"ସମଗ୍ର ବିଶ୍ୱରେ ଯୋଗ ଅଭ୍ୟାସ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି"
ଆଜି ଜମ୍ମୁ-କଶ୍ମୀରରେ ଯୋଗର ବାତାବରଣ, ଶକ୍ତି ଏବଂ ଅନୁଭୂତି ଅନୁଭବ କରାଯାଇପାରିବ
"ଆଜି ବିଶ୍ୱ ଏକ ନୂତନ ଯୋଗ ଅର୍ଥନୀତି ଉଭା ହେଉଥିବା ଦେଖୁଛି"
"ବିଶ୍ୱ ଯୋଗକୁ ବିଶ୍ୱ କଲ୍ୟାଣର ଏକ ଶକ୍ତିଶାଳୀ ଏଜେଣ୍ଟ ଭାବରେ ଦେଖୁଛି"
"ଯୋଗ ଆମକୁ ଅତୀତର ବୋଝ ବିନା ବର୍ତ୍ତମାନ ମୁହୂର୍ତ୍ତରେ ବଞ୍ଚିବାରେ ସାହାଯ୍ୟ କରେ"
"ଯୋଗ ସମାଜରେ ସକାରାତ୍ମକ ପରିବର୍ତ୍ତନର ନୂଆ ପଥ ପ୍ରଦର୍ଶନ କରୁଛି"
"ଯୋଗ ଆମକୁ ଅନୁଭବ କରିବାରେ ସାହାଯ୍ୟ କରେ ଯେ ଆମର କଲ୍ୟାଣ ଆମ ଚାରିପାଖରେ ଥିବା ବିଶ୍ୱର କଲ୍ୟାଣ ସହିତ ଜଡିତ" ;
"ଯୋଗ କେବଳ ଏକ ଶାସ୍ତ୍ର ନୁହେଁ ବରଂ ଏକ ବିଜ୍ଞାନ ମଧ୍ୟ"

ଅନ୍ତର୍ଜାତୀୟ ଯୋଗ ଦିବସରେ କଶ୍ମୀରର ଯୋଗ ଓ ସାଧନ ଭୂମିରେ ରହିବାର ସୌଭାଗ୍ୟ ମୋତେ ମିଳିଛି। କାଶ୍ମୀର ଏବଂ ଶ୍ରୀନଗରର ପରିବେଶ, ଶକ୍ତି ଏବଂ ଅନୁଭୂତି ଆମକୁ ଯୋଗରୁ ମିଳୁଥିବା ଶକ୍ତିଅନୁ କରୁଛୁ ।| ଯୋଗ ଦିବସରେ ମୁଁ କଶ୍ମୀର ମାଟିରୁ ଦେଶର ସମସ୍ତ ଜନସାଧାରଣ ଏବଂ ବିଶ୍ୱର କୋଣ ଅନୁକୋଣରେ ଯୋଗ ଅଭ୍ୟାସ କରୁଥିବା ଲୋକମାନଙ୍କୁ ଶୁଭେଚ୍ଛା ଜଣାଉଛି ।

