1. ଉଗାଣ୍ଡା ସାଧାରଣତନ୍ତ୍ରର ରାଷ୍ଟ୍ରପତି ମହାମହିମ ୟୋୱେରୀ କାଗୁଟା ମୁସେଭେନୀଙ୍କ ଆମନ୍ତ୍ରଣ କ୍ରମେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 24-25 ଜୁଲାଇ 2018ରେ ଉଗାଣ୍ଡାକୁ ଦୁଇ ଦିନିଆ ସରକାରୀ ଗସ୍ତରେ ଯାଇଥିଲେ । ତାଙ୍କ ସହିତ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କର ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ଏବଂ ବ୍ୟବସାୟିକ ପ୍ରତିନିଧିମାନେ ଉଗାଣ୍ଡା ଗସ୍ତ କରିଥିଲେ । 21 ବର୍ଷ ମଧ୍ୟରେ ଏହା କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପାଇଁ ପ୍ରଥମ ଉଗାଣ୍ଡା ଗସ୍ତ ଥିଲା ।

2. ସେଠାରେ ପହଁଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଭବ୍ୟ ରାଜକୀୟ ସମ୍ମାନର ସହ ସ୍ୱାଗତ କରାଯାଇଥିଲା । ଗସ୍ତ କାଳରେ ସେ ବୁଧବାର 24 ଜୁଲାଇ 2018ରେ ଏଣ୍ଟେବେଠାରେ ଥିବା ରାଷ୍ଟ୍ରୀୟ ଆବାସରେ ରାଷ୍ଟ୍ରପତି ମୁସେଭେନୀଙ୍କ ସହିତ ଦ୍ୱିପାକ୍ଷିକ ବାର୍ତ୍ତାଳାପ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତରସମ୍ମାନାର୍ଥେ ରାଷ୍ଟ୍ରପତି ମୁସେଭେନୀ ଏକ ରାଷ୍ଟ୍ରୀୟ ଭୋଜର ଆୟୋଜନ କରିଥିଲେ ।

3. ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ ମଧ୍ୟରେ ଥିଲା ଉଗାଣ୍ଡା ସଂସଦକୁ ଉଦବୋଧନ, ଯାହାକୁ ଭାରତ ଏବଂ ବହୁ ଆଫ୍ରିକୀୟ ଦେଶରେ ସିଧାପ୍ରସାରଣ କରାଯାଇଥିଲା । ପ୍ରଥମ ଥର ପାଇଁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଉଗାଣ୍ଡା ସଂସଦରେ ଅଭିଭାଷଣ ରଖିଥିଲେ । ଉଗାଣ୍ଡା ଘରୋଇ ଉଦ୍ୟୋଗ ଫାଉଣ୍ଡେସନ ଏବଂ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ମିଳିତ ଭାବେ ଏକ ବ୍ୟବସାୟିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏଥିରେ ଉଭୟ ସଂଗଠନର ମୁଖ୍ୟ ଉଦବୋଧନ ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଉଗାଣ୍ଡାରେ ବହୁସଂଖ୍ୟକ ପ୍ରବାସୀ ଭାରତୀୟଙ୍କୁ ଏହି ଉଦ୍ଦେଶ୍ୟରେ ଆୟୋଜିତ ଏକ ସମାରୋହରେ ଉଦବୋଧନ ଦେଇଥିଲେ ।

