ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ ମାଇକ୍ରୋସିଷ୍ଟମ୍ର ପ୍ରତିଷ୍ଠାତା ଶ୍ରୀ ବିନୋଦ ଖୋସଲାଙ୍କ ସହିତ ଆଲୋଚନା କରିଛନ୍ତି ।
ବୈଠକ ସମୟରେ, ପ୍ରଧାନମନ୍ତ୍ରୀ ଏବଂ ଶ୍ରୀ ଖୋସଲା କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏବଂ ଭାରତର ସ୍ପନ୍ଦନଶୀଳ ଷ୍ଟାର୍ଟଅପ୍ ଇକୋସିଷ୍ଟମ ସମ୍ବନ୍ଧୀୟ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
“ଆଜି ଶ୍ରୀ ବିନୋଦ ଖୋସଲାଙ୍କ ସହ ଆଲୋଚନା କରି ବହୁତ ଭଲ ଲାଗିଲା । ଆମେ ଏଆଇ ଏବଂ ଭାରତର ସ୍ପନ୍ଦନଶୀଳ ଷ୍ଟାର୍ଟଅପ୍ ଇକୋସିଷ୍ଟମ ସମ୍ବନ୍ଧୀୟ ଦିଗ ଉପରେ ଆଲୋଚନା କରିଥିଲୁ।
@vkhosla”
It was wonderful interacting with Mr. Vinod Khosla earlier today. We discussed aspects relating to AI and India’s vibrant StartUp ecosystem.@vkhosla pic.twitter.com/1ulHnLXmLE
— Narendra Modi (@narendramodi) February 18, 2026


