ଭାରତ-ବ୍ରିଟେନ ଭିଜନ ୨୦୩୫

Published By : Admin | July 24, 2025 | 19:12 IST

ଲଣ୍ଡନରେ ୨୪ ଜୁଲାଇରେ ଭାରତ ଓ ବ୍ରିଟେନ କର୍ତୃପକ୍ଷଙ୍କ ଭିତରେ ସାକ୍ଷାତ ଆଲୋଚନା ବେଳେ ପ୍ରକାଶ ପାଇଛି ଭାରତ-ବ୍ରିଟେନ ଭିଜନ ୨୦୩୫ । ଏହି ଆକାଂକ୍ଷିତ ଓ ସୁଦୂରପ୍ରସାରୀ ଚୁକ୍ତିନାମା ଦୁଇ ଦେଶ ଭିତରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୂତ କରିବ । ବିଶ୍ୱର ଦ୍ରୁତ ପରିବର୍ତନ ସମୟରେ ଏହି ଚୁକ୍ତିନାମା ଦୁଇ ଦେଶକୁ ସମୃଦ୍ଧ ଓ ବିକାଶ ପଥରେ ଅଗ୍ରସର କରାଇବ ।

ସମ୍ପ୍ରସାରିତ ଆକାଂକ୍ଷା

ଭାରତ ଓ ବ୍ରିଟେନ ଭିତରେ ରହିଥିବା ଦ୍ୱିପାକ୍ଷିକ ସମ୍ପର୍କ ନୂଆ ଶିଖରରେ ପହଂଚିଛି । ପ୍ରାୟ ସବୁ କ୍ଷେତ୍ରରେ ଦୁଇ ଦେଶ ନିଜ ନିଜର ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୂତ କରିପାରିଛନ୍ତି । ପ୍ରସ୍ତୁତ କରାଯାଇଥିବା ନୂଆ ଭିଜନ ବି ଏହି ଦୁଇ ଦେଶ ଭିତରେ ସମ୍ପର୍କକୁ ଆହୁରି ବଳିଷ୍ଠ କରିବ ।

ଭିଜନ ପ୍ଲାନ

୨୦୩୫ ସୁଦ୍ଧା ଦୁଇ ଦେଶ ଭିତରେ ରହିଥିବା ଦ୍ୱିପାକ୍ଷିକ ସମ୍ପର୍କ ନୂଆ ସଂଜ୍ଞା ପାଇବ । ପାରସ୍ପରିକ ବା ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜଭୂତ ହୋଇ ଭାରତ-ବ୍ରିଟେନ ଭିଜନ ୨୦୩୫କୁ ଚରିତାର୍ଥ କରିବ ।

ଫଳାଫଳ

ଦୁଇ ଦେଶକୁ ବଳିଷ୍ଠ କରିବାକୁ ଏହି ଭିଜନ ଲକ୍ଷ୍ୟ ରଖିଛି । ବାଣିଜ୍ୟ ଚୁକ୍ତିନାମା କାର୍ଯ୍ୟକାରୀ ହେଲେ ଅଧିକରୁ ଅଧିକ ବିକାଶ ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।

ଶୈକ୍ଷିକ ଓ ଦକ୍ଷତା ବିକାଶ ଭାଗିଦାରୀ ପରବର୍ତୀ ବୈଶ୍ୱିକ ନେତୃତ୍ୱକୁ ବଳିଷ୍ଠ କରିବ । ଭାରତ ଓ ବ୍ରିଟେନ ବିଶ୍ୱବିଦ୍ୟାଳୟ ଭିତରେ ଶୈକ୍ଷିକ ସହଯୋଗ ବୃଦ୍ଧି ପାଇବ । ଦେଶ ଦେଶ ଭିତରେ ଅଧିକରୁ ଅଧିକ ବିଦେଶୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଖୋଲିବ ।

ପ୍ରଯୁକ୍ତି ବିଦ୍ୟା ଓ ଗବେଷଣାକୁ ପ୍ରାଧାନ୍ୟ ଦିଆଯାଇ ଯାନ୍ତ୍ରିକ ନିରାପତା, ଟେଲିକମ, ଏଆଇ, ବିରଳ ଖଣିଜ ପଦାର୍ଥ, ସେମି କଣ୍ଡକ୍ଟର, କ୍ୱାଂଟମ, ବାୟୋ ଟେକ୍ନୋଲଜି ପରି କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯିବ ।