4. ଆଲୋଚନା କାଳରେ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ମୁସେଭେନୀ ଭାରତ ଏବଂ ଉଗାଣ୍ଡା ମଧ୍ୟରେ ଥିବା ପାରମ୍ପରିକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ନିବିଡ଼ ସମ୍ପର୍କ ଉପରେ ରେଖାପାତ କରିଥିଲେ । ଦ୍ୱିପାକ୍ଷିକ ସମ୍ପର୍କରେ ପ୍ରଚୁର ସମ୍ଭାବନା ରହିଥିବା ନେଇ ଉଭୟ ପକ୍ଷ ସହମତ ହୋଇଥିଲେ ଏବଂ ରାଜନୈତିକ, ଅର୍ଥନୈତିକ,ବାଣିଜ୍ୟିକ, ପ୍ରତିରକ୍ଷା, ବୈଷୟିକ, ଶିକ୍ଷାଗତ, ବୈଜ୍ଞାନିକ ଏବଂ ସାଂସ୍କୃତିକ ସହଯୋଗ ପାଇଁ ଆପୋସ ଇଚ୍ଛା ଜାରି କରିଥିଲେ । ଉଗାଣ୍ଡାର ରାଷ୍ଟ୍ରୀୟ ବିକାଶ ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ 30,000 ଦୃଢ଼ ପ୍ରବାସୀ ଭାରତୀୟଙ୍କ ଭୂମିକାକୁ ରାଷ୍ଟ୍ରପତି ମୁସେଭେନୀ ଉଚ୍ଚ ପ୍ରଶଂସା କରିଥିଲେ । କ୍ଷେତ୍ରୀୟ ଶାନ୍ତି ଏବଂ ସ୍ଥିରତା ପ୍ରତିଷ୍ଠା କରିବା ଏବଂ ଅର୍ଥନୈତିକ ଏକତା ପାଇଁ ଉଗାଣ୍ଡାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଭାରତ ପ୍ରଶଂସା କରିଥିଲା ।

5. ଉଗାଣ୍ଡା ଏବଂ ଭାରତୀୟ ପକ୍ଷର ବାର୍ତ୍ତାଳାପ ନିମ୍ନରେ ଦିଆଗଲା :

