ସାର୍କ ନେତା ତଥା ପ୍ରତିନିଧୀଙ୍କ ସହ ତାଙ୍କ ଆଲୋଚନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ କୋଭିଡ-19 ଜରୁରୀକାଳୀନ ପାଣ୍ଠି ଗଠନ ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହି ପାଣ୍ଠି ସମସ୍ତ ସାର୍କ ଦେଶଗୁଡିକର ସ୍ବେଚ୍ଛାକୃତ ଅବଦାନ ଉପରେ ଆଧାରିତ ହୋଇପାରିବ | ଏହି ଫଣ୍ଡ ପାଇଁ ପ୍ରାରମ୍ଭିକ ଭାବେ ଭାରତର 10 ମିଲିୟନ ଡଲାରର ଯୋଗଦାନ ରହିବ ।

କୌଣସି ମଧ୍ୟ ସାର୍କ ସଦସ୍ୟ ରାଷ୍ଟ୍ର ଜରୁରୀକାଳୀନ ସ୍ଥିତି ପାଇଁ ଏହାର ବ୍ୟବହାର କରିପାରିବେ । ଯାଞ୍ଚ କିଟ ଏବଂ ଅନ୍ୟ ଆବଶ୍ୟକୀୟ ଉପକରଣଗୁଡିକ ସହ ଏକ ଡାକ୍ତରୀ ଏବଂ ବିଶେଷଜ୍ଞ ଦଳ ଗଠନ କରାଯାଇଛି । ଆବଶ୍ୟକ ସ୍ଥଳେ ସେମାନଙ୍କର ସହଯୋଗ ମଧ୍ୟ ନେଇପାରିବେ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି , ସାର୍କ ସଦସ୍ୟ ରାଷ୍ଟ୍ରମାନଙ୍କ ଜରୁରୀକାଳୀନ ରେସପନ୍ସ ଟିମକୁ ଅନଲାଇନ ଜରିଆରେ ପ୍ରଶିକ୍ଷଣ କ୍ୟାପସୁଲ ପ୍ରଦାନ କରିବାର ବ୍ୟବସ୍ଥା ମଧ୍ୟ ଆମେ ଅତିଶୀଘ୍ର କରିପାରିବୁ । ଏହା ଆମ ଦେଶରେ ବ୍ୟବହୃତ ମଡେଲ ଉପରେ ଆଧାରିତ ହେବ ଯାହାଦ୍ୱାରା ପ୍ରତ୍ୟେକ ଜରୁରୀକାଳୀନ କର୍ମଚାରୀମାନଙ୍କର ଦକ୍ଷତା ବୃଦ୍ଧି ପାଇବ ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ,ଭାରତ ସମ୍ଭାବିତ ଭାଇରସ ବାହକମାନଙ୍କୁ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସୁଥିବା ଲୋକମାନଙ୍କ ଚିହ୍ନଟ କରିବା ପାଇଁ ଏକ ସମନ୍ୱିତ ରୋଗ ନୀରିକ୍ଷଣ ପୋର୍ଟାଲର ଶୁଭାରମ୍ଭ କରିଛି । ଆମେ ସାର୍କ ଅଂଶୀଦାରମାନଙ୍କ ସହ ଏହି ପୋର୍ଟାଲର ସଫ୍ଟଓୟାରକୁ ବାଣ୍ଟିପାରିବା ଏବଂ ଏହାର ବ୍ୟବହାର ନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇପାରିବ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India clears a major nuclear milestone as Kalpakkam fast breeder reactor turns 'critical'

Media Coverage

India clears a major nuclear milestone as Kalpakkam fast breeder reactor turns 'critical'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 7, 2026
April 07, 2026

Aatmanirbhar Dreams Delivered: PM Modi’s Vision Turns Self-Reliance into Record Reality Across Defence, Energy & Nation-Building