ସେହିପରି ଜଳବାୟୁ ପରିବର୍ତନ କ୍ଷେତ୍ରରେ ବି ଦୁଇ ଦେଶ ସହଭାଗିତା ଆଧାରରେ କାମ କରିବେ ।

ପ୍ରତିରକ୍ଷା ଓ ନିରପତା କ୍ଷେତ୍ରରେ ଦୁଇ ଦେଶ ଭିତରେ ସହଯୋଗ ବୃଦ୍ଧି ପାଇବ । ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରଖିବା ଲକ୍ଷ୍ୟରେ ଦୁଇ ଦେଶ ମିଳିତ ଭାବେ କାମ କରିବେ ।

ଭାରତ-ବ୍ରିଟେନ ଭିଜନ ୨୦୩୫କୁ ଚରିତାର୍ଥ କରିବା ଲକ୍ଷ୍ୟରେ ଦୁଇ ଦେଶ ନେତାଙ୍କ ଭିତରେ ସମୟକ୍ରମେ ଆଲୋଚନା ଚାଲୁ ରହିବ । କାର୍ଯ୍ୟାଦେଶ ଲାଗି ଭାରତ ଓ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଭିତରେ ବାର୍ତାଳାପ ଆଗକୁ ବି ଜାରି ରହିବ । ବାର୍ଷିକ ଭାବରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଓ ବ୍ରିଟେନର ବୈଦେଶିକ ସଚିବ ସମୀକ୍ଷା କରିବେ । ପ୍ରଯୁକ୍ତି, ବାଣିଜ୍ୟ, ପୁଞ୍ଜି ନିବେଶ ଓ ଆର୍ଥିକ ସହଯୋଗ ପରି କ୍ଷେତ୍ରରେ ମନ୍ତ୍ରିସ୍ତରୀୟ ବିଚାର ବିମର୍ଶ ଜାରି ରହିବ ।

ଆନ୍ତର୍ଜାତିକ ନିୟମାବଳୀ ଅନୁସାରେ ଦୁଇ ଦେଶ ପାରସ୍ପରିକ ବୁଝାମଣାରେ ସଂସ୍କାର ଆଣି ପାରିବେ । ବୈଶ୍ୱିକ ସମସ୍ୟାକୁ ଆଖିରେ ରଖି ମିଳିତ ଜାତିସଂଘ, ନିରାପତା ପରିଷଦ, କମନବେଲଥ, ଡବ୍ଲୁଟିଓ, ହୁ, ଆଇଏମଏଫ, ବିଶ୍ୱବ୍ୟାଙ୍କ ପରି ସଂସ୍ଥାଗୁଡିକରେ ଦୁଇ ଦେଶ ସଂସ୍କାର ଆଣିବା ଦିଗରେ କାମ କରିବେ ।

ନିଜ ସମୁଦାୟ ସମେତ ପ୍ରବାସୀଙ୍କ ସ୍ୱାର୍ଥ ଲାଗି ଦୁଇ ଦେଶ ଭିତରେ ଶିକ୍ଷା, ସାଂସ୍କୃତିକ ଭାବ ବିନିମୟ ପରି କ୍ଷେତ୍ରରେ ବି ସହଯୋଗ ବୃଦ୍ଧି ପାଇବ ।

ଭିଜନ ୨୦୩୫ ଅନୁସାରେ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମିଳିତ ଭାବେ କାମ କରିବେ । ବାଣିଜ୍ୟ, ଗବେଷଣା, ଆବିଷ୍କାର, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପରି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇ ବ୍ରିସ୍କ ସଂସ୍ଥା ଭିତରେ ନାମ ଲେଖାଇବାକୁ ଦୁଇ ଦେଶ ମିଳିତ ଭାବରେ କାମ କରିବେ ।

