“ଆମର ଆଦିବାସୀ ଭାଇ ଓ ଭଉଣୀମାନେ ଏହି ପରିବର୍ତ୍ତନର ଦାୟିତ୍ୱ ଗ୍ରହଣ କଲେ ଏବଂ ସରକାର ସମସ୍ତ ସମ୍ଭାବ୍ୟ ସହାୟତା ବଢାଇଲେ”
“ଗୋଧ୍ରାର ଗୋବିନ୍ଦ ଗୁରୁ ବିଶ୍ୱବିଦ୍ୟାଳୟ ଏବଂ ନର୍ମଦା ସ୍ଥିତ ର୍ବିସା ମୁଣ୍ଡା ବିଶ୍ୱବିଦ୍ୟାଳୟ ଉଚ୍ଚଶିକ୍ଷା ପାଇଁ ସର୍ବୋତ୍ତମ ଅନୁଷ୍ଠାନ”
“ପ୍ରଥମ ଥର ପାଇଁ ବିକାଶ ଏବଂ ନୀତି ର୍ନିଦ୍ଧାରଣରେ ଆଦିବାସୀ ସମାଜରେ ଅଂଶଗ୍ରହଣର ଅନୁଭବ ରହିଛି”
“ଆଦିବାସୀଙ୍କ ପାଇଁ ଗର୍ବର ସ୍ଥାନ ଏବଂ ବିଶ୍ୱାସର ସ୍ଥାନର ବିକାଶ ପର୍ଯ୍ୟଟନକୁ ଅନେକ ଉତ୍ସାହ ଦେବ”

ଭାରତ ମାତା କୀ ଜୟ

ଭାରତ ମାତା କୀ ଜୟ

ଭାରତ ମାତା କୀ ଜୟ

ଆଜି ଗୁଜରାଟ ଏବଂ ଦେଶର ଆଦିବାସୀ ସମାଜ ପାଇଁ, ନିଜର ଜନଜାତୀୟ ସମୁହଙ୍କ ପାଇଁ ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ । ଏବେ କିଛି ସମୟ ପୂର୍ବରୁ ମାନଘର ଧାମରେ ଥିଲି, ଆଉ ମାନଘର ଧାମରେ ଗୋବିନ୍ଦ ଗୁରୁଙ୍କ ସମେତ ହଜାର ହଜାର ସହିଦ ଆଦିବାସୀ ଭାଇ- ଭଉଣୀମାନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରି, ସେମାନଙ୍କୁ ପ୍ରଣାମ କରି ଆଜାଦୀର ଅମୃତ ମହୋତ୍ସବରେ ଆଦିବାସୀମାନଙ୍କର ମହାନ ବଳିଦାନ ଗାଥାକୁ ପ୍ରଣାମ କରିବାକୁ ମୋତେ ସୁଯୋଗ ମିଳିଲା । ଆଉ ଏବେ ଆପଣମାନଙ୍କ ଜାମ୍ବୁଘୋଡ଼ାକୁ ଆସିଗଲି, ଆଉ ଆମର ଏହି ଜାମ୍ବୁଘୋଡ଼ା ଆମର ଆଦିବାସୀ ସମାଜର ମହାନ ବଳିଦାନର ସାକ୍ଷୀ ରହିଛି । ଶହୀଦ ଜୋରିୟା ପରମେଶ୍ୱର, ରୂପ ସିଂହ ନାୟକ, ରଜବିନ୍ଦା ନାୟକ ଏବଂ ବାବରିୟା ଗଲ୍ମା ନାୟକଙ୍କ ଭଳି ଶହୀଦମାନଙ୍କୁ ଆଜି ପ୍ରଣାମ କରିବାର ସୁଯୋଗ ମିଳିଛି । ମୁଣ୍ଡ ନୁଆଁଇବାର ସୁଯୋଗ ମିଳିଛି । ଆଜି ଜନଜାତୀୟ ସମାଜ, ଆଦିବାସୀ ସମାଜର ଗୌରବ ସହିତ ଜଡିତ ଏବଂ ଏହି ସମ୍ପୂର୍ଣ୍ଣ ଅଂଚଳ ପାଇଁ ଆରୋଗ୍ୟ, ଶିକ୍ଷା, ଦକ୍ଷତା, ବିକାଶ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ମୌଳିକ ଜିନିଷ, ତାହାର ଯୋଜନାର ଶିଳାନ୍ୟାସ ଏବଂ ଲୋକାର୍ପଣ ହେଉଛି । ଗୋବିନ୍ଦ ଗୁରୁ ବିଶ୍ୱବିଦ୍ୟାଳୟ ତାହାର ପ୍ରଶାସନର ଯେଉଁ କ୍ୟାମ୍ପସ ଅଛି, ଆଉ ବହୁତ ସୁନ୍ଦର ଭାବେ ନିର୍ମାଣ ହୋଇଛି, ଆଉ ଏହି ଅଂଚଳରେ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ ହେବା ଯୋଗୁଁ ସେଂଟ୍ରାଲ ସ୍କୁଲ ନିର୍ମାଣ ହେବା ଯୋଗୁଁ ମୋର ଆଗାମୀ ପିଢ଼ୀ ଏହି ଦେଶରେ ଜାତୀୟ ପତାକା ଉଡ଼ାନ୍ତୁ, ଏଭଳି କାର୍ଯ୍ୟ ଆମେ ଏଠାରେ କରୁଛୁ । ଏହି ସମସ୍ତ ଯୋଜନାଗୁଡ଼ିକ ପାଇଁ ଏତେ ବିଶାଳ ସଂଖ୍ୟାରେ ଆସିଥିବା ଆପଣ ସମସ୍ତ ଭାଇ ଭଉଣୀମାନଙ୍କୁ ବହୁତ- ବହୁତ ଶୁଭେଚ୍ଛା, ବହୁତ- ବହୁତ ଅଭିନନ୍ଦନ ।

ଭାଇ  ଭଉଣୀମାନେ,

ଜାମ୍ବୁଘୋଡ଼ା ମୋ ପାଇଁ କୌଣସି ନୁଆ ନୁହେଁ । ଅନେକ ଥର ଆସିଛି, ଆଉ ଯେତେବେଳେ ମଧ୍ୟ ମୁଁ ଏହି ମାଟିକୁ ଆସୁଛି, ସେତେବେଳେ ଏପରି ଲାଗୁଛି ଯେ କୌଣସି ପୂଣ୍ୟସ୍ଥଳକୁ ଆସିଛି । ଜାମ୍ବୁଘୋଡ଼ା ଆଉ ସମଗ୍ର ଅଂଚଳରେ ଯେଉଁ ‘ନାଇକଡ଼ା ଆନ୍ଦୋଳନ’ 1857ର ବିପ୍ଳବରେ ନୂତନ ଶକ୍ତି ଭରିବାର କାର୍ଯ୍ୟ କରିଥିଲା, ନୂତନ ଚେତନା ପ୍ରକଟ କରିଥିଲା । ପରମେଶ୍ୱର ଜୋରିୟା ମହାଶୟ ଏହି ଆନ୍ଦୋଳନକୁ ବ୍ୟାପକ କରିଥିଲେ, ଆଉ ତାଙ୍କ ସହିତ ରୂପ ସିଂହ ନାୟକ ମଧ୍ୟ ଯୋଡ଼ି ହୋଇ ଯାଇଥିଲେ । ଆହୁରି ଅନେକ ଲୋକ ବୋଧହୁଏ ଜଣାନାହିଁ ଯେ 1857ରେ ଯେଉଁ ବିପ୍ଳବର ଆମେ ଚର୍ଚ୍ଚା କରୁଛେ, ସେହି ବିପ୍ଳବରେ ତାନ୍ତିଆ ଟୋପେଙ୍କ ନାମ ସର୍ବାଗ୍ରେ ଆସୁଛି । ତାନ୍ତିଆ ଟୋପେଙ୍କ ସାଥୀ ଭାବେ ଲଢ଼େଇ ଲଢ଼ୁଥିବା ଏହି ମାଟିର ବୀରବଙ୍କା ମଧ୍ୟ ଥିଲେ । ସୀମିତ ସଂସାଧନ ଥାଇ ମଧ୍ୟ ଅଦ୍ଭୁତ ସାହସ, ମାତୃଭୂମି ପ୍ରତି ଭଲ ପାଇବା, ସେ ଇଂରେଜ ସରକାରଙ୍କୁ ଦୋହଲାଇ ଦେଇଥିଲେ । ଆଉ ବଳିଦାନ ଦେବାରେ କେବେ ପଛକୁ ଘୁଂଚି ନ ଥିଲେ। ଆଉ ଯେଉଁ ଗଛତଳେ ବୀରମାନଙ୍କୁ ଫାଶୀ ଦିଆ ଯାଇଥିଲା, ଏହା ମୋର ସୌଭାଗ୍ୟ ଯେ ମୁଁ ସେଠାକୁ ଯାଇ ମୋତେ ସେହି ପବିତ୍ର ସ୍ଥଳ ସାମ୍ନାରେ ମୁଣ୍ଡ ନୁଆଁଇବାର ସୁଯୋଗ ମିଳିଲା । 2012ରେ ମୁଁ ସେଠାରେ ଏକ ପୁସ୍ତକ ମଧ୍ୟ ଉନ୍ମୋଚନ କରିଥିଲି ।