ସାଥିମାନେ,

ଅନ୍ତର୍ଜାତୀୟ ଯୋଗ ଦିବସ ୧୦ ବର୍ଷର ଐତିହାସିକ ଯାତ୍ରାକୁ ପୂରଣ କରିଛି। ମୁଁ ୨୦୧୪ରେ ଜାତିସଂଘରେ ଅନ୍ତର୍ଜାତୀୟ ଯୋଗ ଦିବସ ପ୍ରସ୍ତାବ ଦେଇଥିଲି। ଭାରତର ଏହି ପ୍ରସ୍ତାବକୁ ୧୭୭ଟି ଦେଶ ସମର୍ଥନ କରିଥିଲେ, ଯାହା ନିଜେ ଏକ ରେକର୍ଡ ଥିଲା। ସେବେଠାରୁ ଯୋଗ ଦିବସ କ୍ରମାଗତଭାବେନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି। ୨୦୧୫ରେ ଦିଲ୍ଲୀର କର୍ତ୍ତବ୍ୟ ପଥରେ ୩୫ ହଜାର ଲୋକ ଏକାଠି ଯୋଗାଭ୍ୟାସ କରିଥିଲେ, ଯାହା କି ଏକ ବିଶ୍ୱ ରେକର୍ଡ ମଧ୍ୟ ଥିଲା । ଗତବର୍ଷ ମୁଁ ଆମେରିକାସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଯୋଗ ଦିବସ ପାଳନର ନେତୃତ୍ୱ ନେବାର ସୁଯୋଗ ପାଇଥିଲି, ଯେଉଁଥିରେ ୧୩୦ରୁ ଅଧିକ ଦେଶର ଲୋକ ଅଂଶଗ୍ରହଣ କରିଥିଲେ। ଯୋଗର ଏହି ଯାତ୍ରା ଅତୁଟ ରହିଛି। ଆୟୁଷ ବିଭାଗ ଭାରତରେ ଯୋଗ ଚିକିତ୍ସକମାନଙ୍କ ପାଇଁ ଯୋଗ ସାର୍ଟିଫିକେସନ୍ ବୋର୍ଡ ପ୍ରତିଷ୍ଠା କରିଛି। ମୁଁ ଆନନ୍ଦିତ ଯେ ଆଜି ଦେଶର ୧୦୦ରୁ ଅଧିକ ପ୍ରମୁଖ ଅନୁଷ୍ଠାନ ଏହି ବୋର୍ଡ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ହୋଇଛି । ବିଦେଶର ୧୦ଟି ପ୍ରମୁଖ ଅନୁଷ୍ଠାନକୁ ମଧ୍ୟ ଏହି ବୋର୍ଡ ପକ୍ଷରୁ ମାନ୍ୟତା ମିଳିଛି।

 

ସାଥିମାନେ,,

ସମଗ୍ର ବିଶ୍ୱରେ ଯୋଗ ଅଭ୍ୟାସ କରୁଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି ଏବଂ ଯୋଗ ପ୍ରତି ଆକର୍ଷଣ ମଧ୍ୟ ବୃଦ୍ଧି ପାଉଛି । ଲୋକମାନେ ଯୋଗର ଉପଯୋଗିତା ଉପରେ ଅଧିକ ବିଶ୍ୱାସ କରୁଛନ୍ତି। ଯେତେବେଳେ ବି ମୁଁ ବିଶ୍ୱର କୌଣସି ସ୍ଥାନରେ ବିଶ୍ୱନେତାମାନଙ୍କୁ ଭେଟିଥାଏ, ପ୍ରାୟ ସମସ୍ତେ ମୋ ସହ ଯୋଗ ବିଷୟରେ କଥା ହୁଅନ୍ତି । ସମଗ୍ର ବିଶ୍ୱର ବରିଷ୍ଠ ନେତାମାନେ ସବୁବେଳେ ମୋ ସହ ଯୋଗ ବିଷୟରେ ଆଲୋଚନା କରନ୍ତି ଏବଂ ବହୁତ ଉତ୍ସୁକତାର ସହ ପ୍ରଶ୍ନ ପଚାରିଥାନ୍ତି । ଅନେକ ଦେଶରେ ଯୋଗ ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟିଛି । ମୋର ମନେ ଅଛି ୨୦୧୫ରେ ତୁର୍କମେନିସ୍ତାନରେ ଏକ ଯୋଗ କେନ୍ଦ୍ର ର ଉଦଘାଟନ କରିଥିଲେ । ଆଜି ସେଠାରେ ଯୋଗ ବେଶ୍ ଲୋକପ୍ରିୟ ହୋଇପାରିଛି। ଯୋଗ ଥେରାପି ତୁର୍କମେନିସ୍ତାନର ଷ୍ଟେଟ ମେଡିକାଲ ୟୁନିଭର୍ସିଟିରେ ମଧ୍ୟ ଅନ୍ତର୍ଭୁକ୍ତ । ସାଉଦି ଆରବ ମଧ୍ୟ ଯୋଗକୁ ନିଜର ଶିକ୍ଷା ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିଛି। ମଙ୍ଗୋଲିଆନ ଯୋଗ ଫାଉଣ୍ଡେସନ ଅଧୀନରେ ମଙ୍ଗୋଲିଆରେ ଅନେକ ଯୋଗ ବିଦ୍ୟାଳୟ ପରିଚାଳିତ ହେଉଛି । ୟୁରୋପୀୟ ଦେଶମାନଙ୍କରେ ମଧ୍ୟ ଯୋଗର ଧାରା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆଜି ଜର୍ମାନୀରେ ପ୍ରାୟ ଦେଢ଼ କୋଟି ଲୋକ ଯୋଗାଭ୍ୟାସକାରୀ ହୋଇଛନ୍ତି। ଆପଣଙ୍କୁ ମନେ ଥିବ, ଫ୍ରାନ୍ସର ଜଣେ ୧୦୧ ବର୍ଷୀୟ ମହିଳା ଯୋଗ ଶିକ୍ଷୟିତ୍ରୀଙ୍କୁ ଚଳିତ ବର୍ଷ ଭାରତରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେ କେବେ ବି ଭରତ ଯାଇ ନଥିଲେ, କିନ୍ତୁ ଯୋଗର ପ୍ରଚାର ପ୍ରସାର ପାଇଁ ସେ ତାଙ୍କର ପୁରା ଜୀବନ ଉତ୍ସର୍ଗ କରିଥିଲେ । ଆଜି ବିଶ୍ୱର ପ୍ରମୁଖ ଅନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ଯୋଗ ଉପରେ ଗବେଷଣା କରୁଛନ୍ତି ଏବଂ ଗବେଷଣା ପତ୍ର ପ୍ରକାଶ କରୁଛନ୍ତି।