ବିକାଶ

ଗତ ଶତାବ୍ଦୀ ଭିତରେ ଭାରତ ଓ ବ୍ରିଟେନ ଭିତରେ ଦ୍ୱିପାକ୍ଷିକ ବାଣିଜ୍ୟିକ କାରବାର ବୃଦ୍ଧି ପାଇଛି । ସିଇଟିଏ ବା କମ୍ପ୍ରେହେନସିପ ଇକୋନୋମିକ ଟ୍ରେଡ ଏଗ୍ରିମେଂଟ ଏବଂ ଡବଲ କଂଟ୍ରିବ୍ୟୁସନ କନଭେନସନ ଆମ ଦ୍ୱିପାକ୍ଷିକ ସମ୍ପର୍କର ଦୁଇଟି ମାଇଲଖୁଂଟ । ଏହି ଚୁକ୍ତିନାମା ଫଳରେ ଦୁଇ ଦେଶ ଭିତରେ ବାଣିଜ୍ୟ କାରବାର ବୃଦ୍ଧି ପାଇବ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଦ୍ୱିପାକ୍ଷିକ ପୁଞ୍ଜି ବିନିଯୋଗ ବା ବିଟର ଶୀଘ୍ର ସମ୍ପାଦନ ଲାଗି ଦୁଇ ଦେଶ କାମ କରିବେ । ମିଳିତ ବିକାଶ କ୍ଷେତ୍ରରେ ମୁକ୍ତ ବାଣିଜ୍ୟ ଚୁକ୍ତି ନେଇ ଏହା ଏକ ପଦକ୍ଷେପ ମାତ୍ର । ଦୀର୍ଘସୂତ୍ରୀ ବିକାଶ ସହ ନିଯୁକ୍ତି ସୁଯୋଗ ସୃଷ୍ଟି ଏହାର ମୂଳ ଲକ୍ଷ୍ୟ । ଅନ୍ୟାନ୍ୟ କ୍ଷେତ୍ର ଭିତରୁ ପରବର୍ତନଶୀଳ ଊର୍ଜ୍ଜା, ସ୍ୱାସ୍ଥ୍ୟ, ଜୀବ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା, ଶିଳ୍ପ, ପ୍ରତିରକ୍ଷା ପରି କ୍ଷେତ୍ରରେ ବିକାଶ ଦୁଇ ପକ୍ଷର ଲକ୍ଷ୍ୟ ରହିବ ।