ସାଥୀଗଣ,

ଗୁଜରାଟରେ ବହୁତ ପୂର୍ବରୁ ଆମେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆରମ୍ଭ କରିଥିଲୁ । ଶହୀଦମାନଙ୍କ ନାମ ଅନୁସାରେ ସ୍କୁଲଗୁଡ଼ିକର ନାମକରଣ କରିବାର ପରମ୍ପରା ଆରମ୍ଭ କରାଯାଇଥିଲା । ଯାହାଦ୍ୱାରା ସେହି ସ୍କୁଲରେ ପଢ଼ୁଥିବା ପିଲାମାନଙ୍କୁ ଆଗାମୀ ପିଢ଼ୀଙ୍କୁ ଜଣା ପଡ଼ିବ ଯେ ସେମାନଙ୍କ ପୂର୍ବ ପୁରୁଷ କିଭଳି ପରାକ୍ରମ କରିଥିଲେ । ଆଉ ଏହି ଚିନ୍ତାଧାରା କାରଣରୁ ବଡେକ ଏବଂ ଦାଣ୍ଡିୟାପୁରାର ସ୍କୁଲର ନାମ ସନ୍ଥ ଜୋରିୟା ପରମେଶ୍ୱର ଏବଂ ରୂପ ସିଂହ ନାୟକଙ୍କ ନାମରେ ସାମିଲ କରି ସେମାନଙ୍କୁ ଆମେ ଅମରତ୍ୱ ଦେଉଛୁ । ଆଜି ଏହି ସ୍କୁଲ ନୂତନ ରଙ୍ଗ- ରୂପ, ସାଜ-ସଜ୍ଜା ସହିତ ଏବଂ ଆଧୁନିକ ବ୍ୟବସ୍ଥାଗୁଡ଼ିକ ସହିତ ପ୍ରସ୍ତୁତ ହୋଇ ଯାଇଛି । ଆଉ ଏହି ସ୍କୁଲରେ ଏହି ଦୁଇ ଆଦିବାସୀ ନାୟକଙ୍କ ଭବ୍ୟ ପ୍ରତିମାର ଆଜି ଲୋକାର୍ପଣ କରିବା ପାଇଁ ମୋତେ ସୌଭାଗ୍ୟ ମିଳିଲା । ଏହି ସ୍କୁଲ ଏବେ ଶିକ୍ଷା ଏବଂ ସ୍ୱାଧୀନତା ସଂଗ୍ରାମରେ ଜନଜାତୀୟ ସମାଜର ଯୋଗଦାନ, ତାହାର ଶିକ୍ଷଣର ସହଜ ଭାଗ ପାଲଟି ଯିବ ।

ଭାଇ  ଭଉଣୀମାନେ,

ଆପଣମାନେ ଜାଣିଥିବେ ବର୍ଷ 2022 ପୂର୍ବରୁ ଆପଣମାନେ ମୋତେ ଯେତେବେଳେ ଗୁଜରାଟର ସେବା କରିବାର ସୁଯୋଗ ଦେଲେ, ସେହି ସମୟରେ ନିଜର ଆଦିବାସୀ ସମୁଦାୟ ମାନଙ୍କର ପରିସ୍ଥିତି କ’ଣ ଥିଲା, ଟିକେ ମନେ ପକାନ୍ତୁ । ଆଜି 20-22 ବର୍ଷର ଯୁବକ- ଯୁବତୀମାନଙ୍କୁ ଏହି କଥା ଜଣା ହିଁ ନ ଥିବ ଯେ ଆପଣମାନେ କିଭଳି ଅସୁବିଧାର ସହିତ ବଂଚୁଥିଲେ । ଆଉ ପୂର୍ବରୁ ଯେଉଁ ଲୋକ ଦଶକ- ଦଶକ ଧରି କ୍ଷମତାରେ ବସି ରହିଥିଲେ, ସେମାନେ ଆଦିବାସୀ ଏବଂ ଭିଲ ଆଦିବାସୀ ସମୁଦାୟଙ୍କ ବିକାଶ ମଧ୍ୟରେ ବହୁତ ବଡ଼ ବ୍ୟବଧାନ ସୃଷ୍ଟି କରି ଦେଇଥିଲେ । ଭେଦଭାବ ଭରି ରହିଥିଲା । ଆଦିବାସୀ ଅଂଚଳରେ ମୌଳିକ ସୁବିଧାଗୁଡ଼ିକର ଅଭାବ ଏବଂ ପରିସ୍ଥିତି ଏଭଳି ଥିଲା ଯେ ଆମର ଆଦିବାସୀ ଅଂଚଳର ପିଲାମାନଙ୍କୁ ସ୍କୁଲ ଯିବାର ଅଛି, ତେବେ ମଧ୍ୟ ଏପରି ଅସୁବିଧା ଥିଲା । ଆମ ଠକ୍କର ବାପାଙ୍କ ଆଶ୍ରମର ଅଳ୍ପ ବହୁତ ସ୍କୁଲରେ ଗାଡ଼ି ଚାଲୁଥିଲା । ଖାଇବା- ପିଇବାର ସମସ୍ୟା ଥିଲା, କୁପୋଷଣର ସମସ୍ୟା, ଆମ ଝିଅମାନଙ୍କର 13-14 ବର୍ଷ ବୟସରେ ସେମାନଙ୍କର ଯେଉଁ ଶାରୀରିକ ବିକାଶ ହେବାର ଥିଲା, ତାହା ଠାରୁ ମଧ୍ୟ ବିଚାରି ସେମାନେ ବଂଚିତ ରହୁଥିଲେ । ଏହି ସ୍ଥିତିରୁ ମୁକ୍ତି ପାଇଁ ସମସ୍ତଙ୍କର ପ୍ରୟାସର ଭାବନା ସହିତ ଆମେ କାର୍ଯ୍ୟକୁ ଆଗକୁ ବଢ଼ାଇଲୁ । ଆଉ ପରିବର୍ତନ ଆଣିବା ପାଇଁ ତାହାର ନେତୃତ୍ୱ ମୋର ଆଦିବାସୀ ଭାଇ ଭଉଣୀମାନେ ତୁଲାଇଲେ ଆଉ ମୋ ସହିତ କାନ୍ଧକୁ କାନ୍ଧ ମିଳାଇ ସେମାନେ କରି ଦେଖାଇଲେ । ଆଉ ଆଜି ଦେଖନ୍ତୁ, ଆଜି ହଜାର- ହଜାର ଆଦିବାସୀ ଭାଇ ଭଉଣୀ, ଲକ୍ଷ- ଲକ୍ଷ ଲୋକ କେତେସବୁ ପରିବର୍ତନର ଲାଭ ଉଠାଉଛନ୍ତି । କିନ୍ତୁ ଗୋଟିଏ କଥା ଭୁଲିବା ଉଚିତ ନୁହେଁ ଯେ ଏହା ସବୁ କୌଣସି ଗୋଟିଏ ରାତି କିମ୍ବା ଗୋଟିଏ ଦିନରେ ଆସି ନାହିଁ।  ଏଥିପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିଛି । ଯୋଜନାମାନ କରିବାକୁ ପଡ଼ିଛି, ଆଦିବାସୀ ପରିବାରଗୁଡ଼ିକ ମଧ୍ୟ ଘଂଟା- ଘଂଟା ଧରି ଅକ୍ଳାନ୍ତ କରିଶ୍ରମ କରିଛନ୍ତି, ମୋ ସାଥୀରେ ଠିଆ ହୋଇ ଏହି ପରିବର୍ତନକୁ ତୃଣମୂଳ ସ୍ତରରେ ଆଣି ବାସ୍ତବତାରେ ପରିଣତ କରିଛନ୍ତି । ଆଉ ଦ୍ରୁତ ଗତିରେ ପରିବର୍ତନ ଆଣିବା ପାଇଁ ଆଦିବାସୀ ଅଂଚଳର କଥା ଆସିବ ତେବେ ପ୍ରାଥମିକଠାରୁ ନେଇ ମାଧ୍ୟମିକ ସ୍କୁଲ ପର୍ଯ୍ୟନ୍ତ ପ୍ରାୟତଃ ଦଶ ହଜାର ନୂତନ ସ୍କୁଲ ନିର୍ମାଣ କରିଲୁ, ଦଶ ହଜାର । ଆପଣମାନେ ଚିନ୍ତା କରନ୍ତୁ, ଡଜନ- ଡଜନ ଏକଲବ୍ୟ ସ୍କୁଲ, ଝିଅମାନଙ୍କ ପାଇଁ ସ୍ୱତନ୍ତ୍ର ଆବାସିକ ସ୍କୁଲ, ଆଶ୍ରମ ସ୍କୁଲଗୁଡ଼ିକୁ ଆଧୁନିକ କଲୁ, ଆଉ ଆମର ଝିଅମାନେ ସ୍କୁଲକୁ ଯାଆନ୍ତୁ ସେଥିପାଇଁ ମାଗଣା ବସ୍ ସୁବିଧା ମଧ୍ୟ ଦେଲୁ, ଯାହା ଫଳରେ ଆମର ଝିଅମାନେ ପଢ଼ି ପାରିବେ । ସ୍କୁଲମାନଙ୍କରେ ପୌଷ୍ଟିକ ଖାଦ୍ୟ ଉପଲବ୍ଧ କରାଇଲୁ ।

