ସେୟାର
 
Comments
ଭାରତର ବିକାଶ ପାଇଁ କାର୍ଯ୍ୟ କରିବା ନିମନ୍ତେ ‘ଟିମ୍ ଇଣ୍ଡିଆ’ ଆଭିମୁଖ୍ୟ ପୂର୍ବରୁ ଦେଖିବାକୁ ମିଳିନଥିଲା । ପ୍ରଧାନମନ୍ତ୍ରୀ ମୋଦୀ ସାମଗ୍ରିକ ବିକାଶକୁ ହାସଲ କରିବା ପାଇଁ ସହଯୋଗିତା ଓ ପ୍ରତିଯୋଗିତାମୂଳକ ସଂଘୀୟ ବ୍ୟବସ୍ଥାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ଦୀର୍ଘଦିନ ଧରି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆମେ ବଡଭାଇ-ପଣିଆ ସମ୍ପର୍କ ଦେଖି ଆସୁଥିଲେ । ‘ସମସ୍ତଙ୍କ ପାଇଁ ଗୋଟିଏ ସାଇଜ୍’ ଆଭିମୁଖ୍ୟ ଦୀର୍ଘବର୍ଷ ଧରି ଚାଲି ଆସିଥିଲା । ବିଭିନ୍ନ ରାଜ୍ୟର ସ୍ଥାନୀୟ ଆବଶ୍ୟକତା ଓ ବିବିଧତା କ’ଣ ରହିଛି ତାକୁ ଦୃଷ୍ଟିରେ ରଖାଯାଉନଥିଲା ।

ରାଜ୍ୟଗୁଡ଼ିକୁ ସଶକ୍ତ ଓ ସୁଦୃଢ଼ କରିବା ପାଇଁ ଏହି ନୀତି ଆୟୋଗ ଗଠନ କରାଯାଇଛି । ଅତୀତ ତୁଳନାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଅଣାଯାଇ ରାଜ୍ୟମାନଙ୍କ ସହ ଏକ ବାସ୍ତବିକ ଓ ସାମଗ୍ରିକ ଭାଗିଦାରୀ ନୀତି ଗ୍ରହଣ କରାଯାଇଛି । ସରକାରଙ୍କ ପାଇଁ ରଣନୀତିକ ନୀତି ଆଭିମୁଖ୍ୟ ପ୍ରସ୍ତୁତ କରିବା ଓ ବିଭିନ୍ନ ପ୍ରସଙ୍ଗର ସମାଧାନ ଦିଗରେ ନୀତି ଆୟୋଗ ଦୃତ ଭାବେ କାର୍ଯ୍ୟ କରୁଛି ।

ନୀତି ଆୟୋଗ ଜାତୀୟ ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ରାଜ୍ୟଗୁଡ଼ିକର ସକ୍ରିୟ ଭାଗିଦାରୀ ସହ ଜାତୀୟ ବିକାଶର ପ୍ରାଥମିକତା, କ୍ଷେତ୍ର ଓ ରଣନୀତିକ ସହଯୋଗ ଦିଗରେ କାର୍ଯ୍ୟ କରୁଛି । ନୀତି ଆୟୋଗଙ୍କ ଦୃଷ୍ଟିକୋଣ ‘ଜାତୀୟ ଏଜେଣ୍ଡା’ର ରୂପରେଖ ହୋଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରୋତ୍ସାହନ ଯୋଗାଇବ । “ରାଜ୍ୟ ସୁଦୃଢ଼ ହେଲେ ଦେଶ ସୁଦୃଢ଼ ହେବ” ନୀତିକୁ ସ୍ୱୀକାର କରି ନିୟମିତ ଭାବେ ରାଜ୍ୟଗୁଡ଼ିକ ସହ ଢାଂଚାଗତ ସହାୟତା ପଦକ୍ଷେପ ଓ ବ୍ୟବସ୍ଥା ମାଧ୍ୟମରେ ଦୃତ ସଂଘୀୟ ସହଭାଗିତାକୁ ଗତିଶୀଳ କରାଯାଉଛି । ଏହା ଗାଁସ୍ତରରେ ବିଶ୍ୱସନୀୟ ଯୋଜନା ନିର୍ଦ୍ଧାରଣ କରି ତାକୁ ଉଚ୍ଚସ୍ତରରେ ଲାଗୁ କରିବାର ବ୍ୟବସ୍ଥାକୁ ବିକଶିତ କରିବ ।

