ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଜାମ୍ମୁ କାଶ୍ମୀରର ରାଜନୈତିକ ଦଳର ନେତୃବର୍ଗଙ୍କ ଆଲୋଚନା ଏଇମାତ୍ର ଶେଷ ହୋଇଛି । ଜାମ୍ମୁ କାଶ୍ମୀରରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ଗଣତନ୍ତ୍ରକୁ ସୁଦୃଢ଼ କରିବା ନିମନ୍ତେ ଏହା ଏକ ଅତ୍ୟସ୍ତ ସକାରାତ୍ମକ ପ୍ରୟାସ ବୋଲି ବିବେଚନା କରାଯାଏ । ବେଶ୍‍ ଭାବପୂର୍ଣ୍ଣ ବାତାବରଣ ମଧ୍ୟରେ ଏହି ଆଲୋଚନା ଅନୁଷ୍ଠିତ ହୋଇଥିଲା । ସମସ୍ତ ଅଂଶଗ୍ରହଣକାରୀ ଭାରତର ଗଣତନ୍ତ୍ର ଏବଂ ଭାରତର ସମ୍ବିଧାନ ଉପରେ ସେମାନଙ୍କର ପୂର୍ଣ୍ଣ ଆସ୍ଥା ପ୍ରକଟ କରିଥିଲେ ।

ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ରାଜନୈତିକ ଦଳର ନେତାଙ୍କ ଯୁକ୍ତି ଧୈର୍ଯ୍ୟ ସହକାରେ ଶୁଣିବା ସହ ସେମାନେ ଦେଇଥିବା ପରାମର୍ଶକୁ ଗୁରୁତ୍ୱର ସହ ଅବଗତ ହୋଇଥିଲେ । ପ୍ରତ୍ୟେକ ରାଜନୈତିକ ଦଳର ପ୍ରତିନିଧିମାନେ ଖୋଲା ମନରେ ନିଜ ନିଜର ମତ ବ୍ୟକ୍ତ କରିଥିବାରୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ଏହି ବୈଠକ କାଳରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଥିଲେ । ସେ କହିଲେଯେ ଜାମ୍ମୁ କାଶ୍ମୀରରେ ଗଣତନ୍ତ୍ରକୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ଦିଗରେ ଆମେ ସଭିଏଁ ମିଳିମିଶି କାର୍ଯ୍ୟ କରିବା ଉଚିତ । ଦ୍ୱିତୀୟରେ, ଜାମ୍ମୁ କାଶ୍ମୀରର ସାମଗ୍ରିକ ବିକାଶ ହେବା ଆବଶ୍ୟକ ଏବଂ ଏହି ପ୍ରଗତି ଜାମ୍ମୁ କାଶ୍ମୀରର ପ୍ରତ୍ୟେକ କ୍ଷେତ୍ରରେ ସମାନ ଭାବେ ପହଞ୍ଚିବାବା ବାଂଛନୀୟ । ଏଥିପାଇଁ ସହଯୋଗର ବାତାବରଣ ଏବଂ ଜନ ସହଭାଗୀତା ମନୋଭାବ ସୃଷ୍ଟି ହେବା ଜରୁରି ବୋଲି ସେ ମତ ପୋଷଣ କରିଥିଲେ ।

ମାନ୍ୟବର ପ୍ରଧାନମନ୍ତ୍ରୀ ଏକଥା ସୂଚାଇଥିଲେ ଯେ ଜାମ୍ମୁ ଓ କାଶ୍ମୀରରେ ପଞ୍ଚାୟତି ରାଜ ଏବଂ ଅନ୍ୟାନ୍ୟ ସ୍ଥାନୀୟ ସଂସ୍ଥା ନିମନ୍ତେ ସେଠାରେ ସଫଳତାର ସହିତ ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ସେଠାରେ ପରିସ୍ଥିତିରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଛି । ନିର୍ବାଚନ ଅନୁଷ୍ଠିତ ହେବା ପରେ ସେଠାକାର ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କ ନିକଟରେ ପ୍ରାୟ ୧୨,୦୦୦ କୋଟି ଟଙ୍କା ପହଞ୍ଚାଯାଇଛି । ଏହା ଜାମ୍ମୁ କାଶ୍ମୀରର ଗ୍ରାମାଞ୍ଚଳରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି ବୋଲି ସେ ସୂଚାଇଥିଲେ ।

