ପୁଞ୍ଜି ବିନିଯୋଗ ଏବଂ ଆଇପିଓ ଯୋଜନା ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଇସିଜିସିର ଅଣ୍ଡରରାଇଟିଂ କ୍ଷମତାକୁ ୮୮,୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବଢ଼ାଇବା ସହିତ ୫.୨୮ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ରପ୍ତାନି ନିମନ୍ତେ ସୁଯୋଗ ସୃଷ୍ଟି କରିବ
୨.୬ ଲକ୍ଷ ଔପଚାରିକ ନିଯୁକ୍ତି ସହ ୫୯ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟିରେ ହେବ ସହାୟକ
ବିଗତ କିଛି ବର୍ଷ ହେବ ସରକାରଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ରପ୍ତାନି ସଂକ୍ରାନ୍ତ ଯୋଜନା ଏବଂ କାର୍ଯ୍ୟକ୍ରମ ଶୃଙ୍ଖଳାର ଅଂଶବିଶେଷ ସ୍ବରୂପ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି
୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ବୈଦେଶିକ ବାଣିଜ୍ୟ ନୀତି (୨୦୧୫-୨୦)ର ସମ୍ପ୍ରସାରଣ
ସମସ୍ତ ବକେୟା ପରିଶୋଧ ନିମନ୍ତେ ସେପ୍ଟେମ୍ବର ୨୦୨୧ରେ ୫୬,୦୨୭ କୋଟି ଟଙ୍କା ଜାରି
୨୦୨୧-୨୨ ଆର୍ଥିକ ବର୍ଷରେ ୧୨,୪୫୪ କୋଟି ଟଙ୍କା ଅନୁମୋଦିତ ପରିମାଣ ସହିତ ରପ୍ତାନି ଉତ୍ପାଦ ଉପରେ ଶୁଳ୍କ ଏବଂ ଟିକସ ଛାଡ଼ ସୁବିଧା କାର୍ଯ୍ୟକାରୀ
ବାଣିଜ୍ୟର ପ୍ରୋତ୍ସାହନ ଏବଂ ରପ୍ତାନିକାରୀମାନଙ୍କ ଦ୍ବାରା ଏଫଟିଏ ଉପଯୋଗ ଲାଗି ସାର୍ଟିଫିକେଟ ଅଫ୍ ଅରିଜିନ୍ ପାଇଁ ଗୋଟିଏ ଡିଜିଟାଲ ପ୍ଲାଟଫର୍ମ ସୁବିଧା
ଜିଲ୍ଲାଗୁଡ଼ିକୁ ରପ୍ତାନି କେନ୍ଦ୍ର ଭାବେ ପ୍ରୋତ୍ସାହନ ଦିଆଯାଉଛି
ଭାରତର ବାଣିଜ୍ୟ, ପର୍ଯ୍ୟଟନ, ପ୍ରଯୁକ୍ତି ଏବଂ ନିବେଶ ଲକ୍ଷ୍ୟକୁ ପ୍ରୋତ୍ସାହନ ଦିଗରେ ବିଦେଶରେ ଥିବା ଭାରତୀୟ ଦୂତାବାସଗୁଡ଼ିକର ସକ୍ରିୟ ଭୂମିକା ବୃଦ୍ଧି

ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ସରକାର ରପ୍ତାନି କ୍ଷେତ୍ରର ବ୍ୟାପକ ପ୍ରୋତ୍ସାହନ ଲାଗି ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି କ୍ରମରେ, ସରକାର ଆଜି ଇସିଜିସି ଲିମିଟେଡରେ ୪,୪୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଇସିଜିସି ପୂର୍ବରୁ ଏକ୍ସପୋର୍ଟ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ୍ ନାମରେ ପରିଚିତ ଥିଲା। ଆସନ୍ତା ପାଞ୍ଚ ବର୍ଷ ଅର୍ଥାତ୍ ୨୦୨୧-୨୨ ଆର୍ଥିକ ବର୍ଷ ଠାରୁ ୨୦୨୫-୨୦୨୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଇସିଜିସି ଲିମିଟେଡରେ ଏହି ଅର୍ଥ ନିବେଶ କରାଯିବ। ପ୍ରାରମ୍ଭିକ ପବ୍ଲିକ ଅଫରିଂ ମାଧ୍ୟମରେ ଇସିଜିସିର ଲିଷ୍ଟିଂ ପ୍ରକ୍ରିୟା ସହିତ ଉପଯୁକ୍ତ ଭାବେ ତାଳମେଳ ପ୍ରତିଷ୍ଠା କରିବା ଲାଗି କରାଯାଇଥିବା ପ୍ରୟାସ ସହ ଅନୁମୋଦିତ ପୁଞ୍ଜି ବିନିଯୋଗ ଅଧିକ ରପ୍ତାନିକୁ ସମର୍ଥନ କରିବା ଲାଗି ଇସିଜିସିର ଅଣ୍ଡର ରାଇଟିଂ କ୍ଷମତାକୁ ବଢ଼ାଇବ।

ବାଣିଜ୍ୟିକ ଏବଂ ରାଜନୈତିକ କାରଣରୁ ବିଦେଶୀ କ୍ରେତାମାନେ ଅର୍ଥ ପଇଠ ନକରିବା ବିପଦ ରହିଥାଏ। ଏହାର ମୁକାବିଲା ଲାଗି ରପ୍ତାନିକାରୀମାନଙ୍କୁ ଋଣ ବୀମା ସେବା ଯୋଗାଇ ଦେଇ ରପ୍ତାନିର ପ୍ରୋତ୍ସାହନ ନିମନ୍ତେ, 1957ରେ କମ୍ପାନୀ ଆଇନ ଅଧୀନରେ ଭାରତ ସରକାରଙ୍କ ଦ୍ବାରା ଇସିଜିସି ପ୍ରତିଷ୍ଠା କରାଯାଇଥିଲା। ରପ୍ତାନି ଋଣଗ୍ରହିତାମାନଙ୍କୁ ରପ୍ତାନି ଋଣ ଯୋଗାଇ ଦେବା କ୍ଷେତ୍ରରେ ରହିଥିବା ବିପଦର ମୁକାବିଲା ନିମନ୍ତେ ଏହା ମଧ୍ୟ ବ୍ୟାଙ୍କଗୁଡ଼ିକୁ ବୀମା ଯୋଗାଇ ଦେଇଥାଏ। ଭାରତୀୟ ରପ୍ତାନିର ପ୍ରଗତି ଏବଂ ଅଭିବୃଦ୍ଧି ନିମନ୍ତେ ଇସିଜିସି ନିଜର ଅଭିଜ୍ଞତା, ବିଶେଷଜ୍ଞତା, ଅନ୍ତର୍ନିହିତ ପ୍ରତିବଦ୍ଧତା ମାଧ୍ୟମରେ ଭାରତୀୟ ରପ୍ତାନି ଉଦ୍ୟୋଗଗୁଡ଼ିକ ସହାୟତା ଦେବା କ୍ଷେତ୍ରରେ କାର୍ଯ୍ୟ କରିଥାଏ।