  • ପ୍ରଚଳିତ ଦ୍ୱିପାକ୍ଷିକ ସହଯୋଗର ଉପଲବ୍ଧୀ ଏବଂ ସଫଳତାକୁ ପୁନଃସ୍ଥାପନ କରିବା ଏବଂ ପୁନଃନିର୍ମାଣ କରିବା ଲାଗି ଉଭୟ ପକ୍ଷ ସେମାନଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ ।
  • ଦୁଇ ଦେଶ ମଧ୍ୟରେ ରହିଥିବା ବାଣିଜ୍ୟ ଏବଂ ଅର୍ଥନୈତିକ ସମ୍ପର୍କ ଉପରେ ଉଭୟ ପକ୍ଷ ଆଲୋକପାତ କରିଥିଲେ । ଦୁଇ ନେତା ଦ୍ୱିପାକ୍ଷିକ ବାଣିଜ୍ୟର ବର୍ତ୍ତମାନର ସ୍ତର ସମ୍ପର୍କରେ ଉଲ୍ଲେଖ କରିଥିଲେ ଏବଂ ବାଣିଜ୍ୟ ପରିଧିକୁ ଆହୁରି ସମ୍ପ୍ରସାରିତ ଏବଂ ବିବିଧ କରିବା ଲାଗି ଇଚ୍ଛାବ୍ୟକ୍ତ କରିଥିଲେ । ଏଥିସହିତ ବାଣିଜ୍ୟ ତାରତମ୍ୟ ଏବଂ ଉଭୟ ଦେଶ ପାଇଁ ବାଣିଜ୍ୟ ସୁବିଧା ଯୋଗାଇ ଦେବା ଲାଗି ସହମତ ହୋଇଥିଲେ ।
  • ବ୍ୟାପକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଘରୋଇ କ୍ଷେତ୍ରର ନିବେଶର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ,ଆପୋସ ବାଣିଜ୍ୟ ସମ୍ପର୍କର ସମ୍ପ୍ରସାରଣ ଏବଂ ଅଭିବୃଦ୍ଧି ବ୍ୟାପକ ସମ୍ଭାବନା ଉପରେ ରେଖାପାତ କରିଥିଲେ ।
  • ଭାରତୀୟ ବୈଷୟିକ ଏବଂ ଅର୍ଥନୈତିକ ସହଯୋଗ (ଆଇଟିଇସି), ଇଣ୍ଡିଆ ଆଫ୍ରିକା ଫୋରମ ସମ୍ମିଳନୀ (ଆଇଏଏଫଏସ), ଭାରତୀୟ ସାଂସ୍କୃତି ପରିଷଦ (ଆଇସିସିଆର) ଆଦି ଅଧୀନରେ ଦିଆଯାଉଥିବା ବୃତି ଏବଂ ତାଲିମକୁ ଉଗାଣ୍ଡାର ଲୋକମାନଙ୍କ ଦ୍ୱାରା ଉପଯୋଗକୁ ପ୍ରଶଂସା କରାଯାଇଥିଲା ।
  • ପ୍ରତିରକ୍ଷା କ୍ଷେତ୍ର, ବିଶେଷ କରି ବିଭିନ୍ନ ଭାରତୀୟ ତାଲିମ ପ୍ରତିଷ୍ଠାନରେ ଉଗାଣ୍ଡା ଜନ ପ୍ରତିରକ୍ଷା ବାହିନୀ (ୟୁପିଡିଏଫ)ର ଯବାନମାନେ ଭାରତୀୟ ବୈଷୟିକ ଏବଂ ଅର୍ଥନୈତିକ ସହଯୋଗ ଅଧୀନରେ ତାଲିମ ଗ୍ରହଣ କରିବା ଏଥିସହିତ କିମାକାରେ ଥିବା ଉଗାଣ୍ଡାର ବରିଷ୍ଠ କମାଣ୍ଡ ଏବଂ ଷ୍ଟାଫ କଲେଜ (ଏସସିଏସସି) ଭାରତୀୟ ସେନା ତାଲିମ ଦଳର ନିୟୋଜନରେ ସହଯୋଗ ଉପରେ ଉଭୟ ପକ୍ଷ ସନ୍ତୋଷ ବ୍ୟକ୍ତ କରିଥିଲେ ।
  • ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତି କ୍ଷେତ୍ରରେ ଭାରତ ଏବଂ ଉଗାଣ୍ଡା ମଧ୍ୟରେ ସହଯୋଗ ଭାଗିଦାରୀ ଲାଗି ସହାୟତା ନିମନ୍ତେ ସହମତ ହୋଇଥିଲେ । ଗୁରୁତ୍ୱପୂର୍ଣ୍ଣ ଗଣ ଭିତ୍ତିଭୂମି (ପିକେଆଇ) ପ୍ରକଳ୍ପ କାର୍ଯ୍ୟକାରୀ କରିବା ସମୟରେ ଡିଜିଟାଲ ଅନ୍ତର୍ଭୂକ୍ତିକରଣ ପାଇଁ ଭାରତର କେତେକ ଯୋଜନା ଅନୁରୂପ ଯୋଜନା ଚଳାଇବା ଲାଗି ଉଗାଣ୍ଡା ପକ୍ଷରୁ ଆଗ୍ରହ ପ୍ରକାଶ କରାଯାଇଥିଲା ।

6. ଆତଙ୍କବାଦ ବିଶ୍ୱ ଶାନ୍ତି ଏବଂ ସ୍ଥିରତା ପ୍ରତି ଏକ ଭୟଙ୍କର ବିପଦ ଭାବେ ଛିଡ଼ା ହୋଇଛି ବୋଲି ଉଭୟ ନେତା ମତବ୍ୟକ୍ତ କରିଥିଲେ ଏବଂ ଏହାକୁ ସମସ୍ତ ରୂପ ତଥା ପ୍ରତିରୂପରେ ଦୃଢ଼ ଭାବେ ଦମନ କରିବା ଲାଗି ଉଭୟ ସେମାନଙ୍କ ପ୍ରତିବଦ୍ଧତା ଦୋହରାଇଥିଲେ । କୌଣସି ସ୍ଥିତିରେ ମଧ୍ୟ ଆତଙ୍କବାଦ କାର୍ଯ୍ୟକଳାପ ଉଚିତ ବୋଲି ସିଦ୍ଧ କରାଯାଇପାରିବ ନାହିଁ ବୋଲି ସେମାନେ ଗୁରୁତ୍ୱାରୋପ କରିଥିଲେ ।

