ଭାରତୀୟ ବଂଶୋଦ୍ଭବଙ୍କ ସହ ସଂଯୋଗ

Published By : Admin | May 26, 2015 | 15:01 IST

ସେମାନେ ଜନ୍ମଭୂମି ଭାରତ ଛାଡିଛନ୍ତି ସତ ହେଲେ ଭାରତ ପାଇଁ ସେମାନଙ୍କ ମନରେ ଶ୍ରଦ୍ଧା ଅତୁଟ ରହିଛି । ବିଶ୍ଵ ମଞ୍ଚରେ ଭାରତୀୟ ବଂଶୋଦ୍ଭବଙ୍କ ବ୍ୟାପ୍ତି ସବୁଠାରୁ ସକ୍ରିୟ ଏବଂ ସଫଳ ରହିଆସିଛି । ଯେଉଁସବୁ ରାଷ୍ଟ୍ରମାନଙ୍କରେ ସେମାନେ ବସତି ସ୍ଥାପନ କରିଛନ୍ତି ସେଠାକାର ସ୍ଥାନୀୟ ପରମ୍ପରା ଓ ସଂସ୍କୃତି ସହ ସେମାନେ ବେଶ ସୁନ୍ଦର ଭାବେ ନିଜକୁ ମିଶାଇ ପାରିଛନ୍ତି । ଏପରିକି ସେମାନଙ୍କ ବିକାଶରେ ଯଥେଷ୍ଟ ଅବଦାନ ରହିଛି । ଏଥିସହ ମାତୃଭୂମି ଭାରତ ପାଇଁ ସେମାନଙ୍କ ହୃଦୟ ସଦାବେଳେ ସ୍ପନ୍ଦିତ ଏବଂ ଯେତେବେଳେ ଆବଶ୍ୟକ ପଡିଛି, ସେମାନେ ଭାରତକୁ ଅକୁଣ୍ଠ ସହାୟତା ଯୋଗାଇ ଆସିଛନ୍ତି ।


ଭାରତୀୟ ବଂଶୋଦ୍ଭବମାନଙ୍କ ମନରେ ଶ୍ରୀ ନରେନ୍ଦ୍ର ମୋଦୀ ସଦାବେଳେ ଖୁବ ପ୍ରିୟ ହୋଇ ରହିଛନ୍ତି । ସେମାନଙ୍କ ଭାବନାରେ ଶ୍ରୀ ମୋଦୀ ହେଲେ ପରିବର୍ତ୍ତନର ବାହକ, ଯିଏ ଭାରତରେ ସଂସ୍କାର ଓ ବିକାଶ ଆଣିପାରିବେ । ତେଣୁ ତାଙ୍କର ପ୍ରତ୍ୟେକ ଦରିଆପାରି ଗସ୍ତବେଳେ, ଏହି ଭାରତୀୟ ବଂଶୋଦ୍ଭବଙ୍କ ସହ ଯୋଡି ହେବା ସକାଶେ ପ୍ରଧାନମନ୍ତ୍ରୀ ବିଶେଷ ଭାବେ ଯତ୍ନଶୀଳ ହୋଇଆସିଛନ୍ତି । ନ୍ୟୁୟର୍କ ନଗରୀର ମାଡିସନ ସ୍କୋୟାର ଗାର୍ଡେନ ଠାରୁ ସିଡନୀର ଆଲଫୋନ୍ସ ଏରିନା ପର୍ଯ୍ୟନ୍ତ, ଭାରତ ମହାସାଗରୀୟ କ୍ଷେତ୍ରର ସିସିଲି ଓ ମରିସସ ଠାରୁ ସାଂଘାଇ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭାରତୀୟ ସମୁଦାୟଙ୍କଠାରୁ ରକଷ୍ଟାର ଭଳି ଆଦର ଓ ସମ୍ମାନ ଲାଭ କରିଛନ୍ତି ।


