ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଏକତାର ଶପଥ ନେଇ, ରାଷ୍ଟ୍ରର ଏକତା ତଥା ଅଖଣ୍ଡତା ପ୍ରତି ନିଜର ପ୍ରତିବଦ୍ଧତା ଦୋହରାଇଥିଲେ ।
କେନ୍ଦ୍ର ବିଜ୍ଞାନ ଏବଂ ପ୍ରାଦ୍ୟୋଗିକୀ ରାଜ୍ୟ ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ତଥା ରାଷ୍ଟ୍ରମନ୍ତ୍ରୀ (ପିଏମଓ) ଡା. ଜିତେନ୍ଦ୍ର ସିଂହ ଶପଥ କରାଇଥିଲେ ।
ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ଡ. ପି.କେ ମିଶ୍ର, ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ-୨ ଶ୍ରୀ ଶକ୍ତିକାନ୍ତ ଦାସ, ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ତରୁଣ କପୁର, ପ୍ରଧାନମନ୍ତ୍ରୀଙ୍କ ବିଶେଷ ସଚିବ ଶ୍ରୀ ଅତିଶ ଚନ୍ଦ୍ରା ଏବଂ ଅନ୍ୟ ଅଧିକାରୀମାନେ ଏହି ସମାରୋହରେ ଭାଗ ନେଇଥିଲେ ।
ରାଷ୍ଟ୍ରୀୟ ଏକତା ଦିବସ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ପାଳନ କରାଯାଉଛି । ଏହି ଅବସରରେ ଏକଜୁଟ ଏବଂ ମଜବୁତ ଭାରତର ଦୃଷ୍ଟିକୋଣର ଉତ୍ସବ ପାଳନ କରାଯାଇଥାଏ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ ହୋଇଛି;
“କେନ୍ଦ୍ର ରାଜ୍ୟମନ୍ତ୍ରୀ ଡା. ଜିତେନ୍ଦ୍ର ସିଂହ ଏକତାର ଶପଥ କରାଇଲେ ।
ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ଡ. ପି.କେ ମିଶ୍ର, ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ-୨ ଶ୍ରୀ ଶକ୍ତିକାନ୍ତ ଦାସ, ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ତରୁଣ କପୁର, ପ୍ରଧାନମନ୍ତ୍ରୀଙ୍କ ବିଶେଷ ସଚିବ ଶ୍ରୀ ଅତିଶ ଚନ୍ଦ୍ରା ଏବଂ ଅନ୍ୟ ଅଧିକାରୀମାନେ ଏଥିରେ ଭାଗ ନେଇଥିଲେ ।”
 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian economy navigated well external uncertainties: RBI Bulletin

Media Coverage

Indian economy navigated well external uncertainties: RBI Bulletin
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 23, 2026
July 23, 2026

Digital Rails, PLI Jobs & Swift Justice: How PM Modi’s Governance is Rewiring India’s Future