ଏକ ଉଲ୍ଲେଖନୀୟ ନିଷ୍ପତ୍ତିକ୍ରମେ ଏନଡିଏ ସରକାର ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିସକୁ ସ୍ୱୀକାର କରିଛନ୍ତି । ରାଜ୍ୟଗୁଡ଼ିକ ଟିକସ ରାଜସ୍ୱର 42 ପ୍ରତିଶତ ପାଉଛନ୍ତି ଯାହାକି ପୂର୍ବରୁ 32 ପ୍ରତିଶତ ଥିଲା । ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିସକୁ ଭାରତ ସରକାର ସକରାତ୍ମକ ଢଙ୍ଗରେ ନେଇ ରାଜ୍ୟଗୁଡ଼ିକୁ ନିଜର ଆବଶ୍ୟକତା ଓ ପ୍ରାଥମିକତା ଅନୁସାରେ ଯୋଜନା ପ୍ରସ୍ତୁତ କରିବାର ସ୍ୱାଧୀନତା ଦେଇଛି । ଏହା ଏକ ଅଭୂତପୂର୍ବ ବୃଦ୍ଧି । ଯାହା ରାଜ୍ୟଗୁଡ଼ିକୁ ସବୁ ସମ୍ଭାବ୍ୟ ଦିଗରୁ ସଶକ୍ତ କରିବ, ସେମାନେ ନିଜର କାର୍ଯ୍ୟକ୍ରମ ଓ ଯୋଜନାକୁ ଆଥିଁକ ଶୃଙ୍ଖଳାକୁ ପାଳନ କରି ବ୍ୟାପକ ଅର୍ଥନୀତିକ ସୁଦୃଢ଼ତା ଓ ସ୍ୱାୟତ୍ତତା ସହ କାର୍ଯ୍ୟକାରୀ କରିପାରିବେ ।



ଏକ ସୁସ୍ଥ ପ୍ରୟାସକ୍ରମେ ପ୍ରଧାନମନ୍ତ୍ରୀ ମୋଦୀ ଦୁଇଜଣ ମୁଖ୍ୟମନ୍ତ୍ରୀଙ୍କ ସହ ଚୀନ ଗସ୍ତ କରିଥିଲେ । ସେମାନେ ପ୍ରାଦେଶିକ ନେତାଙ୍କ ବୈଠକରେ ଭାଗ ନେଇଥିଲେ । ଏହା ରାଜ୍ୟଗୁଡ଼ିକୁ ସହଯୋଗ କରିବା ପାଇଁ ଏକ ନୂଆ ଯୁଗର ଆରମ୍ଭ ହେବ ।
 
ରାଜ୍ୟଗୁଡ଼ିକ ପାଇଁ ପ୍ରମୁଖ ପ୍ରୋତ୍ସାହନ ଭାବେ ବିଶେଷକରି ପୂର୍ବ ଭାରତର କୋଇଲା ସମୃଦ୍ଧ ରାଜ୍ୟକୁ କୋଇଲା ନିଲାମରୁ ମିଳୁଥିବା ରାଜସ୍ୱର ବୃହତ୍ ଭାଗ ଦିଆଯାଇଛି । ଯାହା ସେମାନଙ୍କୁ ସହାୟତା କରିବ ।



More about NITI Aayog

20ଟି ଫୋଟଚିତ୍ର 20 ବର୍ଷର ସେବା ଓ ସମର୍ପଣର ବ୍ୟାଖ୍ୟା କରୁଛି
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
Celebrating India’s remarkable Covid-19 vaccination drive

Media Coverage

Celebrating India’s remarkable Covid-19 vaccination drive
...

Nm on the go

Always be the first to hear from the PM. Get the App Now!
...
PM Modi Adorns Colours of North East
March 22, 2019
ସେୟାର
 
Comments

The scenic North East with its bountiful natural endowments, diverse culture and enterprising people is brimming with possibilities. Realising the region’s potential, the Modi government has been infusing a new vigour in the development of the seven sister states.

Citing ‘tyranny of distance’ as the reason for its isolation, its development was pushed to the background. However, taking a complete departure from the past, the Modi government has not only brought the focus back on the region but has, in fact, made it a priority area.

The rich cultural capital of the north east has been brought in focus by PM Modi. The manner in which he dons different headgears during his visits to the region ensures that the cultural significance of the region is highlighted. Here are some of the different headgears PM Modi has carried during his visits to India’s north east!