1. ନେପାଳ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ କେପି ଶର୍ମା ଓଲିଙ୍କ ନିମନ୍ତ୍ରଣ କ୍ରମେ ଭାରତର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ନରେନ୍ଦ୍ର ମୋଦୀ 11ରୁ 12 ମେ 2018ରେ ନେପାଳକୁ ରାଷ୍ଟ୍ରୀୟ ଗସ୍ତରେ ଯାଇଥିଲେ ।

2. ଦୁଇ ଦେଶର ନିବିଡ଼ ବନ୍ଧୁତ୍ୱ ଏବଂ ବୁଝାମଣାକୁ ପ୍ରତିଫଳିତ କରୁଥିବା ଅତ୍ୟନ୍ତ ଉଦାର ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଦୁଇ ପ୍ରଧାନମନ୍ତ୍ରୀ 11 ମେ 2018ରେ ପ୍ରତିନିଧିସ୍ତରୀୟ ଆଲୋଚନାରେ ଭାଗ ନେଇଥିଲେ । ଏହା 2018ରେ ସେମାନଙ୍କର ଦ୍ୱିତୀୟ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀ ଥିଲା ।

3. ଏପ୍ରିଲ 2018ରେ ନେପାଳ ପ୍ରଧାନମନ୍ତ୍ରୀ ଓଲିଙ୍କ ଭାରତ ଗସ୍ତ ଅବସରରେ ନୂଆଦିଲ୍ଲୀ ଠାରେ ହୋଇଥିବା ସେମାନଙ୍କ ଆଲୋଚନାକୁ ଦୁଇ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ଏବଂ ଏହି ଗସ୍ତ ଦ୍ୱାରା ସୃଷ୍ଟି ହୋଇଥିବା ସମ୍ପର୍କର ଧାରାକୁ ବଜାୟ ରଖିବା ଲାଗି ଅତୀତରେ ହୋଇଥିବା ଚୁକ୍ତି ଏବଂ ବୁଝାମଣାକୁ କାର୍ଯ୍ୟକାରୀ କରିବା ନିମନ୍ତେ ପ୍ରଭାବୀ ପଦକ୍ଷେପ ନେବା ଲାଗି ସହମତ ହୋଇଥିଲେ । ପ୍ରଧାନମନ୍ତ୍ରୀ ଓଲିଙ୍କ ସଦ୍ୟ ଭାରତ ଗସ୍ତ ଅବସରରେ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ସହମତି ଅନୁରୂପ କୃଷି, ରେଳ ଯୋଗାଯୋଗ ଏବଂ ଅନ୍ତର୍ଦ୍ଦେଶୀୟ ଜଳପଥ ବିକାଶ କ୍ଷେତ୍ରରେ ଦ୍ୱିପାକ୍ଷିକ ପଦକ୍ଷେପଗୁଡ଼ିକର ପ୍ରଭାବୀ କାର୍ଯ୍ୟକାରୀତା ପାଇଁ ମଧ୍ୟ ସେମାନେ ସହମତ ହୋଇଥିଲେ ।

4. ବିଭିନ୍ନ ସ୍ତରରେ ଦୁଇ ଦେଶ ମଧ୍ୟରେ ରହିଥିବା ନିବିଡ଼ ଏବଂ ବହୁପକ୍ଷୀୟ ସମ୍ପର୍କର ସମୀକ୍ଷା କରିବା ଅବସରରେ, ଦୁଇ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ସମ୍ପର୍କକୁ ନୂତନ ଉଚ୍ଚତାକୁ ନେଇଯିବା ଲାଗି ସେମାନଙ୍କ ସଂକଳ୍ପକୁ ଦୋହରାଇଥିଲେ । ବିବିଧ କ୍ଷେତ୍ରରେ ପ୍ରଚଳିତ ସହଯୋଗକୁ ସୁଦୃଢ଼ କରିବା ସହିତ ସମାନତା, ଆପୋସ ବିଶ୍ୱାସ, ସମ୍ମାନ ଏବଂ ଆପୋସ ଲାଭର ନୀତି ଆଧାରରେ ସାମାଜିକ-ଅର୍ଥନୈତିକ ବିକାଶ ଲାଗି ଭାଗିଦାରୀକୁ ଆହୁରି ସମ୍ପ୍ରସାରିତ କରିବା ଲାଗି ଦୁଇ ନେତା ରାଜି ହୋଇଥିଲେ ।

