ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋସେଫ ଆର୍‌. ବାଇଡେନ୍ ଜୁନିଅରଙ୍କୁ ଆଜି ଭାରତକୁ ସ୍ୱାଗତ କରି ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଘନିଷ୍ଠ ଓ ଦୀର୍ଘସ୍ଥାୟୀ ଭାଗିଦାରୀକୁ ପୁନଃସ୍ଥାପିତ କରିଛନ୍ତି । ଜୁନ୍ ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଐତିହାସିକ ୱାଶିଂଟନ ଗସ୍ତର ଅଭୂତପୂର୍ବ ସଫଳତାଗୁଡିକର କାର୍ଯ୍ୟାନ୍ୱୟନ ପାଇଁ ଜାରି ଥିବା ପର୍ଯ୍ୟାପ୍ତ ଅଗ୍ରଗତିକୁ ନେଇ ଉଭୟ ନେତା ନିଜର ସନ୍ତୁଷ୍ଟି ବ୍ୟକ୍ତ କରିଛନ୍ତି ।
    ଭାରତ ଆମେରିକା ରଣନୈତିକ ଭାଗିଦାରୀକୁ ରୁପାନ୍ତରିତ କରିବା ପାଇଁ ବିଶ୍ୱାସ ଓ ପାରସ୍ପରିକ ବୁଝାମଣା ଉପରେ ପର୍ଯ୍ୟବେଶିତ, ବିଭିନ୍ନ ଦିଗକୁ ପ୍ରସାରିତ ଆମର ବହୁମୁଖୀ ବୈଶ୍ୱିକ କାର୍ଯ୍ୟଖସଡାକୁ ରୁପାନ୍ତରିତ କରିବାର କାର୍ଯ୍ୟ ଜାରି ରଖିବା ସକାଶେ ଉଭୟ ନେତା ନିଜ ନିଜର ସରକାରଙ୍କୁ ଆହ୍ୱାନ କରିଥିଲେ । ଉଭୟ ନେତା ସ୍ୱାଧୀନତା, ଗଣତନ୍ତ୍ର, ମାନବାଧିକାର, ଅନ୍ତର୍ଭୁକ୍ତିକରଣ, ବହୁବାଦ ଏବଂ ସମସ୍ତ ନାଗରିକଙ୍କ ପାଇଁ ସମାନ ସୁଯୋଗ ଉପରେ ପୁନଃ ଗୁରୁତ୍ୱ ପ୍ରଦାନ କରିଥିଲେ ଯାହା ଆମ ରାଷ୍ଟ୍ର ଲାଭ ଉଠାଉଥିବା ସଫଳତା ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ମୂଲ୍ୟବୋଧ ସବୁ ଆମର ସମ୍ପର୍କକୁ ସୁଦୃଢ କରୁଛି । 
ଏକ ମଂଚ ଭାବରେ ଜି – ୨୦ କିପରି ଗୁରୁତ୍ୱପୂର୍ଣ୍ଣ ନିଷ୍କର୍ଷ ପ୍ରଦାନ କରୁଛି ତାହାକୁ ଅଧିକ ପ୍ରଦର୍ଶିତ କରାଇବାକୁ ନେଇ ଭାରତର ଜି- ୨୦ ଅଧ୍ୟକ୍ଷତାକୁ ରାଷ୍ଟ୍ରପତି ଶ୍ରୀ ବାଇଡେନ ଉଚ୍ଚ ପ୍ରଶଂସା କରିଥିଲେ । ଉଭୟ ନେତା ଜି – ୨୦ ପ୍ରତି ସେମାନଙ୍କର ପ୍ରତିଶୃତିବଦ୍ଧତାକୁ ଦୋହରାଇବା ସହିତ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ଜି - ୨୦ ନେତାମାନଙ୍କର ଶିଖର ସମ୍ମିଳନୀ ଦୀର୍ଘସ୍ଥାୟୀ ବିକାଶର ସମଭାଗୀ ଲକ୍ଷ୍ୟକୁ  ତ୍ୱରାନ୍ୱିତ କରିବା ସହ ବହୁପକ୍ଷୀୟ ସହଯୋଗକୁ ସହାୟତା ଯୋଗାଇବା ଏବଂ ଅଧିକରୁ ଅଧିକ ବହୁମୁଖୀ ବିକାଶ ବ୍ୟାଙ୍କ ସ୍ଥାପନ ତଥା ମୌଳିକ ଭାବେ ପୁନଃ ଆକାର ପ୍ରଦାନ ସମେତ ଆମର ସର୍ବବୃହତ ସମାନ ଆହ୍ୱାନଗୁଡିକର ମୁକାବିଲା ପାଇଁ ସମାବେଶୀ ଆର୍ଥିକ ନୀତିଗୁଡିକ ଉପରେ ସହମତି ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିବ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଶ୍ରୀ ବାଇଡେନ ଏକ ଅବାଧ, ଉନ୍ମୁକ୍ତ, ସମାବେଶୀ ଏବଂ ଅଦମ୍ୟ ଭାରତ - ପ୍ରଶାନ୍ତ କ୍ଷେତ୍ରର ସମର୍ଥନ ପ୍ରଦାନରେ କ୍ୱାଡର ଗୁରୁତ୍ୱକୁ ଦୋହରାଇଥିଲେ ।  ୨୦୨୪ରେ ଭାରତ ଦ୍ୱାରା ଆୟୋଜିତ ହେବାକୁ ଥିବା କ୍ୱାଡ ନେତାମାନଙ୍କର ପରବର୍ତୀ ଶିଖର ସମ୍ମିଳନୀକୁ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସ୍ୱାଗତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶାବ୍ୟକ୍ତ କରିଥିଲେ । ୨୦୨୩ ଜୁନ୍‌ରେ ଆଇପିଓଆଇରେ ସାମିଲ ହେବା ପାଇଁ ଆମେରିକାର ନିଷ୍ପତିକୁ ଆଗକୁ ବଢାଇବା, ବାଣିଜ୍ୟ, ଯୋଗାଯୋଗ ଏବଂ ସାମୁଦ୍ରିକ ପରିବହନ ଉପରେ ଭାରତ ପ୍ରଶାନ୍ତ ମହାସାଗର ପଦକ୍ଷେପ ସ୍ତମ୍ଭକୁ ଯୁଗ୍ମ ଭାବେ ନେତୃତ୍ୱ ଦେବା ପାଇଁ ଆମେରିକାର ନିଷ୍ପତିକୁ ଭାରତ ସ୍ୱାଗତ କରିଛି । 