ଭାଇ  ଭଉଣୀମାନେ,

ଆପଣମାନଙ୍କର ମନେ ଥିବ ଯେ ଜୁନ ମାସରେ ଟାଣ ଖରାରେ ଆଉ ମୋର ସାଥୀ କନ୍ୟା କେଲୱଣୀ ରଥକୁ ନେଇ ଗାଁ- ଗାଁ ବୁଲୁଥିଲେ । ଗାଁ- ଗାଁ ଯାଉଥିଲେ, ଆଉ ଝିଅମାନଙ୍କୁ ପଢ଼ାଇବା ପାଇଁ ଭିକ୍ଷା ମାଗୁଥିଲେ । ମୋର ଆଦିବାସୀ ଭାଇ ଓ ଭଉଣୀମାନେ, ଅନେକ କ୍ଷେତ୍ରରେ ଶିକ୍ଷଣ ପାଇଁ ଅନେକ ପ୍ରକାରର ଆହ୍ୱାନ ସବୁ ରହିଥିଲା । ଆପଣମାନେ ବିଚାର କରନ୍ତୁ, ଉମରଗାଁଓରୁ ଅମ୍ବାଜୀ ଏତେ ବଡ଼ ଆମର ଆଦିବାସୀ ଅଂଚଳ, ଏଠାରେ ମଧ୍ୟ ଆମର ଆଦିବାସୀ ଯୁବକ- ଯୁବତୀମାନଙ୍କୁ ଡାକ୍ତର କରିବା ପାଇଁ ମନ ହେଲେ, ଇଂଜିନିୟର ହେବା ପାଇଁ ମନ ହେଲେ, କିନ୍ତୁ ଯଦି ବିଜ୍ଞାନ ସ୍କୁଲ ହିଁ ନ ଥିବ ତେବେ କିପରି ଭାବେ ଭାଗ୍ୟ ଉଦୟ ହେବ । ଆମେ ସେହି ସମସ୍ୟାର ମଧ୍ୟ ସମାଧାନ କଲୁ ଆଉ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଜ୍ଞାନ ସ୍କୁଲ ଆରମ୍ଭ କଲୁ । ଆଉ ଆଜି ଦେଖନ୍ତୁ ଏହି ଦୁଇ ଦଶକରେ 11 ବିଜ୍ଞାନ କଲେଜ, 11 ବାଣିଜ୍ୟ କଲେଜ, 23 କଳା କଲେଜ ଆଉ ଶହ- ଶହ ହଷ୍ଟେଲ ଖେଲିଲୁ । ଏଠାରେ ମୋର ଆଦିବାସୀ ଯୁବକ- ଯୁବତୀମାନଙ୍କର ଜୀବନ ସବୁଠାରୁ ଆଗକୁ ବଢ଼ୁ, ସେଥିପାଇଁ କାର୍ଯ୍ୟ କଲୁ, 25 ବର୍ଷ ପୂର୍ବରୁ ଗୁଜରାଟର ଆଦିବାସୀ କ୍ଷେତ୍ରମାନଙ୍କରେ ସ୍କୁଲର ଖୁବ ଅଭାବ ରହିଥିଲା । ଆଉ ଆଜି ଦୁଇ- ଦୁଇ ଜନଜାତୀୟ ବିଶ୍ୱବିଦ୍ୟାଳୟ ରହିଛି । ଗୋଧ୍ରାରେ ଗୋବିନ୍ଦ ଗୁରୁ ବିଶ୍ୱବିଦ୍ୟାଳୟ ଆଉ ନର୍ମଦାରେ ବିରସା ମୁଣ୍ଡା ବିଶ୍ୱବିଦ୍ୟାଳୟ, ଉଚ୍ଚ ଶିକ୍ଷାର ଉନ୍ନତ ସଂସ୍ଥାନ ରହିଛି । ଏଠାରେ ଉତମରୁ ଅତି ଉତମ ଶିକ୍ଷା ଦେବା ପାଇଁ ବ୍ୟବସ୍ଥାମାନ, ଆଉ ଏହିସବୁ ଦ୍ୱାରା ବଡ଼ରୁ ଅତି ବଡ଼ ଲାଭ ମୋର ଆଦିବାସୀ ସମାଜର ଆଗାମୀ ପିଢ଼ୀଙ୍କୁ ହେବାକୁ ଯାଉଛି । ନୂତନ କ୍ୟାମ୍ପସ ହେବା କାରଣରୁ ଗୋବିନ୍ଦ ଗୁରୁ ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ ସୁବିଧାର ଆହୁରି ମଧ୍ୟ ସଂପ୍ରସାରଣ ହେବ, ଏକ ପ୍ରକାରରେ ଅହମ୍ମଦାବାଦର କୌଶଳ ବିଶ୍ୱବିଦ୍ୟାଳୟ, ତାହାର ଏକ କ୍ୟାମ୍ପସ, ପଂଚମହଲ ସହିତ ଜନଜାତୀୟ ଯୁବକମାନଙ୍କୁ ମଧ୍ୟ ତାହାର ଲାଭ ମିଳିବାକୁ ଯାଉଛି । ଏହା ହେଉଛି ଦେଶର ପ୍ରଥମ ବିଶ୍ୱବିଦ୍ୟାଳୟ, ଯେଉଁଠାରେ ଡ୍ରୋନ, ପାଇଲଟ ଲାଇସେନ୍ସ ଦେବାର ଶିକ୍ଷଣ ଆରମ୍ଭ ହୋଇଛି । ଯାହା ଫଳରେ ଆମର ଆଦିବାସୀ ଯୁବକ- ଯୁବତୀମାନେ ଡ୍ରୋନ ଚଳାଇ ପାରିବେ, ଆଉ ଆଧୁନିକ ଦୁନିଆରେ ପ୍ରବେଶ କରି ପାରିବେ । ‘ବନବନ୍ଧୁ କଲ୍ୟାଣ ଯୋଜନା’ ତାହା ବିଗତ ଦଶକ ଗୁଡ଼ିକରେ ଜନଜାତୀୟ ଜିଲ୍ଲାମାନଙ୍କର ସର୍ବାଙ୍ଗୀନ ବିକାଶ କରିଛିି, ଆଉ ‘ବନବନ୍ଧୁ କଲ୍ୟାଣ ଯୋଜନା’ର ଏହା ହେଉଛି ବିଶେଷତ୍ୱ ଯେ, କ’ଣ ଦରକାର, କେତେ ଦରକାର ଆଉ କେଉଁଠାରେ ଦରକାର । ତାହା ଗାନ୍ଧିନଗରରୁ ନୁହେଁ ବରଂ ଗାଁରେ ବସିଥିବା ମୋର ଆଦିବାସୀ ଭାଇ - ଭଉଣୀମାନେ କରୁଛନ୍ତି ଭାଇମାନେ । ବିଗତ 14-15 ବର୍ଷରେ ମୋର ଆଦିବାସୀ ଅଂଚଳରେ ଏହି ଯୋଜନା ଅଧୀନରେ ଏକ ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ଏହି ଦେଶର ଏଭଳି ବହୁତ ରାଜ୍ୟ ଅଛନ୍ତି, ଯେଉଁମାନଙ୍କର ବଜେଟ ଏତେ ନ ଥାଏ, ସେତିକି ବଜେଟ ଆଦିବାସୀଙ୍କ ଅଂଚଳରେ ଖର୍ଚ୍ଚ କରାଯିବ । ଏହା ହେଉଛି ଆମର ଭଲ ପାଇବା, ଭାବନା, ଭକ୍ତି ଯାହାକି ଆଦିବାସୀ ସମାଜ ପାଇଁ ରହିଛି, ଏହା ହେଉଛି ତାହାର ପ୍ରତିବିମ୍ବ । ଗୁଜରାଟ ସରକାର ସ୍ଥିର କରିଛନ୍ତି ଯେ ଆଗାମୀ ବର୍ଷରେ ଏକ ଲକ୍ଷ କୋଟି ଟଙ୍କା ନୂତନ ଭାବେ ଏହି ଅଂଚଳ ପାଇଁ ଖର୍ଚ୍ଚ କରାଯିବ । ଆଜି ଆଦିବାସୀ ଅଂଚଳରେ ଘର- ଘରକୁ ପାଇପ୍ ଦ୍ୱାରା ପିଇବା ପାଣି ପହଂଚୁ, ସମଗ୍ର ଆଦିବାସୀ ଅଂଚଳକୁ ସୂକ୍ଷ୍ମ ସିଂଚନର ବ୍ୟବସ୍ଥା ହେଉ । ନ ହେଲେ ତ ମୋତେ ଜଣାଅଛି ସେତେବେଳେ ମୁଁ ନୂଆ- ନୂଆ ମୁଖ୍ୟମନ୍ତ୍ରୀ ହୋଇଥିଲି, ସେତେବେଳେ ସି.