ଶ୍ରମ ପ୍ରଧାନ କ୍ଷେତ୍ରର ରପ୍ତାନିକୁ ସମର୍ଥନ ଯୋଗାଇ ଦେବା ଏବଂ କ୍ଷୁଦ୍ର ରପ୍ତାନିକାରୀ ଉଦ୍ୟୋଗଗୁଡ଼ିକର ପୁନରୁଦ୍ଧାର ନିମନ୍ତେ ସେମାନଙ୍କୁ ବ୍ୟାଙ୍କ ଋଣ ଯୋଗାଇ ଦେବା କ୍ଷେତ୍ରରେ ଇସିଜିସି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।  ଇସିଜିସିରେ ପୁଞ୍ଜି ବିନିଯୋଗ ଫଳରେ ରପ୍ତାନି ଆଧାରିତ ଉଦ୍ୟୋଗ ବିଶେଷ କରି ଶ୍ରମ ପ୍ରଧାନ କ୍ଷେତ୍ରକୁ ସହାୟତା ପାଇଁ ଏହାର କ୍ଷମତା ବୃଦ୍ଧି ପାଇବ। ଅନୁମୋଦିତ ପୁଞ୍ଜି କିସ୍ତି ଆକାରରେ ବିନିଯୋଗ କରାଯିବ ଯାହାକି ଏହାର ଅଣ୍ଡରରାଇଟ୍ ବିପତ୍ତି ପରିଚାଳନା କ୍ଷମତାକୁ ୮୮,୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବ। ଯାହାଫଳରେ ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ, ଆଗାମୀ ୫ ବର୍ଷର ଅବଧି କାଳରେ ଏହା ୫.୨୮ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ରପ୍ତାନିକୁ ସମର୍ଥନ ଲାଗି ଏହା ସୁବିଧା ଯୋଗାଇ ପାରିବ।

ଏହାବ୍ୟତୀତ ବିଶ୍ବ ବ୍ୟାଙ୍କ ଏବଂ ଅନ୍ତର୍ଜାତୀୟ ଶ୍ରମ ସଂଗଠନ ପକ୍ଷରୁ ପ୍ରକାଶ ପାଇଥିବା ‘ଏକ୍ସପୋର୍ଟ ଟୁ ଜବ୍ସ’ ରିପୋର୍ଟ ଅନୁଯାୟୀ, ୫.୨୮ ଲକ୍ଷ କୋଟି ଟଙ୍କାର ରପ୍ତାନି ଫଳରେ ୨.୬ ଲକ୍ଷ ଔପଚାରିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଅଧିକନ୍ତୁ, ଉଭୟ ଔପଚାରିକ ଏବଂ ଅନୌପଚାରିକ କ୍ଷେତ୍ରକୁ ମିଶାଇ ୫୯ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି।

 

