ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ସ୍ମାରକୀର ପ୍ରଦର୍ଶନୀ ତଥା ଇ-ନିଲାମୀ ଆଜି ଅର୍ଥାତ ଅକ୍ଟୋବର 24 ତାରିଖରେ ସମ୍ପନ୍ନ ହୋଇଛି । ଏହି ନିଲାମୀକୁ ଅଭୂତପୂର୍ଣ୍ଣ ଜନସମର୍ଥନ ମିଳିଥିଲା ଏବଂ ଦଶ ହଜାରରୁ ଊର୍ଦ୍ଦ୍ଵ ବିଡ ଦାଖଲ କରାଯାଇଥିଲା । ଏହି ଇ-ନିଲାମୀରୁ ମିଳିଥିବା ଅର୍ଥ ନମାମି ଗଙ୍ଗେ ଅଭିଯାନ ପାଇଁ ଖର୍ଚ୍ଚ କରାଯିବ ।

ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦିଆଯାଇଥିବା 2772ଟି ସ୍ମାରକୀର ବିକ୍ରି ଲାଗି 14 ସେପ୍ଟେମ୍ବର ଠାରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଇ-ନିଲାମୀ ଆୟୋଜନ କରାଯାଇଥିଲା । ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ଠାରେ ଏହି ସ୍ମାରକୀଗୁଡ଼ିକୁ ପ୍ରଦର୍ଶିତ କରାଯାଇଥିଲା । ଏହି ସ୍ମାରକୀଗୁଡ଼ିକ ମଧ୍ୟରେ ଚିତ୍ର, ମୂର୍ତ୍ତି, ଚଦର, ଜ୍ୟାକେଟ ଓ ପାରମ୍ପରିକ ବାଦ୍ୟଯନ୍ତ୍ର ଆଦି ବିଭିନ୍ନ ସାମଗ୍ରୀ ରହିଛି ।

ପୂର୍ବରୁ ଅକ୍ଟୋବର 3 ତାରିଖରେ ଇ-ନିଲାମୀ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଏଥିପ୍ରତି ଅଭୂତପୂର୍ବ ଜନସମର୍ଥନ ତଥା ଅଧିକରୁ ଅଧିକ ଅଂଶଗ୍ରହଣ ପାଇଁ ଅନୁରୋଧକୁ ଦେଖି ନିଲାମୀ ପ୍ରକ୍ରିୟାକୁ ଆହୁରି 3 ସପ୍ତାହ ପର୍ଯ୍ୟନ୍ତ ଘୁଂଚାଇ ଦିଆଯାଇଥିଲା । ଆଜିସୁଦ୍ଧା ନିଲାମୀ ପାଇଁ ଥିବା ସମସ୍ତ ସାମଗ୍ରୀ ବିକ୍ରି ହୋଇସାରିଛି । ବଲିଉଡ ତାରକା ଅନୀଲ କପୁର, ଅର୍ଜୁନ କପୁର ଏବଂ ଗାୟକ କୈଲାସ ଖେର ପ୍ରମୁଖଙ୍କ ସମେତ ବିଶିଷ୍ଟ ବ୍ୟକ୍ତି, ରାଜନେତା ଏବଂ ସାମାଜିକ କର୍ମୀ ନିଲାମୀ ପ୍ରତି ସେମାନଙ୍କ ଆଗ୍ରହ ବ୍ୟକ୍ତ କରିଥିଲେ ।

ପ୍ରଦର୍ଶିତ ହୋଇଥିବା ସ୍ମାରକୀଗୁଡ଼ିକ ମଧ୍ୟରେ ଭଗବାନ ଗଣେଶଙ୍କ ଏକ ଛୋଟ ମୂର୍ତ୍ତି ଏବଂ ପଦ୍ମ ଆକୃତିର ଏକ କାଠ ବାକ୍ସ ଭଳି ଛୋଟ ସାମଗ୍ରୀର ଆଧାର ମୂଲ୍ୟ 500 ଟଙ୍କା ରଖାଯାଇଥିଲା । ତେବେ ପୃଷ୍ଠଭୂମିରେ ତ୍ରିରଙ୍ଗା ରହିଥିବା ମହାତ୍ମା ଗାନ୍ଧୀ ଓ ପ୍ରଧାନମନ୍ତ୍ରୀଙ୍କ ଏକ ତୈଳଚିତ୍ରର ଆଧାର ମୂଲ୍ୟ 2.5 ଲକ୍ଷ ଟଙ୍କା ରଖାଯାଇଥିଲା, ଯାହା 25 ଲକ୍ଷ ଟଙ୍କାରେ ଚୂଡ଼ାନ୍ତ ନିଲାମ ହୋଇଥିଲା ।

ମା’ଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରୁଥିବା ସମୟରେ ପ୍ରଧାନମନ୍ତ୍ରୀଙ୍କ ଏକ ଫ୍ରେମ ହୋଇଥିବା ଫଟୋର ଆଧାର ମୂଲ୍ୟ 1ହଜାର ଟଙ୍କା ରଖାଯାଇଥିବା ବେଳେ ଏହାକୁ 20 ଲକ୍ଷ ଟଙ୍କାରେ କ୍ରୟ ପାଇଁ ବିଡ ଦାଖଲ କରାଯାଇଛି । ଅନ୍ୟ ଲୋକପ୍ରିୟ ନିଲାମ ସାମଗ୍ରୀ ମଧ୍ୟରେ ମଣିପୁରୀ ଲୋକକଳାର ଏକ କଳାକୃତି (ଆଧାର ମୂଲ୍ୟ 50 ହଜାର ଟଙ୍କା ରହିଥିବା ବେଳେ 10 ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା), ବାଛୁରିକୁ ଖୁଆଉଥିବା ଏକ ଗାଈର ଧାତବ ମୂର୍ତ୍ତି (ଆଧାର ମୂଲ୍ୟ 4 ହଜାର ଥିବା ବେଳେ 10 ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା) ଏବଂ 14 ସେମିର ସ୍ୱାମୀ ବିବେକାନନ୍ଦଙ୍କ ଏକ ଧାତବ ମୂର୍ତ୍ତି (4 ହଜାର ଟଙ୍କା ଆଧାର ମୂଲ୍ୟ ରହିଥିବା ବେଳେ 6 ଲକ୍ଷ ଟଙ୍କାରେ ବିକ୍ରି ପାଇଁ ବିଡ ଦାଖଲ ହୋଇଛି) ଆଦି ରହିଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The quiet foundations for India’s next growth phase

Media Coverage

The quiet foundations for India’s next growth phase
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 30, 2025
December 30, 2025

PM Modi’s Decisive Leadership Transforming Reforms into Tangible Growth, Collective Strength & National Pride