କେ ବିଧାୟକ ଥିଲେ ସେହି ସମୟରେ । ସେ ଆସିଲେ ତ ମୋତେ କ’ଣ ଗୁହାରି କରିବାକୁ ଲାଗିଲେ, ଯେ ଆମର ଏଠାରେ ହ୍ୟାଣ୍ଡପମ୍ପ ଲଗାଇ ଦିଅନ୍ତୁ । ଆଉ ହ୍ୟାଣ୍ଡପମ୍ପ ମଂଜୁର ହୋଇଗଲେ ତେବେ ସାହେବ ଢ଼ୋଲ- ବାଇଦ ବଜାଉ ଥିଲେ, ଗାଁମାନଙ୍କରେ ଏଭଳି ଦିନ ଥିଲା । ଏହି ମୋଦୀ ସାହେବ ଏବଂ ଏହି ଭୂପେନ୍ଦ୍ର ଭାଇ ପାଇପ ମାଧ୍ୟମରେ ପାଣି ଆଣିବାକୁ ଲାଗିଲେ, ପାଇପ ଦ୍ୱାରା ପାଣି । କେବଳ ଏତିକି ହିଁ ନୁହେଁ ଆଦିବାସୀ ଅଂଚଳରେ ଡାଏରୀର ବିକାଶ, ଏହି ପଂଚମହଲର ଡାଏରୀକୁ କେହି ପଚାରୁ ହିଁ ନ ଥିଲେ, ଏହିଠାରେ ମୋର ଜେଠାଭାଇ ବସିଛନ୍ତି, ଏବେ ଆମର ଡାଏରୀର ବିକାଶ, ଅମୂଲ ସହିତ ପ୍ରତିଦ୍ୱ୍ୱନ୍ଦିତା କରୁ, ଏଭଳି ବିକାଶ ହେଉଛି । ଆମର ଜନଜାତୀୟ ଭଉଣୀମାନଙ୍କର ସଶକ୍ତୀକରଣ, ଆଗକୁ ବଢ଼ୁ, ସେଥିପାଇଁ ସଖୀମଣ୍ଡଳଗୁଡ଼ିକର ଗଠନ ଆଉ ଏହି ସଖୀମଣ୍ଡଳ ଗୁଡ଼ିକୁ ଅଧିକରୁ ଅଧିକ ବ୍ୟାଙ୍କମାନଙ୍କରୁ ଟଙ୍କା ମିଳୁ, ସେମାନଙ୍କର ଯାହା ଉତ୍ପାଦନ ହେବ ତାହାର କିଣାବିକା ହେଉ, ସେଥିପାଇଁ ମଧ୍ୟ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି । ଆଉ ଯେଉଁଭଳି ଭାବେ ଗୁଜରାଟରେ ଦ୍ରୁତ ଗତିରେ ଉଦ୍ୟୋଗୀକରଣ ଚାଲୁ ରହିଛି, ତାହାର ଲାଭ ମଧ୍ୟ ମୋର ଆଦିବାସୀ ଯୁବ ଭାଇ- ଭଉଣୀମାନଙ୍କୁ ମିଳୁ । ଆଜି ଆପଣ ହାଲୋଲ- କାଲୋଲ ଯାଆନ୍ତୁ, କୌଣସି ମଧ୍ୟ କାରଖାନା ନ ଥିବ, ଯେଉଁଥିରେ କି ଅଧାରୁ ଅଧିକ କାମ କରିବାବାଲା ମୋର ପଂଚମହଲର ଆଦିବାସୀ ଯୁବକ- ଯୁବତୀମାନେ ନ ଥିବେ । ଏହି କାର୍ଯ୍ୟ ଆମେ କରି ଦେଖାଇଛୁ । ନ ହେଲେ ଆମର ଦାହୋଦ, ଆମର ଆଦିବାସୀ ଭାଇ- ଭଉଣୀମାନେ କେଉଁଠାରେ କାର୍ଯ୍ୟ କରୁଛ ପଚାରିଲେ, ତେବେ କହୁଥିଲେ କଚ୍ଛ- କାଠିଆୱାଡ଼ା ଭିତରେ ସଡ଼କର ଡ୍ୟାମର କାର୍ଯ୍ୟ କରୁଛନ୍ତି । ଆଉ ଆଜି କାରଖାନାରେ କାର୍ଯ୍ୟ କରି ଗୁଜରାଟର ପ୍ରଗତିରେ ଭାଗିଦାର ହେଉଛନ୍ତି । ଆମେ ଆଧୁନିକ ପ୍ରଶିକ୍ଷଣ କେନ୍ଦ୍ର ଖୋଲୁଛୁ, ଧନ୍ଦାମୂଳକ କେନ୍ଦ୍ର, ଆଇଟିଆଇ, କୃଷକ ବିକାଶ କେନ୍ଦ୍ର ତାହା ମାଧ୍ୟମରେ 18 ଲକ୍ଷ ଆଦିବାସୀ ଯୁବକଙ୍କୁ ତାଲିମ ଦିଆ ଯାଇଛି ଏବଂ ଅବସ୍ଥାପିତ କରାଯାଇଛି । ମୋର ଆଦିବାସୀ ଭାଇ- ଭଉଣୀମାନେ 20-25 ବର୍ଷ ପୂର୍ବରୁ ଏହି ସବୁ ଜିନିଷଗୁଡ଼ିକର ଚିନ୍ତା ପୂର୍ବର ସରକାରମାନଙ୍କୁ ନ ଥିଲା ଆଉ ଆପଣମାନଙ୍କୁ ଜଣାଅଛି ନା ଭାଇ ଉମରଗାଁଓରୁ ଅମ୍ବାଜୀ ଆଉ ସେଥିରେ ମଧ୍ୟ ଡାଙ୍ଗର ଆଖପାଖରେ ଅଂଚଳରେ ଅଧିକ ସିକଲସେଲର ରୋଗ ପିଢ଼ୀ ପରେ ପିଢ଼ୀ ଆସେ, ପାଂଚ- ପାଂଚ ପିଢ଼ୀ ଧରି ଘରେ ସିକଲସେଲର ରୋଗ ରହିଥିବ ଏହାକୁ କିଏ ଦୂର କରିବ ଭାଇ । ଆମେ ଦାୟିତ୍ୱ ନେଇଛୁ । ସାରା ଦେଶରେ ଏହି ସିକଲସେଲର ରୋଗକୁ କିଭଳି ଭାବେ ଶେଷ କରି ଦିଆଯିବ, ସେଥିପାଇଁ ଗବେଷଣା ହେଉ, ବୈଜ୍ଞାନିକମାନଙ୍କ ସହିତ ସାକ୍ଷାତ କରନ୍ତୁ, ଅର୍ଥ ଖର୍ଚ୍ଚ କଲୁ, ଏଭଳି ପଛରେ ଲାଗି ପଡ଼ିଛି ଯେ ଆପଣ ସମସ୍ତଙ୍କର ଆଶୀର୍ବାଦ ଦ୍ୱାରା ନିଶ୍ଚିତ ଭାବେ କୌଣସି ବାଟ ବାହାରିବ । ଆପଣଙ୍କ ଜନଜାତୀୟ ଅଂଚଳରେ ଛୋଟ- ବଡ଼ ଔଷଧ ଦୋକାନ, ଏବେ ତ ଆରୋଗ୍ୟ କେନ୍ଦ୍ର, ଆମର ମେଡିକାଲ କଲେଜ, ଏବେ ଆମର ଝିଅମାନେ ନର୍ସିଂରେ ଯାଉଛନ୍ତି । ମଝିରେ ଦାହୋଦରେ ଆଦିବାସୀ ଯୁବତୀମାନଙ୍କ ସହିତ ସାକ୍ଷାତ କରିଥିଲି, ମୁଁ କହିଲି ପୂର୍ବରୁ ଯେଉଁ ଭଉଣୀମାନେ ପଢ଼ି ଯାଇଛନ୍ତି, ତେବେ ସେମାନେ କହିଲେ ଯେ ସେମାନଙ୍କୁ ତ ବିଦେଶରେ କାମ ମିଳି ଯାଇଛି । ଏବେ ନର୍ସିଂ କାମରେ ମଧ୍ୟ ବିଦେଶ ଯାଉଛନ୍ତି । ମୋର ଆଦିବାସୀ ଯୁବକ- ଯୁବତୀମାନେ ବିଶ୍ୱରେ ନିଜର ସ୍ଥାନ ସୃଷ୍ଟି କରୁଛନ୍ତି । ଭାଇମାନେ- ଭଉଣୀମାନେ ଏ ଯେଉଁ ନରେନ୍ଦ୍ର ମୋଦୀ ଏବଂ ଭୂପେନ୍ଦ୍ର ଭାଇଙ୍କ ଡବଲ ଇଞ୍ଜିନର ସରକାର ଅଛନ୍ତି ନା, ସେମାନେ 1400ରୁ ଅଧିକ ସ୍ୱାସ୍ଥ୍ୟ ସୁରକ୍ଷା କେନ୍ଦ୍ର ମୋର ଆଦିବାସୀ ଅଂଚଳରେ ନିର୍ମାଣ କରାଇଛନ୍ତି । ଆରେ ପୂର୍ବରୁ ତ, ଛୋଟ-ଛୋଟ ରୋଗ ପାଇଁ ମଧ୍ୟ ସହରମାନଙ୍କୁ ଯାଇ ମଧ୍ୟ ଚକ୍କର କାଟିବାକୁ ପଡ଼ୁଥିଲା । ଫୁଟପାଥରେ ରହି ରାତି କଟାଇବାକୁ ପଡ଼ୁଥିଲା, ଆଉ ଔଷଧ ମିଳିଲେ ତ ମିଳିବ ନଚେତ ଖାଲି ହାତରେ ଘରକୁ ଫେରିବାକୁ ପଡ଼ୁଥିଲା । ଆମେ ଏହି ସ୍ଥିତିକୁ ବଦଳାଉଛୁ ଭାଇମାନେ । ଏବେ ତ ପଂଚମହଲ- ଗୋଧ୍ରା ତାଙ୍କର ନିଜସ୍ୱ ମେଡିକାଲ କଲେଜ, ଏଠାରେ ଆମର ପୁଅମାନେ ଡାକ୍ତର ହେବେ ଭାଇ, ଆଉ ଅନ୍ୟଟି ହେଉଛି ମୁଁ ତ’ ମାତୃଭାଷାରେ ପଢ଼ାଇବାକୁ ଯାଉଛି । ଏବେ ଗରିବ ମା- ବାପାଙ୍କର ପୁଅ ନିଜ ଭାଷାରେ ପଢ଼ି ଡାକ୍ତର, ଇଂଜିନିୟର ହୋଇ ପାରିବ, ଇଂରାଜୀ ଆସୁ ନ ଥିବ ତେବେ ମଧ୍ୟ ତାହାର ଭବିଷ୍ୟତ ଖରାପ ହେବ ନାହିଁ । ଗୋଧ୍ରା ମେଡିକାଲ କଲେଜର ନୂତନ ଭବନର କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲୁ ରହିଛି । ଏହାଦ୍ୱାରା ଦାହୋଦ, ସମଗ୍ର ସାବରକାଣ୍ଠା ଅଂଚଳ, ବନାସକାଣ୍ଠା ଅଂଚଳ, ବଲସାଡ଼ା ଅଂଚଳରେ ମେଡିକାଲ କଲେଜ ପାଇଁ ଏକ ସମଗ୍ର ଅଂଚଳ ଉମରଗାଁଓରୁ ଅମ୍ବାଜୀ ପର୍ଯ୍ୟନ୍ତ ନିର୍ମାଣ ହୋଇଯିବ।