7. ଆତଙ୍କବାଦୀ, ଆତଙ୍କବାଦୀ ସଂଗଠନ, ସେମାନଙ୍କ ନେଟୱାର୍କ ଏବଂ ସେ ସମସ୍ତେ ଯେଉଁମାନେ ଆତଙ୍କବାଦକୁ ପ୍ରୋତ୍ସାହନ, ସହାୟତା ଏବଂ ଅର୍ଥଯୋଗାଣ କରୁଛନ୍ତି କିମ୍ବା ଆତଙ୍କବାଦୀ ଏବଂ ଆତଙ୍କବାଦୀ ସଂଗଠନଗୁଡ଼ିକୁ ଅଭୟ ଆଶ୍ରୟ ଦେଇଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଉଭୟ ନେତା ମତବ୍ୟକ୍ତ କରିଥିଲେ । ଆତଙ୍କବାଦୀ ସଂଗଠନଗୁଡ଼ିକ ଯେପରି କୌଣସି ଗଣ ସଂହାରକାରୀ ଅସ୍ତ୍ର କିମ୍ବା ପ୍ରଯୁକ୍ତି ହାସଲ ନକରନ୍ତୁ ସେଥିପ୍ରତି ସେମାନେ ଆଲୋକପାତ କରିଥିଲେ ଏବଂ ଅନ୍ତର୍ଜାତୀୟ ଆତଙ୍କବାଦ ଉପରେ ଏକ ବିସ୍ତୃତ ସମ୍ମିଳନୀ (ସିସିଆଇଟି)ର ତ୍ୱରିତ ଗ୍ରହଣୀୟତା ପାଇଁ ସହଯୋଗ ନିମନ୍ତେ ପ୍ରତିବଦ୍ଧତା ଦୋହରାଇଥିଲେ ।

8. ଆପୋସ ସ୍ୱାର୍ଥ ଏବଂ ଚିନ୍ତା ଜନିତ ଆଂଚଳିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ ନିବିଡ଼ ସହଯୋଗ ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ନେତାମାନେ ରାଜି ହୋଇଥିଲେ ।

9. ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସମ୍ପ୍ରସାରଣ, ଏହାକୁ ଅଧିକ ପ୍ରତିନିଧିତ୍ୱପୂର୍ଣ୍ଣ, ଉତ୍ତରଦାୟୀ, ପ୍ରଭାବୀ ଏବଂ ଏକବିଂଶ ଶତାବ୍ଦୀର ଭୌଗଳିକ-ରାଜନୈତିକ ବାସ୍ତବତା ପ୍ରତି ଏହାକୁ ଆହୁରି ଜବାବୀ କରିବା ସହିତ ଏଥିରେ ବ୍ୟାପକ ସଂସ୍କାର ଆଣିବାର ଆବଶ୍ୟକତାକୁ ଦୁଇ ନେତା ଦୋହରାଇଥିଲେ । ବର୍ତ୍ତମାନର ବୈଶ୍ଵିକଆହ୍ୱାନ ଯେପରିକି ଜଳବାୟୁ ପରିବର୍ତ୍ତନ ଏବଂ ଆନ୍ତର୍ଜାତୀୟ ଏବଂ ଆଂଚଳିକ ଶାନ୍ତି ଓ ନିରାପତ୍ତା ବଜାୟ ରଖିବା ସହିତ ନିରନ୍ତର ବିକାଶ ପାଇଁ ମିଳିତ ଜାତିସଂଘ ଏବଂ ଅନ୍ୟ ବହୁପକ୍ଷୀୟ ସଂଗଠନରେ ସେମାନଙ୍କ ସହଯୋଗକୁ ତ୍ୱରାନ୍ୱିତ କରିବା ଲାଗି ସେମାନେ ସେମାନଙ୍କ ପ୍ରତିବଦ୍ଧତା ଦୋହରାଇଥିଲେ ।