କମ୍ପ୍ରେହେନସିପ ଇକୋନୋମିକ ଆଣ୍ଡ ଟ୍ରେଡ ଏଗ୍ରିମେଂଟ ବା ସିଇଟିଏ ବଳରେ ଦୁଇ ଦେଶ ଭିତରେ ଦ୍ରବ୍ୟ ଓ ସେବା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇବ । ସିଇଟିଏକୁ କାର୍ଯ୍ୟକାରୀ କରିବା ଲାଗି ଯୁଗ୍ମ ଇକୋନୋମିକ ଆଣ୍ଡ ଟ୍ରେଡ କମିଟି କାର୍ଯ୍ୟ କରିବ । ଇକୋନୋମିକ ଆଣ୍ଡ ଫାଇନାନ୍ସସିଆଲ ଡାଏଲଗ ଓ ଫାଇନାନ୍ସସିଆଲ ମାର୍କେଟସ ଡାଏଲଗ ଏହାକୁ ଆଗକୁ ନେବ । ନିୟମିତ ବ୍ୟବଧାନରେ ଅନ୍ତରରେ ଦୁଇ ଦେଶର ବାଣିଜ୍ୟିକ ନେତା ସାକ୍ଷାତ ଆଲୋଚନା ବି କରିବେ । ଇନସ୍ୟୁରାନ୍ସ, ପେନସନ ଓ ସମ୍ପତି ପରିଚାଳନା କ୍ଷେତ୍ରରେ ଭାରତ ଓ ବ୍ରିଟେନ ଭିତରେ ପୁଞ୍ଜି ବଜାର ସୃଷ୍ଟି ହେବ । ଭାରତ ଓ ବ୍ରିଟେନ ଆର୍ଥିକ ସହଭାଗିତା ଅଧୀନରେ ଆବିଷ୍କାର ଓ ଏଆଇ ପ୍ରଯୁକ୍ତି ବିଦ୍ୟାର ଉପଯୋଗକୁ ଗୁରୁତ୍ୱ ଦିଆଯିବ । ଭାରତ ବ୍ରିଟେନ ଭିତିଭୂମି ଫାଇନାନ୍ସିଂ ବ୍ରିଜ ଲାଗି ଦ୍ୱିପାକ୍ଷିକ ବାଣିଜ୍ୟିକ କାରବାର ବୃଦ୍ଧି ପାଇବା ସହ ଭାରତରେ ଅନେକ ଭିତିଭୂମି ଗଢି ଉଠିବ । ନିର୍ଦ୍ଦିଷ୍ଟ ଶିଳ୍ପ କ୍ଷେତ୍ରରେ ସପ୍ଲାଏ ଚେନ ମେକାନିଜିମ ନେଇ ଆଲୋଚନା ଫଳରେ ଆର୍ଥିକ କାରବାର ବୃଦ୍ଧି ପାଇବ । ଭାରତ ବ୍ରିଟେନ ଲିଗାଲ ପ୍ରଫେସନ କମିଟି ମାଧ୍ୟମରେ ଦ୍ୱିପାକ୍ଷିକ ସମ୍ପର୍କ ବି ବୃଦ୍ଧି ପାଇବ । ପରିବହନ ଭିତିଭୂମି ନିର୍ମାଣ କରି ବିମାନ ସେବା ଓ ରୁଟ ପରି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ବଢିବ । ଭାରତ ବ୍ରିଟେନ ବିମାନ ସେବା ଚୁକ୍ତିନାମାକୁ ବି ନବୀକରଣ କରାଯିବ । ଆନ୍ତର୍ଜାତିକ ଟ୍ୟାକ୍ସ ନିୟମକୁ କଡାକଡି ଭାବେ ପାଳନ କରି ବେଆଇନ ଅର୍ଥ କାରବାରକୁ ଲଗାମ ଦିଆଯିବ । ଡବ୍ଲୁଟିଓ ନିୟମାବଳୀକୁ ଉଭୟ ଦେଶ ପାଳନ କରିବେ । ଭାରତ ବ୍ରିଟେନ ଇନଭେଷ୍ଟମେଂଟ କରିଡରକୁ ପ୍ରାଧାନ୍ୟ ଦେଇ ବ୍ରିଟିଶ ଇଂଟରନାସନାଲ ଇନଭେଷ୍ଟମେଟ ଓ ଡେଭଲେପମେଂଟ କ୍ୟାପିଟାଲ ଇନଭେଷ୍ଟମେଂଟ ଚୁକ୍ତିନାମା ଅନୁସାରେ ଗ୍ରୀନ ଗ୍ରୋଥକୁ ଫୋକସ କରାଯିବ । ଜଳବାୟୁ, ପ୍ରଯୁକ୍ତିଗତ ଷ୍ଟାର୍ଟ ଅପ, ଗ୍ରୀନ ଏଂଟରପ୍ରାଇଜ ପରି କ୍ଷେତ୍ରରେ ପୁଞ୍ଜି ନିବେଶ ଲାଗି କ୍ଷେତ୍ର ପ୍ରସ୍ତୁତ କରାଯିବ । ଡିଜିଟାଲ ଗଭର୍ଣ୍ଣାନ୍ସ କ୍ଷେତ୍ରରେ ବି ଭାରତ ଓ ବ୍ରିଟେନ ମିଳିତ ଭାବେ କାମ କରିବେ । ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ଆଲୋଚନା, ଗବେଷଣା, ସାଂସ୍କୃତିକ ଭାବ ବିନିମୟ ପରି ଅନେକ କ୍ଷେତ୍ରରେ ଦୁଇ ଦେଶ ସମ୍ମିଳିତ ବିକଶିତ ହେବେ ।

ପ୍ରଯୁକ୍ତି ଓ ଆବିଷ୍କାର

ଦୁଇ ଦେଶର ବିଜ୍ଞାନ, ପ୍ରଯୁକ୍ତି, ଆବିଷ୍କାର, ଗବେଷଣା ଉଭୟ ଦେଶକୁ ସମୃଦ୍ଧ କରିବ । ଭାରତ ବ୍ରିଟେନ ପ୍ରଯୁକ୍ତି ବିଦ୍ୟା ନିରାପତା ଅଭିଯାନ, ସାଇନ୍ସ କାଉନସିଲ, ସ୍ୱାସ୍ଥ୍ୟ ଓ ଜୀବ ବିଜ୍ଞାନ ସମ୍ବନ୍ଧିତ ସହଭାଗିତା ଆଧାରରେ ଦୁଇ ଦେଶ ଊର୍ଜ୍ଝା, ସ୍ୱାସ୍ଥ୍ୟ, ପ୍ରଯୁକ୍ତି ବିଦ୍ୟା ପରି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି କରିବେ ।