ପ୍ରଧାନମନ୍ତ୍ରୀଙ୍କ ଭାଷଣ ବେଶ ପ୍ରେରଣାଦାୟୀ, ଯେଉଁଥିରେ ସେ ଭାରତରେ ପ୍ରବାହିତ ପରିବର୍ତ୍ତନର ମଳୟ ସମ୍ପର୍କରେ ସଦାବେଳେ ସୂଚାଇଥାନ୍ତି । ପୁଣି ଦେଶବାସୀଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ସକାଶେ ସରକାରଙ୍କ ଉଦ୍ୟମ ଏବଂ ଭାରତର ଏହି ବିକାଶ ଗାଥାରେ ଭାରତୀୟ ବଂଶୋଦ୍ଭବଙ୍କ ଭୂମିକା ସମ୍ପର୍କରେ ସେ ଉଲ୍ଲେଖ କରିଥାନ୍ତି ।

ଏ ଦିଗରେ PIO ଏବଂ OCI ମଧ୍ୟରେ ମିଶ୍ରଣ ଘଟାଇବା ଥିଲା ଏକ ବହୁ ଆକାଂକ୍ଷିତ ପ୍ରତ୍ୟାଶା ଯାହା, ଭାରତୀୟ ବଂଶୋଦ୍ଭବମାନେ ଅନେକ ଦିନରୁ ଦାବି କରିଆସୁଥିଲେ । ଅନେକ କ୍ଷେତ୍ରରେ ସରକାର ଭିସା ନିୟମକୁ କୋହଳ କରିବା ସହ ଏହି ପ୍ରକ୍ରିୟାକୁ ସୁଗମ ଓ ସହଜସାଧ୍ୟ କରାଇଛନ୍ତି ।

ଗୋଷ୍ଠୀଗତ ଅଭ୍ୟର୍ଥନା ବ୍ୟତିରେକେ, ଭାରତୀୟ ସମୁଦାୟ ବିମାନ ବନ୍ଦରମାନଙ୍କରେ ଏବଂ ସେ ଯୋଗ ଦେଉଥିବା ବିଭିନ୍ନ କାର୍ଯ୍ୟକ୍ରମସ୍ଥଳୀରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ଯୋଗ ଦେଇଥିବା ପ୍ରତ୍ୟେକ ଦରିଆପାରି କାର୍ଯ୍ୟକ୍ରମରେ “ମୋଦୀ, ମୋଦୀ, ମୋଦୀ” ଧ୍ଵନି ଏକ ସାଧାରଣ ଦୃଶ୍ୟରେ ପରିଣତ ହୋଇଛି । ଫ୍ରାନ୍ସଠାରେ ପ୍ରଥମ ବିଶ୍ଵଯୁଦ୍ଧର ସ୍ମାରକୀ ନିମନ୍ତେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଲୋକମାନଙ୍କୁ ଏପରି ଧ୍ଵନି ନଦେବା ପାଇଁ ନିବେଦନ କରି କହିଥିଲେ ଯେ ଏହା ପରିବର୍ତ୍ତେ ସେମାନେ “ସହୀଦୋଁ ଅମର ରହୋ” (ସହୀଦ, ଅମର ରହେ) ଧ୍ଵନି ଦିଅନ୍ତୁ ।


ଦେଶର ବିକାଶରେ ଭାରତୀୟ ବଂଶୋଦ୍ଭବଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକାକୁ ପ୍ରଧାନମନ୍ତ୍ରୀ ଉପଲବଧି କରନ୍ତି ଓ ଭାରତର ବିକାଶ ନିମନ୍ତେ ସେମାନଙ୍କ ସହ ସଦାବେଳେ ସେ ଆଲୋଚନା କରିଆସିଛନ୍ତି ।

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
The Unbelievable Yet Real Success Story Of Infrastructure In Modi-Led Bharat Over 11 Years

Media Coverage

The Unbelievable Yet Real Success Story Of Infrastructure In Modi-Led Bharat Over 11 Years
NM on the go

Nm on the go

Always be the first to hear from the PM. Get the App Now!
...