ଇସିଜିସି- ପ୍ରମୁଖ ପ୍ରଦର୍ଶନ

  • ଭାରତର ରପ୍ତାନି ଋଣ ବୀମା ବଜାରରେ ପ୍ରାୟ ୮୫ ପ୍ରତିଶତ ବଜାର ଅଂଶଧନ ସହିତ ଇସିଜିସି ଏହି ବଜାରରେ ଅଗ୍ରଣୀ ସ୍ଥାନ ହାସଲ କରିଛି।
  • ୨୦୨୦-୨୧ରେ ଇସିଜିସି ୬.୦୨ ଲକ୍ଷ କୋଟି ଟଙ୍କାର ରପ୍ତାନିକୁ ସମର୍ଥନ ଯୋଗାଇଥିଲା, ଯାହାକି ଭାରତର ମୋଟ୍ ସାମଗ୍ରୀ ରପ୍ତାନିର ପ୍ରାୟ ୨୮ ପ୍ରତିଶତ।
  • ୩୧/୩/୨୦୨୧ ସୁଦ୍ଧା ୭୩୭୨ ଜଣ ବିଶିଷ୍ଟ ରପ୍ତାନିକାରୀ ଏବଂ ବ୍ୟାଙ୍କ ପାଇଁ ରପ୍ତାନି ଋଣ ବୀମା ଅଧୀନରେ ୯,୫୩୫ ଜଣ ରପ୍ତାନିକାରୀ ଲାଭବାନ ହୋଇଛନ୍ତି, ଏମାନଙ୍କ ମଧ୍ୟରୁ ୯୭ ପ୍ରତିଶତ କ୍ଷୁଦ୍ର ରପ୍ତାନିକାରୀ।
  • ମୋଟ ୨୨ଟି ବ୍ୟାଙ୍କ (୧୨ଟି ସରକାରୀ ଏବଂ ୧୦ଟି ଘରୋଇ ବ୍ୟାଙ୍କ) ଦ୍ବାରା ପ୍ରଦାନ କରାଯାଉଥିବା ମୋଟ୍ ଆବଣ୍ଟିତ ରପ୍ତାନି ଋଣ ମଧ୍ୟରୁ ୫୦ ପ୍ରତିଶତ ଋଣକୁ ଇସିଜିସି ବୀମା ଯୋଗାଇ ଦେଇଥାଏ।
  • ଇସିଜିସି ନିକଟରେ ୫ ଲକ୍ଷରୁ ଅଧିକ ବିଦେଶୀ କ୍ରେତା ମାନଙ୍କର ଏକ ଡାଟାବେସ ରହିଛି।
  • ବିଗତ ଦଶନ୍ଧିରେ ୭,୫୦୦ କୋଟିରୁ ଅଧିକ ଦାବିର ସମାଧାନ କରାଯାଇଛି।
  • ଆଫ୍ରିକୀୟ ବଜାରରେ ଭାରତୀୟ ରପ୍ତାନିକାରୀମାନଙ୍କୁ ସୁବିଧା ଯୋଗାଇ ଦେବା ଲାଗି ଆଫ୍ରିକା ଟ୍ରେଡ୍ ଇନ୍ସ୍ୟୁରାନ୍ସ (ଏଟିଆଇ)ରେ ଏହା ୧୧.୭ ମିଲିୟନ ଡଲାରୁ ଅଧିକ ଅର୍ଥ ନିବେଶ କରିଛି।
  • ଇସିଜିସି କ୍ରମାଗତ ଭାବେ ଲାଭ କରିଛି ଏବଂ ଗତ ୨୦ ବର୍ଷ ଧରି ସରକାରଙ୍କୁ ଲାଭାଂଶ ପ୍ରଦାନ କରି ଆସୁଛି।

 

ଗତ କିଛି ବର୍ଷ ଧରି ସରକାରଙ୍କ ପକ୍ଷରୁ ବିଭିନ୍ନ ରପ୍ତାନି ସଂକ୍ରାନ୍ତ ଯୋଜନା ଏବଂ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି

  1. କୋଭିଡ-୧୯ ମହାମାରୀ ପରିସ୍ଥିତି କାରଣରୁ ୩୦-୦୯-୨୦୨୧ ପର୍ଯ୍ୟନ୍ତ ବୈଦେଶିକ ବାଣିଜ୍ୟ ନୀତିକୁ ସମ୍ପ୍ରସାରଣ କରାଯାଇଥିଲା।
  2. କୋଭିଡ-୧୯ କାଳରେ ଆର୍ଥିକ ସୁବିଧା ଯୋଗାଇ ଦେବା ଲାଗି ସମସ୍ତ ସ୍କ୍ରିପ୍ଟ ଆଧାରିତ ଯୋଜନା ଅଧୀନରେ ସମସ୍ତ ବକେୟା ଅର୍ଥ ପରିଶୋଧ ନିମନ୍ତେ ସେପ୍ଟେମ୍ବର ୨୦୨୧ରେ ୫୬,୦୨୭ କୋଟି ଟଙ୍କା ଜାରି କରାଯାଇଛି
  3. ନୂଆ ଯୋଜନା ରପ୍ତାନି ଉତ୍ପାଦ ଉପରେ ଶୁଳ୍କ ଏବଂ ଟିକସ ଛାଡ଼ ସୁବିଧା (ଆରଓଡିଟିଇପି) କାର୍ଯ୍ୟକାରୀ କରାଯାଇଛି। ଏଥିପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ୧୨,୪୫୪ କୋଟି ଟଙ୍କା ଅନୁମୋଦନ କରାଯାଇଛି।
  4. ଟିକସ/ଶୁଳ୍କ/କର ପରିଶୋଧ ପାଇଁ ଏହା ଏକ ଡବ୍ଲୁଟିଓ ଅନୁକୂଳ ବ୍ୟବସ୍ଥା, ଯାହାକି କେନ୍ଦ୍ର, ରାଜ୍ୟ କିମ୍ବା ସ୍ଥାନୀୟ ସ୍ତରରେ ଅନ୍ୟ କୌଣସି ବ୍ୟବସ୍ଥା ମାଧ୍ୟମରେ ପରିଶୋଧ କରାଯାଉ ନାହିଁ।
  5. ଆରଓଏସସିଟିଏଲ ଯୋଜନା ମାଧ୍ୟମରେ କେନ୍ଦ୍ର/ରାଜ୍ୟ ଟିକସ ଛାଡ଼ ଜରିଆରେ  ବୟନଶିଳ୍ପ କ୍ଷେତ୍ରକୁ ସହାୟତା ଯୋଗାଇ ଦିଆଯାଇଛି, ଯାହାକୁ ଏବେ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
  6. ବାଣିଜ୍ୟର ପ୍ରୋତ୍ସାହନ ଏବଂ ରପ୍ତାନିକାରୀମାନଙ୍କ ଦ୍ବାରା ଏଫଟିଏ ଉପଯୋଗ ଲାଗି ସାର୍ଟିଫିକେଟ ଅଫ୍ ଅରିଜିନ୍ ପାଇଁ ଗୋଟିଏ ଡିଜିଟାଲ ପ୍ଲାଟଫର୍ମ ସୁବିଧା।
  7. କୃଷି, ଉଦ୍ୟାନ କୃଷି, ପଶୁପାଳନ, ମତ୍ସ୍ୟପାଳନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ସଂକ୍ରାନ୍ତ କୃଷି ରପ୍ତାନିକୁ ପ୍ରୋତ୍ସାହନ ଦେବା ନିମନ୍ତେ ଏକ ବିସ୍ତୃତ ରପ୍ତାନି ନୀତି କାର୍ଯ୍ୟକାରୀ କରାଯାଉଛି।
  8. ୧୨ଟି ଚାମ୍ପିଅନ ସେବା କ୍ଷେତ୍ରରେ ନିର୍ଦ୍ଦିଷ୍ଟ କାର୍ଯ୍ୟ ଯୋଜନା ଗ୍ରହଣ କରାଯାଛି ସେବା ରପ୍ତାନିର ପ୍ରୋତ୍ସାହନ ଏବଂ ବିବିଧିକରଣ କରାଯାଉଛି
  9. ପ୍ରତ୍ୟେକ ଜିଲ୍ଲାରେ ରପ୍ତାନି ସମ୍ଭାବନା ରହିଥିବା ଉତ୍ପାଦକୁ ଚିହ୍ନଟ କରିବା, ଏସବୁ ଉତ୍ପାଦର ରପ୍ତାନି କ୍ଷେତ୍ରରେ ରହିଥିବା ବାଧା ଦୂର କରିବା ଏବଂ ନିଯୁକ୍ତି ସୁଯୋଗ ବୃଦ୍ଧି ନିମନ୍ତେ ସ୍ଥାନୀୟ ରପ୍ତାନି/ଉତ୍ପାଦନକୁ ସମର୍ଥନ ଯୋଗାଇ ଦେବା ମାଧ୍ୟମରେ ପ୍ରତ୍ୟେକ ଜିଲ୍ଲାକୁ ରପ୍ତାନି କେନ୍ଦ୍ର ଭାବେ ବିକଶିତ କରାଯାଉଛି।

10. ଭାରତର ବାଣିଜ୍ୟ, ପର୍ଯ୍ୟଟନ, ପ୍ରଯୁକ୍ତି ଏବଂ ନିବେଶ ଲକ୍ଷ୍ୟକୁ ପ୍ରୋତ୍ସାହନ ଦିଗରେ ବିଦେଶରେ ଥିବା ଭାରତୀୟ ଦୂତାବାସଗୁଡ଼ିକର ସକ୍ରିୟ ଭୂମିକା ବୃଦ୍ଧି ପାଇଛି।