ସାଥିମାନେ,

ବିଗତ ଦଶ ବର୍ଷ ମଧ୍ୟରେ ଯୋଗର ଯେଉଁ ପ୍ରସାର ହୋଇଛି, ତେଣୁ ଯୋଗ ସହିତ ଜଡିତ ଧାରଣା ବଦଳି ଯାଇଛି। ଯୋଗ ଏବେ ସୀମିତ ସୀମା ଅତିକ୍ରମ କରି ଉଭା ହେଉଛି। ବିଶ୍ୱରେ ଏକ ନୂତନ ଯୋଗ ଅର୍ଥନୀତିର ଉନ୍ନତି ଦେଖିବାକୁ ମିଳୁଛି । ଭାରତରେ ଋଷିକେଶ ଓ କାଶୀଠାରୁ ଆରମ୍ଭ କରି କେରଳ ପର୍ଯ୍ୟନ୍ତ ଯୋଗ ପର୍ଯ୍ୟଟନର ଏକ ନୂଆ ଧାରା ଦେଖିବାକୁ ମିଳୁଛି । ସମଗ୍ର ବିଶ୍ୱରୁ ପର୍ଯ୍ୟଟକମାନେ ଭାରତ ଆସୁଛନ୍ତି କାରଣ ସେମାନେ ପ୍ରକୃତ ଯୋଗ ଶିଖିବାକୁ ଚାହୁଁଛନ୍ତି । ଯୋଗ ରିଟ୍ରିଟ୍ ଏବଂ ଯୋଗ ରିସୋର୍ଟ ପ୍ରତିଷ୍ଠା କରାଯାଉଛି। ବିମାନବନ୍ଦର ଏବଂ ହୋଟେଲରେ ଯୋଗ ପାଇଁ ଉତ୍ସର୍ଗୀକୃତ ସୁବିଧା ସୃଷ୍ଟି କରାଯାଉଛି । ବଜାରରେ ଯୋଗ ପାଇଁ ଅନେକଡିଜାଇନର ପୋଷାକ ଏବଂ ଉପକରଣ ଦେଖିବାକୁ ମିଳୁଛି । ଲୋକମାନେ ଏବେ ନିଜ ଫିଟନେସ୍ ପାଇଁ ବ୍ୟକ୍ତିଗତ ଯୋଗ ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦେଉଛନ୍ତି। କର୍ମଚାରୀ ଙ୍କ ସୁସ୍ଥତା ଅଭିଯାନର ଏକ ଅଂଶ ଭାବରେ କମ୍ପାନୀଗୁଡିକ ଯୋଗ ଏବଂ ମାନସିକତା କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରୁଛନ୍ତି। ଏସବୁ ଯୁବପିଢ଼ିଙ୍କ ପାଇଁ ନୂଆ ସୁଯୋଗ ଓ ରୋଜଗାର ସୃଷ୍ଟି କରିଛି।