5. ବୈଦେଶିକ/ବର୍ହିବ୍ୟାପାର ମନ୍ତ୍ରୀ ସ୍ତରରେ ନେପାଳ-ଭାରତ ମିଳିତ କମିଶନ ସମେତ ଦ୍ୱିପାକ୍ଷିକ ପ୍ରକ୍ରିୟାର ନିୟମିତ ଆୟୋଜନ, ସାମଗ୍ରୀକ ରାଷ୍ଟ୍ରସ୍ତରୀୟ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା ଏବଂ ଅର୍ଥନୈତିକ ଏବଂ ବିକାଶମୂଳକ ସହଯୋଗ ପ୍ରକଳ୍ପଗୁଡ଼ିକର ତ୍ୱରିତ କାର୍ଯ୍ୟକାରୀତାର ଆବଶ୍ୟକତା ଉପରେ ଦୁଇ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

6. ଭାରତ ଏବଂ ନେପାଳ ମଧ୍ୟରେ ବାଣିଜ୍ୟ ଏବଂ ଅର୍ଥନୈତିକ ସମ୍ପର୍କର ଗୁରୁତ୍ୱ ଉପରେ ଦୁଇ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଭାରତ ସହିତ ନେପାଳର ବର୍ଦ୍ଧିତ ବାଣିଜ୍ୟ ନିଅଣ୍ଟ ଉପରେ ଉଦବେଗ ପ୍ରକାଶ କରି ପ୍ରଧାନମନ୍ତ୍ରୀ ଓଲି ଏହି ନିଅଣ୍ଟ ଭରଣା କରିବା ଲାଗି ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି କହିଥିଲେ । ଏହି ପରିପ୍ରେକ୍ଷୀରେ, ସଦ୍ୟ ସମାପ୍ତ ବାଣିଜ୍ୟ, ପରିବହନ ସଂକ୍ରାନ୍ତ ଆନ୍ତଃସରକାରୀ କମିଟି ବୈଠକର ଫଳାଫଳ ଏବଂ ବେଆଇନ ବାଣିଜ୍ୟର ନିୟନ୍ତ୍ରଣ ଲାଗି ସହଯୋଗ ନିମନ୍ତେ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ମିଳିତ ବିସ୍ତୃତ ସମୀକ୍ଷାକୁ ଦୁଇ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ । ଭାରତୀୟ ବଜାରରେ ନେପାଳର ଅଧିକ ପହଁଚ ସୁନିଶ୍ଚିତ କରିବା, ସାମଗ୍ରୀକ ଦ୍ୱିପାକ୍ଷିକ ବାଣିଜ୍ୟର ସମ୍ପ୍ରସାରଣ ଏବଂ ନେପାଳର ପରିବହନ ବାଣିଜ୍ୟକୁ ସୁବିଧା ପ୍ରଦାନ କରିବାକୁ ଦୃଷ୍ଟିରେ ରଖି ପରିବହନ ବୁଝାମଣା ଏବଂ ତତସଂକ୍ରାନ୍ତ ଚୁକ୍ତିରେ ସଂଶୋଧନ ପ୍ରତି ବିଚାର କରିବା ଲାଗି ଉଭୟ ସହମତ ହୋଇଥିଲେ ।

7. ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ଲୋକମାନଙ୍କ ଯାତାୟାତକୁ ପ୍ରୋତ୍ସାହନ ଯୋଗାଇ ଦେବାରେ ଯୋଗାଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଦୁଇ ପ୍ରଧାନମନ୍ତ୍ରୀ ରେଖାପାତ କରିଥିଲେ । ଜଳ, ସ୍ଥଳ ଏବଂ ଆକାଶମାର୍ଗରେ ଅର୍ଥନୈତିକ ଏବଂ ଭୌତିକ ଯୋଗାଯୋଗକୁ ବଢ଼ାଇବା ଲାଗି ଆହୁରି ପଦକ୍ଷେପ ନେବା ନିମନ୍ତେ ସେମାନେ ରାଜି ହୋଇଥିଲେ । ଉଜ୍ଜ୍ୱଳ ଜନ-ଜନ ସମ୍ପର୍କ ଏବଂ ବନ୍ଧୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ସମ୍ପର୍କକୁ ବିବେଚନା କରି ଦୁଇ ପ୍ରଧାନମନ୍ତ୍ରୀ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ସହଯୋଗକୁ ସମ୍ପ୍ରସାରଣ କରିବା ଲାଗି ଦୁଇ ପ୍ରଧାନମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମ୍ପୃକ୍ତ ବୈଷୟିକ ଦଳ ଦ୍ୱାରା ନେପାଳକୁ ଅତିରିକ୍ତ ବିମାନ ପ୍ରବେଶ ପଥ ସମ୍ପର୍କରେ ବୈଷୟିକ ଆଲୋଚନା କରିବା ଲାଗି ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା ।

8. ନଦୀ ତାଲିମ କାର୍ଯ୍ୟ, ଜଳପ୍ଳାବନ ଏବଂ ବନ୍ୟା ପରିଚାଳନା, ଜଳସେଚନ ଆଦି କ୍ଷେତ୍ରରେ ଆପୋସ ଲାଭ ପାଇଁ ଜଳ ସମ୍ପଦ କ୍ଷେତ୍ରରେ ସହଯୋଗକୁ ଆଗେଇ ନେବା ଏବଂ ଜାରି ରହିଥିବା ଦ୍ୱିପାକ୍ଷିକ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରୀତାକୁ ଆହୁରି ତ୍ୱରାନ୍ୱିତ କରିବା ଉପରେ ଦୁଇ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

9. ଦୁଇ ପ୍ରଧାନମନ୍ତ୍ରୀ ମିଳିତ ଭାବେ ନେପାଳରେ 900 ମେଗାୱାଟ କ୍ଷମତାବିଶିଷ୍ଟ ଅରୁଣ-3 ଜଳବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ସେମାନେ ଆଶାବ୍ୟକ୍ତ କରିଥିଲେ ଯେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ଫଳରେ ଦୁଇ ଦେଶ ମଧ୍ୟରେ ବିଦ୍ୟୁତ ଶକ୍ତି ଉତ୍ପାଦନ ଏବଂ କାରବାର କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବ । 17 ଏପ୍ରିଲ 2018ରେ ଅନୁଷ୍ଠିତ ଶକ୍ତି କ୍ଷେତ୍ରରେ ସହଯୋଗ ପାଇଁ ଯୁଗ୍ମ ଷ୍ଟିଅରିଂ କମିଟିର ସଦ୍ୟ ବୈଠକର ଫଳାଫଳକୁ ଦୁଇ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ । ଦ୍ୱିପାକ୍ଷିକ ଶକ୍ତି ବାଣିଜ୍ୟ ଚୁକ୍ତି ଆଧାରରେ ଶକ୍ତି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ବୃଦ୍ଧି କରିବା ଲାଗି ସେମାନେ ସହମତ ହୋଇଥିଲେ ।

10. ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଜନକପୁର ଓ ମୁକ୍ତିନାଥ ଗସ୍ତ କରିଥିଲେ ଏବଂ କାଠମାଣ୍ଡୁ ଓ ଜନକପୁରରେ ସାଧାରଣରେ ସଭାରେ ଯୋଗଦେଇଥିଲେ ।

