ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ସବୁ ଏନଏଫଏସଏ ହିତାଧିକାରୀଙ୍କୁ ମାଗଣାରେ ମିଳିବ ମୁଣ୍ଡପିଛା ୫ କିଲୋଗ୍ରାମ ଲେଖାଏଁ ଖାଦ୍ୟଶସ୍ୟ
ବର୍ତ୍ତମାନ ସୁଦ୍ଧା ଛଅଟି ପର୍ଯ୍ୟାୟରେ ପିଏମଜିକେଏୱାଇ ମାଧ୍ୟମରେ ଯୋଗାଇ ଦିଆଯାଇଛି ଆନୁମାନିକ ୩.୪୫ ଲକ୍ଷ କୋଟି ଟଙ୍କାର ସବସିଡିs
ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଥିବା ପିଏମଜିକେଏୱାଇର ସପ୍ତମ ପର୍ଯ୍ୟାୟରେ ଆନୁମାନିକ ୪୪,୭୬୨ କୋଟି ଟଙ୍କାର ଖାଦ୍ୟ ସବସିଡି ଯୋଗାଇ ଦିଆଯିବ
ସପ୍ତମ ପର୍ଯ୍ୟାୟରେ ମୋଟ୍‌ ୧୨୨ ଲକ୍ଷ ମେଟ୍ରିକ ଟନ୍‌ ଖାଦ୍ୟଶସ୍ୟ ବଣ୍ଟନ କରାଯିବ
ଏହି ନିଷ୍ପତ୍ତି ଫଳରେ ସମାଜର ଗରିବ ଏବଂ ବଞ୍ଚିତ ବର୍ଗଙ୍କୁ ଆଗାମୀ ପାର୍ବଣ ଋତୁରେ ମିଳିବ ଅତି ଜରୁରି ସହାୟତା

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ)ର ଅବଧିକୁ ଆହୁରି ତିନି ମାସ ପର୍ଯ୍ୟନ୍ତ ବଢ଼ାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଆଜି ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି। ପିଏମଜିକେଏୱାଇ ଯୋଜନାର ସପ୍ତମ ପର୍ଯ୍ୟାୟ ଚଳିତ ଅକ୍ଟୋବର ମାସରୁ ଆସନ୍ତା ଡିସେମ୍ବର, ୨୦୨୨ ପର୍ଯ୍ୟନ୍ତ ଅତିରିକ୍ତ ତିନି ମାସ ଲାଗି କାର୍ଯ୍ୟକାରୀ ହେବ। ଗତ ବର୍ଷ ଅର୍ଥାତ୍‌ ୨୦୨୧ରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କେତେକ ଜନକଲ୍ୟାଣକାରୀ ଯୋଜନାର ଘୋଷଣା କରିଥିଲେ । ଏହି ଘୋଷଣା ଅନୁରୂପ ଦେଶରେ ପିଏମଜିକେଏୱାଇ ଯୋଜନାକୁ ସଫଳତା ପୂର୍ବକ କାର୍ଯ୍ୟକାରୀ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଯୋଜନାକୁ ଆହୁରି ତିନି ମାସ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ।

କୋଭିଡ ମହାମାରୀ ପ୍ରକୋପ ହ୍ରାସ ପାଉଥିଲେ ମଧ୍ୟ ସାରା ବିଶ୍ବ ଏବେ ଏହାର ପ୍ରଭାବକୁ ନେଇ ସଂଘର୍ଷ କରୁଛି । ଏହା ବ୍ୟତୀତ ଅନ୍ୟ କାରଣଗୁଡ଼ିକୁ ନେଇ ସାରା ଦୁନିଆରେ ଅସ୍ଥିରତା ଓ ଅସୁରକ୍ଷା ଭାବନା ଦେଖା ଦେଇଛି । ଏଭଳି ଏକ ସମୟରେ ଭାରତ ସଫଳତା ପୂର୍ବକ ସମାଜର ସବୁଠୁ ଦୁର୍ବଳ ବର୍ଗଙ୍କ ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ସହିତ ସାଧାରଣ ଲୋକଙ୍କ ପାଇଁ ଶସ୍ତା ଓ ସୁଲଭ ଦରରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି ।