 

ସାଥିମାନେ,

ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ଥିମ୍ ରହିଛି ' ନିଜ ପାଇଁ ଓ ସମାଜ ପାଇଁ ଯୋଗ'। ବିଶ୍ୱ ଯୋଗକୁ ବିଶ୍ୱ କଲ୍ୟାଣର ଏକ ଶକ୍ତିଶାଳୀ ଏଜେଣ୍ଟ ଭାବରେ ଦେଖୁଛି । ଯୋଗ ଆମକୁ ଅତୀତର ବୋଝ ବିନା ବର୍ତ୍ତମାନ ମୁହୂର୍ତ୍ତରେ ବଞ୍ଚିବାରେ ସାହାଯ୍ୟ କରିଥାଏ । ଏହା ଆମକୁ ନିଜ ସହିତ ଏବଂ ଆମର ଗଭୀର ଭାବନା ସହିତ ସଂଯୋଗ କରିଥାଏ | ଏହା ମନ, ଶରୀର ଓ ଆତ୍ମା ମଧ୍ୟରେ ଏକତା ଆଣିଥାଏ। ଯୋଗ ଆମକୁ ଅନୁଭବ କରିବାରେ ସାହାଯ୍ୟ କରେ ଯେ ଆମର କଲ୍ୟାଣ ଆମ ଚାରିପାଖରେ ଥିବା ବିଶ୍ୱର କଲ୍ୟାଣ ସହିତ ଜଡିତ | ଯେତେବେଳେ ଆମେ ଭିତରେ ଶାନ୍ତିପୂର୍ଣ୍ଣ ରହିବୁ, ସେତେବେଳେ ଆମେ ବିଶ୍ୱ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇପାରିବା ।

ସାଥିମାନେ,

ଯୋଗ କେବଳ ଏକ ବିଦ୍ୟା ନୁହେଁ ବରଂ ଏକ ବିଜ୍ଞାନ ମଧ୍ୟ ଅଟେ । ଆଜି ସୂଚନା ବିପ୍ଳବର ଏହି ଯୁଗରେ, ଯେଉଁଠି ସବୁଠି ସୂଚନା ସମ୍ବଳର ବନ୍ୟା, ଗୋଟିଏ ବିଷୟ ଉପରେ ଧ୍ୟାନ ଦେବା, ମାନବ ମସ୍ତିସ୍କ ପାଇଁ ଏକ ଗୋଟିଏ ବିଷୟ ଉପରେ ଫୋକସ କରି ପାରିବା ବହୁତ ବଡ ଆହ୍ଵାନ  ସାବ୍ୟସ୍ତ ହେଉଛି । ଯୋଗ ମଧ୍ୟ ଏହାର ସମାଧାନ ଦେଇଥାଏ। ଆମେ ଜାଣୁ ଯେ ଏକାଗ୍ରତା ହେଉଛି ମନୁଷ୍ୟ ମନର ସବୁଠାରୁ ବଡ ଶକ୍ତି । ଯୋଗ ଏବଂ ଧ୍ୟାନ ସମ୍ପର୍କରେ ମଧ୍ୟ ଏହି କ୍ଷମତା ବୃଦ୍ଧି ପାଇଥାଏ । ତେଣୁ କ୍ରୀଡ଼ା ଠାରୁ ଆରମ୍ଭ କରି ସେନାରେ ଯୋଗକୁ ସାମିଲ କରାଯାଉଛି। ମହାକାଶଚାରୀମାନଙ୍କୁ ସେମାନଙ୍କ ମହାକାଶ କାର୍ଯ୍ୟକ୍ରମ ପ୍ରଶିକ୍ଷଣର ଏକ ଅଂଶ ଭାବରେ ଯୋଗ ଏବଂ ଧ୍ୟାନ ପ୍ରଶିକ୍ଷଣ ମଧ୍ୟ ଦିଆଯାଏ । ଏହା ଦ୍ଵାରା ଉତ୍ପାଦକତା ଏବଂ ଧୈର୍ଯ୍ୟ ବଢିଥାଏ । ଆଜିକାଲି ଅନେକ ଜେଲରେ କଏଦୀମାନଙ୍କୁ ମଧ୍ୟ ଯୋଗ ଅଭ୍ୟାସ କରିବାକୁ ବାଧ୍ୟ କରାଯାଉଛି, ଯାହାଦ୍ୱାରା ସେମାନେ ନିଜ ମନକୁ ସକାରାତ୍ମକ ଚିନ୍ତାଧାରା ଉପରେ ଧ୍ୟାନ ଦେଇପାରିବେ । ଯୋଗ ସମାଜରେ ସକାରାତ୍ମକ ପରିବର୍ତ୍ତନର ମାର୍ଗ ପ୍ରଶସ୍ତ କରୁଛି।