ଭାରତ ଓ ବ୍ରିଟେନ ରିସର୍ଚ୍ଚ ଆଣ୍ଡ ଇନୋଭେସନ କରିଡରକୁ କାର୍ଯ୍ୟକ୍ଷମ କରିବା କ୍ଷେତ୍ରରେ କାମ କରାଯିବ । ଗବେଷଣା ହବ, ଷ୍ଟାର୍ଟ ଅପ, ସୁପର ଗ୍ରୁପ, ଆକସିଲରେଟର କାର୍ଯ୍ୟକ୍ରମ ପରି ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇ ଇକୋ ସିଷ୍ଟମକୁ ବାତାନୁକୂଳ କରାଯିବ । ବୈଶ୍ୱିକ କ୍ଷେତ୍ରରେ ଏଆଇ ପ୍ରଗତିକୁ ଆଖିରେ ରଖି ଭାରତ ବ୍ରିଟେନ ଯୁଗ ୍ମ ଏଆଇ କେନ୍ଦ୍ର ଦ୍ୱାରା ଭଲ ଆର୍ଥିକ ଅଭିବୃଦ୍ଧି ହୋଇପାରିବ । ଟେଲି କମ୍ୟୁନିକେସନ କ୍ଷେତ୍ରରେ ଭାରତ ଓ ବ୍ରିଟେନ କନେକ୍ଟିଭିଟି ଇନୋଭେସନ କେନ୍ଦ୍ର ଖୋଲିବ । ୬ଜି ଲାଗି ଆଇଟିୟୁ ଓ ୩ ଜିପିପି ପରି ପ୍ଲାଟଫର୍ମରେ ମିଳିତ ଭାବେ ଦୁଇ ଦେଶ ବି କାମ କରିବେ । ଚତୁର୍ଥ ଶିଳ୍ପ ବିପ୍ଲବ ଲାଗି ବିରଳ ଖଣିଜ ପଦାର୍ଥର ସପ୍ଲାଏ ଚେନ ନିରାପତା ବଜାୟ ରଖିବାକୁ ପ୍ରାଥମିକତା ଦିଆଯିବ । ଭାରତ ବ୍ରିଟେନ ଯୁଗ୍ମ ଶିଳ୍ପ ଗିଲଡ ପ୍ରତିଷ୍ଠା କରି ଆର୍ଥିକ ମାନଦଣ୍ଡକୁ ସଂସ୍କାରିତ କରିବାକୁ ପ୍ରାଧାନ୍ୟ ଦିଆଯିବ । ଭାରତ ବ୍ରିଟେନ ବାୟୋ ଟେକ୍ନୋଲଜି ଭାଗିଦାରୀର ସୁଫଳ ଉପଯୋଗ କରି ବାୟୋ ମାନୁଫାକଚରିଂକୁ ସବଳ କରିବାକୁ ଲକ୍ଷ୍ୟ ରଖାଯିବ । ସ୍ୱାସ୍ଥ୍ୟ, ଊର୍ଜ୍ଜା, କୃଷି ପରି କ୍ଷେତ୍ରରେ ଏହାକୁ ଉପଯୋଗ କରିବାକୁ ବି ପ୍ରାଧାନ୍ୟ ଦିଆଯିବ । ବାୟୋ ପ୍ରିଟିଂ, ଫେମଟେକ, ସେଲ ଓ ଜିନ ଥେରାପିକୁ ଉପଯୋଗ କରି ବୈଶ୍ୱିକ ସ୍ୱାସ୍ଥ୍ୟ ସମସ୍ୟାକୁ ମୁକାବିଲା କରିହେବ । ସେମି କଣ୍ଡକ୍ଟର, କ୍ୱାଂଟମ, ସାଇବର ନିରାପତା ପରି କ୍ଷେତ୍ରରେ ଟିଏସଆଇ ମାଧ୍ୟମରେ ଅଗ୍ରଗତି କରିବାକୁ ବି ଲକ୍ଷ୍ୟ ରଖାଯାଇଛି । ମହାକାଶ ବିଜ୍ଞାନର ବାଣିଜ୍ୟିକ ଉପଯୋଗ କ୍ଷେତ୍ରରେ ବି କିଛି ସହଯୋଗୀ ସ୍ପେସ କମ୍ୟୁନିଟିକୁ ଏକାଠି କରିବାକୁ ଲକ୍ଷ୍ୟ ରଖାଯାଇଛି । ମେଡିକାଲ ସପ୍ଲାଏ ଚେନକୁ କାଏମ ରଖି ବୈଶ୍ୱିକ ସ୍ୱାସ୍ଥ୍ୟ ନିରାପତାକୁ ସୁନିଶ୍ଚିତ କରାଯିବ । ସ୍ୱାସ୍ଥ୍ୟ ଓ ଜୀବ ବିଜ୍ଞାନ ଯୁଗ୍ମ ବାର୍କିଂ ଗ୍ରୁପ ମହାମାରୀ ମୁକାବିଲା ଓ ଡିଜିଟାଲ ହେଲଥ, ବାନ ହେଲଥ, ସ୍ୱାସ୍ଥ୍ୟଜନିତ ସମସ୍ୟା ପ୍ରତି ସଜାଗ ରହିବେ । ଆବଶ୍ୟକ ସମୟରେ ବିଭିନ୍ନ ଉପଯୋଗୀ ଟୀକାର ଆବିଷ୍କାର, ପ୍ରୟୋଗ ଓ ବିନିଯୋଗ ଉପରେ ବି ଫୋକସ କରାଯିବ । ଲାଇସେନସିଂ ଓ ରପ୍ତାନୀ ନିୟନ୍ତ୍ରଣ କ୍ଷେତ୍ରରେ ନିୟମିତ ଭାବରେ ରପ୍ତାନୀ ଓ ପ୍ରଯୁକ୍ତି ବିଦ୍ୟା ସହଯୋଗ ଡାଏଲଗ କରାଯିବ । ପ୍ରତିରକ୍ଷା, ନିରାପତା, ଏରୋ ସ୍ପେସ କ୍ଷେତ୍ରରେ ନିୟମିତ ଉଚ୍ଚସ୍ତରୀୟ ବାଣିଜ୍ୟ କାରବାର କରିବାକୁ ଗୁରୁତ୍ୱ ଦିଆଯିବ ।