ଭାଇ  ଭଉଣୀମାନେ,

ଆମ ସମସ୍ତଙ୍କର ପ୍ରୟାସ ଦ୍ୱାରା ଆଜି ଆଦିବାସୀ ଜିଲ୍ଲାଗୁଡ଼ିକରେ ଗାଁ ଗୁଡିକ ପର୍ଯ୍ୟନ୍ତ ଏବଂ ନିଜର ଝୋପଡି ହେଉ, ଜଙ୍ଗଲ ଆଇନ ପାଳନ କରି ସଡ଼କ କିପରି ତିଆରି ହେବ, ଆମର ଆଦିବାସୀ ଅଂଚଳର ଶେଷ ଭାଗ ପର୍ଯ୍ୟନ୍ତ 24 ଘଂଟା କିପରି ବିଜୁଳି ମିଳିବ, ସେଥିପାଇଁ ପଦକ୍ଷେପ ନେଲୁ ଆଉ ତାହାର ଫଳ ଆଜି ଆମ ସମସ୍ତଙ୍କୁ ଦେଖିବାକୁ ମିଳୁଛି ।

ଭାଇ  ଭଉଣୀମାନେ,

କିଛି ବର୍ଷ ପୂର୍ବେ ଆପଣମାନଙ୍କୁ ଜଣାଥିବ, ଯେତେବେଳେ ମୁଁ 24 ଘଂଟା ବିଜୁଳିର ଶୁଭାରମ୍ଭ କଲି ସେତେବେଳେ ଭୋଟ ନେବାର ହୋଇଥାନ୍ତା ତେବେ କ’ଣ କରିଥାନ୍ତି, ଅହମ୍ମଦାବାଦ, ସୁରଟ, ରାଜକୋଟ, ବଡଦୋରା ସେଠାରେ ଏହା ସବୁ କରିଥାନ୍ତି, କିନ୍ତୁ ଭାଇ ଓ ଭଉଣୀମାନେ ମୋର ତ’ ଭାବନା ମୋର ଆଦିବାସୀ ଭାଇମାନଙ୍କ ପାଇଁ ଅଛି ଆଉ 24 ଘଂଟା ବିଜୁଳି ଦେବାର ପ୍ରଥମ କାର୍ଯ୍ୟ ଆମର ଗୁଜରାଟର ଡାଙ୍ଗ ଜିଲ୍ଲାରେ ହେଲା । ମୋର ଆଦିବାସୀ ଭାଇ ଓ ଭଉଣୀମାନଙ୍କ ଆଶୀର୍ବାଦ ସହିତ ଆମେ କାର୍ଯ୍ୟକୁ ଆଗକୁ ବଢାଇଲୁ ଏବଂ ସମ୍ପୂର୍ଣ୍ଣ ଗୁଜରାଟରେ ଦେଖୁ ଦେଖୁ ଏହି କାର୍ଯ୍ୟ ପୂରଣ ହୋଇଗଲା । ଆଉ ସେହି କାରଣରୁ ଆଦିବାସୀ ଅଂଚଳକୁ ଉଦ୍ୟୋଗ ଆସିବାକୁ ଲାଗିଲା, ପିଲାମାନଙ୍କୁ ଆଧୁନିକ ଶିକ୍ଷା ମିଳିଲା ଏବଂ  ଯାହା ପ୍ରଥମେ ସୁର୍ଣ୍ଣିମ କରିଡର ବୋଲି            ଚର୍ଚ୍ଚା ହେଉଥିଲା, ତାହା ସହିତ ଟ୍ୱିନ ସିଟିର ବିକାଶ କରାଯାଉଛି । ଏବେ ତ’ ପଂଚମହଲ, ଦାହୋଦକୁ ଦୂରରେ ରହିବାକୁ ଦେଲା ନାହିଁ । ବଡୋଦରା, ହାଲୋଲ- କାଲୋଲ ଏକ ହୋଇଗଲା। ଏପରି ଲାଗୁଛି ଯେ ପଂଚମହଲର ଦୁଆର ପର୍ଯ୍ୟନ୍ତ ସହର ଆସି ଯାଇଛି ।