ବୈଶ୍ୱିକ ଶାସନ ବ୍ୟବସ୍ଥାକୁ ଅଧିକ ସମାବେଶୀ ଏବଂ ପ୍ରତିନିଧି ଆଧାରିତ ହେବା ବିଚାରଧାରାର ସମଭାଗିତାକୁ ଜାରି ରଖି ରାଷ୍ଟ୍ରପତି ଜୋ ବାଇଡେନ ଏକ ସ୍ଥାୟୀ ସଦସ୍ୟ ଭାବେ ଭାରତକୁ ସାମିଲ କରୁଥିବା ସଂସ୍କାରସମ୍ପନ୍ନ ଜାତିସଂଘ ନିରାପତା ପରିଷଦ ପ୍ରତି ନିଜ ସମର୍ଥନକୁ ଦୋହରାଇବା ସହିତ ୨୦୨୮ -୨୯ରେ ୟୁଏନଏସସିର ଅସ୍ଥାୟୀ ଆସନ ପାଇଁ ଭାରତର ପ୍ରାର୍ଥୀତ୍ୱକୁ ପୁଣି ଥରେ ସ୍ୱାଗତ କରିଥିଲେ । ଉଭୟ ନେତା ପୁଣିଥରେ ବହୁପକ୍ଷୀୟ ବ୍ୟବସ୍ଥାକୁ ମଜବୁତ କରିବା ଏବଂ ସେଥିରେ ସଂସ୍କାର ଆଣିବାର ଆବଶ୍ୟକତାକୁ ରେଖାଙ୍କିତ କରିଥିଲେ, ଯାହାଦ୍ୱାରା ସମସାମୟିକ ବାସ୍ତବିକାତାକୁ ଅଧିକ ଉତମ ଭାବେ ପ୍ରତିଫଳିତ କରାଯାଇପାରିବ ଏବଂ ଜାତିସଂଘ ନିରାପତା ପରିଷଦର ସ୍ଥାୟୀ ଏବଂ ଅସ୍ଥାୟୀ ଶ୍ରେଣୀରେ ସମ୍ପ୍ରସାରଣ ସହିତ ଏକ ବ୍ୟାପକ ଜାତିସଂଘ ରାଷ୍ଟ୍ରସୁଧାର କାର୍ଯ୍ୟଖସଡା ପାଇଁ  ପ୍ରତିଶୃତିବଦ୍ଧତା ରହିବ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଶ୍ରୀ ବାଇଡେନ ଆମର ରଣନୈତିକ ଭାଗିଦାରୀକୁ ବ୍ୟାପକ କରିବାରେ ପ୍ରଯୁକ୍ତି ବିଦ୍ୟାର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଉଲ୍ଲେଖ କରିବା ସହିତ ଆମର ସମଭାଗୀ ମୂଲ୍ୟବୋଧ ଏବଂ ଗଣତାନ୍ତ୍ରିକ ସଂସ୍ଥାଗୁଡିକୁ ମଜବୁତ କରୁଥିବା ପାରସ୍ପରିକ ବିଶ୍ୱାସ ଏବଂ ଭରସା ଉପରେ ଆଧାରିତ ମୁକ୍ତ, ସୁଲଭ, ସୁରକ୍ଷିତ ଏବଂ ଅଦମ୍ୟ ପ୍ରଯୁକ୍ତି ବିଦ୍ୟାର ପରିବେଷ୍ଟନୀ ତନ୍ତ୍ର ଏବଂ ମୂଲ୍ୟ ଶୃଙ୍ଖଳ ସୃଷ୍ଟି ନିମନ୍ତେ ଭାରତ - ଆମେରିକା ଗୁରୁତ୍ୱପୂର୍ଣ୍ଣ ଓ ଉଦୀୟମାନ ପ୍ରଯୁକ୍ତି ପଦକ୍ଷେପ (ଆଇସିଇଟି) ମାଧ୍ୟମରେ ଜାରି ଥିବା ପ୍ରୟାସଗୁଡିକର ପ୍ରଶଂସା କରିଛନ୍ତି ।  ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ, ସେପ୍ଟେମ୍ବର ୨୦୨୩ରେ ଆଇସିଇଟିର ମଧ୍ୟବର୍ତୀକାଳୀନ ସମୀକ୍ଷା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ଯାହାଫଳରେ ୨୦୨୪ର ପ୍ରାରମ୍ଭରେ ଦୁଇ ଦେଶର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତାଙ୍କ ସହ ନେତୃତ୍ୱରେ ଆଗାମୀ ବାର୍ଷିକ ଆଇସିଇଟି ସମୀକ୍ଷାର ଦିଗରେ ଅଗ୍ରଗତି ବଳବତର ରହିପାରିବ ।
ରାଷ୍ଟ୍ରପତି ଶ୍ରୀ ବାଇଡେନ ଚନ୍ଦ୍ରମାର ଦକ୍ଷିଣ ମେରୁ ଅଂଚଳରେ ଚନ୍ଦ୍ରଯାନ ୩ର ଐତିହାସିକ ଅବତରଣ ସହିତ ଭାରତର ସୌର ମିଶନ୍ ପଦକ୍ଷେପ, ଆଦିତ୍ୟ- ଏଲ୍‌-୧ର ସଫଳ ପ୍ରକ୍ଷେପଣ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମହାକାଶ ସହଯୋଗର ସମସ୍ତ ନୂତନ ଦିଗନ୍ତ ଛୁଇଁବା ଦିଗରେ କାର୍ଯ୍ୟ ଆରମ୍ଭ କରିବା ପରେ ଉଭୟ ନେତା ବର୍ତମାନର ଭାରତ - ଆମେରିକା ବେସାମରିକ ମହାକାଶ ମିଳିତ କାର୍ଯ୍ୟଗୋଷ୍ଠୀ ଅଧିନରେ ଏକ ବ୍ୟାବସାୟିକ ମହାକାଶ ସହଯୋଗ ପାଇଁ ଏକ କାର୍ଯ୍ୟଗୋଷ୍ଠୀ ପ୍ରତିଷ୍ଠା ଦିଗରେ ପ୍ରୟାସକୁ ସ୍ୱାଗତ କରିଥିଲେ । ବାହ୍ୟ ମହାକାଶ ଅନ୍ୱେଷଣରେ ଭାଗିଦାରୀକୁ ଆହୁରି ମଜବୁତ କରିବା ପାଇଁ ବଦ୍ଧପରିକର ଇସ୍ରୋ ଏବଂ ଜାତୀୟ ବୈମାନିକ  ଏବଂ ମହାକାଶ ପ୍ରଶାସନ (ନାସା) ୨୦୨୪ରେ ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ର ନିମନ୍ତେ ମିଳିତ ପ୍ରୟାସ ବୃଦ୍ଧି ପାଇଁ ଉପାୟ, କ୍ଷମତା ନିର୍ମାଣ ଏବଂ ପ୍ରଶିକ୍ଷଣ ବିଷୟରେ ବିଚାର ଆଲୋଚନା ଆରମ୍ଭ କରି ଦେଇଛନ୍ତି ଏବଂ ମାନବ ମହାକାଶ ଉଡାଣ ସହଯୋଗ ସମ୍ପର୍କିତ ରଣନୈତିକ ରୂପରେଖକୁ ୨୦୨୩ ଶେଷ ସୁଦ୍ଧା ଅନ୍ତିମ ରୂପ ଦେବା ଦିଗରେ ପ୍ରୟାସରତ ଅଟନ୍ତି । ମାଇନର ପ୍ଲାନେଟ ସେଂଟର ମାଧ୍ୟମରେ କ୍ଷୁଦ୍ର ଗ୍ରହ ଚିହ୍ନଟ ଓ ଅନ୍ୱେଷଣରେ ଭାରତର ଅଂଶଗ୍ରହଣ ପାଇଁ ଭାରତର ସହଯୋଗ ସମେତ ପୃଥିବୀ ଏବଂ ମହକାଶ ସମ୍ପତିଗୁଡିକୁ କ୍ଷୁଦ୍ର ଗ୍ରହ ଏବଂ ପୃଥିବୀ ନିକଟବର୍ତୀ ଉଲ୍‌କାପିଣ୍ଡର ପ୍ରଭାବରୁ ରକ୍ଷା କରିବା ପାଇଁ ଗ୍ରହୀୟ ସମନ୍ୱୟ ବୃଦ୍ଧି ପାଇଁ ମଧ୍ୟ ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା  ଆଗ୍ରହ ପ୍ରକାଶ କରିଛନ୍ତି । 