ପ୍ରଧାନମନ୍ତ୍ରୀ କହିଲେଯେ ଜାମ୍ମୁ କାଶ୍ମୀରରେ ପରବର୍ତ୍ତୀ ଗଣତାନ୍ତ୍ରିକ ପ୍ରକ୍ରିୟା, ଅର୍ଥାତ୍‍ ବିଧାନସଭା ନିର୍ବାଚନର ଆମେମାନେ ନିକଟତର ହେଉଛୁ । ତେଣୁ ତୁରନ୍ତ ସେଠାରେ ନିର୍ବାଚନ କ୍ଷେତ୍ର ପୁନର୍ଗଠନ ପ୍ରକ୍ରିୟା ଶେଷ ହେବା ଉଚିତ ଯାହା ଫଳରେ ପ୍ରତ୍ୟେକ କ୍ଷେତ୍ର ଏବଂ ପ୍ରତେକ ଗୋଷ୍ଠୀ ବିଧାନସଭାରେ ଉପଯୁକ୍ତ ପ୍ରତିନିଧିତ୍ୱ ପାଇପାରିବେ । ଦଳିତ, ପଛୁଆ ବର୍ଗ ଏବଂ ଆଦିବାସୀ କ୍ଷେତ୍ରରେ ବସବାସ କରୁଥିବା ଲେକମାନଙ୍କୁ ବିଧାନସଭାରେ ଉପଯୁକ୍ତ ପ୍ରତିନିଧିତ୍ୱ ମିଳିବା ଉପରେ ସେ ପ୍ରାଧାନ୍ୟ ଆରୋପ କରିଥିଲେ ।

ଏହି ବୈଠକରେ ନିର୍ବାଚନ କ୍ଷେତ୍ର ପୁନର୍ଗଠନ ପ୍ରକ୍ରିୟାରେ ସମସ୍ତେ ଅଂଶ ଗ୍ରହଣ କରିବା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବୈଠକରେ ଉପସ୍ଥିତି ସମସ୍ତ ଦଳ ଏହି ପ୍ରକୟିାରେ ସାମିଲ ହେବାକୁ ସହମତ ପ୍ରକଟ କରିଥିଲେ ।

ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଆରୋପ କରିଥିଲେ ଯେ ସମସ୍ତ ହିତଧାରକଙ୍କ ସହଯୋଗ ଦ୍ୱାରା ହିଁ ଜାମ୍ମୁ କାଶ୍ମୀରକୁ ଶାନ୍ତି ଏବଂ ସମୃଦ୍ଧି ପଥରେ ଆଗକୁ ଆଗେଇ ନିଆଯିବା ସମ୍ଭବପର ହୋଇପାରିବ । ସେ କହିଲେ ଯେ କାଶ୍ମୀର ଏବେ ହିଂସାର ବିଷ ବଳୟ ଭିତରୁ ମୁକୁଳି ସ୍ଥିରତା ଦିଗରେ ଅଗ୍ରସର ହେଉଛି । ନୂତନ ଆଶା ଓ ନୂତନ ବିଶ୍ୱାସ ଜାମ୍ମୁ କାଶ୍ମୀରବାସୀଙ୍କ ମନରେ ସୃଷ୍ଟି ହୋଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଆସ୍ଥାକୁ ମଜଭୁତ କରିବା ଦିଗରେ ଅହୋରାତ୍ର କାର୍ଯ୍ୟ କରିବାକୁ ପଡ଼ିବ ଏବଂ ଲୋକମାନଙ୍କ ମନରେ ବିଶ୍ୱାସକୁ ସୁଦୃଢ଼ କରିବାକୁ ହେବ । ଜାମ୍ମୁ କାଶ୍ମୀରେ ଗଣତନ୍ତ୍ରକୁ ସୁଦୃଢ଼ କରିବା ଏବଂ ବିକାଶ ଓ ସମୃଦ୍ଧିକୁ ମଜଭୁତ କରିବା ନିମନ୍ତେ ଆଜିର ବୈଠକ ବେଶ୍‍ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏହି ବୈଠକରେ ସାମିଲ ହୋଇଥିବାର ସମସ୍ତ ରାଜନୈତିକ ଦଳଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।

ଧନ୍ୟବାଦ ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian public relations industry pegged to reach ₹4,500 cr by 2030: Report

Media Coverage

Indian public relations industry pegged to reach ₹4,500 cr by 2030: Report
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam greeting all the devotees of Lord Shiva on the commencement of the sacred Shri Amarnath Yatra
July 03, 2026

The Prime Minister, Shri Narendra Modi, shared a Sanskrit Subhashitam, greeting all the devotees of Lord Shiva on the commencement of the sacred Shri Amarnath Yatra from today:

“वाग्बुद्धिचित्तकरणैश्च तपोभिरुग्रैः
शक्यं समाकलयितुं न यदीयरूपम्।

तं भक्तिभावसुलभं शरणं नतानां
नित्यं भजाम्यऽमरनाथमहं दयालुम्॥"

The Subhashitam says, "I daily worship the merciful Lord Amarnath, whose nature cannot be comprehended through speech, intellect, mind, the senses, or even through severe finances, who is easily attainable through devotion, and who is the refuge of those who bow before him."

The Prime Minister wrote on X;

समस्त शिवभक्तों को पावन-पुनीत श्री अमरनाथ यात्रा के शुभारंभ की अनंत शुभकामनाएं! बाबा बर्फानी के दिव्य दर्शन की यह यात्रा आप सभी के जीवन में सुख-समृद्धि, सौभाग्य और उत्तम स्वास्थ्य लेकर आए।

जय बाबा बर्फानी!

वाग्बुद्धिचित्तकरणैश्च तपोभिरुग्रैः
शक्यं समाकलयितुं न यदीयरूपम्।

तं भक्तिभावसुलभं शरणं नतानां
नित्यं भजाम्यऽमरनाथमहं दयालुम्॥