10. ବୈଦେଶିକ/ବାହ୍ୟ ବ୍ୟାପାର ମନ୍ତ୍ରୀସ୍ତରୀୟ ଆଲୋଚନା ସମେତ ଦ୍ୱିପାକ୍ଷିକ କାର୍ଯ୍ୟକ୍ରମର ନିୟମିତ ଆୟୋଜନ ଉପରେ ନେତାମାନେ ଗୁରୁତ୍ୱାରୋପ କରିଥିଲେ । ସାମଗ୍ରୀକ ରାଷ୍ଟ୍ରୀୟ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିବା ଏବଂ ଅର୍ଥନୈତିକ ଏବଂ ବିକାଶ ସହଯୋଗ ପ୍ରକଳ୍ପର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ଲାଗି ମଧ୍ୟ ସେମାନେ ସହମତ ହୋଇଥିଲେ ।

11. ଏହି ଗସ୍ତ କାଳରେ ନିମ୍ନୋକ୍ତ ଏମଓୟୁ/ବୁଝାମଣା ସ୍ୱାକ୍ଷରିତ ହୋଇଥିଲା:

  • ପ୍ରତିରକ୍ଷା ସହଯୋଗ ପାଇଁ ଏମଓୟୁ
  • କୂଟନୈତିକ ଏବଂ ସରକାରୀ ପାସପୋର୍ଟଧାରୀଙ୍କ ପାଇଁ ଭିସା ଛାଡ଼ ଲାଗି ଏମଓୟୁ
  • ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ପାଇଁ ଏମଓୟୁ
  • ସାମଗ୍ରୀ ପରୀକ୍ଷଣ ଲାଗି ଏମଓୟୁ

12. ଏମଓୟୁର ସମ୍ପାଦନକୁ ଉଭୟ ନେତା ସ୍ୱାଗତ କରିଥିଲେ ଏବଂ ସମ୍ପୃକ୍ତ ପଦାଧିକାରୀମାନଙ୍କୁ ପ୍ରଚଳିତ ଚୁକ୍ତି, ବୁଝାମଣାପତ୍ର ଏବଂ ସହଯୋଗ ବ୍ୟବସ୍ଥାର କାର୍ଯ୍ୟକାରୀତା ତ୍ୱରାନ୍ୱିତ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ ।

13. ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦୀ ନିମ୍ନୋକ୍ତ ଘୋଷଣାମାନ କରିଥିଲେ:

  • ଦୁଇଟି ଋଣ ବ୍ୟବସ୍ଥା (ଲାଇନ ଅଫ କ୍ରେଡିଟ) : 141 ନିୟୁତ ଆମେରିକୀୟ ଡଲାର ମୂଲ୍ୟର ବିଦ୍ୟୁତ ଲାଇନ ଏବଂ ସବଷ୍ଟେସନ ନିର୍ମାଣ ଏବଂ କୃଷି ଏବଂ ଦୁଗ୍ଧ ଉତ୍ପାଦନ ଲାଗି 64 ନିୟୁତ ଆମେରିକୀୟ ଡଲାର ଋଣ ।
  • ଜିଞ୍ଜାଠାରେ ମହାତ୍ମା ଗାନ୍ଧୀ ସମ୍ମେଳନ/ଐତିହ୍ୟ କେନ୍ଦ୍ର ପ୍ରତିଷ୍ଠା ଲାଗି ଯୋଗଦାନ ।
  • ବର୍ତ୍ତମାନ ଉଗାଣ୍ଡାର ଅଧ୍ୟକ୍ଷତାରେ ଥିବା ପୂର୍ବ ଆଫ୍ରିକୀୟ ସମ୍ପ୍ରଦାୟ ପାଇଁ ସହଯୋଗୀ ଭିତ୍ତିଭୂମି ନିର୍ମାଣ ଏବଂ କ୍ଷମତା ନିର୍ମାଣ ପାଇଁ 92,9705 ଆମେରିକୀୟ ଡଲାରର ସହାୟତା ।
  • ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସହଯୋଗୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସହଯୋଗ ପାଇଁ ଆଇଟିଇସି ଯୋଜନା ଅଧୀନରେ ତାଲିମ ପାଇଁ 25 ସ୍ଲଟର ବ୍ୟବସ୍ଥା ।
  • ଉଗାଣ୍ଡା ସରକାରଙ୍କ ବେସାମରିକ ଉପଯୋଗ ଏବଂ ଉଗାଣ୍ଡା ଗଣ ପ୍ରତିରକ୍ଷା ବାହିନୀ (ୟୁପିଡିଏଫ) ପାଇଁ 44ଟି ଲେଖାଏଁକୁ ମିଶାଇ ମୋଟ 88ଟି ଯାନ ଉପହାର ଦେବା ।
  • କର୍କଟର ଭୟାବହତାକୁ ଦୂର କରିବା ଲାଗି ଉଗାଣ୍ଡାର ପ୍ରୟାସରେ ସହାୟତା ଲାଗି ଭାଭାଟ୍ରନ କର୍କଟ ଚିକିତ୍ସା ମେସିନ ଉପହାର ଦେବା
  • ଉଗାଣ୍ଡାର ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ 1 ଲକ୍ଷ ଏନସିଇଆରଟି ବହି ଉପହାର ଦେବା ।
  • କୃଷି ବିକାଶରେ ଉଗାଣ୍ଡାର ପ୍ରୟାସରେ ସହଯୋଗ ଲାଗି 100ଟି ସୌର ବିଦ୍ୟୁତ ଜଳସେଚନ ପ୍ରକଳ୍ପ ଉପହାର ଦେବା

14. ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା କରାଯାଇଥିବା ଘୋଷଣାକୁ ମହାମହିମ ରାଷ୍ଟ୍ରପତି ୟୋୱେରୀ ମୁସେଭେନୀ ସ୍ୱାଗତ କରିଥିଲେ । ଏଥିସହିତ ଏହି ଚମତ୍କାର ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଦୃଢ଼ ଏବଂ ଗଭୀର କରିବା ଲାଗି ଦୀର୍ଘ ମାର୍ଗ ଅତିକ୍ରମ କରିବା ମତବ୍ୟକ୍ତ କରିଥିଲେ ।

15. ଉଗାଣ୍ଡାରେ ତାଙ୍କର ରହଣି କାଳରେ ତାଙ୍କୁ ଏବଂ ତାଙ୍କ ସହ ଆସିଥିବା ପ୍ରତିନିଧି ମଣ୍ଡଳୀକୁ ଉଦାର ଆତିଥ୍ୟ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ମିଃ. ୟୋୱେରୀ ମୁସେଭେନୀଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଭାରତ ଗସ୍ତ କରିବା ଲାଗି ତାଙ୍କୁ ନିମନ୍ତ୍ରଣ ଜଣାଇଥିଲେ । ରାଷ୍ଟ୍ରପତି ମୁସେଭେନୀ ଆନନ୍ଦର ସହିତ ତାଙ୍କ ଆମନ୍ତ୍ରଣକୁ ଗ୍ରହଣ କରିଥିଲେ । କୂଟନୈତିକ ସ୍ତରରେ ଗସ୍ତର ସୂଚୀନିର୍ଦ୍ଧାରଣ କରାଯିବା ଲାଗି ସହମତ ହୋଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi, Guterres Stress Multipolarity, Need To Reform UN Institutions Including UNSC

Media Coverage

PM Modi, Guterres Stress Multipolarity, Need To Reform UN Institutions Including UNSC
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Indian Women’s Cricket Team on winning Asia Cup
September 14, 2026

The Prime Minister, Shri Narendra Modi, has congratulated the Indian Women’s Cricket Team on winning the Asia Cup.

The Prime Minister said that the team’s confidence, consistency and remarkable spirit were on full display throughout the tournament.

Shri Modi expressed hope that this triumph would inspire millions of youngsters across the country to play more and shine.

In a post on X, Shri Modi said;

“A proud moment for Indian cricket!

Congratulations to the Women’s team on winning the Asia Cup. Their confidence, consistency and remarkable spirit were on full display throughout the tournament.

May this triumph inspire millions of youngsters across the country to play more and shine.”