ଉଭୟ ନେତା ଅଦମ୍ୟ ବିଶ୍ୱସ୍ତରୀୟ ସେମି କଣ୍ଡକ୍ଟର ଯୋଗାଣ ଶୃଙ୍ଖଳର ନିର୍ମାଣ ପାଇଁ ନିଜ ନିଜର ସମର୍ଥନ ଦୋହରାଇବା ସହିତ ମାଇକ୍ରୋଚିପ ଟେକ୍ନୋଲୋଜି ଆଇଏନସି ଭାରତରେ ଏହାର ଗବେଷଣା ଓ ବିକାଶ ଉପସ୍ଥିତିକୁ ବିସ୍ତାର ଦେବା ନିମନ୍ତେ ପ୍ରାୟ ୩୦୦ ମିଲିଅନ ଆମେରିକୀୟ ଡଲାର ନିବେଶ କରିବା ବିଷୟ ଉଲ୍ଲେଖ କରିଥିଲେ ଏବଂ ଭାରତରେ ଗବେଷଣା, ବିକାଶ ଓ ଇଞ୍ଜିନିୟରିଂ କାର୍ଯ୍ୟକ୍ରମର ସମ୍ପ୍ରସାରଣ ପାଇଁ ଆଗାମୀ ପାଂଚ ବର୍ଷରେ ୪୦୦ ମିଲିଅନ୍ ଆମେରିକୀୟ ଡଲାରର ପୁଞ୍ଜିନିବେଶ ବିଷୟରେ ଉଲ୍ଲେଖ କରିଥିଲେ । ଜୁନ୍ ୨୦୨୩ରେ ମାଇକ୍ରନ, ଏଲଏଏମ ରିସର୍ଚ୍ଚ ଏବଂ ଆପ୍ଲାଏଡ ମ୍ୟାଟେରିଆଲସ ଭଳି ଆମେରିକୀୟ କମ୍ପାନୀଗୁଡିକର ଘୋଷଣା ଅନୁଯାୟୀ ଜାରି ଥିବା କାର୍ଯ୍ୟାନ୍ୱୟନ ପ୍ରକ୍ରିୟାକୁ ନେଇ ଉଭୟ ନେତା ସନ୍ତୋଷ ବ୍ୟକ୍ତ  କରିଥିଲେ । ଏକ ସୁରକ୍ଷିତ ଏବଂ ବିଶ୍ୱସ୍ତ ଟେଲି ଯୋଗାଯୋଗ ବ୍ୟବସ୍ଥା, ଅଦମ୍ୟ ଯୋଗାଣ ଶୃଙ୍ଖଳ ଏବଂ ବୈଶ୍ୱିକ ଡିଜିଟାଲ ଅନ୍ତର୍ଭୁକ୍ତିକରଣର ସମଭାଗୀ ଲକ୍ଷ୍ୟ ଉପରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ବାଇଡେନ୍ ଭାରତ ୬ଜି ଆଲାଏନ୍ସ ଏବଂ ଆଲାଏନସ ଫର ଟେଲିକମ୍ ଇଣ୍ଡଷ୍ଟ୍ରି ଦ୍ୱାରା ପରିଚାଳିତ ନେକ୍ସଟ ଜି ଆଲାଏନ୍ସ ମଧ୍ୟରେ ବୁଝାମଣାପତ୍ର (ଏମଓୟୁ)ରେ ହସ୍ତାକ୍ଷର ବିକ୍ରେତା ଏବଂ ଅପରେଟରମାନଙ୍କ ମଧ୍ୟରେ ସରକାର- ବେସରକାରୀ ସହଯୋଗକୁ ଅଧିକ ମଜବୁତ କରିବା ଦିଗରେ ପ୍ରଥମ ପଦକ୍ଷେପ ଭାବରେ ସ୍ୱାଗତ କରିଥିଲେ । ଉଭୟ ନେତା ଓପନ୍ ଆରଏଏନ୍ ତଥା ୫ଜି/୬ଜି ପ୍ରଯୁକ୍ତି ବିଦ୍ୟାରେ ଗବେଷଣା ଓ ବିକାଶ କ୍ଷେତ୍ରରେ ସହଯୋଗ ଉପରେ ଆଧାରିିତ ଦୁଇଟି ମିଳିତ ଟାସ୍କ ଫୋର୍ସର ସ୍ଥାପନା ପାଇଁ ମଧ୍ୟ ସ୍ୱୀକୃତି ଦେଇଛନ୍ତି । କ୍ଷେତ୍ର ମୁତୟନ ପୂର୍ବରୁ ଏକ ଆମେରିକୀୟ ଓପନ ଆରଏଏନ୍ ନିର୍ମାତାଙ୍କ ଦ୍ୱାରା ଏକ ଅଗ୍ରଣୀ ଭାରତୀୟ ଦୂରସଂଚାର ଅପରେଟରରେ ଏକ ୫ଜି ଓପନ୍ ଆରଏଏନ୍ ପାଇଲଟ ଆରମ୍ଭ କରାଯିବ । ଉଭୟ ନେତା ଆମେରିକାର ରିପ ଆଣ୍ଡ ରିପ୍ଲେସ କାର୍ଯ୍ୟକ୍ରମରେ ଭାରତୀୟ କମ୍ପାନିଗୁଡିକର ଭାଗିଦାରୀ ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି; ରାଷ୍ଟ୍ରପତି ଶ୍ରୀ ବାଇଡେନ୍ ଯୁକ୍ତରାଷ୍ଟ୍ର ଆମେରିକାରେ ରିପ୍ ଆଣ୍ଡ ରିପ୍ଲେସ ପାଇଲଟ ନିମନ୍ତେ ଭାରତର ସମର୍ଥନକୁ ମଧ୍ୟ ସ୍ୱାଗତ କରିଛନ୍ତି ।
ଯୁକ୍ତରାଷ୍ଟ୍ର ଆମେରିକା କ୍ୱାଂଟମ କ୍ଷେତ୍ରରେ ଭାରତ ସହିତ ଦ୍ୱିପକ୍ଷୀୟ ଏବଂ ଅନ୍ତରାଷ୍ଟ୍ରୀୟ କ୍ୱାଂଟମ ଆଦାନ ପ୍ରଦାନ ସୁଯୋଗକୁ ସୁବିଧାଜନକ କରିବାର ମଂଚ “କ୍ୱାଂଟମ ଏନଟାଙ୍ଗଲେମେଂଟ ଏକ୍ସଚେଞ୍ଜ” ସହ ମିଶି କାର୍ଯ୍ୟ କରିବା ପାଇଁ ନିଜର ପ୍ରତିଶୃତିବଦ୍ଧତା ଦୋହରାଇବା ସହିତ କ୍ୱାଂଟମ ଆର୍ଥିକ ବିକାଶ ସଂଗୋଷ୍ଠୀର ସଦସ୍ୟ ରୂପରେ ଭାରତର ଏସ୍‌. ଏନ୍‌. ବୋଷ ଜାତୀୟ ମୌଳିକ ବିଜ୍ଞାନ କେନ୍ଦ୍ର, କୋଲକାତାର ଭାଗିଦାରୀର ଉଭୟ ନେତା ସ୍ୱାଗତ କରିଛନ୍ତି । ଏକଥାକୁ ମଧ୍ୟ ସ୍ୱୀକାର କରାଯାଇଥିଲା ଯେ ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ବମ୍ବେ ଏକ ଆନ୍ତର୍ଜାତୀୟ ଭାଗିଦାରୀ ରୂପରେ ଚିକାଗୋ କ୍ୱାଂଟମ ଏକ୍ସଚେଞ୍ଜରେ ସାମିଲ ହୋଇଛି । 