ମହାମାରୀ କାରଣରୁ ଦେଶର ସାଧାରଣ ଲୋକଙ୍କୁ ଏକ କଷ୍ଟକର ସମୟ ଦେଇ ଗତି କରିବାକୁ ପଡ଼ିଛି । ସରକାର ଏହାକୁ ହୃଦୟଙ୍ଗମ କରି ପିଏମଜିକେଏୱାଇ ଯୋଜନାର ଅବଧିକୁ ଆଉ ତିନି ମାସ ବଢ଼ାଇବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି । ଯାହାଫଳରେ ସମାଜର ଦୁର୍ବଳ ବର୍ଗ ଓ ଗରିବ ଲୋକମାନଙ୍କୁ ଆଗାମୀ ନବରାତ୍ରୀ, ଦଶହରା, ମିଲାଦ-ଉନ୍‌ –ନବୀ, ଦୀପାବଳୀ, ଛଟ ପୂଜା, ଗୁରୁ ନାନକ ଦେବ ଜୟନ୍ତୀ, ବଡ଼ ଦିନ ଭଳି ପର୍ବ ସମୟରେ ଜରୁରି ସହାୟତା ମିଳିପାରିବ। ଏସବୁ ସାମୁଦାୟିକ ପର୍ବକୁ ଲୋକମାନେ ପ୍ରବଳ ଉତ୍ସାହ ଓ ଉଦ୍ଦିପନାର ସହିତ ପାଳନ କରିଥାନ୍ତି । ସରକାର ପିଏମଜିକେଏୱାଇ ଯୋଜନାର ଅବଧି ଆଉ ତିନି ମାସ ପାଇଁ ବଢ଼ାଇଥିବା କାରଣରୁ ଲୋକମାନଙ୍କ ପାଖରେ ବିନା ଆର୍ଥିକ ଚାପରେ ସହଜରେ ଖାଦ୍ୟଶସ୍ୟ ଉପଲବ୍ଧ ହୋଇପାରିବ ଯାହାଫଳରେ ସେମାନେ ହର୍ଷଉଲ୍ଲାସର ସହିତ ପାର୍ବଣ ଋତୁକୁ ଉପଭୋଗ କରିପାରିବେ।

ଏହି କଲ୍ୟାଣମୂଳକ ଯୋଜନା ଅଧୀନରେ ମାସିକ ମୁଣ୍ଡପିଛା ୫ କିଲୋଗ୍ରାମ ଲେଖାଏଁ ଖାଦ୍ୟଶସ୍ୟ ମାଗଣାରେ ଯୋଗାଇ ଦିଆଯାଇଥାଏ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ), ଅନ୍ତ୍ୟୋଦୟ ଅନ୍ନ ଯୋଜନା ଏବଂ ପ୍ରାଥମିକ ପରିବାର ସମେତ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଯୋଜନାରେ ଲାଭ ପାଉଥିବା ହିତାଧିକାରୀମାନେ ଏହି ଯୋଜନାର ଲାଭ ପାଇପାରିବେ।

ଏବେ ସୁଦ୍ଧା ପିଏମଜିକେଏୱାଇର ଛଅଟି ପର୍ଯ୍ୟାୟ କାର୍ଯ୍ୟକାରୀ ହୋଇଛି ଏବଂ କେନ୍ଦ୍ର ସରକାର ଏ ବାବଦରେ ମୋଟ ୩.୪୫ ଲକ୍ଷ କୋଟି ଟଙ୍କାର ସବସିଡି ଯୋଗାଇ ଦେଇଛନ୍ତି । ଏହି ଯୋଜନାର ସପ୍ତମ ପର୍ଯ୍ୟାୟ କାର୍ଯ୍ୟକାରୀ କରିବା ଲାଗି ସରକାରଙ୍କୁ ଅତିରିକ୍ତ ୪୪ ହଜାର ୭୬୨ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଫଳରେ ପିଏମଜିକେଏୱାଇ ଯୋଜନାର ସବୁ ପର୍ଯ୍ୟାୟ ପାଇଁ ମୋଟ୍‌ ଖର୍ଚ୍ଚ ପରିମାଣ ୩.୯୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ।