ପ୍ରତିରକ୍ଷା ଓ ସୁରକ୍ଷା

ଭାରତ ଓ ବ୍ରିଟେନର ପ୍ରତିରକ୍ଷା ସହଭାଗିତା ଏକ ସୁରକ୍ଷିତ ଆନ୍ତର୍ଜାତିକ ପରିବେଶ ସୃଷ୍ଟି କରିପାରିଛି । ଉଭୟ ଦେଶର ପ୍ରତିରକ୍ଷା ଶିଳ୍ପ ଅଭୂତପୂର୍ବ ସହଯୋଗ କ୍ଷେତ୍ର ସୃଷ୍ଟି କରିପାରିଛି । ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି ଲାଗି ଦୁଇ ଦେଶ ରାଜି ହୋଇଛନ୍ତି । ଦଶବର୍ଷିଆ ପ୍ରତିରକ୍ଷା ଶିଳ୍ପ ରୋଡମ୍ୟାପ ପ୍ରୋତ୍ସାହନ ସହ ଅନୁଧ୍ୟାନ ଲାଗି ବରିଷ୍ଠ ଅଧିକାରୀସ୍ତରୀୟ ମିଳିତ ମେକାନିଜିମ ପ୍ରୟୋଗକୁ ପ୍ରୋତ୍ସାହନ ଦେବାକୁ ଲକ୍ଷ୍ୟ ରଖାଯାଇଛି । ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ଓ ଜଟିଳ ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ଆନ୍ତରିକ ସହଯୋଗ, ଇଲେକ୍ଟ୍ରିକ ପ୍ରପଲସନ କାପାବିଲିଟି ସହଭାଗିତା, ଜେଟ ଇଞ୍ଜିନ ଆଡଭାନ୍ସଡ କୋର ଟେକ୍ନୋଲଜି ପରି କାର୍ଯ୍ୟକ୍ରମ କରାଯିବ । ନୌବାଣିଜ୍ୟ ସମସ୍ୟା ଲାଗି ଆଂଚଳିକ ସିକ୍ୟୁରିଟି ସେଂଟର ଅଫ ଏକ୍ସେଲେନ୍ସ ବି ପ୍ରତିଷ୍ଠା କରାଯିବ । ନିଜ ନିଜ ଦେଶର ପ୍ରତିରକ୍ଷା ତାଲିମ କେନ୍ଦ୍ରରେ ମିଲିଟାରୀ ଇନଷ୍ଟ୍ରକ୍ଟର ନିଯୁକ୍ତ ହେବେ । ମିଳିତ ଜାତିସଂଘ ଓ ଆନ୍ତର୍ଜାତିକ ନିୟମାନୁସାରେ ଆତଙ୍କବାଦର ସମସ୍ତ କାର୍ଯ୍ୟକଳାପକୁ ପ୍ରତିହତ କରାଯିବ ।