ଉଭୟ ନେତା ଜୈବ ପ୍ରଯୁକ୍ତି ଏବଂ ଜୈବ ବିନିର୍ମାଣ, ନବସୃଜନରେ ବୈଜ୍ଞାନିକ ଏବଂ ପ୍ରଯୁକ୍ତିଭିତିକ ଗବେଷଣା ସହଯୋଗକୁ ସକ୍ଷମ କରାଇବା ନିମନ୍ତେ ଆମେରିକୀୟ ଜାତୀୟ ବିଜ୍ଞାନ ପ୍ରତିଷ୍ଠାନ (ଏନଏସଏଫ) ଏବଂ ଭାରତର ଜୈବ ପ୍ରଯୁକ୍ତି ବିଭାଗ ମଧ୍ୟରେ କାର୍ଯ୍ୟାନ୍ୱୟନ ବ୍ୟବସ୍ଥା ଉପରେ ହସ୍ତାକ୍ଷରକୁ ପ୍ରଶଂସା କରିଥିଲେ । ଦୁଇ ନେତା ସେମିକଣ୍ଡକ୍ଟର ଗବେଷଣା, ଭବିଷ୍ୟତ ପିଢୀ ପାଇଁ ସଂଚାର ପ୍ରଣାଳୀ, ସାଇବର ନିରାପତା ଏବଂ ସବୁଜ ପ୍ରଯୁକ୍ତି ତଥା ଇଂଟେଲିଜେଂଟ ପରିବହନ ବ୍ôୟସ୍ତାରେ ଶୈକ୍ଷିକ ଏବଂ ଔଦ୍ୟୋଗିକ ସହଯୋଗକୁ ପ୍ରୋତ୍ସାହନ ଦେବା ପାଇଁ ଏନଏସଏଫ ଓ ଭାରତର ଇଲେକ୍‌ଟ୍ରୋନିକସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତାବ ଆମନ୍ତ୍ରିତ କରାଯିବା ବିଷୟକୁ ସ୍ୱାଗତ କରିଛନ୍ତି ।
ଦୁଇ ନେତା ଅଦମ୍ୟ ପ୍ରଯୁକ୍ତି ମୂଲ୍ୟ ଶୃଙ୍ଖଳର ନିର୍ମାଣ ସହ ପ୍ରତିରକ୍ଷା ଉଦ୍ୟୋଗ ଭିତିକ ପରିବେଷ୍ଟନୀ ତନ୍ତ୍ରକୁ ସଂଯୋଗ କରିବା ନିମନ୍ତେ ନିଜର ପ୍ରତିଶୃତିବଦ୍ଧତାକୁ ଦୋହରାଇ ସେ ସଂକ୍ରାନ୍ତ ନୀତିଗୁଡିକୁ ପ୍ରୋତ୍ସାହିତ କରିବା ଏବଂ ନିୟମଗୁଡିକୁ ଆପଣାଇବା ନିମନ୍ତେ ତାଙ୍କ ଶାସନର ପ୍ରତିଶୃତିବଦ୍ଧତାକୁ ଦୋହରାଇଛନ୍ତି, ଯାହା ଭାରତୀୟ ଏବଂ ଆମେରିକୀୟ ଉଦ୍ୟୋଗ, ସରକାର ଏବଂ ଶୈକ୍ଷିକ ସଂସ୍ଥାଗୁଡିକ ମଧ୍ୟରେ ଅଧିକ ବୈଶ୍ୱିକ ଜ୍ଞାନକୌଶଳର ଆଦାନ ପ୍ରଦାନ, ସହବିକାଶ ଏବଂ ସହ ଉତ୍ପାଦନର ସୁଯୋଗକୁ ସୁବିଧା ପ୍ରଦାନ କରୁଛି । ସେମାନେ ଜୁନ୍ ୨୦୨୩ରେ ଆରମ୍ଭ କରାଯାଇଥିବା ଦ୍ୱିପକ୍ଷୀୟ ରଣନୈତିକ ବାଣିଜ୍ୟ ଆଲୋଚନା ଅଧିନରେ ଏକ ଆନ୍ତଃ ଏଜେନ୍ସି ତଦାରଖ ତନ୍ତ୍ର ମାଧ୍ୟମରେ ନିରନ୍ତର ସମ୍ପର୍କକୁ ମଧ୍ୟ ସ୍ୱାଗତ କରିଛନ୍ତି ।
ଉଭୟ ନେତା ଅନ୍ୟୁନ୍ୟ ୧୦ ମିଲିଅନ୍ ଆମେରିକୀୟ ଡଲାରର ସଂଯୁକ୍ତ, ପ୍ରାରମ୍ଭିକ ପ୍ରତିଶୃତିବଦ୍ଧତା ସହିତ ଭାରତ- ଆମେରିକା ବୈଶ୍ୱିକ ଆହ୍ୱାନ ପ୍ରତିଷ୍ଠାନର ସ୍ଥାପନା ନିମନ୍ତେ ଭାରତୀୟ ବୈଷୟିକ ପ୍ରତିଷ୍ଠାନ ପରିଷଦ (ଆଇଆଇଟି କାଉନସିଲ)ର ପ୍ରତିନିଧିତ୍ୱରେ ଭାରତୀୟ ବିଶ୍ୱବିଦ୍ୟାଳୟ ଏବଂ ଆମେରିକୀୟ ବିଶ୍ୱବିଦ୍ୟାଳୟ ସଂଘ (ଏଏୟୁ) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରର ସ୍ୱାଗତ କରିଛନ୍ତି । ବୈଶ୍ୱିକ ଆହ୍ୱାନ ପ୍ରତିଷ୍ଠାନ ଉଭୟ ଦେଶର ଅଗ୍ରଣୀ ଗବେଷଣା ଓ ଉଚ୍ଚଶିକ୍ଷା ସଂସ୍ଥାଗୁଡିକୁ ଏକାଠି କରିବ, ଯେଉଁଥିରେ ଏଏୟୁ ଏବଂ ଆଇଆଇଟି ସଦସ୍ୟତାର ଉର୍ଦ୍ଧ୍ୱରେ, ବିଜ୍ଞାନ ଏବଂ ପ୍ରଯୁକ୍ତିରେ ନୂତନ ସୀମାଗୁଡିକୁ ଆହୁରି ପରିବ୍ୟାପ୍ତ କରିବା ପାଇଁ ସ୍ଥାୟୀ ଉର୍ଜା ଏବଂ କୃଷି, ସ୍ୱାସ୍ଥ୍ୟ ଏବଂ ମହାମାରୀ ନିମନ୍ତେ ପ୍ରସ୍ତୁତି, ସେମି କଣ୍ଡକ୍ଟର ପ୍ରଯୁକ୍ତି ଏବଂ ବିନିର୍ମାଣ, ଆଧୁନିକ ସାମଗ୍ରୀ, ଦୂରସଂଚାର, ଆର୍ଟିଫିସିଆଲ ଇଂଟେଲିଜେନସ ଏବଂ କ୍ୱାଂଟମ ବିଜ୍ଞାନରେ ସହଯୋଗ ଆଦି ଅନ୍ତର୍ଭୁକ୍ତ ।
ଉଭୟ ନେତା ନ୍ୟୁୟର୍କ ୟୁନିଭର୍ସିଟି – ଟାନଡନ୍ ଏବଂ ଆଇଆଇଟି କାନପୁର ଅତ୍ୟାଧୁନିକ ଗବେଷଣା କେନ୍ଦ୍ର ତଥା ବଫାଲୋ ସ୍ଥିତ ଷ୍ଟେଟ ୟୁନିଭର୍ସିଟି ଅଫ ନ୍ୟୁୟର୍କର ଯୁଗ୍ମ ଗବେଷଣା କେନ୍ଦ୍ର ଓ ଆଇଆଇଟି ଦିଲ୍ଲୀ, କାନପୁର, ଯୋଧପୁର, ଏବଂ ବିଏଚୟୁ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତି କ୍ଷେତ୍ରରେ ଭାଗିଦାରୀ ସହ ବହୁ ସଂସ୍ଥାଗତ ସହଯୋଗାତ୍ମକ ଶିକ୍ଷା ଆଦାନ ପ୍ରଦାନର ବୃଦ୍ଧିର ମଧ୍ୟ ସ୍ୱାଗତ କରିଛନ୍ତି ।