ପିଏମଜିକେଏୱାଇର ସପ୍ତମ ପର୍ଯ୍ୟାୟରେ ମୋଟ ୧୨୨ ଲକ୍ଷ ମେଟ୍ରିକ ଟନ୍‌ ଖାଦ୍ୟ ଶସ୍ୟ ବଣ୍ଟନ କରାଯିବ । ଫଳରେ ପ୍ରଥମରୁ ସପ୍ତମ ପର୍ଯ୍ୟାୟ ପର୍ଯ୍ୟନ୍ତ ମୋଟ୍‌ ବିତରିତ ଖାଦ୍ୟଶସ୍ୟ ପରିମାଣ ୧୧୨୧ ଲକ୍ଷ ମେଟ୍ରିକ ଟନ୍‌ରେ ପହଞ୍ଚିବ ।

ଏବେ ସୁଦ୍ଧା, ଗତ ୨୫ ମାସ ଧରି ପିଏମଜିକେଏୱାଇ ଯୋଜନା କାର୍ଯ୍ୟକାରୀ ହୋଇ ଆସୁଛି

ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟୟ (୮ ମାସ) : ଏପ୍ରିଲ ୨୦୨୦ ରୁ ନଭେମ୍ବର ୨୦୨୦

ତୃତୀୟରୁ ପଞ୍ଚମ ପର୍ଯ୍ୟାୟ (୧୧ ମାସ): ମେ ୨୦୨୧ରୁ ମାର୍ଚ୍ଚ ୨୦୨୨

ଷଷ୍ଠ ପର୍ଯ୍ୟାୟ (୬ ମାସ) : ଏପ୍ରିଲ ୨୦୨୨ରୁ ସେପ୍ଟେମ୍ବର ୨୦୨୨

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନ (ପିଏମଜିକେଏୱାଇ) କୋଭିଡ-୧୯ ସଙ୍କଟ ଭଳି କଷ୍ଟକର ସମୟରେ ଆରମ୍ଭ ହୋଇଥିଲା, ଯାହାଫଳରେ ଯଥେଷ୍ଟ ଖାଦ୍ୟ ଶସ୍ୟ ଅଭାବ କାରଣରୁ ସମାଜର ଗରିବ, ବଞ୍ଚିତ ଓ ଦୁର୍ବଳ ପରିବାର/ହିତାଧିକାରୀମାନଙ୍କୁ ଖାଦ୍ୟାଭାବ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିବ ନାହିଁ । ଏହି ଯୋଜନାର ଆଉ ଏକ ଲାଭ ହେଉଛି ଏହା ହିତାଧିକାରୀଙ୍କୁ ସାଧାରଣତଃ ମିଳୁଥିବା ମାସିକ ଖାଦ୍ୟଶସ୍ୟର ପରିମାଣକୁ ଦ୍ବିଗୁଣିତ କରି ଦେଇଥିଲା।

ପୂର୍ବ ପର୍ଯ୍ୟାୟଗୁଡ଼ିକର ଅଭିଜ୍ଞତାକୁ ଦୃଷ୍ଟିରେ ରଖି ପିଏମଜିକେଏୱାଇର ସପ୍ତମ ପର୍ଯ୍ୟାୟରେ ମଧ୍ୟ ଆହୁରି ଅଧିକ ସଫଳତା ମିଳିବ ବୋଲି ଆଶା କରାଯାଉଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.