ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ସମାରୋହ ପାଳନ ଲାଗି ପାଞ୍ଚଟି ସ୍ତମ୍ଭ ବିଷୟରେ କଲେ ଉଲ୍ଲେଖ
ସନାତନ ଭାରତର ଗୌରବ ତଥା ଆଧୁନିକ ଭାରତର ଚମକ ସମାରୋହରେ ଦେଖିବାକୁ ମିଳିବା ଉଚିତ୍ : ପ୍ରଧାନମନ୍ତ୍ରୀ
130 କୋଟି ଭାରତୀୟଙ୍କ ସହଭାଗିତା ଭାରତର 75ତମ ବର୍ଷର ସ୍ୱାଧୀନତା ସମାରୋହର ମୂଳରେ ରହିଛି : ପ୍ରଧାନମନ୍ତ୍ରୀ

ଦେଶ ସ୍ୱାଧୀନତାର 75ତମ ବର୍ଷ ପୂର୍ତ୍ତି ସମାରୋହ, ‘ଆଜାଦୀର ଅମୃତ ମହୋତ୍ସବ’ ପାଳନ କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଜାତୀୟ ସମିତିର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସ ଜରିଆରେ ପ୍ୟାନେଲକୁ ସମ୍ବୋଧିତ କରିଥିଲେ। ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜନେତା, ବୈଜ୍ଞାନିକ, ଅଧିକାରୀ, ଗଣମାଧ୍ୟମ ବ୍ୟକ୍ତିବିଶେଷ, ଖେଳାଳୀ ତଥା ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହିତ ରାଷ୍ଟ୍ରୀୟ ସମିତିର ବିଭିନ୍ନ ସଦସ୍ୟମାନେ ବୈଠକରେ ଅଂଶଗ୍ରହଣ କରିଥିଲେ।

ଜାତୀୟ ସମିତିର ଯେଉଁ ସଦସ୍ୟମାନେ ବୈଠକରେ ଇନପୁଟ ତଥା ପରାମର୍ଶ ଦେଇଥିଲେ, ସେମାନଙ୍କ ମଧ୍ୟରେ ପୂର୍ବତନ ରାଷ୍ଟ୍ରପତି ଶ୍ରୀମତୀ ପ୍ରତିଭା ଦେବୀ ସିଂହ ପାଟିଲ, ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଏଚ ଡି ଦେବଗୌଡ଼ା, ଶ୍ରୀ ନବୀନ ପଟ୍ଟନାୟକ, ଶ୍ରୀ ମଲ୍ଲିକାର୍ଜ୍ଜୁନ ଖଡ଼ଗେ, ଶ୍ରୀମତୀ ମୀରା କୁମାର, ଶ୍ରୀ ଜେ.ପି. ନଡ୍ଡା, ମୌଲାନା ବହୀଦୁଦ୍ଦୀନ ଖାନ ପ୍ରମୁଖ ସାମିଲ ଥିଲେ। ସମିତିର ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ “ଆଜାଦୀର ଅମୃତ ମହୋତ୍ସବ” ପାଇଁ ଯୋଜନା ପ୍ରସ୍ତୁତ କରିବା ତଥା ଏହାର ଆୟୋଜନ ଲାଗି ଧନ୍ୟବାଦ ଜଣାଇଥିଲେ। ସେ ମହୋତ୍ସବର ପରିସରକୁ ଆହୁରି ବିସ୍ତାରିତ କରିବା ଲାଗି ନିଜର ପରାମର୍ଶ ତଥା ଇନପୁଟ ଦେଇଥିଲେ। କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ ଭବିଷ୍ୟତରେ ଏପରି ଅଧିକ ବୈଠକ ଆୟୋଜନ କରାଯିବ ଏବଂ ଆଜି ମିଳିଥିବା ପରାମର୍ଶ ଏବଂ ଇନପୁଟ ଉପରେ ବିଚାର କରାଯିବ।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ଧୂମଧାମରେ ଏବଂ ଉତ୍ସାହର ସହିତ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ସମାରୋହ ପାଳନ କରିବ, ଯାହା ଐତିହାସିକ ପ୍ରକୃତିର, ଗୌରବ ଓ ଏହି ଅବସରର ମହତ୍ବକୁ ପ୍ରତିପାଦିତ କରିବ। ସେ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ମହୋତ୍ସବକୁ ଭାରତର ଜନସାଧାରଣଙ୍କୁ ସମର୍ପିତ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ସମାରୋହ ଏପରି ଏକ ସମାରୋହ ହେବା ଆବଶ୍ୟକ ଯେଉଁଥିରେ ସ୍ୱାଧୀନତା ସଂଗ୍ରାମୀଙ୍କ ଭାବନା, ଶହୀଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ତଥା ଭାରତ ନିର୍ମାଣ ଲାଗି ସେମାନଙ୍କ ସଂକଳ୍ପର ଅନୁଭବ କରାଯାଇପାରିବ। ସେ କହିଥିଲେ ଯେ ଏହି ସମାରୋହ ସନାତନ ଭାରତର ଗୌରବର ପ୍ରତିଫଳନ ତଥା ଆଧୁନିକ ଭାରତର ଔଜ୍ଜଲ୍ୟକୁ ସାକାର କରିବା ଆବଶ୍ୟକ। ସେ କହିଥିଲେ ଯେ ଏହି ସମାରୋହ ସନ୍ଥମାନଙ୍କର ଆଧ୍ୟାତ୍ମିକତା ଉପରେ ଆଲୋକପାତ କରିବା ସହିତ ଆମ ବୈଜ୍ଞାନିକମାନଙ୍କର ପ୍ରତିଭା ଓ ଶକ୍ତିକୁ ମଧ୍ୟ ପରିଲକ୍ଷିତ କରିବା ଆବଶ୍ୟକ। ସେ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ବିଶ୍ବ ସମ୍ମୁଖରେ 75 ବର୍ଷର ଉପଲବ୍ଧିକୁ ମଧ୍ୟ ପ୍ରଦର୍ଶିତ କରିବ ତଥା ଆସନ୍ତା 25 ବର୍ଷ ଲାଗି ଆମ ପାଇଁ ସଂକଳ୍ପ ନେବାର ଏକ ରୂପରେଖ ମଧ୍ୟ ପ୍ରଦାନ କରିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କୌଣସି ପ୍ରକାର ସଂକଳ୍ପ ବିନା ସମାରୋହ ସଫଳ ହୋଇପାରିବ ନାହିଁ। ସେ କହିଥିଲେ ଯେ କୌଣସି ସଂକଳ୍ପ ସମାରୋହର ରୂପ ନେବା ପରେ ଲକ୍ଷାଧିକ ଲୋକଙ୍କ ପ୍ରତିଜ୍ଞା ଓ ଊର୍ଜା ସେଥିରେ ଯୋଡ଼ି ହୋଇଯାଇଥାଏ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତାର 75ତମ ବର୍ଷ ପୂର୍ତ୍ତି ସମାରୋହ 130 କୋଟି ଭାରତୀୟମାନଙ୍କର ଭାଗୀଦାରୀ ସହିତ କରାଯିବା ଆବଶ୍ୟକ। ଲୋକମାନଙ୍କର ଭାଗିଦାରୀ ଏହି ସମାରୋହର ମୂଳରେ ରହିଛି। ଏହି ସମାରୋହରେ 130 କୋଟି ଦେଶବାସୀଙ୍କ ଅନୁଭୂତି, ପରାମର୍ଶ ଏବଂ ସ୍ୱପ୍ନ ସାମିଲ ରହିଛି।

ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ 75 ବର୍ଷ ପୂର୍ତ୍ତି ସମାରୋହ ଲାଗି ପାଞ୍ଚଟି ସ୍ତମ୍ଭ ସମ୍ପର୍କରେ ନିର୍ଣ୍ଣୟ ନିଆଯାଇଛି। ସେଗୁଡ଼ିକ ହେଲା- ସ୍ୱାଧୀନତା ସଂଗ୍ରାମ, 75ରେ ବିଚାର, 75ରେ ଉପଲବ୍ଧି, 75ରେ ପଦକ୍ଷେପ ଏବଂ 75ରେ ସଂକଳ୍ପ। ଏ ସମସ୍ତଙ୍କୁ 130 କୋଟି ଭାରତୀୟଙ୍କ ବିଚାର ଏବଂ ଭାବନାରେ ସାମିଲ କରାଯିବା ଆବଶ୍ୟକ।

ପ୍ରଧାନମନ୍ତ୍ରୀ ବେଶୀ ପରିଚିତ ହୋଇପାରିନଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନିତ କରିବା ତଥା ଲୋକମାନଙ୍କୁ ସେମାନଙ୍କର କାହାଣୀ ବିଷୟରେ କହିବା ଉପରେ ଜୋର ଦେଇଥିଲେ। ସେ କହିଥିଲେ ଯେ ଦେଶର ପ୍ରତ୍ୟେକ କୋଣ ଦେଶର ପୁଅ ଓ ଝିଅମାନଙ୍କର ବଳିଦାନରେ ପରିପୂର୍ଣ୍ଣ ହୋଇଛି ଏବଂ ସେମାନଙ୍କ କାହାଣୀ ଦେଶ ପାଇଁ ପ୍ରେରଣାର ଅନନ୍ତ ସ୍ରୋତ ହେବ। ସେ କହିଥିଲେ ଯେ ଆମକୁ ପ୍ରତ୍ୟେକ ବର୍ଗର ଯୋଗଦାନକୁ ସାମ୍ନାକୁ ଆଣିବାକୁ ହେବ। ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ବହୁପିଢ଼ି ଧରି ଦେଶ ପାଇଁ ଅନେକ ମହାନ କାର୍ଯ୍ୟ କରୁଛନ୍ତି, ସେମାନଙ୍କର ଯୋଗଦାନ, ବିଚାର ଏବଂ ଚିନ୍ତାଧାରାକୁ ଜାତୀୟ ପ୍ରୟାସ ସହିତ ଏକତ୍ରିତ କରାଯିବାର ଆବଶ୍ୟକତା ରହିଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଐତିହାସିକ ସମାରୋହ ସ୍ୱାଧୀନତା ସଂଗ୍ରାମୀମାନଙ୍କର ସ୍ୱପ୍ନକୁ ପୂରଣ କରିବା, ସେମାନେ କଳ୍ପନା କରିଥିବା ଉଚ୍ଚତାରେ ଭାରତକୁ ପହଞ୍ଚାଇବା ଲାଗି ଉଦ୍ଦିଷ୍ଟ। ସେ ଜୋର ଦେଇ କହିଥିଲେ ଯେ କିଛି ବର୍ଷ ପୂର୍ବେ ଅସମ୍ଭବ ଲାଗୁଥିବା ସଫଳତା ଦେଶ ହାସଲ କରିପାରିଛି। ସେ କହିଥିଲେ ଯେ ଏହି ସମାରୋହ ଭାରତର ଐତିହାସିକ ଗୌରବ ଅନୁକୂଳ ହେବ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
7 hyper local foods that PM Modi made popular via speeches, social media and Mann ki Baat

Media Coverage

7 hyper local foods that PM Modi made popular via speeches, social media and Mann ki Baat
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 9, 2026
March 09, 2026

Transformative India: From Record Pharma & Auto Growth to Lakhpati Didis and Viksit Bharat Under the Leadership of PM Modi