ଦୁଇ ନେତା ୨୦୨୩ ସୁଦ୍ଧା ଡିଜିଟାଲ ଲିଙ୍ଗଗତ ତାରତମ୍ୟକୁ ହ୍ରାସ କରିବା ପାଇଁ ଜି ୨୦ର ପ୍ରତିଶୃତିବଦ୍ଧତାର ଉଲ୍ଲେଖ ପୂର୍ବକ ଡିଜିଟାଲ ଅର୍ଥ ବ୍ୟବସ୍ଥାରେ ଲିଙ୍ଗଗତ ଡିଜିଟାଲ ତାରତମ୍ୟକୁ ହ୍ରାସ କରିବାର ପ୍ରୟାସଗୁଡିକର ମହତ୍ୱ ବିଷୟରେ ମଧ୍ୟ ଉଲ୍ଲେଖ କରିବା ସହିତ ଡିଜିଟାଲ ଅର୍ଥ ବ୍ୟବସ୍ଥା ପଦକ୍ଷେପରେ ମହିଳାମାନଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିଛନ୍ତି, ଯାହା ଡିଜିଟାଲ ଲିଙ୍ଗଗତ ପାର୍ଥକ୍ୟକୁ ହ୍ରାସ କରିବା ଦିଗରେ ଦୃତ ପ୍ରଗତି ଆଣିବା ନିମନ୍ତେ ସରକାର ଘରୋଇ କ୍ଷେତ୍ରର କମ୍ପାନୀ, ପ୍ରତିଷ୍ଠାନ, ନାଗରିକ ସମାଜ ଏବଂ ବହୁପକ୍ଷୀୟ ସଂଗଠନଗୁଡିକୁ ଏକାଠି କରୁଛି ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଶ୍ରୀ ବାଇଡେନ ମହାକାଶ ଏବଂ ଆର୍ଟିଫିସିଆଲ ଇଂଟେଲିଜେନସ ଭଳି ନୂତନ ଏବଂ ଉଦୀୟମାନ କ୍ଷେତ୍ରରେ ବ୍ୟାପକ ସହଯୋଗ ଏବଂ ତ୍ୱରିତ ପ୍ରତିରକ୍ଷା ପ୍ରଯୁକ୍ତି ସହଯୋଗ ମାଧ୍ୟମରେ ଭାରତ - ଆମେରିକା ଅଗ୍ରଣୀ ପ୍ରତିରକ୍ଷା ଭାଗିଦାରୀକୁ ଅଧିକ ନିବିଡ ଏବଂ ବିବିଧତାପୂର୍ଣ୍ଣ କରିବା ପାଇଁ ନିଜର ପ୍ରତିଶୃତିବଦ୍ଧତା ଦୋହରାଇଛନ୍ତି ।
ଦୁଇ ନେତା ୨୦୨୩, ୨୯ ଅଗଷ୍ଟକୁ ୟୁ ଏସ କଂଗ୍ରେସର ଅଧିସୂଚନା ପ୍ରକ୍ରିୟା ସମ୍ପୁର୍ଣ୍ଣ ହେବା ଏବଂ ଭାରତରେ ଜି ଇ ଏଫ - ୪୧୪ ଜେଟ ଇଞ୍ଜିନ ନିର୍ମାଣ ପାଇଁ ଜିଇ ଏରୋସ୍ପେଶ ଏବଂ ହିନ୍ଦୁସ୍ତାନ ଏରୋନୋଟିକାଲ ଲିମିଟେଲ (ଏଚଏଏଲ) ମଧ୍ୟରେ ଏକ ବାଣିଜ୍ୟିକ ରାଜିନାମା ପାଇଁ କଥାବାର୍ତା ଆରମ୍ଭ କରାଯିବାକୁ ସ୍ୱାଗତ କରିବା ସହିତ ଏହି ଅଭୂତପୂର୍ବ ସହ ଉତ୍ପାଦନ ଏବଂ ପ୍ରଯୁକ୍ତି ଆଧାରିତ ହସ୍ତାନ୍ତରଣ ପ୍ରସ୍ତାବର ପ୍ରଗତିର ସମର୍ଥନ କରିବା ପାଇଁ ସହଯୋଗାତ୍ମକ ଏବଂ ତ୍ୱରିତ ଭାବେ କାର୍ଯ୍ୟ କରିବା ଉପରେ ପ୍ର୍‌ତିଶୃତିବଦ୍ଧତାକୁ ଦୋହରାଇଛନ୍ତି ।
ଉଭୟ ନେତା ଆମେରିକୀୟ ନୌସେନା ଏବଂ ମଜଗାଓଁ ଡକ୍ ସିପ ବିଲଡର୍ସ ଲିମିଟେଡ ଦ୍ୱାରା ଅଗଷ୍ଟ ୨୦୨୩ରେ ସ୍ୱାକ୍ଷର ହୋଇଥିବା ସଦ୍ୟତମ ରାଜିନାମା ସହିତ ଦ୍ୱିତୀୟ ମାଷ୍ଟର ଜାହାଜ ମରାମତି ରାଜିନାମା ସମ୍ପନ୍ନ ହେବାକୁ ନେଇ ପ୍ରଶଂସା ବ୍ୟକ୍ତ କରିଥିଲେ । ଉଭୟ ପକ୍ଷ ଆଗୁଆ ଭାବେ ମୁତୟନ ହୋଇଥିବା ଆମେରିକା ନୌସେନାର ସମ୍ପତି ଏବଂ ଅନ୍ୟାନ୍ୟ ବିମାନ ଓ ନୌଭେଳାଗୁଡିକର ରକ୍ଷଣାବେକ୍ଷଣ ତଥା ମରାମତି କେନ୍ଦ୍ର ରୂପରେ ଭାରତର ଆବିର୍ଭାବକୁ ଆଗକୁ ବଢାଇବା ପାଇଁ ଉଭୟ ପକ୍ଷ ସେମାନଙ୍କର ପ୍ରତିଶୃତିବଦ୍ଧତା ଦୋହରାଇଥିଲେ । ଭାରତର ବିମାନଘାଟି ଏବଂ ରକ୍ଷଣାବେକ୍ଷଣ, ମରାମତି ତଥା ଜିର୍ଣ୍ଣୋଧାର କ୍ଷମତା ଲାଗି ଆମେରିକୀୟ ଉଦ୍ୟୋଗ ଅଧିକ ପୁଞ୍ଜିନିବେଶ ପାଇଁ ଅଧିକ ପ୍ରତିଶୃତିବଦ୍ଧତାକୁ ଉଭୟ ନେତା ସ୍ୱାଗତ କରିଥିଲେ ।
ଉଭୟ ନେତା ସହଭାଗୀ ପ୍ରତିରକ୍ଷା ଆହ୍ୱାନଗୁଡିକର  ମୁକାବିଲା ନିମନ୍ତେ ଭାରତୀୟ ଓ ଆମେରିକୀୟ ପ୍ରତିରକ୍ଷା କ୍ଷେତ୍ରର ନବୋନ୍ମେଷୀ କାର୍ଯ୍ୟଗୁଡିକର ଉପଯୋଗ ନିମନ୍ତେ ଏକ ଦୃଢ ସହଯୋଗ କାର୍ଯ୍ୟ ଖସଡା ପ୍ରସ୍ତୁତ କରିବା ସକାଶେ ଭାରତ - ଆମେରିକା ପ୍ରତିରକ୍ଷା ତ୍ୱରଣ ପରିବେଷ୍ଟନୀ ତନ୍ତ୍ର (ଇଣ୍ଡସ – ଏକ୍ସ) ଟିମର ପ୍ରଶଂସା କରିଛନ୍ତି । ଇଣ୍ଡସ ଏକ୍ସ, ପନ୍ ଷ୍ଟେଟ ୟୁନିଭର୍ସିଟିର ଭାଗିଦାରୀରେ ଆଇଆଇଟି କାନପୁରରେ ପ୍ରାରମ୍ଭିକ ଶୈକ୍ଷିକ ସମୁଦାୟ ଭାଗିଦାରୀର ପରିଚାଳନା କାର୍ଯ୍ୟ ଆରମ୍ଭ କରିଛି  ଏବଂ ଅଗଷ୍ଟ ୨୦୨୩ରେ ଆଇଆଇଟି ହାଇଦ୍ରାବାଦରେ ୟୁ ଏସ ଆକସେଲେରେଟର ମେସର୍ସ ହାକିଂ ଫୋର ଆଲାଏଜ ( ଏଚଫୋରଏକସ) ନେତୃତ୍ୱରେ ଏକ କର୍ମଶାଳା ମାଧ୍ୟମରେ ଭାରତୀୟ ଷ୍ଟାର୍ଟ ଅପ ନିମନ୍ତେ ମିଳିତ ଏକ୍ସେଲରେଟର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି । ଉଭୟ ପକ୍ଷ ପ୍ରତିରକ୍ଷାରେ ଉତ୍କର୍ଷ ନିମନ୍ତେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟର ନବସୃଜନ ଏବଂ ଆମେରିକାର ପ୍ରତିରକ୍ଷା ବିଭାଗର  ପ୍ରତିରକ୍ଷା ନବସୃଜନ କେନ୍ଦ୍ର ଦ୍ୱାରା ଦୁଇଟି ମିଳିତ ଆହ୍ୱାନ ଆରମ୍ଭ କରିବାର ଘୋଷଣାକୁ ମଧ୍ୟ ସ୍ୱାଗତ କିଛନ୍ତି, ଯାହା ସମଭାଗୀ ପ୍ରତିରକ୍ଷା ଉଦ୍ୟୋଗର ସମାଧାନ ବିକଶିତ କରିବା ପାଇଁ ଷ୍ଟାର୍ଟ ଅପଗୁଡିକୁ ଆମନ୍ତ୍ରିତ କରିବ । 
ରାଷ୍ଟ୍ରପତି ଶ୍ରୀ ବାଇଡେନ ୩୧ ଜେନେରାଲ ଆଟୋମିକ୍ସ ଏମ କ୍ୟୁ – ୯ବି (୧୬ ସ୍କାଏ ଗାର୍ଡିଅନ୍ ଏବଂ ୧୫ ସି ଗାର୍ଡିଆନ୍ ) ରିମୋର୍ଟ ଦ୍ୱାରା ପରିଚାଳିତ ଯୁଦ୍ଧଜାହାଜ ଏବଂ ଅନ୍ୟାନ୍ୟ ଉପକରଣର କ୍ରୟ ନିମନ୍ତେ ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଅନୁରୋଧ ପତ୍ର ପଠାଇବାର ସ୍ୱାଗତ କରିଛନ୍ତି । ଏହି ବିମାନ ଗୁଇନ୍ଦା, ତଦାରଖ ଏବଂ ପ୍ରତିରକ୍ଷା (ଆଇଏସଆର) ଆଦି ସମସ୍ତ କ୍ଷେତ୍ର ପାଇଁ ଭାରତୀୟ ସଶସ୍ତ୍ର ବଳର କ୍ଷମତାକୁ ବୃଦ୍ଧି କରିବ ।
ଆମର ରାଷ୍ଟ୍ରଗୁଡିକର ଜଳବାୟୁ, ଉର୍ଜା ପରିବର୍ତନ ଏବଂ ଉର୍ଜା ସୁରକ୍ଷା ସମ୍ପର୍କିତ ଆବଶ୍ୟକତାଗୁଡିକୁ ପୂରଣ କରିବାର ଏକ ଆବଶ୍ୟକ ସମ୍ବଳ ଉପରେ ପରମାଣୁ ଶକ୍ତିର ମହତ୍ୱକୁ ଦୋହରାଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଶ୍ରୀ ବାଇଡେନ୍ ପାରସ୍ପରିକ ସହଯୋଗ ଆଧାରରେ ଆଗାମୀ ପିଢୀର କ୍ଷୁଦ୍ର ମଡ୍ୟୁଲାର ରିଆକ୍ଟର ଜ୍ଞାନକୌଶଳର ବିକାଶ ସହିିତ ପରମାଣୁ ଶକ୍ତିରେ ସହଯୋଗ ପାଇଁ ଭାରତ - ଆମେରିକା ସହଯୋଗକୁ ସୁଗମ କରିବାର ସୁଯୋଗକୁ ପରିବ୍ୟାପ୍ତ କରିବା ସକାଶେ ଉଭୟ ପକ୍ଷର ସମ୍ପୃକ୍ତ ସଂସ୍ଥାଗୁଡିକ ମଧ୍ୟରେ ଗଭୀର ବିଚାର ଆଲୋଚନାର ସ୍ୱାଗତ କରିଥିଲେ । ଯୁକ୍ତରାଷ୍ଟ୍ର ଆମେରିକା ପରମାଣୁ ଉତ୍ପାଦନକାରୀ ରାଷ୍ଟ୍ର ସ୍ଥାପନରେ ଭାରତର ସଦସ୍ୟତା ନିମନ୍ତେ ନିଜର ସମର୍ଥନ ଦୋହରାଇବା ସହିତ ଏହି ଲକ୍ଷ୍ୟକୁ ଆଗକୁ ବଢାଇବା ନିମନ୍ତେ ସମାନ ବିଚାରଧାରାର ଭାଗିଦାରୀ ସହିତ ପାରମ୍ପରିକ ସମ୍ପର୍କକୁ ବଜାୟ ରଖିବାର ପ୍ରତିଶୃତିବଦ୍ଧତାକୁ ଦୋହରାଇଛନ୍ତି ।
ଉଭୟ ନେତା ଭାରତ - ଆମେରିକା ନବୀକରଣୀୟ ଉର୍ଜା ପ୍ରଯୁକ୍ତି କାର୍ଯ୍ୟାନୁଷ୍ଠାନ ମଂଚ (ଆରଇ-ଟିଏପି)ର ଅଗଷ୍ଟ ୨୦୨୩ରେ ପ୍ରାରମ୍ଭିକ ବୈଠକର ସ୍ୱାଗତ କରିଛନ୍ତି । ଏହା ଅଧିନରେ ଉଭୟ ଦେଶ ଲ୍ୟାବ-ଟୁ-ଲ୍ୟାବ ସହଯୋଗ, ପାଇଲଟିଂ ଏବଂ ନୂତନ ପ୍ରଯୁକ୍ତିଗୁଡିକର ପରୀକ୍ଷଣ, ନବୀକରଣୀୟ ଉର୍ଜା ଏବଂ ସକ୍ଷମ ପ୍ରଯୁକ୍ତିକୁ ଆଗକୁ ବଢାଇବା ଉପରେ ନୀତି ଓ ସହଯୋଗ, ପୁଞ୍ଜିନିବେଶ, ଇନକ୍ୟୁବେସନ ଏବଂ ଜନସମ୍ପର୍କ କାର୍ଯ୍ୟକ୍ରମଗୁଡିକୁ ଆହୁରି ନୂଆ ଓ  ଉଦୀୟମାନ ନବୀକରଣୀୟ ପ୍ରଯୁକ୍ତି ତଥା ଉର୍ଜା ପ୍ରଣାଳୀଗୁଡିକର ଉପଯୋଗ ଏବଂ ସେସବୁକୁ ଆପଣାଇବାରେ ତତ୍ପରତା ଆଣିବା ପାଇଁ ପ୍ରଶିକ୍ଷଣ ଓ କୌଶଳ ବିକାଶ ସହ ଯୋଡାଯିବ ।