ସାଥୀଗଣ,

ଆମ ଦେଶରେ ଏକ ବହୁତ ବଡ଼ ଆଦିବାସୀ ସମାଜ, ଶତାବ୍ଦୀ- ଶତାବ୍ଦୀ ଧରି ଥିଲା, ଏହି ଆଦିବାସୀ ସମାଜ, ଭୂପେନ୍ଦ୍ର ଭାଇଙ୍କ ସରକାର ପ୍ରତିଷ୍ଠା ହେଲା, ତା’ପରେ ଆସିଲା, ନରେନ୍ଦ୍ର ଭାଇଙ୍କ ସରକାର ଗଠନ ହେଲା, ତା’ପରେ ଆସିଲା, ଭଗବାନ ରାମ ଥିଲେ, ସେତେବେଳେ ଆଦିବାସୀ ଥିଲେ ନା ନଥିଲେ ଭାଇ, ଶବରୀ ମାତାଙ୍କୁ ସ୍ମରଣ କରୁଛନ୍ତି କି କରୁ ନାହାନ୍ତି । ଏହି ଆଦିବାସୀ ସମାଜ ଆଦିକାଳରୁ ଆମର ଏଠାରେ ରହିଛି । କିନ୍ତୁ ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗିବ ଯେ ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଯେ ପର୍ଯ୍ୟନ୍ତ ଭାଜପାର ସରକାର ଦିଲ୍ଲୀରେ ଗଠନ ହୋଇ ନ ଥିଲା, ଅଟଳ ଜୀ ପ୍ରଧାନମନ୍ତ୍ରୀ ହୋଇ ନ ଥିଲେ, ସେ ପର୍ଯ୍ୟନ୍ତ ଆଦିବାସୀମାନଙ୍କ ପାଇଁ କୌଣସି ମନ୍ତ୍ରଣାଳୟ ହିଁ ନ ଥିଲା, କୌଣସି ମନ୍ତ୍ରୀ ହିଁ ନ ଥିଲେ, କୌଣସି ବଜେଟ ମଧ୍ୟ ନ ଥିଲା । ଏହି ଭାଜପାର ଆଦିବାସୀମାନଙ୍କ ପାଇଁ ଭଲ ପାଇବାର କାରଣରୁ ଦେଶରେ ଏକ ଭିନ୍ନ ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ ପ୍ରତିଷ୍ଠା ହେଲା, ମନ୍ତ୍ରଣାଳୟ ଗଠନ ହେଲା, ମନ୍ତ୍ରୀ ହେଲେ । ଆଉ ଆଦିବାସୀମାନଙ୍କ କଲ୍ୟାଣ ପାଇଁ ଅର୍ଥ ବ୍ୟୟ କରିବା ଆରମ୍ଭ ହେଲା । ଭାଜପା ସରକାର ‘ବନଧନ’ ଭଳି ଯୋଜନାମାନ ପ୍ରସ୍ତୁତ କଲେ । ଜଙ୍ଗଲରେ ଯାହା ଉତ୍ପନ୍ନ ହୋଇଥାଏ, ତା’ ମଧ୍ୟ ହେଉଛି ଭାରତର ବହୁତ ମୂଲ୍ୟବାନ ସମ୍ପତି, ହେଉଛି ଆମର ଆଦିବାସୀମାନଙ୍କ ସମ୍ପତି, ସେଥିପାଇଁ ଆମେ କାର୍ଯ୍ୟ କରିଛୁ । ବିଚାର କରନ୍ତୁ ଇଂରେଜମାନଙ୍କ ସମୟରୁ ଏଭଳି ଏକ କଳା ଆଇନ ଥିଲା, ଯାହାଦ୍ୱାରା ଆଦିବାସୀମାନେ ଅଣନିଶ୍ୱାସୀ ହୋଇ ପଡ଼ୁଥିଲେ । ଏଭଳି କଳା ଆଇନ ଥିଲା, ଯେ ଆପଣ ବାଉଁଶ କାଟି ପାରିବେ ନାହିଁ । ବାଉଁଶର ଗଛ ଥିବ, ଏବଂ ଗଛ କାଟିବେ ତେବେ ଜେଲ ଯିବେ, ସାହାବ ମୁଁ ଏହି ଆଇନ ବଦଳାଇ ଦେଲି । ମୁଁ କହିଲି ବାଉଁଶ ତାହା ଗଛ ହିଁ ନୁହେଁ, ତାହା ତ ହେଉଛି ଏକ ପ୍ରକାରର ଘାସ । ଆଉ ମୋର ଆଦିବାସୀ ଭାଇ ବାଉଁଶ ମଧ୍ୟ ଲଗାଇ ପାରିବେ, ଆଉ ସେମାନେ ମଧ୍ୟ ତାକୁ କାଟି ପାରିବେ ଓ ବିକ୍ରି ମଧ୍ୟ କରି ପାରିବେ । ଆଉ ମୋର ଆଦିବାସୀ ଭାଇ ଭଉଣୀମାନେ ବାଉଁଶରେ ଏଭଳି ଭଲ ଭଲ ଜିନିଷ ପ୍ରସ୍ତୁତ କରି ପାରୁଛନ୍ତି ଯେଉଁଥିରୁ ସେମାନେ ଆୟ କରି ପାରୁଛନ୍ତି । 80ରୁ ଅଧିକ ବନଜାତ ଆଦିବାସୀମାନଙ୍କ ଠାରୁ କ୍ରୟ କରି ଏମଏସପି ଦେବାର କାର୍ଯ୍ୟ ଆମେ କରିଛୁ । ଭାଜପାର ସରକାରରେ ଆଦିବାସୀ ମାନଙ୍କର ଗୌରବ ବଢ଼ୁ, ସେମାନଙ୍କୁ ଗୁରୁତ୍ୱ ଦେଇ ସେମାନଙ୍କ ଜୀବନ ସହଜ ଓ ସରଳ ହେଉ, ସେମାନେ ସମ୍ମାନର ସହ ବଂଚନ୍ତୁ । ସେଥିପାଇଁ ଅନେକ ପ୍ରକଳ୍ପ କରିଛୁ ।

ଭାଇ  ଭଉଣୀମାନେ,

ପ୍ରଥମ ଥର ଜନଜାତୀୟ ସମାଜ ସେମାନଙ୍କ ବିକାଶ ପାଇଁ ସେମାନଙ୍କୁ ନୀତି ନିର୍ଦ୍ଧାରଣରେ ଭାଗିଦାର ହେବାର କାର୍ଯ୍ୟ କରିଛି । ଆଉ ସେହି କାରଣରୁ ଆଦିବାସୀ ସମାଜ ଆଜି ନିଜ ଗୋଡ଼ରେ ଠିଆ ହୋଇ ସମ୍ପୂର୍ଣ୍ଣ ଶକ୍ତିର ସହିତ ସମଗ୍ର ଗୁଜରାଟକୁ ଦୌଡାଇ ନେବାର କାର୍ଯ୍ୟ କରୁଛନ୍ତି । ଆମ ସରକାର ନିଷ୍ପତି ନେଇଛନ୍ତି ଯେ ପ୍ରତିବର୍ଷ ଆମର ଆଦିବାସୀମାନଙ୍କର ମହାପୁରୁଷ ଆମର ଭଗବାନ, ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମଦିନ ଆଉ ଏହି 15 ନଭେମ୍ବରକୁ ତାଙ୍କର ଜନ୍ମଦିନ ପଡ଼ିବ, ସମଗ୍ର ଦେଶରେ ପ୍ରଥମ ଥର ପାଇଁ ଆମେ ଏହା ସ୍ଥିର କରିଛୁ ଯେ 15 ନଭେମ୍ବରକୁ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯିବ । ଆଉ ସମଗ୍ର ଦେଶକୁ ଜଣା ପଡ଼ିବ ଯେ ଆମର ଜନଜାତୀୟ ସମାଜ ତାହା କେତେ ଆତ୍ମସମ୍ମାନରେ ଭରି ରହିଛି, ହେଉଛନ୍ତି କେତେ ସାହସିକ, ହେଉଛନ୍ତି କେତେ ବୀର, ହେଉଛନ୍ତି କେତେ ବଳିଦାନୀ, ହେଉଛନ୍ତି ପ୍ରକୃତିର ରକ୍ଷା କରିଲାବାଲା । ହିନ୍ଦୁ ସମାଜର ଲୋକମାନଙ୍କୁ ଜଣାପଡ଼ୁ ସେମାନଙ୍କ ପାଇଁ ଆମେ ନିଷ୍ପତି ନେଇଛୁ । ଏହି ଡବଲ ଇଞ୍ଜିନ ସରକାରଙ୍କର ନିରନ୍ତର ପ୍ରୟାସ ରହିଛି ଯେ ମୋର ଗରିବ, ଦଳିତ, ବଂଚିତ, ପଛୁଆବର୍ଗ, ଆଦିବାସୀ ଭାଇ- ଭଉଣୀ ହୁଅନ୍ତୁ, ସେମାନଙ୍କର ଆୟ ମଧ୍ୟ ବଢ଼ୁ, ଆଉ ଏଥିପାଇଁ ଆମର ପ୍ରୟାସ ରହିଛି ଯେ ଯୁବକମାନଙ୍କୁ ପାଠପଢ଼ା, ରୋଜଗାର, କୃଷକମାନଙ୍କୁ ଜଳସେଚନ ଏବଂ ବୟସ୍କମାନଙ୍କୁ ଔଷଧ ଏଥିରେ କେବେ ମଧ୍ୟ କୌଣସି ଅଭାବ ରହିବା ଉଚିତ ନୁହେଁ । ଆଉ ଏଥିପାଇଁ ପାଠପଢ଼ା, ରୋଜଗାର, ଜଳସେଚନ, ଔଷଧ ଏହା ଉପରେ ଆମେ ଧ୍ୟାନ ଦେଇଛୁ । 100 ବର୍ଷରେ ସବୁଠାରୁ ବଡ଼ ସଙ୍କଟ କରୋନା ଆସିଲା, କେତେ ବଡ଼ ମହାମାରୀ ଆସିଲା, ଆଉ ଆମେ ସେହି ସମୟରେ ଯଦି ଅନ୍ଧବିଶ୍ୱାସରେ ଫସି ଯାଇ ଥାଆନ୍ତୁ, ତେବେ ବଂଚି ପାରି ନ ଥାଆନ୍ତୁ । ମୋର ଆଦିବାସୀ ଭାଇମାନେ ସହାୟତା କଲେ, ସେମାନଙ୍କ ପର୍ଯ୍ୟନ୍ତ ମାଗଣାରେ ଟିକା ପହଂଚାଇଲୁ ଆଉ ଘରେ- ଘରେ ଟିକାକରଣ ହେଲା । ଆମେ ଆମର ଆଦିବାସୀ ଭାଇ- ଭଉଣୀମାନଙ୍କର ଜୀବନ ବଂଚାଇଲୁ, ଆଉ ମୋର ଆଦିବାସୀଙ୍କ ଘରେ ଚୂଲି ଜଳି ରହୁ, ରାତିରେ ପିଲାମାନେ ଭୋକିଲା ଶୋଇ ନ ଯାଆନ୍ତୁ, ସେଥିପାଇଁ 80 କୋଟି ଭାଇ- ଭଉଣୀମାନଙ୍କୁ ବିଗତ ଅଢ଼େଇ ବର୍ଷ ହେବ ମାଗଣା ଖାଦ୍ୟ ଶସ୍ୟ ଯୋଗାଇ ଦେଉଛୁ । ଆମର ଗରିବ ପରିବାର ଭଲରୁ ଅତି ଭଲ ଚିକିତ୍ସା କରାଇ ପାରନ୍ତୁ, ରୋଗ ଆସିଲା, ତେବେ ସେ ଘରକୁ ଘର ବୁଲିବା ଚକ୍କରରେ ଫସି ନ ଯାଉ, ସେଥିପାଇଁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା, 5 ଲକ୍ଷ ଟଙ୍କା ପ୍ରତିବର୍ଷ ଗୋଟିଏ କୁଟୁମ୍ବକୁ କୌଣସି ବେମାରୀ ନ ଆସୁ, ଅର୍ଥାତ ଆପଣ 40 ବର୍ଷର ବଂଚୁଛନ୍ତି, ତେବେ 40 ଗୁଣ । କିନ୍ତୁ ମୁଁ ଚାହୁଁଛି ଯେ ଆପଣମାନଙ୍କୁ ରୋଗ ନ ହେଉ, କିନ୍ତୁ ଯଦି ହେଲା, ତେବେ ଆମେ ବସିଛୁ ଭାଇମାନେ । ଗର୍ଭାବସ୍ଥାରେ ମୋର ମାଆମାନଙ୍କୁ- ଭଉଣୀମାନଙ୍କୁ ବ୍ୟାଙ୍କ ଦ୍ୱାରା ସିଧା ଅର୍ଥ ମିଳୁ, ଯାହାଦ୍ୱାରା ମୋର ମାଆମାନଙ୍କୁ ଭଉଣୀମାନଙ୍କୁ ଭଲ ଖାଦ୍ୟ ମିଳୁ, ସେମାନଙ୍କ ପେଟରେ ଯେଉଁ ସନ୍ତାନ ରହିଛି, ତାହାର ମଧ୍ୟ ଶାରୀରିକ ବିକାଶ ହେଉ, ଆଉ ବିକଳାଙ୍ଗ ପିଲା ଜନ୍ମ ନ ହୁଅନ୍ତୁ, କୁଟୁମ୍ବ ପାଇଁ, ସମାଜ ପାଇଁ, ଚିନ୍ତାର ବିଷୟ ନ ହୁଅନ୍ତୁ ।