ମେ 5,2017, ହେଉଛି ଦକ୍ଷିଣ ଏସିଆ ପାଇଁ ଐତିହାସିକ ଦିନ । ଦୁଇ ବର୍ଷ ପୂର୍ବରୁ ଭାରତ ଦକ୍ଷିଣ ଏସିଆରେ ବିକାଶ ଓ ସମୃଦ୍ଧି ପାଇଁ ଉନ୍ନତ ମହାକାଶ ଜ୍ଞାନକୌଶଳ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲା । ଦକ୍ଷିଣ ଏସିଆ ସାଟେଲାଇଟର ସଫଳ ପ୍ରକ୍ଷେପଣ ଏହାକୁ ପ୍ରମାଣିତ କରୁଛି । 

ଆକାଶରେ ଏହାର ସ୍ଥିତି ଉଚ୍ଚରେ ରହିଛି ଓ ଦକ୍ଷିଣ ଏସିଆ ଦେଶଗୁଡିକର ଘନିଷ୍ଠ ସମ୍ପର୍କକୁ ମହାକାଶ ବାହାରକୁ ସମ୍ପ୍ରସାରିତ କରାଇଛି! 

ଇତିହାସ ସୃଷ୍ଟିର ପ୍ରତୀକ ସ୍ୱରୂପ ଆଫଗାନିସ୍ତାନ, ବାଂଲାଦେଶ, ଭୂଟାନ, ନେପାଳ, ମାଳଦ୍ୱୀପ ଓ ଶ୍ରୀଲଙ୍କାର ନେତୃତ୍ୱ ଆଜି ଏହି ପ୍ରକ୍ଷେପଣ ସମାରୋହରେ ସାମିଲ ହୋଇଛନ୍ତି ।

ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ,ଦକ୍ଷିଣ ଏସିଆ ସାଟେଲାଇଟର ସଫଳ ପ୍ରକ୍ଷେପଣରୁ ତା'ର ସମ୍ଭାବିତ କାର୍ଯ୍ୟ ଉପରେ ପୁରା ବର୍ଣ୍ଣନା କରିଥିଲେ ।

ସେ କହିଲେ,ଏଭଳି ପରିଯୋଜନା ଦକ୍ଷିଣ ଏସିଆରେ ପ୍ରଥମ ଓ ଏହା ମାଧ୍ୟମରେ ଫଳପ୍ରଦ ଯୋଗାଯୋଗ,ଉତ୍ତମ ପ୍ରଶାସନ,ଉତ୍ତମ ବ୍ୟାଙ୍କିଙ୍ଗ୍ ଓ ଦୁର୍ଗମ ଅଂଚଳରେ ଉତ୍ତମ ଶିକ୍ଷା,ପାଣିପାଗର ଅଧିକ ସଠିକ୍ ପୂର୍ବାନୁମାନ ଓ କୁଶଳ ସମ୍ବଳ ମାନଚିତ୍ର, ଟେଲି ମେଡିସିନ ମାଧ୍ୟମରେ ଶୀର୍ଷ ଚିକିତ୍ସା ସେବା ସହ ଲୋକଙ୍କୁ ଯୋଡ଼ିବା ଓ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ତ୍ୱରିତ ପ୍ରତିକ୍ରିୟା ହୋଇପାରିବ ।

ଶ୍ରୀ ମୋଦୀ ଏହା ମଧ୍ୟ କହିଲେ ,''ଯେତେବେଳେ ଆମେ ହାତ ମିଳାଇବା ଓ ପରସ୍ପର ମଧ୍ୟରେ ଜ୍ଞାନ, କୌଶଳ ଓ ବିକାଶର ଫଳକୁ ଭାଗିଦାର କରିବା, ଆମେ ଆମର ବିକାଶ ଓ ସମୃଦ୍ଧିକୁ ଗତିଶୀଳ କରିପାରିବା ।''