 

ବନ୍ଧୁଗଣ,

ମୋର ବିଶ୍ୱାସ ଅଛି ଯେ ଯୋଗରୁ ପ୍ରେରଣା ଆମର ସକାରାତ୍ମକ ପ୍ରୟାସକୁ ଶକ୍ତି ପ୍ରଦାନ କରିବ ।

ସାଥିମାନେ,

 ଆଜି ସାମାନ୍ୟ ବିଳମ୍ବ ହୋଇଥିଲା ହେଲା,  କାରଣ ବର୍ଷା ଯୋଗୁ କିଛି ବାଧା ସୃଷ୍ଟି ହେଲା,  କିନ୍ତୁ ଗତକାଲିଠାରୁ ମୁଁ ଦେଖିଛି ଯେ ସମଗ୍ର ଜମ୍ମୁ-କଶ୍ମୀରରେ ଯୋଗ ପ୍ରତି ଯେଉଁ ଆକର୍ଷଣ ରହିଛି, ଯେମିତି ଉତ୍ସାହ, ଉଦ୍ଦୀପନା ଲୋକମାନଙ୍କ ମଧ୍ୟରେ ରହିଛି ଏବଂ ଜମ୍ମୁ-କଶ୍ମୀର, ବିଶେଷ କରି ଶ୍ରୀନଗରର ଲୋକମାନେ ଯୋଗରେ ସହିତ ଯୋଡି ହେବାକୁ କେତେ   ଆଗ୍ରହୀ । ଜମ୍ମୁ-କଶ୍ମୀରରେ ପର୍ଯ୍ୟଟନକୁ ସୁଦୃଢ଼ କରିବା ପାଇଁ ଏହା ଏକ ସୁଯୋଗ। ଏହି କାର୍ଯ୍ୟକ୍ରମ ପରେ ମୁଁ ନିଶ୍ଚିତ ଭାବରେ ଯୋଗ ସହ ଜଡ଼ିତ ଲୋକଙ୍କ ସହ ସାକ୍ଷାତ କରିବି । ବର୍ଷା କାରଣରୁ ଆଜି ଏଠାରେ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପଡ଼ିଥିଲା। ତଥାପି, ମୁଁ ଏହାକୁ ଏକ ବଡ଼ ସଫଳତା ବୋଲି ବିବେଚନା କରୁଛି ଯେ ଜମ୍ମୁ-କଶ୍ମୀରର ୫୦-୬୦ ହଜାର ଲୋକ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଏହା ବହୁତ ବହୁତ ବଡ କଥା ଏବଂ ସେଥିପାଇଁ ଜମ୍ମୁ-କଶ୍ମୀରବାସୀଙ୍କୁ ଅଭିନନ୍ଦନ ଜଣାଉଛି । ପୁଣି ଥରେ ମୁଁ ଆପଣ ସମସ୍ତଙ୍କୁ ଯୋଗ ଦିବସ ର ଶୁଭେଚ୍ଛା ଜଣାଉଛି । ବିଶ୍ୱର ସମସ୍ତ ଯୋଗ ପ୍ରେମୀଙ୍କୁ ମୋର ବହୁତ ବହୁତ ଶୁଭେଚ୍ଛା ।

ଆପଣଙ୍କୁ ବହୁତ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 28, 2026
August 28, 2026

India’s Growth Story, Grounded: Inclusion, Exports, and Infrastructure Under One Vision of PM Modi