ଜଳବାୟୁ ଓ ଊର୍ଜ୍ଜା

ଜଳବାୟୁ ପରିବର୍ତନ ଲାଗି ଭାରତକୁ ଆର୍ଥିକ ସହଯୋଗ ବୃଦ୍ଧି ପାଇବ । ଊର୍ଜ୍ଝା ସଂରକ୍ଷଣ ଓ ଗ୍ରୀଡ ରୂପାନ୍ତରୀକରଣ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବ । ବ୍ରିଟେନର ଗ୍ୟାସ ଓ ଇଲେକ୍ଟ୍ରିସିଟି ମାର୍କେଟ ଓ ଭାରତର ସେଂଟ୍ରାଲ ଇଲେକ୍ଟ୍ରିସିଟି ରେଗୁଲେଟୋରୀ କମିଶନ ଭିତରେ ପାରସ୍ପରିକ ସହଯୋଗ ବୃଦ୍ଧି ହେବ । କାର୍ବନ କ୍ରେଡିଟ ଟ୍ରେଡିଂ ଯୋଜନା କାର୍ଯ୍ୟକାରୀ କରାଯାଇ ଶିଳ୍ପଗୁଡିକରୁ କମ କାର୍ବନ ନିର୍ଗତ ହେବା ନେଇ ବ୍ୟବସ୍ଥା କରାଯିବ । ଏନେଇ ଭାରତ ବ୍ରିଟେନ ଅଫ ସୋର ବିଣ୍ଡ ଟାସ୍କଫୋର୍ସ କାମ କରିବ । ଆଣବିକ ନିରପତା ନେଇ ଭାରତ ବ୍ରିଟେନ ଆଣବିକ ଚୁକ୍ତିନାମା ଅନୁସାରେ କାର୍ଯ୍ୟ କରାଯିବ ।

ଶିକ୍ଷା

ଭାରତ ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ ବ୍ରିଟେନ କାମ କରିବ । ମେ ୨୦୨୫ରେ ସ୍ୱାକ୍ଷରିତ ହୋଇଥିବା ଚୁକ୍ତି ଅନୁସାରେ ସାଂସ୍କୃତିକ ସହଯୋଗ ବୃଦ୍ଧି ପାଇବ । ବାର୍ଷିକ ଭାବରେ ଶିକ୍ଷା କ୍ଷେତ୍ରରେ ଭାରତ ବ୍ରିଟେନ ଭିତରେ ମନ୍ତ୍ରିସ୍ତରୀୟ ବୈଠକ କରାଯିବ । ବ୍ରିଟେନର ଏଜୁକେସନ ବାର୍ଲଡ ଫୋରମ ଓ ଭାରତର ନେସନାଲ ଏଜୁକେସନ ପଲିସି ପ୍ଲାଟଫର୍ମଗୁଡିକ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସ୍ୱଦେଶରେ ବି ବହୁ ବିଦେଶୀ କ୍ୟାମ୍ପସ ଖୋଲିବାର ପ୍ରସ୍ତାବ ରହିଛି । ଭାରତ ବ୍ରିଟେନ ସବୁଜ ଦକ୍ଷତା ସହଭାଗିତା ଦ୍ୱାରା ବହୁ ଦକ୍ଷ ବ୍ୟକ୍ତିଙ୍କ ସେବା ମିଳିପାରିବ । ମ୍ୟୁଚୁଆଲ ରେକଗନିସନ ଅଫ କ୍ୱାଲିଫିକେସନ ନେଇ ସ୍ୱାକ୍ଷରିତ ଚୁକ୍ତି ବି ଆଗକୁ କାର୍ଯ୍ୟକାରୀ ହେବ ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
EU Firms Generate 186 Billion Euros In India, Support 6 Million Jobs: Report

Media Coverage

EU Firms Generate 186 Billion Euros In India, Support 6 Million Jobs: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 8, 2026
May 08, 2026

Nari Shakti to National Security: One Vision, a Thousand Victories Under PM Modi