କ୍ଷୁଦ୍ର ଚାଷୀମାନଙ୍କୁ ସାର, ବିଜୁଳି ଆଉ ତାହାର ବିଲରେ ମଧ୍ୟ ଛାଡ଼, ସେଥିପାଇଁ ମଧ୍ୟ ଆମେ ଚିନ୍ତା କରିଛୁ ଭାଇମାନେ । ‘କିଷାନ ସମ୍ମାନ ନିଧି’ ପ୍ରତି ବର୍ଷ ତିନି ଥର ଦୁଇ- ଦୁଇ ହଜାର ଟଙ୍କା, ଏହା ମୋର ଆଦିବାସୀଙ୍କ ଖାତାରେ ଆମେ ପହଂଚାଇଛୁ । ଆଉ ଯେଉଁଥିପାଇଁ ଜମି ପଥୁରିଆ ହେବା କାରଣରୁ ବିଚରା ମକା ଅବା ବାଜରା ଚାଷ କରୁଛନ୍ତି, ସେମାନେ ଆଜି ଭଲ ଭାବେ ଚାଷ କରି ପାରନ୍ତୁ, ଆମେ ତାହା ଚିନ୍ତା କରିଛୁ । ସମଗ୍ର ବିଶ୍ୱରେ ସାର ମହଙ୍ଗା ହୋଇ ଯାଇଛି, ଗୋଟିଏ ବସ୍ତା ସାର ଦୁଇ ହଜାର ଟଙ୍କାରେ ସାରା ବିଶ୍ୱରେ ବିକ୍ରି ହେଉଛି, କିନ୍ତୁ ଆମେ ଭାରତର କୃଷକମାନଙ୍କୁ, ସରକାର ସମ୍ପୂର୍ଣ୍ଣ ବୋଝ ବହନ କରୁଛନ୍ତି, ମାତ୍ର 260 ଟଙ୍କାରେ ଆମେ ବସ୍ତାଏ ସାର ଦେଉଛୁ । ଦୁଇ ହଜାର ଟଙ୍କାରେ ଆଣୁଛୁ, କିନ୍ତୁ 260 ଟଙ୍କାରେ ଦେଉଛୁ । କାରଣ, ଚାଷ କାର୍ଯ୍ୟରେ ମୋର ଆଦିବାସୀ, ଗରିବ କୃଷକଙ୍କୁ ଅସୁବିଧା ନ ହେଉ । ଆଜି ମୋର ଗରିବମାନଙ୍କର ପକ୍କା ଘର ହେଉ, ଶୌଚାଳୟ ହେଉ, ଗ୍ୟାସ ସଂଯୋଗ ମିଳୁ, ଜଳ ସଂଯୋଗ ମିଳୁ, ଏଭଳି ସୁବିଧା ସହିତ ସମାଜରେ ଜୀଇଁବାର ଆଶା ରହିଥାଏ, ସେମାନଙ୍କ ଜୀବନକୁ ସହଜ ଓ ସରଳ କରିବାର କାର୍ଯ୍ୟ ଆମେ କରୁଛୁ । ଯାହାଦ୍ୱାରା ସମାଜ ଆଗକୁ ବଢ଼ୁ, ଆମର ଚମ୍ପାନେରର ବିକାଶ ହେଉ, ପାୱାଗଡ଼ର ବିକାଶ ହେଉ, ସୋମନାଥର ବିକାଶ ହେଉ, ସେଠାକାର ହଳଦୀଘାଟୀର ବିକାଶ ହେଉ । ଆଉ କେତେ ଉଦାହରଣ ରହିଛି । ଯେଉଁଥିରେ ଆମ ଆଦିବାସୀ ସମାଜର ଆସ୍ଥା ଥିଲା, ତାହାର ବିକାଶ ପାଇଁ ବୀର- ବୀରାଙ୍ଗନାମାନଙ୍କୁ ଗୁରୁତ୍ୱ ପ୍ରଦାନ କରିବା ପାଇଁ ଆମେ କାର୍ଯ୍ୟ କରୁଛୁ।

ଆମର ପାୱାଗଡ଼ର କାଳୀ ମା । ଆମର କେତେ ଭାଇମାନେ ପାୱାଗଡ଼ ଯାଉଛନ୍ତି, ମଥାନତ କରି ଆସୁଛନ୍ତି, କିନ୍ତୁ ମୁଣ୍ଡରେ ଏକ କଳଙ୍କ ନେଇ ଆସୁଥିଲେ ଯେ ଉପରେ ଧ୍ୱଜା ନାହିଁ, ଶୀଖର ନାହିଁ । 500 ବର୍ଷ ପର୍ଯ୍ୟନ୍ତ କେହି ମୋର କାଳୀ ମାଙ୍କ ଚିନ୍ତା କରି ନାହାଁନ୍ତି, ଏହା ଆପଣମାନେ ଆମକୁ ଆଶୀର୍ବାଦ ଦେଲେ । ଆଜି ଫରଫର ହୋଇ କାଳୀ ମାଆଙ୍କର ଝଣ୍ଡା ଉଡ଼ୁଛି । ଆପଣ ଶାମଲାଜୀ ଯାଆନ୍ତୁ, ତେବେ ମୋର କାଲିୟା ଭଗବାନ, ମୋର ଆଦିବାସୀମାନଙ୍କର ଦେବତା କାଲିୟାଙ୍କୁ କେହି ପଚାରିଲା ବାଲା ନ ଥିଲେ, ଆଜି ତାହାର ସମ୍ପୂର୍ଣ୍ଣ ପୁନଃ ନିର୍ମାଣ ହୋଇ ଯାଇଛି । ଆପଣ ଉନ୍ନଈ ମାତାଙ୍କ ପାଖକୁ ଯାଆନ୍ତୁ, ସେ ସ୍ଥାନର ବିକାଶ ହୋଇ ଯାଇଛି, ମାଁ ଅମ୍ବାଙ୍କ ଧାମକୁ ଯାଆନ୍ତୁ। ଏହି ସମସ୍ତ ମୋର ଆଦିବାସୀମାନଙ୍କ ଅଂଚଳ ସେଥିରେ ଏହି ମୋର କାଳୀ ମାତା । ମୁଁ ଦେଖିଲି ଯେ ମୋର ଏହିଭଳି ବିକାଶ କାର୍ଯ୍ୟ କରିବା ଦ୍ୱାରା ଏକ ଲକ୍ଷ ଲୋକ ଯାଉଛନ୍ତି, ଉପରକୁ ଚଢ଼ୁଛନ୍ତି, ସେଠାରେ ସାପୁତାରାର ବିକାଶ, ଏ ପଟେ ଷ୍ଟାଚ୍ୟୁ ଅଫ୍ ୟୁନିଟିର ବିକାଶ, ଏହି ସମଗ୍ର ବିକାଶ ଓ ସମ୍ପ୍ରସାରଣ ଆଦିବାସୀମାନଙ୍କୁ ବହୁତ ବଡ଼ ଶକ୍ତି ଦେବା ଭଳି । ସାରା ବିଶ୍ୱ ସେମାନଙ୍କ ଉପରେ ନିର୍ଭରଶୀଳ ହେବେ, ଏଭଳି ସ୍ଥିତି ମୁଁ ସୃଷ୍ଟି କରିବାକୁ ଯାଉଛି ।

