନେତା ବହୁପକ୍ଷୀୟ ଆର୍ଥିକ ପ୍ରତିଷ୍ଠାନକୁ ସୁଦୃଢ଼ କରିବା ଏବଂ ସେଥିରେ ସୁଧାର ଏବଂ ଅନ୍ତର୍ଜାତୀୟ ଆର୍ଥିକ ନିଷ୍ପତ୍ତିରେ ବିକାଶଶୀଳ ଦେଶର ସ୍ୱର ଏବଂ ଭାଗୀଦାରୀକୁ ବଢ଼ାଇବାର ଆବଶ୍ୟକତା ଉପରେ ରେଖାପାତ କରିଥିଲେ ।

24. ମାଳଦ୍ୱୀପର ରାଷ୍ଟ୍ରପତି ନିଜର ତଥା ପ୍ରତିନିଧିମଣ୍ଡଳର ସଦସ୍ୟମାନଙ୍କ ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ଉଦାର ଅତିଥି ସକ୍ରାର ଲାଗି ଭାରତର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

25. ମାଳଦ୍ୱୀପର ରାଷ୍ଟ୍ରପତି ଭାରତର ରାଷ୍ଟ୍ରପତିଙ୍କୁ ମାଳଦ୍ୱୀପକୁ ସରକାରୀ ଗସ୍ତରେ ଆସିବା ଲାଗି ନିମନ୍ତ୍ରଣ କରିଥିଲେ । ମାଳଦ୍ୱୀପର ରାଷ୍ଟ୍ରପତି ଭାରତର ପ୍ରଧାନମନ୍ତ୍ରୀଙ୍କୁ ମାଳଦ୍ୱୀପକୁ ସରକାରୀ ଗସ୍ତ ଲାଗି ନିମନ୍ତ୍ରଣ ମଧ୍ୟ କରିଥିଲେ । ପ୍ରଧାନମନ୍ତ୍ରୀ ଏହି ନିମନ୍ତ୍ରଣକୁ ସ୍ୱୀକାର କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How PM Modi’s Vision Has Turbocharged India’s Orange Economy

Media Coverage

How PM Modi’s Vision Has Turbocharged India’s Orange Economy
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Prime Minister Mia Amor Mottley on her historic third consecutive electoral victory in Barbados
February 13, 2026

The Prime Minister, Shri Narendra Modi congratulated Prime Minister Mia Amor Mottley, on her historic third consecutive electoral victory in Barbados. Shri Modi added that India deeply values its long-standing friendship with Barbados, which continues to expand across diverse areas of cooperation. "I warmly recall our meeting on the sidelines of the India-CARICOM Summit in 2024 and look forward to working closely with her to further strengthen our partnership for the benefit of our peoples", Shri Modi said.

Shri Modi posted on X:

"Warm congratulations to Prime Minister Mia Amor Mottley on her historic third consecutive electoral victory.

India deeply values its long-standing friendship with Barbados, which continues to expand across diverse areas of cooperation.

I warmly recall our meeting on the sidelines of the India-CARICOM Summit in 2024 and look forward to working closely with her to further strengthen our partnership for the benefit of our peoples."

@miaamormottley