ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟୁଇଟ୍ କରି କହିଛନ୍ତି, ଯେ ସେ ଦିଲ୍ଲୀର କାଲକାଜି ଅଞ୍ଚଳରେ ‘ଯହାଁ ଝୁଗି ବହିଁ ମକାନ୍’ ଯୋଜନାରେ ପକ୍କା ଘର ଆବଣ୍ଟନ ଯୋଗୁ ଉପକୃତ ହୋଇଥିବା ହିତାଧିକାରୀ ତାଙ୍କ ନିକଟକୁ ପତ୍ର ଲେଖିଥିବାରୁ ସେ ଖୁସିରେ ଅଭିଭୂତ ହୋଇପଡ଼ିଛନ୍ତି ।
ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ସେମାନଙ୍କୁ ଭେଟିବାକୁ ଆସିଥିବାବେଳେ ମହିଳାମାନେ ତାଙ୍କୁ ଏହି ପତ୍ର ପ୍ରଦାନ କରିଥିଲେ । ହିତାଧିକାରୀମାନେ ନିଜ ଖୁସି ବ୍ୟକ୍ତି କରିଥିଲେ ଏବଂ ସେମାନଙ୍କ ସ୍ୱପ୍ନ ସାକାର ହେବା ଓ ଯୋଜନା ମାଧ୍ୟମରେ ସେମାନଙ୍କ ଜୀବନ ସହଜ କରିବା ଦିଗରେ ସହାୟତା କରିଥିôବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।
ଗରିବଙ୍କ କଲ୍ୟାଣ ପାଇଁ କାମ ଜାରି ରଖିବା ନିମନ୍ତେ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘ଦିଲ୍ଲୀ କାଲକାଜିର ସେହି ମା’ ଏବଂ ଭଉଣୀମାନଙ୍କ ଚିିଠି ପାଇ ଅଭିଭୂତ ହୋଇଛି । ‘ଯହାଁ ଝୁଗି ବହିଁ ମକାନ୍’ ଯୋଜନାରେ ପକ୍କା ଘର ମିଳିଛି । ବିଦେଶ ମନ୍ତ୍ରୀ ଡ. ଏସ୍ ଜୟଶଙ୍କର ସେଠାକୁ ଯିବା ପରେ ମହିଳାମାନେ ଏହି ଚିଠି ତାଙ୍କୁ ପ୍ରଦାନ କରିଥିଲେ, ଯେଉଁଥିରେ ସେମାନେ ସେମାନଙ୍କ ଖୁସି ଜାହିର କରିଛନ୍ତି । ସେମାନେ କହିଛନ୍ତି ଯେ କିପରି ଏହି ଯୋଜନା ମାଧ୍ୟମରେ ସେମାନଙ୍କ ଦୀର୍ଘବର୍ଷର ସ୍ୱପ୍ନ ସାକାର ହୋଇଛି ଏବଂ ପୁରା ପରିବାରର ଜୀବନ ସହଜ ହୋଇଛି । ଚିଠି ପାଇଁ ବହୁତ ବହୁତ ଧନ୍ୟବାଦ! ଆମ ସରକାର ଗରିବଙ୍କ କଲ୍ୟାଣ ପାଇଁ ଏମିତି କାମ ଜାରି ରଖିବାକୁ ପ୍ରତିବଦ୍ଧ ।’
दिल्ली के कालकाजी की उन माताओं और बहनों के पत्रों को पाकर अभिभूत हूं, जिन्हें ‘जहां झुग्गी वहीं मकान’ स्कीम के तहत पक्के घर मिले हैं। विदेश मंत्री @DrSJaishankar जी जब वहां गए तो महिलाओं ने ये पत्र उन्हें सौंपे, जिनमें उन्होंने अपनी खुशी जाहिर की है। वे बताती हैं कि कैसे इस स्कीम… pic.twitter.com/M1nOtV3Phj
— Narendra Modi (@narendramodi) August 4, 2023