11. ଦୁଇ ଦେଶ ଏବଂ ଦେଶବାସୀଙ୍କ ମଧ୍ୟରେ ରହିଥିବା ନିବିଡ଼ ଧାର୍ମିକ ଏବଂ ସାଂସ୍କୃତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାକୁ ଆଖି ଆଗରେ ରଖି ଦୁଇ ପ୍ରଧାନମନ୍ତ୍ରୀ ନେପାଳ-ଭାରତ ରାମାୟଣ ପରିକ୍ରମାର ଶୁଭାରମ୍ଭ କରିଥିଲେ । ଏହା ମାତା ସୀତାଙ୍କ ଜନ୍ମଭୂମି ଜନକପୁରକୁ ଅଯୋଧ୍ୟା ଏବଂ ମହାଗାଥା ରାମାୟଣ ସହ ଜଡ଼ିତ ଅନ୍ୟ ସ୍ଥାନକୁ ଯୋଡ଼ିବ । ଜନକପୁରଠାରେ ଦୁଇ ପ୍ରଧାନମନ୍ତ୍ରୀ ଜନକପୁର ଏବଂ ଅଯୋଧ୍ୟା ମଧ୍ୟରେ ବସସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

12. ସମସ୍ତ କ୍ଷେତ୍ରରେ ସହଯୋଗକୁ ଆଗେଇ ନେବା ଲକ୍ଷ୍ୟରେ ସେପ୍ଟେମ୍ବର 2018 ସୁଦ୍ଧା ପଡ଼ି ରହିଥିବା ପ୍ରସଙ୍ଗଗୁଡ଼ିକର ସମାଧାନ ଲାଗି ଦୁଇ ପ୍ରଧନାମନ୍ତ୍ରୀ ସେମାନଙ୍କ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

13. ଚିହ୍ନଟ କରାଯାଇଥିବା କ୍ଷେତ୍ରରେ ସହଯୋଗକୁ ଆଗେଇ ନେବା ଲାଗି ବିମଷ୍ଟେକ, ସାର୍କ ଏବଂ ବିବିଆଇଏନ ଭଳି ଫ୍ରେମୱାର୍କ ଅଧୀନରେ ଆଂଚଳିକ ଏବଂ ଉପ-ଆଂଚଳିକ ସହଯୋଗର ଗୁରୁତ୍ୱ ଉପରେ ଦୁଇ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ।

14. ଦୁଇ ପ୍ରଧାନମନ୍ତ୍ରୀ ରାଜି ହୋଇଥିଲେ ଯେ ନେପାଳକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ତୃତୀୟ ଐତିହାସିକ ଗସ୍ତ ଦୁଇ ଦେଶ ମଧ୍ୟରେ ଥିବା ବହୁପ୍ରାଚୀନ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଆହୁରି ସୁଦୃଢ଼ କରିଛି ଏବଂ ଆମର ବର୍ଦ୍ଧିତ ସହଭାଗୀତାରେ ନୂତନ ଉତ୍ସାହ ଭରିଛି ।

15. ବିନୀତ ନିମନ୍ତ୍ରଣ ଏବଂ ଉଦାର ଆତିଥ୍ୟ ଲାଗି ପ୍ରଧାନମନ୍ତ୍ରୀ ଓଲିଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଧନ୍ୟବାଦ ଜଣାଇଥିଲେ ।

16. ପ୍ରଧାନମନ୍ତ୍ରୀ ଓଲିଙ୍କୁ ଭାରତ ଗସ୍ତ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ନିମନ୍ତ୍ରଣ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଓଲି ଏହି ନିମନ୍ତ୍ରଣକୁ ସ୍ୱୀକାର କରିଥିଲେ; କୂଟନୈତିକ ସ୍ତରରେ ଗସ୍ତର ତାରିଖ ଚୁଡ଼ାନ୍ତ କରାଯିବ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India Post launches drone delivery pilot across Himachal, Assam

Media Coverage

India Post launches drone delivery pilot across Himachal, Assam
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 22, 2026
August 22, 2026

Citizens Appreciate PM Modi’s Leadership Driving India’s Growth, Innovation and Connectivity