ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (ତା୧୨-୧୦-୨୦୨୧) ଦିନ ଭର୍ଚୁଆଲ ମୋଡରେ ଆଫଗାନିସ୍ତାନ ଉପରେ ଜି-୨୦ଅନନ୍ୟ ଶିଖର ସମ୍ମିଳନୀରେ ଯୋଗଦେଇଛନ୍ତି । ବର୍ତ୍ତମାନ ଜି-୨୦ ସଭାପତି ଥିବା ଇଟାଲୀ ପ୍ରଧାନମନ୍ତ୍ରୀ ଶ୍ରୀ ମାରିଓ ଦ୍ରାଘୀ ଏହାର ଅଧ୍ୟକ୍ଷତା କରିଥିଲେ । ଆଫଗାନିସ୍ତାନରେ ମାନବିକ ପରିସ୍ଥିତି, ମାନବ ଅଧିକାର ଓ ଆତଙ୍କବାଦ ସମସ୍ୟା ଉପରେ ଆଲୋଚନା ହେଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଇଟାଲୀ ଅଧ୍ୟକ୍ଷତାରେ ଆହୂତ ଜି-୨୦ ରାଷ୍ଟ୍ର ବୈଠକ ଆଫଗାନିସ୍ଥାନ ସମସ୍ୟା ଦେଇ ଅନୁଷ୍ଠିତ ହେଉଥିବାରୁ   ଏହା ସ୍ୱାଗତ କରିଥିଲେ । ସେ ଶହ ଶହ ବର୍ଷ ଧରି ଭାରତ-ଆଫଗାନୀସ୍ଥାନ ମଧ୍ୟରେ ଜନସାଧାରଣଙ୍କ ରହିଥିବା ସୌହାଦ୍ଧ୍ୟପୂର୍ଣ୍ଣ ସମ୍ପର୍କର ଅବତାରଣା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଦୁଇ ଦଶନ୍ଧି ଧରି ଆଫଗାନିସ୍ତାନରେ ସାମାଜିକ-ଆର୍ଥିକ ବିକାଶ ସହ ଯୁବଗୋଷ୍ଠୀ ଓ ମହିଳାଙ୍କ ଉତଥାନ ନେଇ କାର୍ଯ୍ୟ କରୁଆସୁଛି । ଆଫଗାନିସ୍ତାନରେ ଭାରତ ପାଞ୍ଚଶହରୁ ଅଧିକ ବିକାଶ ପ୍ରକଳ୍ପ ତ୍ୱରାନ୍ୱିତ କରିଥିବା ଶ୍ରୀ ମୋଦୀ ପ୍ରକାଶ କରିଥିଲେ ।

          ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଫଗାନବାସୀଙ୍କ ଭାରତ ସହ ଅତୁଟ ବନ୍ଧୁତ୍ୱ ରହିଛି । ଆଫଗାନିବାସୀଙ୍କ କ୍ଷୁଧା ଓ ଅପପୁଷ୍ଟି ନେଇ ପ୍ରତ୍ୟେକ ଭାରତୀୟ ଦୁଃଖିତ । ଆନ୍ତର୍ଜାତିକ ଗୋଷ୍ଠୀ ପକ୍ଷରୁ ଆଫଗାନୀସ୍ଥାନରେ ଯେପରି ମାନବିକ ସହାୟତା ପହଞ୍ଚିବ ତାହା ସୁନିଶ୍ଚିତ କରିବା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ।

          ଆଞ୍ଚଳିକ ଓ ବୈଶିକ ଦୃଷ୍ଟିକୋଣରୁ ଆଫଗାନ ଭୂଖଣ୍ଡ ଉଗ୍ରବାଦ ଓ ଆତଙ୍କବାଦର ଯେପରି ଶିକାର ନ ହୁଏ ତାହା ସୁନିଶ୍ଚିତ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାଆରୋପ କରିଥିଲେ । ଆମେ ସମସ୍ତେ ଉଗ୍ରବାଦ ଓ ଆତଙ୍କବାଦ ସହ ମାଦକଦ୍ରବ୍ୟ ଓ ଅସ୍ତ୍ରଶସ୍ତ୍ର ଚୋରା କାରବାର ନିୟନ୍ତ୍ରଣକାରୀ ଗୋଷ୍ଠୀର ମୂଳୋତ୍ପାଟନ ପାଇଁ ସଂକଳ୍ପ ନେବାକୁ ମୋଦୀ ଆହ୍ୱାନ ଜଣାଇଥିଲେ ।

          ବିଗତ ୨୦ବର୍ଷର ସାମାଜିକ ଓ ଆର୍ଥିକ ସୁଫଳ ବଜାୟ ରଖିବା ସହ, ଉଗ୍ରବାଦ ଚିନ୍ତାଧାରାର ପ୍ରସାର ରୋକିବା ପାଇଁ ପ୍ରଧାନମନ୍ତ୍ରୀ ଏକ ଉତ୍ତରଦାୟୀ ଆଫଗାନୀ ପ୍ରଶାସନ ଉପରେ ଗୁରୁତ୍ୱାଆରୋପ କରିଥିଲେ । ଯାହାକି ମହିଳା ଓ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ କଲ୍ୟାଣ ଉପରେ ମଧ୍ୟ ନଜର ରଖିବେ । ଜାତିସଂଘର ଆଫଗାନିସ୍ତାନର ଭୂମିକା ତଥା ଜାତିସଂଘ ସୁରକ୍ଷା ପରିଷଦର ସଂକଳ୍ପ ୨୫୯୩ ଉପରେ ଜି-୨୦ ରାଷ୍ଟ୍ର ସମୂହର ଦାୟିତ୍ୱ ମଧ୍ୟ ପ୍ରଧାନମନ୍ତ୍ରୀ ଆନ୍ତର୍ଜାତିକ ରାଷ୍ଟ୍ରସମୂହ ଏକାଠି ମିଶି ରାସ୍ତା ବାହାର କରିବା ଉପରେ ଆହ୍ୱାନ ଜଣାଇଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Parliament passes Jan Vishwas Bill 2026, decriminalising 717 offences, fines up to Rs 1 crore

Media Coverage

Parliament passes Jan Vishwas Bill 2026, decriminalising 717 offences, fines up to Rs 1 crore
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 3, 2026
April 03, 2026

India’s Sweet, Fast & High-Tech Revolution: FY26 Milestones That Signal Viksit Bharat Has Arrived