ତାଙ୍କ ଗସ୍ତ ଦ୍ୱିପାକ୍ଷିକ ସହଭାଗୀତାକୁ ନୂତନ ଗତି ପ୍ରଦାନ କରିବ: ପ୍ରଧାନମନ୍ତ୍ରୀ
ଜି-୭ ଶିଖର ସମ୍ମିଳନୀ ପାଇଁ କାନାଡା ଗସ୍ତ ଏବଂ ପ୍ରଧାନମନ୍ତ୍ରୀ କାର୍ନିଙ୍କ ସହ ସାକ୍ଷାତକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ
ବାଣିଜ୍ୟ, ଶକ୍ତି, ପ୍ରଯୁକ୍ତି, କୃଷି ଓ ଲୋକ-ଲୋକ ସମ୍ପର୍କରେ ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ସହଯୋଗର ଗୁରୁତ୍ୱ ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ
କାର୍ନିଙ୍କୁ ଶୁଭେଚ୍ଛା ଜଣାଇ ଆଗାମୀ ସାକ୍ଷାତ ପାଇଁ ଉତ୍ସୁକତା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

କାନାଡାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶୁଶ୍ରୀ ଅନୀତା ଆନନ୍ଦ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀ ବୈଦେଶିକ ମନ୍ତ୍ରୀ ଆନନ୍ଦଙ୍କୁ ସ୍ବାଗତ କରିବା ସହ କହିଥିଲେ ଯେ, ତାଙ୍କର ଗସ୍ତ ଭାରତ-କାନାଡା ଦ୍ବିପାକ୍ଷିକ ସହଯୋଗିତାକୁ ଗତି ପ୍ରଦାନ ଲାଗି ହେଉଥିବା ଉଦ୍ୟମକୁ ସହାୟତା କରିବ । ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ଜୁନ ମାସରେ ଜି୭ ଶିଖର ସମ୍ମିଳନୀ  ପାଇଁ ହୋଇଥିବା ତାଙ୍କର କାନାଡା ଗସ୍ତ ଓ ସେଠାରେ ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସହ ହୋଇଥିବା ଫଳପ୍ରଦ ବୈଠକ କଥା ସ୍ମରଣ କରିଥିଲେ । ପ୍ରଧାନମନ୍ତ୍ରୀ ବାଣିଜ୍ୟ, ଶକ୍ତି, ପ୍ରଯୁକ୍ତିବିଦ୍ୟା, କୃଷି ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ସହଯୋଗର ଗୁରୁତ୍ୱ ବିଷୟରେ କହିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ, ପ୍ରଧାନମନ୍ତ୍ରୀ ଶ୍ରୀ ମାର୍କ କାର୍ନିଙ୍କୁ ତାଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ସେ ତାଙ୍କର ଆଗାମୀ ସାକ୍ଷାତ ଓ ଆଲୋଚନା ପାଇଁ ଅପେକ୍ଷା କରିଛନ୍ତି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi's record run: Assessing 12 years of governance and change

Media Coverage

PM Modi's record run: Assessing 12 years of governance and change
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 6, 2026
June 06, 2026

Viksit Bharat Rising: PM Modi's Vision Powers Energy, Defense & Digital Dominance