11. ବିଭିନ୍ନ ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ କ୍ଷେତ୍ରର ସହାୟତା ପଦକ୍ଷେପ ଜରିଆରେ ଘରୋଇ ଉଦ୍ୟୋଗ ମାନଙ୍କୁ କୋଭିଡ ମହାମାରୀ ସମୟରେ ସହାୟତା ଲାଗି ପ୍ୟାକେଜ୍ ଘୋଷଣା କରାଯାଇଛି। ବିଶେଷ କରି ରପ୍ତାନିରେ ଏକ ବୃହତ ଭାଗ ରହିଥିବା ଏମଏସଏମଇକୁ ଏଥିରେ ଅଗ୍ରାଧିକାର ଦିଆଯାଇଛି।

12. ବାଣିଜ୍ୟ ଭିତ୍ତିଭୂମି ଏବଂ ବିପଣନକୁ ପ୍ରୋତ୍ସାହନ ନିମନ୍ତେ ରପ୍ତାନି ଯୋଜନା ପାଇଁ ବାଣିଜ୍ୟ ଭିତ୍ତିଭୂମି (ଟିଆଇଇଏସ), ମାର୍କେଟ ଆକ୍ସେସ ଇନିସିଏଟିଭ (ଏମଏଆଇ) ଯୋଜନା ଏବଂ ପରିବହନ ଏବଂ ବିପଣନ ସହାୟତା (ଟିଏମଏ) ଯୋଜନା କାର୍ଯ୍ୟକାରୀ କରାଯାଇଛି।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Vietnam BrahMos deal already signed, Indonesia pact in final stages: Defence Secretary RK Singh

Media Coverage

Vietnam BrahMos deal already signed, Indonesia pact in final stages: Defence Secretary RK Singh
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tribute to Lokmata Ahilyabai Holkar on her birth anniversary
May 31, 2026

The Prime Minister, Shri Narendra Modi has paid tributes to Lokmata Ahilyabai Holkar on her birth anniversary.

Shri Modi said that the entire nation remembers Lokmata Ahilyabai Holkar with deep respect and reverence for her wisdom, compassion and unwavering commitment to public welfare.

The Prime Minister noted that her life remains an exemplary model of good governance, patriotism and cultural pride. He said that she always led with courage and a strong sense of duty.

The Prime Minister highlighted her unparalleled contribution to ensuring justice and welfare for all, as well as her efforts towards the reconstruction of sacred temples and pilgrimage sites across the country. He remarked that her work further strengthened India’s cultural consciousness.

The Prime Minister stated that Lokmata Ahilyabai Holkar’s dedication to society, culture and nation-building will continue to inspire every generation of the country.

The Prime Minister wrote on X;

“लोकमाता अहिल्याबाई होल्कर जी को उनकी जयंती पर कोटि-कोटि नमन! बुद्धिमत्ता, करुणा और जनकल्याण के प्रति अटूट निष्ठा को लेकर पूरा देश उन्हें आदर और सम्मान के साथ स्मरण करता है। उनका जीवन सुशासन, राष्ट्रभक्ति और सांस्कृतिक गौरव का एक उत्कृष्ट उदाहरण है। उन्होंने सदैव साहस और कर्तव्यनिष्ठा के साथ नेतृत्व किया। देशभर में पावन मंदिरों और तीर्थस्थलों के पुनर्निर्माण से लेकर सभी के लिए न्याय और कल्याण सुनिश्चित करने में उन्होंने अतुलनीय योगदान दिया। उन्होंने भारत की सांस्कृतिक चेतना को और सशक्त बनाया। समाज, संस्कृति और राष्ट्र निर्माण के प्रति उनका समर्पण भाव देश की हर पीढ़ी को प्रेरित करता रहेगा।”