ଭାଇ ଓ ଭଉଣୀମାନେ,

ମୁଁ ରୋଜଗାର ଯୋଗାଇ ଦେଇ ସଶକ୍ତ କରିବା ପାଇଁ କାର୍ଯ୍ୟ କରୁଛି । ପଞ୍ଚମହଲ ଏଭଳି ଭାବେ ହେଉଛି ପର୍ଯ୍ୟଟନର ଭୂମି । ଚମ୍ପାନେର, ପାୱାଗଡ଼ ଏହାର ପ୍ରାଚୀନ ବାସ୍ତୁକଳା ଓ ସ୍ଥାପତ୍ୟ ପାଇଁ ପ୍ରସିଦ୍ଧ । ଆଉ ଏହା ସରକାରଙ୍କ ପ୍ରୟାସ ଯେ ଆଜି ଏହି ବିଶ୍ବ ଐତିହ୍ୟ ଏବଂ ଆମର ଏହି ଜାମ୍ବୁଘୋଡାଠାରେ ଆମର ବନଜୀବନ ଦେଖିବାକୁ ଲୋକ ଆସନ୍ତୁ, ଆମର ହାଥିନିମାତା ଜଳପ୍ରପାତ ପର୍ଯ୍ୟଟନର ଆକର୍ଷଣ ହେବା ଉଚିତ, ଆମର ଧନପୁରୀରେ ଇକୋ-ଟୁରିଜିମ୍ ଏବଂ ନିକଟସ୍ଥ କଡା ଡ୍ୟାମ୍ । ମୋର ଧନେଶ୍ୱରୀ ମାତା, ଜଣ୍ଡ ହନୁମାନ ଜୀ । ଏବେ ମୋତେ କୁହନ୍ତୁ କଣ ନାହିଁ ଭାଇ । ଆଉ ଆପଣମାନଙ୍କର ଶିରା ପ୍ରଶିରାକୁ ମୁଁ ଜାଣିଛି କାରଣ ଆପଣମାନଙ୍କ ମଧ୍ୟରେ ରହିଛି, ତେଣୁ ମୁଁ ଜାଣେ ଏସବୁର କିପରି ବିକାଶ ହୋଇ ପାରିବ।

ଭାଇ ଓ ଭଉଣୀମାନେ,

ପର୍ଯ୍ୟଟନର ବିକାଶ କରିବାକୁ ହେବ, ରୋଜଗାରର ସମ୍ଭାବନା ବୃଦ୍ଧି କରିବାକୁ ପଡିବ, ଆମର ଜନଜାତୀୟ ଗୌରବର ସ୍ଥାନଗୁଡିକର ବିକାଶ କରିବାକୁ ପଡିବ, ଅଧିକରୁ ଅଧିକ ଆୟର ସାଧନ ବଢୁ, ଆମକୁ ଏଥିପାଇଁ ଚିନ୍ତା କରିବାକୁ ପଡିବ । ଆଉ ଏହି ଡବଲ୍ ଇଞ୍ଜିନ୍ ସରକାର, ନରେନ୍ଦ୍ର-ଭୁପେନ୍ଦ୍ରଙ୍କ ସରକାର କାନ୍ଧକୁ କାନ୍ଧ ମିଶାଇ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାର୍ଯ୍ୟ କରୁଛନ୍ତି। ଏହାର କାରଣ ହେଉଛି ଆମର ଉଦ୍ଦେଶ୍ୟ ସ୍ପଷ୍ଟ, ଆମର ନୀତି ମଧ୍ୟ ସ୍ପଷ୍ଟ । ଆମେ ହେଉଛୁ ଆନ୍ତରିକତାର ସହ ଉଦ୍ୟମ କରୁଥିବା ଲୋକ, ଆଉ ସେଥିପାଇଁ ଭାଇ ଓ ଭଉଣୀମାନେ, ଯେଉଁ ଗତିରେ କାର୍ଯ୍ୟ ବଢିଛି ତାହାକୁ ରୋକିବାକୁ ଦିଅନ୍ତୁ ନାହିଁ, ଆମକୁ ସମ୍ପୂର୍ଣ୍ଣ ସୁରକ୍ଷା କବଚ ସହିତ ଆଗକୁ ବଢିବାକୁ ହେବ। ଆଉ ଯେତେବେଳେ ଏତେ ବିପୁଳ ସଂଖ୍ୟରେ ମାଆ ଏବଂ ଭଉଣୀମାନେ ଆଶୀର୍ବାଦ କରିବାକୁ ଆସିଛନ୍ତି, ସେତେବେଳେ ରକ୍ଷା କବଚ ବିଷୟରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଯାହାଙ୍କୁ ଏତେ ମାଆ ଓ ଭଉଣୀଙ୍କ ଆଶୀର୍ବାଦ ମିଳୁଛି । ଆମେ ଏକାଠି  ମିଳିମିଶି ଉମରଗାଓଁରୁ ଅମ୍ବାଜୀ ପର୍ଯ୍ୟନ୍ତ, ମୋର ଆଦିବାସୀ ଅଞ୍ଚଳ ହେଉ, କିମ୍ବା ଭାଲସାଡରୁ ମୁନ୍ଦ୍ରା ପର୍ଯ୍ୟନ୍ତ ମୋର ମତ୍ସ୍ୟଜୀବୀ ଅଞ୍ଚଳ ହେଉ ଅବା ପୁଣି  ମୋର ସହରାଞ୍ଚଳ ସଂପ୍ରସାରଣ ହେଉ । ଆମକୁ ସମଗ୍ର ଗୁଜରାଟର ବିକାଶ କରିବାର ଅଛି, ଭାରତର ବିକାଶ ପାଇଁ ଗୁଜରାଟର ବିକାଶ କରିବାକୁ ପଡିବ। ଆଉ ଏହିପରି ବୀର ସହିଦମାନଙ୍କୁ ପ୍ରଣାମ କରି ଏବଂ ସେମାନଙ୍କଠାରୁ ପ୍ରେରଣା ନେଇ, ଆପଣ ସମସ୍ତେ ଆଗକୁ ବଢନ୍ତୁ, ଏହା ମୋର ଶୁଭକାମନା।

ଭାରତ ମାତା କୀ ଜୟ।

ଭାରତ ମାତା କୀ ଜୟ।

ଭାରତ ମାତା କୀ ଜୟ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cabinet approves Rs 4,415 crore upgrade of 233 km NH-347B in Madhya Pradesh

Media Coverage

Cabinet approves Rs 4,415 crore upgrade of 233 km NH-347B in Madhya Pradesh
NM on the go

Nm on the go

Always be the first to hear from the PM. Get the App Now!
...
UK Foreign Secretary meets Prime Minister
June 04, 2026

UK Foreign Secretary Yvette Cooper today met Prime Minister Shri Narendra Modi.

The Prime Minister expressed his pleasure upon the meeting and appreciated the deepening of the India-UK partnership in recent times which has unlocked unprecedented growth opportunities for both countries.

The Prime Minister affirmed that the India-UK Vision 2035 will continue to guide the partnership and strengthen joint efforts for the global good.

The Prime Minister posted on X:

"Pleased to meet UK Foreign Secretary Yvette Cooper. Appreciated the deepening of the India-UK partnership in recent times that has unlocked unprecedented growth opportunities for both our countries.

India-UK Vision 2035 will continue to guide our partnership and strengthen our joint efforts for global good.@YvetteCooperMP"