ପରିବହନ କ୍ଷେତ୍ରର ଡିକାର୍ବୋନାଇଜିଂର ମହତ୍ୱକୁ ଦୋହରାଇ ଉଭୟ ନେତା ଭାରତରେ ବିଦ୍ୟୁତ୍ ଗତିଶୀଳତାର ସମ୍ପ୍ରସାରଣ ଦିଗରେ ହୋଇଥିବା ଅଗ୍ରଗତୀକୁ ସ୍ୱାଗତ କରଛନ୍ତି, ଯେଉଁଥିରେ ସରକାରୀ ଏବଂ ଘରୋଇ  ଉଭୟ ପାଣ୍ଠି ମାଧ୍ୟମରେ ଦେୟପ୍ରାପ୍ତି ସୁରକ୍ଷା ତନ୍ତ୍ର ନିମନ୍ତେ ସମଭାଗୀ ସମର୍ଥନ ଅନ୍ତର୍ଭୁକ୍ତ । ଏହାଦ୍ୱାରା ପି ଏମ ଇ- ବସ୍ ସେବା କାର୍ଯ୍ୟକ୍ରମ ସହିତ ସାମିଲ ବସ୍‌ଗୁଡିକ ସମେତ ଭାରତରେ ନିର୍ମିତ ୧୦ହଜାର ବିଦ୍ୟୁତ୍‌ଚାଳିତ ବସ୍‌ର କ୍ରୟ ତ୍ୱରାନ୍ୱିତ ହେବ, ଯେଉଁଥିରେ ବ୍ୟାଟେରୀ ଚାର୍ଜିଂ ସମ୍ବନ୍ଧିତ ମୌଳିକ ସୁବିଧା ଉପଲବଧ ହେବ । ଉଭୟ ଦେଶ ଇ – ଗତିଶୀଳତା ପାଇଁ ବୈଶ୍ୱିକ ଯୋଗାଣ ଶୃଙ୍ଖଳରେ ବିବିଧତା ଆଣିବାରେ ସହାୟତା ଯୋଗାଇଦେବା ଦିଗରେ ଏକାଠି କାର୍ଯ୍ୟ କରିବା ପାଇଁ ପ୍ରତିଶୃତିବଦ୍ଧ ଅଟନ୍ତି । 
ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ପୁଞ୍ଜି ଲଗାଣକୁ କମ୍ କରିବା ଏବଂ ଭାରତରେ ଗ୍ରୀନଫିଲ୍ଡ ନବୀକରଣୀୟ ଉର୍ଜା, ବ୍ୟାଟେରୀ ଭଣ୍ଡାରଣ ତଥା ଉଦୀୟମାନ ସବୁଜ ପ୍ରଯୁକ୍ତି ପ୍ରକଳ୍ପ ମୁତୟନକୁ ତ୍ୱରାନ୍ୱିତ କରିବା ସକାଶେ ପୁଞ୍ଜିନିବେଶ ମଂଚଗୁଡିକର ନିର୍ମାଣକୁ ମଧ୍ୟ ଆଗକୁ ବଢାଉଛନ୍ତି । ଏହି ଦିଗରେ, ଭାରତର ଜାତୀୟ ପୁଞ୍ଜିନିବେଶ ଏବଂ ଭିତିଭୂମୀ ପାଣ୍ଠି ଏବଂ ଆମେରିକୀୟ ବିକାଶ ଅର୍ଥ ନିଗମ ନବୀକରଣୀୟ ଭିତିଭୂମୀ ନିବେଶ ପାଣ୍ଠିର ସ୍ଥାପନା ନିମନ୍ତେ ଉଭୟ ୫୦୦ ମିଲିଅନ ଆମେରିକୀୟ ଡଲାର ପର୍ଯ୍ୟନ୍ତ ନିବେଶ କରିବା ସମ୍ପର୍କିତ ଇଚ୍ଛାପତ୍ରର ଆଦାନ ପ୍ରଦାନ କରିଛନ୍ତି ।
ଉଭୟ ନେତା ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ)ରେ ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଦୀର୍ଘଦିନ ଧରି ପଡି ରହିଥିବା ସପ୍ତମ ଏବଂ ଅନ୍ତିମ ବିବାଦର ସମାଧାନକୁ ପ୍ରଶଂସା କରିଛନ୍ତି । ଜୁନ୍ ୨୦୨୩ରେ ଡବ୍ଲୁଟିଓରେ  ଦୀର୍ଘଦିନ ଧରି ପଡିରହିଥିବା ଛଅଟି ଦ୍ୱିପକ୍ଷୀୟ ବାଣିଜ୍ୟ ବିବାଦର ସମାଧାନ ହୋଇଛି ।
ଉଭୟ ନେତା ଭାରତ - ଆମେରିକା ବାଣିଜ୍ୟିକ ବାର୍ତା ଅଧିନରେ ମହତ୍ୱାକାଂକ୍ଷୀ “ଇନୋଭେସନ ହାଣ୍ଡସେକ” କାର୍ଯ୍ୟଖସଡା ବିକାଶ କରିବାର ପ୍ରୟାସଗୁଡିକୁ ସ୍ୱାଗତ କରିଛନ୍ତି, ଯେଉଁଥିରେ ଆର୍ଥିକ ମାନ୍ଦାବସ୍ଥା ସମୟରେ ଦୁଇଟି ପ୍ରମୁଖ କାର୍ଯ୍ୟକ୍ରମ  (ଗୋଟିଏ ଭାରତରେ ଏବଂ ଆଉ ଗୋଟିଏ ଯୁକ୍ତରାଷ୍ଟ୍ର ଆମେରିକାରେ) ଅନ୍ତର୍ଭୁକ୍ତ ହେବ, ଯାହା ଅଧିନରେ ଆମର ଉଭୟ ପକ୍ଷ ଉଭୟ ଦେଶର ନବସୃଜନ ସମ୍ପର୍କିତ ଏବଂ ଉଦ୍ୟମ ପୁଞ୍ଜି ଫାର୍ମ, କର୍ପୋରେଟ ନିବେଶ ବିଭାଗ ଏବଂ ସରକାରୀ ଅଧିକାରୀ ଏକାଠି ମିଶି ସହଯୋଗ କରିବେ ।
ଉଭୟ ନେତା କର୍କଟ ରୋଗ ଗବେଷଣା, ପ୍ରତିକାର, ନିୟନ୍ତ୍ରଣ ଏବଂ ପରିଚାଳନାରେ ଆମର କ୍ରମବର୍ଦ୍ଧିଷ୍ଣୁ ଦ୍ୱିପକ୍ଷୀୟ ସହଯୋଗକୁ ସ୍ୱାଗତ କରିଛନ୍ତି ଏବଂ ୨୦୨୩ ନଭେମ୍ବରରେ ଭାରତ - ଆମେରିକା କର୍କଟ ଆଲୋଚନାର ଆରମ୍ଭକୁ ନେଇ ଉତ୍ସୁକତା ପ୍ରକାଶ କରିଛନ୍ତି । ଏହି କଥାବାର୍ତା କର୍କଟ ଜେନୋମିକସରେ ଜ୍ଞାନ ବୃଦ୍ଧି, ଉଭୟ ସହରାଂଚଳ ଓ ଗ୍ରାମାଂଚଳର ଗରିବ ଜନସାଧାରଣଙ୍କ ନିମନ୍ତେ କର୍କଟ ରୋଗର ଚିକିତ୍ସାକୁ ଉନ୍ନତ ଓ ମଜବୁତ କରିବା ପାଇଁ ନୂତନ ନିଦାନ ଏବଂ ଉପଚାର ବିକଶିତ କରିବା ଉପରେ କେନ୍ଦ୍ରିତ ହେବ । ଆମର ଦୁଇ ଦେଶ ମଧ୍ୟରେ ବୈଜ୍ଞାନିକ, ନିୟାମକ ଏବଂ ସ୍ୱାସ୍ଥ୍ୟ ସହଯୋଗର ସୁଦୃଢୀକରଣ ଓ ସୁବିଧା ପ୍ରଦାନ ପାଇଁ ମିଳିତ ପ୍ରତିଶୃତିବଦ୍ଧତା ବିଷୟ ଉଲ୍ଲେଖ କରି ଉଭୟ ନେତା ୨୦୨୩ ଅକ୍ଟୋବରରେ ୱାଶିଂଟନରେ ହେବାକୁ ଥିବା ଭାରତ ଆମେରିକା ସ୍ୱାସ୍ଥ୍ୟ କଥାବାର୍ତା ପ୍ରତି ଆଗ୍ରହ ପ୍ରକଟ କରିଥିଲେ ।
ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଶହିଦ ହୋଇଥିବା ଆମେରିକାର ସୈନିକମାନଙ୍କର ପାର୍ଥିବ ଅବଶେଷକୁ ଭାରତରୁ ଫେରାଇ ନେବାରେ ସହାୟତା ନିମନ୍ତେ ଆମେରିକାର ପ୍ରତିରକ୍ଷା ବିଭାଗ (ପିଓଡବ୍ଲୁ/ଏମଆଇଏ) ଯୁଦ୍ଧବନ୍ଦୀ/ଯୁଦ୍ଧରେ ନିଖୋଜ ସୈନ୍ୟ ପରିସଂଖ୍ୟାନ ସଂସ୍ଥା ଏବଂ ଭାରତୀୟ ନୃତତ୍ୱ ବିଜ୍ଞାନ ସର୍ବେକ୍ଷଣ ସଂସ୍ଥା (ଏଏନଏସଆଇ) ମଧ୍ୟରେ ଗୋଟିଏ ରାଜିନାମାପତ୍ରର ନବୀକରଣକୁ ଉଭୟ ନେତା ସ୍ୱାଗତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଶ୍ରୀ ବାଇଡେନ ଆମମାନଙ୍କର ସରକାର, ଉଦ୍ୟୋଗ ଏବଂ ଶୈକ୍ଷଣିକ ସଂସ୍ଥା ମଧ୍ୟରେ ଉଚ୍ଚସ୍ତରୀୟ ବିମର୍ଷ ଜାରି ରଖିବା ତଥା ଉଜ୍ଜ୍ୱଳ ଏବଂ ସମୃଦ୍ଧ ଭବିଷ୍ୟତ ନିମନ୍ତେ ଆମର ଲୋକମାନଙ୍କର ଆଶା ଆକାଂକ୍ଷାକୁ ଆଗକୁ ବଢାଇବା, ବିଶ୍ୱ କଲ୍ୟାଣ ସକାଶେ କାର୍ଯ୍ୟ କରିବା ତଥା ମୁକ୍ତ, ଅବାଧ ଏବଂ ସମାବେଶୀ ତଥା ଅଦମ୍ୟ ଭାରତ ପ୍ରଶାନ୍ତ କ୍ଷେତ୍ରରେ ଅଂଶଗ୍ରହଣ କରୁଥିବା ଦୀର୍ଘସ୍ଥାୟୀ ଭାରତ - ଆମେରିକା ଭାଗିଦାରୀ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ସାକାର କରିବାର ସଂକଳ୍ପ ନେଇଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India a ‘front-runner’ market, plans to deepen AI and manufacturing presence: Ericsson CEO

Media Coverage

India a ‘front-runner’ market, plans to deepen AI and manufacturing presence: Ericsson CEO
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with Amir of Qatar
March 03, 2026

The Prime Minister, Shri Narendra Modi spoke with H.H. Sheikh Tamim bin Hamad Al Thani, the Amir of Qatar.

During the conversation, the Prime Minister conveyed that India stands firmly in solidarity with Qatar and strongly condemns any violation of its sovereignty and territorial integrity.

The two leaders emphasized the urgent need to restore peace and stability in the region through dialogue and diplomacy.

The Prime Minister also conveyed his appreciation for the continued support and care extended by the Qatari leadership to the Indian community in Qatar during this challenging time.

The Prime Minister wrote on X;

“Spoke with my brother, H.H. Sheikh Tamim bin Hamad Al Thani, the Amir of Qatar. We stand firmly in solidarity with Qatar and strongly condemn any violation of its sovereignty and territorial integrity. We emphasized the urgent need to restore peace and stability in the region through dialogue and diplomacy. I also conveyed my appreciation for his continued support and care for the Indian community in Qatar during this challenging time.

@TamimBinHamad”